ଏକ ଇଣ୍ଟରଭିୟୁ
ଏକ ଇଣ୍ଟରଭିୟୁ
ପ୍ରଦୀପ ବାବୁ ଏତେ ଜୋରେ ରାଗିଛନ୍ତି କଣ ପାଇଁ..?ସେ କେବେ ରାଗିବା ତ ମୁଁ କେବେ ଦେଖି ନାହିଁ।ତୁମେ ବର୍ତ୍ତମାନ ନୂଆ ଆସିଛ,ତେଣୁ ତୁମେ ଜାଣିନାହଁ।ମୁଁ ଏଠି ଦୀର୍ଘ ୫ବର୍ଷ ହେବ ଚାକିରି କରୁଛି।ପ୍ରଦୀପ ବାବୁ କେବେ ରାଗନ୍ତି ନାହିଁ ସତ,କିନ୍ତୁ ଯେବେ ରାଗନ୍ତି ଏଠି ତାଣ୍ଡବ ସୃଷ୍ଟି ହୋଇଯାଏ।ହେଲେ ଆଜି ତାଙ୍କର ରାଗିବାର କାରଣ କଣ ହୋଇଥାଇପରେ ?ପ୍ରଦୀପ ବାବୁଙ୍କ ଅଫିସରେ ଦୁଇଜଣ ରେପୋର୍ଟର କଥା ହେଉଥିଲେ।
ସେତିକିବେଳେ ସରୋଜ ଆସି ପହଞ୍ଚିଲେ।ତାଙ୍କୁ ଦେଖି ପ୍ରଦୀପ ବାବୁ ଆହୁରି ରାଗିଗଲେ ଓ କହିଲେ ୩ଦିନ ହେବ ତୁମକୁ ଜଣକୁ ଖୋଜିବାକୁ କହିଥିଲି,ନା ତାଙ୍କର କୌଣସି ଖବର ଅଛି ନା ତୁମର ଦେଖା।ତୁମ ଉପରେ ଭରସା କରି ମୁଁ ଭୁଲ କରିଦେଇଛି।ସରୋଜ ସବୁ ନିରବ ହୋଇ ଶୁଣୁଥିଲେ।ତା ପରେ ଉତ୍ତର ଦେଲେ-ଆପଣ ଯାହାଙ୍କୁ ଖୋଜୁଥିଲେ ମୁଁ ତାଙ୍କ ଠିକଣା ପାଇଯାଇଛି।ସେ ଏ ସହରରେ ରାହୁନାହାନ୍ତି।ମେଦିନିପୁର ର କୌଣସି ଏକ ମାନ୍ଦରମଣି ଗ୍ରାମରେ ବାସ କରୁଛନ୍ତି।ପ୍ରଦୀପ ବାବୁ ସବୁ ଶୁଣିବା ପରେ କହିଲେ ତୁମେ ଆଜି ଯାଇ ତାଙ୍କ ଇଣ୍ଟରଭିୟୁ ନିଅ।ସରୋଜ - ମୁଁ ଆଜି ରାତିରେ ହିଁ ବହାରିଯିବି କହି ଚାଲିଗଲେ।
ସରୋଜ ପରଦିନ ସକାଳୁ ବସରୁ ଓଲ୍ହାଇ ସେଇ ଠିକଣା ଅଭିମୁଖେ ଯାତ୍ରା ଆରମ୍ଭ କଲେ।ସେ ଠିକଣା କେଉଁ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଥିଲା।ସରୋଜ ସେଠାରେ ପହଞ୍ଚି ପିଅନକୁ ପଚାରିଲେ-ରାଜୀବ ବାବୁ ଅଛନ୍ତି..?ପିଅନଟି ତାଙ୍କ ପରିଚୟ ପଚାରିଲା।ସରୋଜ ବାବୁ ଓଡିଶା କନକ ନ୍ୟୁଜରୁ ଆସିଛନ୍ତି ବୋଲି କହିଲେ।ପିଅନଟି ରାଜୀବ ବାବୁଙ୍କୁ ଡାକିବାକୁ ଚାଲିଗଲା।
କିଛି ସମୟ ପରେ ରାଜୀବ ବାବୁ ବାହାରକୁ ଆସିଲେ।ସରୋଜ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।ରାଜୀବ ବାବୁ କହିଲେ- ଏପରି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ।ସମୟ ବେଳେବେଳେ ଏପରି ଏକ ଦୋ ଛକିରେ ଠିଆ କରିଦିଏ।ଯେଉଁଠି ନିଜ ଛାଇମଧ୍ୟ ଅପରିଚିତ ହୋଇଯାଏ।ସେଥିପାଇଁ ନିଜ ବାସ୍ତବ ଜୀବନକୁ ବଦଳାଇବାକୁ ପଡିଥାଏ।ଏହାପରେ ଦୁହେଁ ରାଜୀବ ବାବୁଙ୍କ ଘର ଅଭିମୁଖେ ଯାତ୍ରା କଲେ।ଯାଉଥିବା ସମୟରେ ସରୋଜ ପଚାରିଲେ- ଆପଣ ଏଠି କଣ କରୁଛନ୍ତି...?ରାଜୀବ ବାବୁ-ମୁଁ ଏଠାରେ ଗଣିତ ଶିକ୍ଷକ ଭାବରେ ନିଯୁକ୍ତି ପାଇଛି।ଏପରି କିଛି କଥାବାର୍ତା ମଧ୍ୟରେ ଦୁହେ ଘରେ ପହଂଚିଲେ।
ରାଜୀବ ବାବୁଙ୍କ ଘର ସମୁଦ୍ର କୂଳରେ।ସମୁଦ୍ରରେ ଜୁଆର ଆସିଲେ,ତାଙ୍କ ଘରର ଏରୁଣ୍ଡି ବନ୍ଧ ଯାଏଁ ପାଣି ଆସିଯାଏ।ଘରଟି ଅଧା ଛାତ ପଡିଛି ଓ ଅଧା କାନ୍ଥ ଉଠିଛି।ସରୋଜ ରାଜୀବ ବାବୁଙ୍କ ଏପରି ପରିସ୍ଥିତି ଦେଖି କିଛି ବୁଝିପାରିଲେ ନାହିଁ।ସେହି ସମୟରେ କେହି ଜଣେ ଚା ପାତ୍ରଧରି ଘର ଭିତରୁ ବାହାରି ଆସିଲେ।ଚା କପଟି ଧରାଇଦେଇ ପୁଣି ଚାଲିଗଲେ।ରାଜୀବ ବାବୁ କହିଲେ- ସେ ମୋ ସ୍ତ୍ରୀ ସୁନନ୍ଦା।ସରୋଜ ବାବୁ ଆଉ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ।ଚା କପରୁ ଟିକେ ଚୁସ୍କି ନେଇ ସରୋଜ ପଚାରିଲେ-କିଛି ବର୍ଷ ପୂର୍ବେ ଆପଣ ଯୁବ ସଂଘର ମୁଖ୍ୟ ଥିଲେ,ସେ ସମୟରେ ଅନୁଭୂତି କିଛି ବର୍ଣ୍ଣନା କରନ୍ତୁ।ରାଜୀବ ବାବୁ ଟିକିଏ ହସିଦେଇ କହିଲେ-ମୁଁ ଜଣେ ସୁପରିଚିତ ବ୍ୟକ୍ତି ନୁହେଁ ଯେ ଆପଣ ମୋ interview ନେବେ।ସରୋଜ କହିଲେ- ଆପଣ ଆପଣଙ୍କ ନଜରରେ କିଛି ହୋଇ ନ ଥାଇ ପାରନ୍ତି,କିନ୍ତୁ ଆପଣ ସମସ୍ତ ଯୁବକମାନଙ୍କର inspire ଅଟନ୍ତି।ତେଣୁ ଆପଣ ସେ ବିଷୟରେ କିଛି କୁହନ୍ତୁ।
ରାଜୀବ ବାବୁ କହିବାକୁ ଆରମ୍ଭ କଲେ- ସେ ୧୦ ବର୍ଷ ତଳର କଥା।ମୁଁ ଜଣେ ମଧ୍ୟବିତ୍ତ ପରିବାରର ପିଲା ଥିଲି ।ସ୍କଲାରସିପ ପାଇ ମୁଁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସିଟ ପାଇଥିଲି।ସେଥିପାଇଁ ଘରେ ସମସ୍ତେ ଖୁସିଥିଲେ।ସେତେବେଳେ ମୁଁ ନୂଆ ନୂଆ କଲେଜ ଯାଉଥିଲି।ମୁଁ କ୍ଲାସ ଓ ଲାଇବ୍ରେରୀ ଛଡା ଆଉ କୁଆଡେ ମଧ୍ୟ ଯାଉନଥିଲି।ମୋର ସାଙ୍ଗ ମଧ୍ୟ କେହି ନଥିଲେ।ପ୍ରଥମ semester ହେଲା,ସେଥିରେ ମୁଁ ପ୍ରଥମ ସ୍ଥାନ ଅଧିକାର କଲି।ସେଇଦିନଠାରୁ ମୁଁ ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇଗଲି।ସମସ୍ତେ ମୋ ସହ ବନ୍ଧୁତା ମଧ୍ୟ କଲେ।ଦିନ ଗୁଡିକ ବହୁତ ସୁନ୍ଦର ଭାବରେ କଟୁଥିଲା।
ଦିନେ ମୁଁ ମୋ ସାଙ୍ଗ ମାନଙ୍କ ସହ କଲେଜକୁ ଯାଉଥିବା ସମୟରେ କେହିଜଣେ ମୋତେ ପଛରୁ ଡାକିବାର ସୁଭାଗଲା।ମୁଁ ସାଇକେଲ ଅଟକାଇ ପଛକୁ ଚାହିଁଲି,ଦେଖିଲି କେହି ଜଣେ ଝିଅ ମୋତେ ସେଇଠି ଠିଆ ହେବାକୁ ଇସାରା ଦେଉଛନ୍ତି।ସେ ମୋ ପାଖକୁ ଆସିଲେ ଓ ହଠାତ କହିଲେ- ତୁମେ ନିଜକୁ କଣ ବୋଲି ଭାବୁଛ..?ତୁମେ କଣ ଭାବୁଛ ମୁଁ କିଛି ଜାଣିପାରୁନାହିଁ।କ୍ଲାସ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ତୁମେ ମୋତେ କଣ ପାଇଁ ଦେଖୁଛ..?ଏବେ ମୁଁ କେତେଥର ଡାକିଲିଣି ହେଲେ ତୁମେ ଶୁଣିକି ନ ଶୁଣିଲା ଭଳି ଚାଲିଯାଉଛ।ଜାଣିଛ ମୁଁ କିଏ...?ଛାଡ଼ ଜାଣିକି କଣ କରିବ..?ଜାଣିବା କିଛି ଦରକାର ନାହିଁ।ଯଦି ମୋତେ ଭଲ ପାଉଛ ତାହାଲେ ସିଧା କହିଦିଅ, ଏମିତି ଲୁଚିଛପି ଦେଖିବାର ଅର୍ଥ କଣ ହୋଇପାରେ...?ମୁଁ ଜାଣେ ମୁଁ ସୁନ୍ଦରୀ ,ସେଥିପାଇଁ କଣ ଏମିତି ଲୁଚିଛପି ଦେଖିବ।ଆଜି ଚେତାବନୀ ଦେଉଛି,ଯଦି ପରବର୍ତ୍ତୀସମୟରେ ଏମିତି କର କହିଦଉଛି କିଛି ଠିକ ହେବ ନାହିଁ।ଏତିକି କହି ମୁହଁମୋଡି ଚାଲିଗଲେ।ମୁଁ ଆଶ୍ଚର୍ଯ୍ୟ ଭାବରେ ଠିଆ ହୋଇ ଦେଖୁଥାଏ।ମୋ ସାଙ୍ଗମାନେ ମଧ୍ୟ ତାଙ୍କ କଥାରେ ବିଶ୍ୱାସ କରି ମୋତେ ଚିଡ଼େଇବା ଆରମ୍ଭ କରିଦେଲେ।
କିଛି ଦିନ ପରେ ସେଇ ଝିଅ ପୁଣି ମୋ ସାମ୍ନାକୁ ଆସିଲେ।ତାଙ୍କୁ ଦେଖି ମୁଁ ବାଟକାଟି ଚାଲିଯିବାକୁ ଲାଗିଲି।ସେ ମୋ ରାସ୍ତା ଅଟକାଇ କହିଲେ-ସେଦିନ କଥା ପାଇଁ ମୁଁ ବହୁତ ଲଜ୍ଜିତ।ପ୍ରକୃତରେ ସେଦିନ ମୋ ସିନିଅର କହିଥିଲେ ତୁମକୁ ଏପରି କହିବା ପାଇଁ।ମୁଁ ବାଧ୍ୟ ହୋଇ ଏସବୁ କହିଥିଲି।ସେ ତାଙ୍କ ନା ମୋହିନୀ ବୋଲି କହି ନିଜ ପରିଚୟ ଦେଲେ।ମୁଁ ମଧ୍ୟ ମୋ ପରିଚୟ ଦେଲି।କିଛି ଦିନ ମଧ୍ୟରେ ଆମେ ଅତି ଉତ୍ତମ ବନ୍ଧୁ ହୋଇଗଲୁ।ସବୁ ଭଲମନ୍ଦ ପରସ୍ପର ସହ ଆଲୋଚନା କଲୁ।ଏକ ରକମର ବନ୍ଧନରେ ବାନ୍ଧି ହୋଇଗଲୁ,ଯାହାର କୌଣସି ନା ନଥିଲା।
କିଛି ଦିନ ପରେ କଲେଜରେ ଇଲେକ୍ସନ ଆରମ୍ଭ ହେଲା।ମୋର ସବୁ ସାଙ୍ଗସାଥୀ ସମେତ ଅଧ୍ୟାପକମନେ ମଧ୍ୟ କହିଲେ ଇଲେକ୍ସନରେ ରେ ଭାଗ ନେବା ପାଇଁ।ମୁଁ ମଧ୍ୟ ଇଲେକ୍ସନରେ ଭାଗ ନେଲି।ସେଇଦିନଠୁ ଆରମ୍ଭ ହେଲା ଜୀବନର ଏକ ନୂତନ ମୋଡ଼।ସରୋଜ ବହୁତ ଆଗ୍ରହର ସହିତ ଶୁଣୁଥିଲେ।ରାଜୀବ ବାବୁ ପୁଣି କହିବାକୁ ଆରମ୍ଭ କଲେ- ଇଲେକ୍ସନରେ ବିପକ୍ଷ ଦଳରେ ଯିଏ ଠିଆ ହୋଇଥିଲେ ସେ ଜଣେ ନାମିଦାମୀ ଶିଳ୍ପପତିଙ୍କ ପୁଅ।ଭୋଟ ପାଇଁ ପୁଳା ପୁଳା ଟଙ୍କା ବାଣ୍ଟିଲେ।ହେଲେ ମୋ ପାଖରେ ମୋ ଭାଷଣର ସତ୍ୟତା ଛଡା ଆଉ କିଛି ମଧ୍ୟ ନଥିଲା।ସେହି ସମୟରେ କଲେଜର କୌଣସି ଏକ ଝିଅକୁ ବଳାତ୍କାରର ଶିକାର ହେବାକୁ ପଡିଥିଲା। ବିପକ୍ଷ ଦଳର ପିଲାମାନେ ସେହି କେସକୁ ଟଙ୍କା ଦେଇ ଚପେଇ ଦେବାକୁ ଚେଷ୍ଟା କରୁଥିବା ସମୟରେ ମୁଁ ବିଦ୍ରୋହ କରି ଉଠିଲି।ଉଚିତ ନ୍ୟାୟ ପାଇବା ଆଶାରେ ଯେଉଁମାନେ ଆଶାବାନ୍ଧିଥିଲେ,ସମସ୍ତେ ମୋତେ ସାହାଯ୍ୟ କଲେ। କେସ କୋର୍ଟ ପର୍ଯ୍ୟନ୍ତ ଗଲା।ସେମାନେ ଯେତେ ଚେଷ୍ଟା କଲେ କେସକୁ ଚପେଇବା ପାଇଁ।ମୁଁ ସେତେ ଚେଷ୍ଟା କଲି ନ୍ୟାୟ ପାଇବା ପାଇଁ।ତାଙ୍କ ଟଙ୍କା ଓ ମୋ ଆତ୍ମବିଶ୍ବାସ ଆଗରେ ମୋ ଆତ୍ମବିଶ୍ବାସ ର ଵିଜୟ ହେଲା।ସେ ଝିଅକୁ ନ୍ୟାୟ ମିଳିଲା।ମୁଁ ପାଲଟିଗଲି ଯୁବକସଂଘର ନେତା।କିନ୍ତୁ କଥା ଏଠି ସରିଲା ନାହିଁ।ସେମାନେ କେସ ତଥା ଇଲେକ୍ସନରୁ ହରିଯାଇଥିବାରୁ ତାଙ୍କ ରାଗ ଦିନକୁ ଦିନ ବଢ଼ିବାରେ ଲାଗିଲା।ସେମାନେ ବହୁତ ଚେଷ୍ଟା କଲେ ମୋତେ ହରେଇବାପାଇଁ,ହେଲେ କୌଣସି ମତେ ସଫଳ ହୋଇପାରିଲେ ନାହିଁ।ଶେଷକୁ ସେ କିଛି ଉପାୟ ନ ପାଇ ମୋହିନୀଙ୍କୁ ଅପହରଣ କରିନେଲେ।ଯେତେ ଖୋଜିଲେ ମଧ୍ୟ କେହି ମୋହିନୀଙ୍କୁ ପାଇଲୁ ନାହିଁ।ଦୁଇଦିନ ପରେ କୌଣସି ଏକ ଜଙ୍ଗଲର ଚାଳିଆ ଘରଭିତରୁ ଦଉଡ଼ିରେ ବନ୍ଧା ଅବସ୍ଥାରେ ମିଳିଲେ।ଦୁଇଦିନ ଭୋକ ଉପବାସରେ ଥିବା ହେତୁ ଚେତାଶୂନ୍ୟ ହୋଇପଡୁଥିଲେ।କିଛି ଦିନ ପରେ ଆମ ଯୁବକସଂଘ ମିଶି ମୋହିନୀଙ୍କୁ ଅପହରଣ କରିଥିବାର କେଶରେ ତାଙ୍କୁ ଜେଲ ପଠେଇଦେଲେ।ସେହିଦିନ ଠାରୁ ଆମ ସଂଘର ନାମ "Freedom Flower"ରଖାଗଲା।
ସମସ୍ତ ଘଟଣା ଶୁଣି ସାରିବା ପରେ ସାରୋଜଙ୍କ ମନରେ ଆନନ୍ଦ ଲହରୀ ଖେଳିଗଲା।ସେ ପୁଣି ପ୍ରଶ୍ନ କଲେ-ମୋହିନୀ ଦେବୀ କୁଆଡେ ଗଲେ ?
ସାରୋଜଙ୍କ କଥା ଶୁଣି ରାଜୀବ ବାବୁ ଗୋଟିଏ ଫୋଟ ଦେଖାଇଲେ ଯେଉଁଥିରେ ଫୁଲମାଳ ଦିଆହୋଇଛି।
ସରୋଜ ବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ-ଏ ତ ମୋହିନୀ ଦେବୀଙ୍କ ଫୋଟ !ଏସବୁ ହେଲା କିପରି ଓ କେବେ ହେଲା ?
ରାଜୀବ ବାବୁ କହିଲେ-କଲେଜରେ ପାଠ ସାରିବା ପରେ ମୁଁ ସେଇ ରେଭେନ୍ସାରେ ଅଧ୍ୟାପକ ଭାବରେ କାର୍ଯ୍ୟ କଲି ଓ ସେ SBI ବ୍ୟାଙ୍କରେ ଚାକିରୀ କଲେ।କିଛି ଦିନ ପରେ ମୁଁ ତାଙ୍କୁ ଯେତେବେଳେ ମୋ ମନ କଥା ପ୍ରକାଶ କରିବାପାଇଁ ଯାଇ ଯାହା ଦେଖିଲି ମୁଁ ବିଶ୍ୱାସ କରିପାରିଲି ନାହିଁ।ତାଙ୍କୁ କ୍ୟାନ୍ସର 3rd stage।ସେ ମୋତେ ଦେଖି ବହୁତ କାନ୍ଦିଲେ ଓ ମୁଁ ତାଙ୍କୁ ବହୁତ ଭଲପାଏ ବୋଲି ସେ ଜାଣିଥିଲେ।ସେ ମଧ୍ୟ ମୋତେ ଭଲ ପାଉଥିଲେ।ହେଲେ ତାଙ୍କ ଏ ରୋଗ ପାଇଁ କେବେ କହିବାକୁ ସାହସ କଲେ ନାହିଁ।ତାଙ୍କ ଶେଷ ଇଛା ଥିଲା ମୁଁ ଗୋଟେ ଭଲ ଝିଅ ଦେଖି ଵିଵାହ କରି ସୁଖରେ ସଂସାର କରେ।ସେଥିପାଇଁ ମୁଁ ଏଠାକୁ ଚାଲି ଆସିଲି।ଯଦି ସେଠାରେ ରହିଥାନ୍ତି ତେବେ କେବେ ତାଙ୍କୁ ଭୁଲି ଆଉ କାହାକୁ ନିଜର କରିପାରିନଥାନ୍ତି।
"ସବୁ ପ୍ରେମ କାହାଣୀ ପୂର୍ଣ୍ଣ ହୋଇନଥାଏ,କିଛି କାହାଣୀ ଅଧୁରା ହୋଇ ମଧ୍ୟ ପୂର୍ଣ୍ଣ ହୋଇଥାଏ।"
ସରୋଜ ତାଙ୍କ ପିଠି ଥପୁଡ଼ାଇ କହିଲେ-ଆପଣ କେବଳ ଯୁବକ ସଂଘର ମୁଖ୍ୟ ନଥିଲେ ଜୀବନ ଯୁଦ୍ଧରେ ମଧ୍ୟ ଆଗରେ ଅଛନ୍ତି।ଏହାପରେ ସରୋଜ ରାତି ବସରେ ବସି ଓଡ଼ିଶା ଚାଲିଆସିଲେ ଓ ତାଙ୍କ ଇଣ୍ଟରଭିୟୁ ଜରିଆରେ ଅନେକ ଯୁବକ ମାନଙ୍କୁ ତାଙ୍କ ଭଳି ହେବା ପାଇଁ ଉତ୍ସାହିତ କଲେ।
