BiswaRanjan Sahoo

Romance

3  

BiswaRanjan Sahoo

Romance

ଏକତରଫା ପ୍ରେମ

ଏକତରଫା ପ୍ରେମ

11 mins
205


ପ୍ରେମ...!

ଏମିତି ଏକ ଶବ୍ଦ ଯାହାର ସଂଜ୍ଞା ଆଜି ଯାଏଁ କେହିବି ଠିକ ସେ କହିପାରିନାହାନ୍ତି।ହେଲେ ମୋ ମତରେ ପ୍ରେମ ଶାଶ୍ୱତ,ପ୍ରେମ ସ୍ବର୍ଗୀୟ,ପ୍ରେମ ଚିରନ୍ତନ,ପ୍ରେମ ପବିତ୍ର।କେଵଳ ଦୁଇଟି ଦେହର ମିଳନରେ ନୁହେଁ ଦୁଇଟି ହୃଦୟ ଆଉ ଦୁଇଟି ଆତ୍ମାର ମିଳନ ହିଁ ପ୍ରକୃତ ପ୍ରେମ।ଜଣକୁ ପାଇବା ପ୍ରେମ ନୁହେଁ ହରେଇବାର ଅନ୍ୟ ନାଁ ହିଁ ପ୍ରେମ।ପ୍ରେମ ଶିଖାଏ ତ୍ୟାଗ,ସହନଶୀଳତା ଆଉ ଧୈର୍ୟ୍ଯ।ଯିଏ ଥରେ ପ୍ରେମରେ ପଡିଛି ସେ ଜାଣିଛି, ଏଠି ଅପେକ୍ଷାର ମୂଲ୍ୟ କଣ।ବେଳେ ବେଳେ ନିଜ ପ୍ରେମିକା କୁ ପାଇବା ପାଇଁ ଅପେକ୍ଷା କରିବାକୁ ପଡିପାରେ ଅନେକ ବର୍ଷ,ଅନେକ ଦିନ,ହୁଏତ ଅନେକ ଯୁଗ।ହେଲେ ମୋ କ୍ଷେତ୍ରରେ ସେଇଟା ଥିଲା ସମ୍ପୂର୍ଣ୍ଣ ଅଲଗା।ମୋ ପ୍ରେମରେ କେବଳ ଥିଲି ମୁଁ।ହଁ କିଛି ସେମିତି ଥିଲା ମୋ ପ୍ରେମ।ଯୋଉଠି ନା ଥିଲା କିଛି ପାଇବାର ଆଶା,ନା କିଛି ହରେଇବାର।ନା ଥିଲା ଅପେକ୍ଷାର ଆଶା,ନା ଥିଲା ମିଳନର ଆଶା।ମୋ ପ୍ରେମ ଥିଲା ମଝି ସମୁଦ୍ରରେ ଏକ ଦିଗହଜା ନାବିକ ପରି,ନା ଜଣାଥିଲା ଆଗକୁ ଯିବାର ରାସ୍ତା,ନା ପଛକୁ ଫେରିବାର ଉପାୟ।ଠିକ ସେମିତି ମୁଁ ଆଉ ମୋ ପ୍ରେମ ।


       ପ୍ରେମ କଣ,କେମିତି ହୁଏ,ସେ ବିଷୟରେ ମୋର ବିଲକୁଲ ଧାରଣା ନଥିଲା।ମୋ ପାଠ ପଢ଼ା,ସାଙ୍ଗସାଥିରେ ହିଁ ମୋ ଦୁନିଆ ସୀମିତ ଥିଲା।ଯଦିଓ ଅନେକ ପିଲାଙ୍କୁ ପ୍ରେମ କରିବାର ଦେଖିଛି କେବେ ସେମିତି କିଛି ଭାବନା ମୋ ମନକୁ ଆସିନଥିଲା।କିନ୍ତୁ ସବୁ କିଛି ବଦଳି ଯାଇଥିଲା ସେ ଆସିବା ପରେ।ମୋ ଦୁନିଆ ବଦଳି ଯାଇଥିଲା ସତେ ଯେମିତି ତା ଆଗମନରେ।ମରୁଭୂମି ଭଳି ମୋ ଜୀବନରେ ସେ ବିଞ୍ଚିଦେଇଥିଲା ତା ପ୍ରେମର ମିଠା ମୌସୁମୀ।ଆଉ ସେ ମୌସୁମୀ ର ସ୍ପର୍ଶରେ ମୋ ଭିତରେ ଆସିଥିଲା ଅନେକ ପରିବର୍ତ୍ତନ।ମତେ ଛୁଇଁ ସାରିଥିଲା ପ୍ରେମର ବସନ୍ତ।


       ଦିଲ୍ଲୀ ରେ ଆୟୋଜିତ ହେଉଥାଏ ୟୁଥ ସେମିନାର।ଆମ କଲେଜରୁ ଆମେ ଚାରି ଜଣ ପ୍ରତିଯୋଗୀ ଚୟନ ହେଇଥାଉ।ପାଞ୍ଚ ଦିନ ଧରି ହେଇଥିଲା ଏ ସେମିନାର।ଅନେକ ରାଜ୍ୟରୁ ଅନେକ ପ୍ରତିଯୋଗୀ ଆସିଥାନ୍ତି।ବହୁତ ଖୁସି ଲାଗୁଥାଏ ଏମିତି ଏକ ମାହୋଲ ଦେଖିକି।ଆଗ୍ରା ର ଏକ ନିକଟବର୍ତ୍ତୀ ସ୍ଥାନରେ ଥିବା ଅଡିଟୋରିଆମ ରେ ହେଉଥାଏ ସବୁକିଛି।ସେଠି ପହଞ୍ଚିବା ମାତ୍ରେ ଆମେ ଯାଇ ସେଠି ନିଜ ନିଜର ରେଜିଷ୍ଟ୍ରେସନ କରେଇନେଲୁ।ଆଉ ସଙ୍ଗେ ସଙ୍ଗେ ଆମକୁ ରହିବାକୁ ଜାଗା ମଧ୍ୟ ସେମାନେ alocate କରିଦେଲେ।।ଆର ଦିନ ଆରମ୍ଭ ହେବାକୁ ଥାଏ କାର୍ଯ୍ୟକ୍ରମ।ସେଦିନ ଆମେ ଯାଇକି ତାଜମହଲ ବୁଲି ଆସିଲୁ।ତା ପରଦିନ ସକାଳୁ ଜଲ୍ଦି ଜଲ୍ଦି ଉଠି ଆମେ ମାନେ ପ୍ରସ୍ତୁତ ହେଇଗଲୁ ଅଡିଟୋରିଆମ କୁ ଯିବା ପାଇଁ ।କାରଣ ଆମକୁ ନଅ ଟା ସମୟ ଦିଆଯାଇଥାଏ।ଆଉ ସେଠି ମଧ୍ୟ breakfast ର ବ୍ୟବସ୍ଥା ମଧ୍ୟ ଥାଏ।ସକାଳେ ଖାଇବାର ଅଭ୍ୟାସ ନଥିବାରୁ ମୁଁ ସିଧା ଅଡିଟୋରିଆମକୁ ଆସିଗଲି।ଅଡିଟୋରିଆମ ବହୁତ ଖାଲି ଥାଏ।ପିଲାମାନେ ସମସ୍ତେ ଆସିନଥାନ୍ତି।ଧୀରେ ଧୀରେ ନିଜ ନିଜ ଟିମ ସହ ଆସୁଥାନ୍ତି।ହଠାତ ସାମ୍ନାରୁ ଆସୁଥିବା ଗୋଟେ ଟିମ ଉପରେ ନଜର ପଡିଗଲା ମୋର।ପୁରା ଟିମ ନୁହଁ,ସେ ଟିମର ଗୋଟେ ଝିଅ ଉପରେ।ଆଉ ତାପରେ....


        କେଜାଣି ସେ ଝିଅକୁ ଦେଖିଲା ପରେ ମୋ ଭିତରେ କଣ ହେଲା ମୁଁ ନିଜେ ବି ଜାଣିନି।ଏମିତି ଲାଗିଲା ଯେ ଯେମିତି ମୋ ସମୟଟା ସେଇଠି ସେମିତି ଅଟକି ଯାଇଛି..

ତାର ସେ ହସରେ କି ଯାଦୁ ଥିଲା କେଜାଣି,କ୍ଷଣିକ ଭିତରେ ଯେମିତି ମତେ ସେ କିମିଆଁ କରିଦେଲା।ଜାଣିନି କେତେବେଳୁ ତାକୁ ଚାହିଁ ରହିଛି ସେମିତି ଅପଲକ ନୟନରେ।କାଉଁରୀ କାଠିର ସ୍ପର୍ଶରେ ଯେମିତି ମୁଁ ସ୍ଥାଣୁ ପାଲଟି ଯାଇଥାଏ।ହଠାତ ସମ୍ବିତର ଡାକରେ ମୁଁ ଚମକି ପଡିଲି।ସେତେବେଳେକୁ ସେ ଆସି ବସିଲାଣି ମୋ ଆଗରେ ଥିବା ସିଟରେ।ତାର ସେ କଥା କୁହା ଆଖି,ତାର ସେ ଗୋଲାପୀ ଓଠ ଆଉ ଯୋଉଟା ମୋ ପାଇଁ ସବୁଠୁ ବେଶି ଆକର୍ଷଣୀୟ ଥିଲା ତାର ସେ ହସ।ଏମିତି ଲାଗୁଥାଏ ଯେମିତି ତା ସହ ମୋର କାହିଁ କେଉଁ ଜନ୍ମର ସମ୍ପର୍କ।ଏମିତି ଲାଗୁଥାଏ ଯେମିତି ମୁଁ ତାକୁ ବହୁତ ଆଗରୁ ଜାଣିଛି।ତାକୁ ଦେଖିଲା ପରେ ଲାଗିଲା ସତେ ଯେମିତି ମୋ ଦେହରେ ଏକ ବୈଦୁତିକ ତରଙ୍ଗ ଖେଳିଗଲା ପରି।ତାକୁ ଦେଖିଲା ପରେ ହିଁ ମୁଁ ଗୋଟା ପଣେ ତାର ହେଇ ବସିଲି।ହଠାତ ମୋ ଭିତରେ ଏମିତି ପରିବର୍ତ୍ତନ ହେଉଥାଏ ଯାହା ମୋ ଜାଣିବାର ବାହାରେ।ମୁଁ ଯେମିତି କେଉଁ ଏକ ସପ୍ତମ ସ୍ୱର୍ଗ ରେ ଭାସି ବୁଲୁଥାଏ।ସବୁ ଆଡେ ଖାଲି ତା ଚେହେରା,ତାର ସେ ସୁନ୍ଦର ଆଖି ଯୋଡିକ।ଯଦି ସେତେବେଳେ ମତେ କିଏ ତା ହସ ବଦଳରେ କିଛି ବି ମାଗିଥାନ୍ତା ମୁଁ ସବୁ କିଛି ଦେଇ ଦେଇଥାନ୍ତି।ହେଲେ ହାୟ!!ସମୟ କେବେ କାହା ପାଇଁ ରୁହେନି ମୋ ପାଇଁ ବି ନୁହେଁ।କେମିତି ତା ବିଷୟରେ ଜାଣିବି,କେମିତି ତା ସହ କଥା ପଦେ ହେବି,ସେ ସବୁ ଭାବନା ମତେ ବ୍ୟତିବ୍ୟସ୍ତ କରିପକଉଥାଏ।ହୃଦୟର ସ୍ପନ୍ଦନଟା ଯେମିତି ବେଳକୁ ବେଳ ତୀବ୍ରତର ହେଉଥାଏ।ଆଉ ତାକୁ ସାମନାରେ ଦେଖିଦେଲେ ଲାଗୁଥାଏ ଯେମିତି ମୁଁ ବେହୋସ ହେଇଯିବି ଏହି ମୁହୂର୍ତ୍ତରେ।


କଥା ଏଇଟା ନଥିଲା କି ମୁଁ ଆଗରୁ କେବେ ଝିଅ ଦେଖିନଥିଲି। ମୋର ବହୁତ ଝିଅ ସାଙ୍ଗ ଅଛନ୍ତି।ବହୁତ ଝିଅଙ୍କ ସହ ମୁଁ ମିଶିଛି।କିନ୍ତୁ ତାକୁ ଦେଖିଲା ପରେ ମୋ ଭିତରେ ପ୍ରଥମ ଥର ପାଇଁ ଯାହା ହେଲା ତାହା ଆଗରୁ କେବେ ହେଇନଥିଲା।ସବୁ ଯେମିତି କେମିତି ଗୋଟେ ନୂଆ ନୂଆ ଲାଗୁଥାଏ।ସେ ମୋ ଆଗ ଦୁଇଟା ସିଟ ଛାଡିକି ବସିଥାଏ।ବେଳେ ବେଳେ ଯେବେ ସେ ପଛକୁ ବୁଲି ଚାହିଁ ଦଉଥିଲା ଏମିତି ଲାଗୁଥିଲା ଯେମିତି ମୋ ଦେହରେ ଏକ ଶିହରଣ ଖେଳିଗଲା ପରି। ଏମିତି ଏମିତିରେ କେତେବେଳେ ଯେ ଲଞ୍ଚ ଟାଇମ ଆସିଯାଇଛି ମୁଁ ଜାଣିପାରିଲିନି।ଆଉ ଏସବୁ ଭାବୁ ଭାବୁ ସେ କେତେବେଳେ ଉଠିକି ଯାଇସାରିଲାଣି ସେ କଥା ବି ମୁଁ ଜାଣିନଥାଏ।ଲଞ୍ଚ ଆଉ କରିବି କଣ ସିଧା ଉଠି ତାକୁ ଖୋଜିବାରେ ଲାଗିପଡ଼ିଲି।ହେଲେ କୋଉଠି ପାଇଲିନି।ଲାଗିଲା ସତେ ଯେମିତି ମତେ ସେ ଏହି କ୍ଷଣିକ ପାଇଁ ଦେଖା ଦେଇ କୁଆଡେ ଅଦୃଶ୍ୟ ହେଇଯାଇଛି।ସେଦିନ ତାକୁ ବହୁତ ଖୋଜିଲି ସବୁ ଆଡେ,ହେଲେ କୋଉଠି ବି ପାଇଲିନି।ସେଦିନ ସନ୍ଧ୍ୟା ବେଳକୁ ସବୁ ସରିଲା ପରେ ଭାବିଲି ଡିନର ବେଳେ ହୁଏତ ସେ ମିଳିଯାଇପାରେ।କିନ୍ତୁ ମୋ ଭାଗ୍ୟର ବିଡମ୍ବନା ଏତେ ଯେ ସେଠି ବି ତାକୁ ପାଇଲିନି।ଭାରି ମନ ଦୁଃଖ ଥାଏ।ଆଉ ଡିନର କରିବି କଣ ଚୁପ ଚାପ ସେଠୁ ଚାଲି ଆସିଲି।କୋଉଥିରେ ମନ ଲାଗୁନଥାଏ।ଡିନର ପରେ ଆମର କିଛି Discuss କରିବାର ଥିଲେ ମଧ୍ୟ ସେଠୁ ବି ଦେହ ଭଲ ଲାଗୁନି କହି ଚାଲି ଆସିଲି।ରୁମରେ ଆସି ଖାଲି ତାରି କଥା ଭାବୁଥାଏ।ତାର ସେ ହରିଣୀ ଆଖି,ତାର ସେ ଚଞ୍ଚଳ କଥା,ଏମିତି କେତେ କଥା ସବୁ।ବିଧାତା ଯେମିତି ଗୋଟିଏ ଚାଉଳରେ ଗଢ଼ିଥାଏ ତାକୁ।ଏମିତି ଭାବୁ ଭାବୁ କେତେବେଳେ ନିଦ ହେଇଯାଇଛି ଜାଣିନି।ସକାଳୁ ଉଠି ସିଧା ଚାଲିଲି ଅଡିଟୋରିଆମକୁ,ଆଜି ଯେମିତି ହେଲେ ତାକୁ ଆଗ ଦେଖିବି ତାପରେ ଯୋଉ କଥା।ପ୍ରଭୁ ଜଗନ୍ନାଥଙ୍କ କୃପାରୁ କିଛି ସମୟ ପରେ ସେ ଓ ତାଙ୍କ ଟିମ ଆସି ବସିଲେ।ସେଦିନ କଥାରୁ ଯେତିକି ଜାଣିଲି ସେମାନେ ଚେନ୍ନାଇରୁ ଆସିଥାନ୍ତି।ମୋ ପାଇଁ ଅସୁବିଧାଟା ଯେମିତି ଦ୍ବିଗୁଣିତ ହେଇଗଲା।ଅବଶ୍ୟ କିଛି ସମୟ ପରେ ଜଣା ପଡିଲା ଯେ ସେମାନେ ତିରୁପତିରୁ ଆସିଛନ୍ତି ବୋଲି।ତିରୁପତି ବିଷୟରେ ଏତେ ଧାରଣା ନଥିଲେ ବି ଯେତିକି ଜାଣିଥିଲି ତାହା ଚେନ୍ନାଇ ନିକଟବର୍ତ୍ତୀ ଏକ ସଂସ୍କୃତ ବିଶ୍ୱବିଦ୍ୟାଳୟ ଯାହା କି ବହୁତ ଫେମସ ଯାହା ହଉ କିଛିଟା ଜାଣିପାରିଲି ଭାବି ବହୁତ ଖୁସି ହେଲି।ହେଲେ ସବୁଠୁ ବଡ ଅସୁବିଧା ମୋ ପାଇଁ ଏଇଟା ଥିଲା କି ସେ ଝିଅ ବିଷୟରେ ଜାଣିବା।ମୋ ଭିତରେ ସେତିକି ସାହସ ନଥିଲା କି ମୁଁ ଯାଇ ସିଧା ସଳଖ ତା ସହ କଥା ହେଇ ପାରିବି।କେମିତି କଣ କରିବି ସେଇ କଥା ଭାବି ଭାବି ପୁରା ଦିନ ଚାଲିଗଲା।ଆଉ ମୋ ଭାବନା ମୋ ମନରେ ରହିଗଲା।।



ହେଲେ ମୋ ମନରେ ସୃଷ୍ଟି ଏମିତି ଏକ ଝଡ ର ଅନୁମାନ ଲଗେଇ ସାରିଥିଲା ସମ୍ବିତ।ହୁଏତ ସେ ଜାଣିନେଇଥିଲା ମୁଁ ଏମିତି ଏକ ଦୋଛକିରେ ଛିଡା ହେଇ ବାଟ ଖୋଜୁଛି ଯୋଉଥିପାଇଁ ମୁଁ ଏତେ ଅନ୍ୟମନସ୍କ।ସେମିତିରେ ବି ମୋ ପାଖେ ବହୁତ କମ ଦିନ ଥାଏ।କଣ କରିବି,କଣ ନ କରିବି ,ଏଇ ଅଡୁଆ ସୁତାର ଖିଅ ଭିତରେ ଛନ୍ଦି ହେଇ ଯାଉଥାଏ।ସେ ରାତିଟା ବିନା ଶୋଇବାରେ କଟିଗଲା।ଯେତେ ଶୋଇବାକୁ ଚେଷ୍ଟା କରୁଥାଏ ତା ମୁଁହ ମୋର ସେତେ ଅଧିକ ମନେ ପଡ଼ିଯାଉଥାଏ।ମାତ୍ର ଦୁଇ ଦିନ ହବ ସେ ଝିଅକୁ ଦେଖିଥାଏ।ଦୁଇ ଦିନ ଭିତରେ ତା ପାଇଁ ଏତେ ଦୁର୍ବଳତା।ବାରମ୍ବାର ମନକୁ ପଚାରୁଥାଏ ଏଇଟା ପ୍ରକୃତରେ କଣ।ପ୍ରେମ ନା ମୋ ମନର ଦୁର୍ବଳତା।ତା ଭିତରେ କି ଚୁମ୍ବକୀୟ ଶକ୍ତି ଥିଲା କେଜାଣି ଯେମିତି ଅଜାଣତରେ ତା ଆଡ଼କୁ ମୁଁ ସେତେ ସେତେ ଅଧିକ ଟାଣି ହେଇ ଯାଉଥିଲି।ଏକ ଅଜଣା ଶକ୍ତି ଯେମିତି ତା କଥା ଭାବିବାକୁ ମତେ ବାଧ୍ୟ କରେଇଦେଉଥାଏ।ସତେ ଯେମିତି କେଉଁ ଏକ ଯାଦୁ ନଗରୀର ରାଜକନ୍ୟା ଥିଲା,ଆଉ ତାକୁ ପାଇବା ଆଶାରେ ସାଧାରଣ ମଣିଷଟିଏ ମୁଁ।ଜାଣିନଥିଲି ମୁଁ ଯାହା ଭାବୁଥିଲି,ମୁଁ ଯାହା ପାଇବାକୁ ଚେଷ୍ଟା କରୁଥିଲି ସେଇଟା କେତେଦୂର ସଫଳ ହବ ବୋଲି।ଜୀବନର ଅନ୍ୟ ନାମ ଆଶା।ସେଇ ଆଶା ଟିକକ ପାଇଁ ତ ମଣିଷ ବଞ୍ଚିରହିଛି କାଇଁ କେଉଁ ଆବହମାନ କାଳରୁ।ଆଉ ସେଇ ଆଶା ଟିକକ ମୋ ମନ ଭିତରର ଧୀରେ ଧୀରେ ବସା ବାନ୍ଧୁଥାଏ।


ତହିଁ ଆରଦିନ ସକାଳୁ ଯେତେବେଳେ ଅଡିଟୋରିଆମକୁ ବାହାରିବା ପାଇଁ ମୁଁ ତରତର ହେଉଥାଏ, ମୋର କଣ ହେଇଛି ବୋଲି ସମ୍ବିତ ପଚାରିବସିଲା।ଅବଶ୍ୟ ତାକୁ ଲୁଚେଇବା ମୋ ଦ୍ୱାରା ସମ୍ଭବପର ହେଲାନି।ସେମିତିରେ ବି କଲେଜରେ ମୁଁ ତା ସହ ସବୁଠୁ ଅଧିକ ମିଶେ।ଏମିତି କିଛି କଥା ନ ଥିବ ଯୋଉଟା କି ସେ ମୋ ବିଷୟରେ ଜାଣିନଥିବ।ସେ ଏକଥା ଶୁଣି ସାରିବା ପରେ ମତେ ପଚାରିଲା ତୁ ଏବେ କଣ କରିବୁ ବୋଲି ଭାବୁଛୁ।ସେମିତିରେ ହାତରେ ଆଉ ମାତ୍ର ଦୁଇ ଦିନ।ତାପରେ କିଏ କୁଆଡେ ଚାଲିଯିବ।ମୁଁ କହିଲି ଯାହା ହବାର ଥିବ ହବ।ଭାବିକି ମୁଁ ଆଉ କଣ କରିପାରିବି।ସେମିତିରେ ବି ପ୍ରେମ ପାଠ ପଢ଼ିନଥିବା ମୋ ଭଳି ଗୋଟେ ପିଲା କଣ ବା ଜାଣିଛି ଯେ।ଦୁଇ ଜଣ ସାଙ୍ଗ ହେଇ ଚାଲିଲୁ ଅଡିଟୋରିଆମ କୁ।କୋଉଥିରେ ମନ ଲାଗୁନଥିଲା।ଆଖି ଖାଲି ତାକୁ ଖୋଜି ବୁଲୁଥିଲା।ଆଉ ସେ ବସିଥିଲା ତା ଟିମ ସହ।ସେଦିନ ବହୁତ ସୁନ୍ଦର ଲାଗୁଥାଏ ସେ।ତା ପାଖା ପାଖି ଯାଇ ବସିଲି।ଅନ୍ୟମନସ୍କତାରେ ଯେତେବେଳେ ତା ନଜର ମୋ ନଜର ସହ ମିଶିଯାଉଥାଏ ସତରେ ଏମିତି ଲାଗୁଥାଏ ଯେମିତି ମତେ ସ୍ୱର୍ଗ ମିଳିଯାଇଛି।ପୁରା ସେମିନାର ସାରା ମୁଁ ଥିଲି ତା ପ୍ରେମରେ।ଖାଉଥିଲି ତା ପ୍ରେମରେ ତ ହସୁଥିଲି ତା ପ୍ରେମରେ, ମୋ ଶୟନେ,ସପନେ,ଜାଗରଣେ ସବୁଠି ଥିଲା ତା ଅକ୍ତିଆର।କିନ୍ତୁ ଯା ପାଇଁ ମୁଁ ଆନମନା ହୋଉଥିଲି ଯାହାକୁ ମୋ ସ୍ବପ୍ନନାୟିକା ମନେ ମନେ ସଜେଇସାରିଥିଲି,ତାକୁ ହିଁ ଏ କଥାର ଟିକେ ବି ଅନୁଭବ ନ ଥିଲା କେମିତି ବା ଥାନ୍ତା।ଓଡ଼ିଶାର ହେଇଥିଲେ ହୁଏତ କିଛି ଗୋଟେ ବାହାନା କରି କଥା ହେଇ ପାରିଥାନ୍ତି।କିନ୍ତୁ ସେ ଥିଲା ସୁଦୂର ତିରୂପତିର ଆଉ ମୁଁ ଓଡ଼ିଶାର।ଆକାଶ ପାତାଳର ଫରକ ଆମ ଭିତରେ।ବହୁତ କିଛି ଭାବିଲା ପରେ ମୋ ମୁଣ୍ଡ କୁ ଗୋଟେ ଉପାୟ ଢୁକିଲା।ସ୍ୱାତି କଥା ମୋର ମନେ ପଡ଼ିଲା।ସ୍ୱାତି ହେଉଛି ଆମ ଟିମ ସହ ଯାଇଥିବା ଗୋଟେ ଝିଅ।ଯିଏ ଥିଲା ଭାରି ମଜାକିଆ।ଅନ୍ୟକୁ ହସେଇବାରେ ଯେତିକି ଧୁରନ୍ଧର ଥିଲା ତା ଠୁ ଅଧିକ ଅପରିଚିତ ପିଲା ସହ ମିଶିବାରେ ଥିଲା ପାରଙ୍ଗମ।ଶେଷରେ ଏ ଉପାୟ ଟା ସମ୍ବିତକୁ ଜଣେଇଲି।ସେ ବି ମୋ କଥାରେ ସମ୍ମତି ଜଣେଇଲା।ଅବଶ୍ୟ ତା ଛଡା ଆମର ଆଉ କିଛି ବାଟ ବି ନଥିଲା।ହେଲେ ସ୍ୱାତି କୁ ରାଜି କରେଇବା ବି କୋଉ ସହଜ ଥିଲା ଯେ।ତା ଭଳି ମନେଇ ଝିଅ କୁ କେମିତି ମଣିଷ କହିବ ଯେ।


ଯାହା ହଉ ବହୁତ କଷ୍ଟରେ ଏତକ କଥା ସ୍ୱାତି କୁ କହିଲା ପରେ, ସେ ସିଧା ସିଧା ମନା କରିଦେଲା।ମୁଁ ସେ ସବୁ matter ରେ ପଶିପାରିବିନି ବୋଲି ରୋକଠୋକ ଜବାବ।ଏବେ ମୁଁ ନାଚାର ଥିଲି।ସେ ହିଁ ମୋର ଶେଷ ଆଶା ଥିଲା।କିନ୍ତୁ ତାର ନାଁ ଶୁଣି ମୁଁ ମନେ ମନେ ଭାଙ୍ଗି ପଡିଲି।ମୁଁ ସିନା ଭାଙ୍ଗିପଡ଼ିଲି ହେଲେ ମତେ ସମ୍ବିତ ବୁଝାଉଥାଏ।ଆଉ ହଁ ବହୁତ କଷ୍ଟରେ ଆମେ ସ୍ୱାତି କୁ ବୁଝେଇବାକୁ ସକ୍ଷମ ହେଲୁ।ସେ ବି ପୁଣି କିଛିଟା ସର୍ତ୍ତ ରେ।ସେ କେବଳ ସେ ଝିଅର ନାଁ ବୁଝିବ ଆଉ ବିଶେଷ କିଛି ନୁହଁ।ଯାହା ବି ହଉ ପାଣିରେ ଭାସି ଯାଉଥିବା ଲୋକକୁ କୁଟା ଖିଅ ସାହା ହେଲା ପରି ତାର ଏ କଥା ପଦ ମତେ ଜୀବନ ଆଣି ଦେଲା।କିଛି ନ ହଉ ପଛେ ନାଁ ଟା ତ ଜାଣିପାରିବି।ଲଞ୍ଚ ବେଳେ ସ୍ୱାତି ଯାଇ ତା ଆଡୁ ସେ ଝିଅ ଆଉ ସେ ଝିଅର ଗ୍ରୁପ ପିଲା ସହ କଥା ହେଲା।ସ୍ୱାତି ପାଇଁ ଏସବୁ କିଛି କଷ୍ଟ ନ ଥିଲା।ସେମିନାର ସାରା ସେ କାହା ସହ ବି ଅତି ସହଜରେ ମିଶିଯାଉଥିଲା।ପୁଅ ହଉ କି ଝିଅ,ଏତେ ନିଜର ଭଳି ଗପିବ ଯେ ଯେମିତି ଆଗରୁ ସେ ଜାଣିଛି ତାକୁ।ତାର ଏହି ଗୁଣ ମୋ ପାଇଁ ଏମିତି ଭାବେ ପୁଣି ଏଠି କାମ ଦବ ବୋଲି ମୁଁ କେବେ ବିଶ୍ୱାସ କରିନଥିଲି।


କିନ୍ତୁ ଭାଗ୍ୟ ଏତେ ଖରାପ ଥିଲା ଯେ ଲଞ୍ଚ ପରଠୁ ସ୍ୱାତି ସହ ଦେଖା ବି ମିଳିଲାନି।ତା ଫୋନ ବି ଅଫ ଆସୁଥାଏ।କଣ କରିବି କିଛି ବୁଦ୍ଧି ବାଟ ଦିଶୁନଥାଏ।ଯା ହଉ ସନ୍ଧ୍ୟାବେଳେ ସ୍ୱାତି ସହ ଅଡିଟୋରିଆମ ରେ ଦେଖା ହେଲା।ଲଞ୍ଚ ପରେ ତା ଦେହ ଭଲ ନ ଲାଗିବାରୁ ସେ ରୁମ କୁ ଚାଲିଯାଇଥିଲା ଆଉ ଫୋନ ଅଫ କରି ଚାର୍ଜ ବସେଇ ଶୋଇଯାଇଥିଲା।ଏତକ ଶୁଣିବା ପରେ ମୋ ମନ ଖାଲି ଛଟପଟ ହେଉଥାଏ।ସ୍ୱାତି କୁ ପଚାରିଲି ଆରେ ତା ନାଁ କଣ..??ସେ ବି ଏତେ ଫୁଲେଇ ଯେ ଏସବୁ ସେ ବିନା ଲାଞ୍ଚ ରେ କହିବନି ବୋଲି କହିଲା।ବାଧ୍ୟ ହୋଇ ତାକୁ Dairy Milk choclate ଆଣି ଦବାକୁ ପଡିଲା।ଅବଶ୍ୟ ସେତେବେଳେ ମତେ ଯଦି ସେ ସରଗର ଚାନ୍ଦ ଆଣିବାକୁ କହିଥାନ୍ତା ମୁଁ ସେଥିପାଇଁ ବି ବୋଧେ ପଛେଇ ନଥାନ୍ତି।ସେତେବେଳେ ମତେ ସେ ଝିଅ କଥା ଛଡା ଆଉ କିଛି ମୁଣ୍ଡରେ ପଶୁହିଁ ନଥାଏ।ଯେତେବେଳେ ସେ ଝିଅର ନାଁ ସ୍ୱାତି ଠୁ ଶୁଣିଲି ମୋ ଖୁସିର ସୀମା ଯେମିତି ବନ୍ଧ ବାଡ଼ ମାନୁ ନଥାଏ।ତା ନାଁ ଜାଣିକି ଯେମିତି ମୁଁ ଜୀବନର ସବୁ ଖୁସି ପାଇଲା ଭଳି ମନେ ହେଉଥାଏ।


ଏଇସବୁର ତ ଅନ୍ୟ ନାମ ପ୍ରେମ।ଯାହା ମୁଁ ଧୀରେ ଧୀରେ ବୁଝୁଥିଲି।ତା ପ୍ରେମର ନିଶା ମୋ ଦେହ,ମନ,ଆତ୍ମା ସବୁକୁ ଧୀରେ ଧୀରେ ଅକ୍ତିଆର କରୁଥିଲା।ନିଜକୁ ପ୍ରତୀକ୍ଷଣ ଆଉ ଏକ ଦୁନିଆରେ ଆବିଷ୍କାର କରୁଥିଲି ମୁଁ।ସତରେ ସେ ଅନୁଭବ ଅତ୍ୟନ୍ତ ନିଆରା ଥିଲା।ହୁଏତ ପ୍ରେମ ହେଲେ ମଣିଷ ଏମିତି ପ୍ରଗଳ୍ଭ ପାଲଟିଯାଏ ବୋଧେ।ଏବେ ବୁଝି ପାରୁଥିଲି ସାଙ୍ଗ ମାନେ ଯେବେ ପ୍ରେମ କଥା କୁହନ୍ତି ସେମାନଙ୍କୁ କଣ ଲାଗେ ବୋଲି।ଭାରି ଖୁସି ଲାଗୁଥାଏ।ତା ନାଁ ଶୁଣିଲା ପରେ ଏମିତି ଲାଗୁଥିଲା ଯେମିତି ସିଏ ବି ମତେ ନେଇ ଅନେକ କିଛି ଭାବୁଛି।ମୁଁ ଉଡ଼ିବୁଲୁଥିଲି ପ୍ରେମ ଦୁନିଆରେ।ତା ନାଁ ଥିଲା ପ୍ରିୟା।ହଁ ମୋ ପାଇଁ ସେ ଥିଲା ମୋ ପ୍ରିୟା।ମୋ ପ୍ରିୟତମା।ମୋ ମନର ମାନସୀ।ମୋର ସବୁକିଛି।ଏଇ ନାଁ ର ମଧୁରତା ଭିତରେ ମୁଁ ହଜି ଯାଉଥିଲି।ସବୁ କିଛି ଭୁଲି କେବଳ ତା ନାଁ ମୋ କାନ ପାଖେ ଶୁଣାଇ ଦିଆଯାଉଥିଲା ପ୍ରତିଟିଥର।ମୋ ହୃଦୟ ମନ୍ଦିର ରେ ତାକୁ ଅହରହ ବସେଇ ପୂଜା କରିଚାଲୁଥିଲି ମୁଁ ତା ପ୍ରେମର ପୂଜାରୀ ସାଜି।ସେଥିଲା ମୋ ବର୍ତ୍ତମାନ ମୋ ଭବିଷ୍ୟତ ମୋ ଦୁନିଆ ସବୁକିଛି।


ସବୁ ସ୍ବପ୍ନ କେବେ ସତ ହୁଏନା।ମୋ ପ୍ରେମର ରଙ୍ଗୀନ ସ୍ବପ୍ନ ଥିଲା ସେମିତି କିଛି।ସେ ଥିଲା ମୋ ପାଇଁ ଦୂର ଆକାଶର ଚାନ୍ଦ ଆଉ ମୁଁ ମାଟିରେ ଛିଡା ହେଇଥିବା ବାମନଟିଏ।ଆଉ ମାତ୍ର ଦୁଇ ଦିନ ଥିଲା ମୋ ପାଖେ।ତା ନାଁ ଜାଣିପାରିଛି ସେତିକି ମୋ ପାଇଁ ଯଥେଷ୍ଟ ଥିଲା।ଆଉ ସେଇ ଖୁସି କୁ ସାରା ଜୀବନ ମୋ ପାଖେ ସାଇତିବାର ନିଷ୍ପତ୍ତି ନେଇ ଆମ Presentation କେମିତି ଭଲ ହବ ସେଥିପାଇଁ ଲାଗି ପଡ଼ିଲି।ତହିଁ ଆରଦିନ ଆମକୁ Presentation ଦବାର ଥାଏ।ସେମିନାର ଆରମ୍ଭ ହେବାକୁ କିଛି ସମୟ ଥାଏ।ଆମେ ସବୁ ପ୍ରସ୍ତୁତ ହେଉଥାଉ।ପ୍ରାକ୍ଟିସ କରୁ କରୁ ଆମ ଟିମର ସ୍ୱାତି କହିଲା ଜାଣିଛୁ ଅଂଶୁ ତତେ ଗୋଟେ ସିକ୍ରେଟ କଥା କହିବାର ଅଛି ପ୍ରିୟା ବିଷୟରେ।ସେମିତିରେ ମୁଁ ତା ବିଷୟରେ ସବୁ କିଛି ଜାଣିବାପାଇଁ ପ୍ରସ୍ତୁତ ଥିଲି।ସମସ୍ତେ ପାଖରେ ଥିବାରୁ ସେ ମୋ କାନ ପାଖେ କହିଲା ମୁଁ କାଲି କଥା ହେଲା ବେଳେ ତା ଫୋନ ନଂ ବି ନେଇ ଆସିଛି।


ସ୍ୱାତିଠୁ ଏକଥା ଶୁଣିଲା ପରେ ମୋ ମନଟା ଯେମିତି ଖୁସିରେ ନାଚିଉଠୁଥିଲା।ଇଚ୍ଛା ହେଉଥିଲା ସାଙ୍ଗେ ସାଙ୍ଗେ ସ୍ୱାତିଠୁ ନଂ ନେଇ ତାକୁ ଫୋନ କରି ଗପି ଯାନ୍ତି ଅନେକ କଥା।କିନ୍ତୁ ନିଜକୁ control କଲି।Presentation ସରିଲା ପରେ କଥା ହେବି କହିଲି ସ୍ୱାତି କୁ ସେ ବିଷୟରେ।ଆମ Presentation ସେଦିନ ବହୁତ ବଢିଆ ହେଲା।Presentation ସରିଲା ପରେ ସିଧା ସ୍ୱାତି କୁ କହିଲି ତା ନଂ ଟିକେ ଦେ।ଏକ ରେ ତ ସିଏ ଏକ ନଂ ଫୁଲେଇ।ପ୍ରଥମେ ଦବା ପାଇଁ ମନା କଲା।କହିଲା ମୁଁ ତାଠୁ ସାଙ୍ଗ ହିସାବରେ ନଂ ଆଣିଛି।ତୁ ଯଦି ତା ନଂ ନେଇକି କିଛି ଏପଟ ସେପଟ କାମ କରୁ।ତାକୁ ବହୁତ ବୁଝେଇଲି ଯେ ମୁଁ ସେମିତି ପିଲା ନୁହଁ କି ସେମିତି କିଛି କରିବିନି ବୋଲି।ପାଖା ପାଖି ଦୁଇ ଘଣ୍ଟା ତା ପଛରେ ଲାଗିବା ପରେ ସେ ନଂ ଦେଲା,କିନ୍ତୁ ତାହା ବି ବହୁତ ଲାଞ୍ଚ ଆଉ ବହୁତ ସର୍ତ୍ତ ପରେ।ସର୍ତ୍ତ ଏଇଆ ଥିଲା କି ସେମିନାର ନ ସରିବା ଯାଏଁ ମୁଁ ତାକୁ କଲ କରିବିନି।ପରେ କଲ କଲେ ସିଏ ମତେ ନଂ ଦେଇଛି ବୋଲି କହିବିନି।ତାକୁ ହଇରାଣ କରିବିନି ଇତ୍ୟାଦି,ଇତ୍ୟାଦି..।ତା ସବୁ କଥାରେ ରାଜି ହେଲି।ରାଜି ନ ହଵା ଛଡା ଉପାୟ ବି କଣ ଯେ।ସମୟ ଯେତେ ଆଗକୁ ଆଗକୁ ବଢୁଥାଏ, ମନ ସେତେ ଅସ୍ଥିର ହଉଥାଏ।ସବୁ କିଛି ଥାଇ ବି କିଛି ନଥିଲା ପରି ମନେ ହଉଥାଏ।ଏତେ ଭିଡ଼ ଭିତରେ ବି ନିଜକୁ ଏକା ମନେ ହଉଥାଏ।ଯାହାକୁ କେବେ ପାଇନି ତାକୁ ହରେଇବାର ଦୁଃଖ ମତେ ଆହୁରି ଦୁର୍ବଳ କରିପକାଉଥାଏ।ତା ସହ ବିଚ୍ଛେଦ ମୋ ଆଖିରେ ଲୁହ ଭରି ଦେଉଥାଏ।ସବୁ ପ୍ରତୀକ୍ଷାର ଅନ୍ତ ଘଟେଇ ଶେଷଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ହେଇଗଲା।ଏତେ ସବୁ ଖୁସି ଭିତରେ ପ୍ରିୟା ଠୁ ଦୂରକୁ ଚାଲିଯିବାର ଦୁଃଖ ବେଶି କଷ୍ଟ ଦେଉଥାଏ ମତେ,ଯୋଉଟାକୁ କେବଳ ମୁଁ ଅନୁଭବ କରିପାରୁଥାଏ।ତା ଠୁ ବେଶି ଦୁଃଖ ଲାଗୁଥାଏ,ଆଉ ତା ସହ କେବେ ଜୀବନରେ ଦେଖା ନ ହବାର ଦୁଃଖ।ଆଉ ତା ଠୁ ବେଶି ଦୁଃଖ ନିଜ ମନ କଥା ତାକୁ ନ ଜଣେଇ ପାରିବାର।ବୋଧ ହୁଏ ଆମ ସମ୍ପର୍କ ଏତିକି ଯାଏଁ ଭାବି ନିଜ ମନକୁ ବୁଝେଇ ଦେଉଥାଏ।ପୁରସ୍କାର ଉତ୍ସବ ପରେ ଆମେ ରୁମ କୁ ଫେରିଲୁ।ସେଦିନ ରାତିକୁ ଆମ ଟ୍ରେନ ଥାଏ।ଭାରି ଇଚ୍ଛା ହଉ ଥାଏ ପ୍ରିୟାକୁ ଶେଷ ଥର ଦେଖିବା ପାଇଁ।ଲୁହ ଗୁଡା ଆଉ ବୋଲ ନ ମାନି କେତେ ଥର ଯେ ମୋ ରୁମାଲ ଭିଜେଇଛି ସେଇଟା ସମ୍ବିତ ଛଡା କେହି ବେଶି ଜାଣିନଥିବେ।ଟ୍ରେନ ସାରା ଗୋଟେ କଡ଼କୁ ଏକା ବସି କେତେ କଥା ଭାବୁଥାଏ।ଅଜାଣତରେ ଲୁହ ଗୁଡା ଆଖିରୁ ଝରି ଯାଉଥାଏ।ସମ୍ବିତ ଆସି ବହୁତ ବୁଝେଇଲା, ହେଲେ ମନ ଟା ପରା ଅବୁଝା,ସେ କଣ ବୁଝିବ।କେତେ ଶୀଘ୍ର ଏଇ ପାଞ୍ଚ ଦିନ ସରିଗଲା କିଛି ଜଣା ପଡ଼ିଲାନି।ସାଙ୍ଗରେ ଅନେକ ଅପାଶୋରା ସ୍ମୃତି।କିଛି ପାଇଲି ଆଉ ଯାହା ହଜେଇଲି ତାକୁ ବୋଧେ କେବେ ନ ପାଇବାର ଦୁଃଖ।ତଥାପି ପ୍ରିୟା ର ନଂ ପାଖେ ଅଛି ଭାବି ମନକୁ ଆଶ୍ୱାସନା ଦେଉଥାଏ।


      କିଛି ଦିନ ପରେ ସ୍ୱାତି ଠୁ ଆଣିଥିବା ନଂ ରେ ମେସେଜ କଲି।କିଛି ସମୟ ପରେ ସେପଟୁ answer ଆସିଲା।ପ୍ରଥମ ଥର ନିଜ ମନର ମାନସୀ ସହ କଥା ହବାର ଆନନ୍ଦ କେବେ ଶବ୍ଦର ବର୍ଣ୍ଣନା କରିହୁଏନି,କି ମୁଁ ବି କରିପାରିବିନି।ଲୋମ ଟାଙ୍କୁରି ଉଠୁଥାଏ।ସ୍ପନ୍ଦନ ବଢ଼ିଯାଉଥାଏ।ପ୍ରେମ ପାଠରେ ମୋ ଭଳି ଗୋଟେ ଗଧ କଣ ବା ଅଧିକ ଜାଣିଛି ଯେ।ସିଧା ସିଧା ତାକୁ ମେସେଜ ରେ କହିଦେଲି ଯେ ମୁଁ ତାକୁ ସେମିନାର ରେ ଦେଖିଥିଲି ଆଉ ତାକୁ ପସନ୍ଦ କରେ ବୋଲି।ମୁଁ ବି କେମିତି ତାକୁ ବୁଝେଇପାରିଥାନ୍ତି ମୋ ଅବୁଝା ମନର କଥା ସବୁ।ମୋ ଭାବନା,ମୋ ଅନୁଭବ ମୁଁ ତା ଆଗରେ କହିପାରିନଥିଲି।ସେ ବି ତା ଆଡୁ ଏ ସବୁରେ intrest ନାହିଁ ବୋଲି କହିଦେଇଥିଲା।ଏସବୁ ପାଇଁ ମୁଁ ବି ତାକୁ ବାଧ୍ୟ ନ କରି ତା ବାଟରେ ତାକୁ ଯିବାକୁ ଦେଇଥିଲି।ମୁଁ ବୁଝି ସାରିଥିଲି ମୋ ପ୍ରେମର କଢ଼ ଫୁଲ ହେଇ ଫୁଟିବା ଆଗରୁ ମଉଳି ସାରିଥିଲା।ତାକୁ ଭୁଲି ଆଗକୁ ବଢ଼ିବା ପାଇଁ ନିଷ୍ପତ୍ତି ହେଲି।


ହଁ ଇଏ ଥିଲା ମୋ ପ୍ରେମ କାହାଣୀ।ଯୋଉ ପ୍ରେମ କାହାଣୀର ପରାଜିତ ସୈନିକଟିଏ ଥିଲି ମୁଁ।ଯୋଉ ପ୍ରେମରେ କେବଳ ଥିଲି ମୁଁ।ଏକ ତରଫା ଭଲ ପାଇବା ସବୁ ଦିନ ପାଇଁ ଅଧାରେ ରହିଯାଇଥିଲା ମୋର।ନା ତାକୁ କେବେ ବୁଝେଇ ପାରିଲି ମୋ ମନ କଥା,ତା ପ୍ରତି ଥିବା ମୋ ଭଲ ପାଇବା।ନିଜେ ନିଜ ଭିତରେ ନିଜ ଭଲ ପାଇବାକୁ ମାରିବାକୁ ବାଧ୍ୟ ହେଲି।ଆଜିବି ଭିଡ଼ ଭିତରେ ଏ ଆଖି ତାକୁ ଖୋଜେ ଯଦିଓ ତା ସହ ଦେଖା ହବାର କୌଣସି ସମ୍ଭାବନା ନାହିଁ ଜାଣି।ସେ ମୋ ଠୁ କାହିଁ କେତେ ଦୂରରେ।କାହିଁ ଓଡିଶା କାହିଁ ତିରୁପତି।କାହିଁ ଅଂଶୁମାନ,କାହିଁ ପ୍ରିୟା।ରାତି ଆସେ,ଜହ୍ନ ଆସେ ତା ସହ ଆସେ କଇଁ।କିନ୍ତୁ ସେମାନେ ସକ୍ଷମ ହୁଅନ୍ତିନି ମିଳନର ସ୍କେଚ ଆଙ୍କିବାକୁ।ସେମିତି ମୋ ପ୍ରେମ।ଆଜି ବି ତାକୁ ଅନେକ ଚେଷ୍ଟା କରି ଭୁଲେଇ ପାରିନି ମୁଁ।ଆଜି ବି ବହୁତ ମନେ ପଡେ ସେ।ଅନେକ ରାତି କଟିଯାଏ ତା ଭାବନାରେ।ନିଦ ଆସେନି ଆଖିକୁ,ନିଦ ଆସିଲେ ସେ ଆସେ ମୋ ସ୍ୱପ୍ନରେ।ମୋ ପ୍ରେମର ପ୍ରେମିକା ସାଜି।ମତେ ଛୁଇଁ ଦେଇ ଯାଏ ଲୁଚି ଲୁଚି।ତା ସ୍ପର୍ଶ ଅନୁଭବ କରେ ମୁଁ।ତା ଛବି ଅଙ୍କା ମୋ ହୃଦୟର କାନଭାସରେ।ତାକୁ ନେଇ ଲେଖେ ଅନେକ କବିତା,ଅନେକ ଗପ, ହେଲେ କେବେ ସେସବୁ ତାକୁ ଦେଇନି।ଭାରି ଇଚ୍ଛା ହୁଏ ତାକୁ ଥରେ ମନ ଖୋଲି ଆଖି ପୁରେଇ ଦେଖିବାକୁ,ତା ହାତରେ ହାତ ରଖି,ତା କାନ୍ଧରେ ମୁଣ୍ଡ ଦେଇ ତା ସହ ନିଜ ମନ କଥା ଗପିବାକୁ।ହେଲେ ଏ ସବୁ କେବେ ସମ୍ଭବ ନୁହେଁ।ତା ଭାଷା ଆଉ ମୋ ଭାଷା ବି ଅଲଗା।ତା ଜାଗା ଆଜି ଯାଏଁ କାହାକୁ ବି ଦେଇନି,କି କେବେ ଦେଇବି ପାରିବିନି।ସମ୍ବିତ ବହୁତ ଥର ବୁଝେଇଛି,ଦୁନିଆରେ ତାକୁ ଛାଡିଦେଲେ ଅନେକ ଝିଅ ଅଛନ୍ତି।ତାକୁ ଭୁଲିଯା ବୋଲି।ହେଲେ ମୁଁ ସେମିତି କରିପାରିବିନି। ମୁଁ ତାକୁ ହିଁ ଭଲ ପାଏ,ପାଇ ଚାଲୁଥିବି ଅନନ୍ତ କାଳ ଯାଏଁ।ଜୀବନ ଥିବା ଯାଏଁ ତା ପାଇଁ କରିଥିବି ପ୍ରତୀକ୍ଷା।ଜାଣେ ସେ ମରୀଚିକା ଟିଏ।ତଥାପି ମରୁଭୂମିର ଉଷ୍ଣ ବାଲୁକାରେ ଚାଲିବାକୁ ତିଳେମାତ୍ର ଦୁଃଖ ନାହିଁ ମୋର।ଏ ଜନ୍ମ ରେ ନ ହେଲା ନାହିଁ,ନିଶ୍ଚୟ ମୁଁ ତାକୁ ପାଇବି କୌଣସି ନା କୌଣସି ଜନ୍ମରେ।ମଣିଷ ସିନା ମରେ ହେଲେ ପ୍ରେମ ମରେନା।ମୋ ପ୍ରେମ ରହିବ ଅମର ଯୁଗ ଯୁଗ ପାଇଁ କାଳ କାଳ ପାଇଁ।ଇତିହାସ ରେ ନ ହଉ ପଛେ ଗୋପନରେ ଲେଖା ହେଇ ରହିବ ହୃଦୟରେ।କାରଣ True Love Never Ends..I love her till my Last breathe..

          


Rate this content
Log in

Similar oriya story from Romance