Etishree Jana

Abstract Drama Others

4.5  

Etishree Jana

Abstract Drama Others

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

2 mins
582


ମୋ ମନ ଆଜି ଭାଙ୍ଗି ଯାଇଛି। ମୁଁ ଆଜି ଭାଙ୍ଗି ଯାଇଛି।ମୋ ଆଶା ଆକାଂକ୍ଷା ସବୁକିଛି ଭାଙ୍ଗି ଯାଇଛି।ଏସବୁ ଯାହାକିଛି ବି ହୋଇଛି ସବୁ ତୁମ ପାଇଁ।ତୁମେ ମୋ ଜୀବନର ପ୍ରଥମ ଭୁଲ୍।କିନ୍ତୁ ସେ ଭୁଲକୁ ମଧ୍ୟ ମୁଁ ଭଲ ପାଉଛି।ପ୍ରତିଥର ଧୋକା ପାଇଲା ପରେ ମଧ୍ୟ ତୁମକୁ ଭୁଲିବା ଅସମ୍ଭବ।ମୁଁ ଜାଣେ ମୁଁ ତୁମ ପାଇଁ କିଛି ନଥିଲି କିନ୍ତୁ ତୁମେ ମୋ ପାଇଁ ସବୁକିଛି ଥିଲ,ଆଜି ମଧ୍ୟ ଅଛ, ସାର ଜୀବନ ମଧ୍ୟ ରହିବ।ତୁମେ ମୋ ଜୀବନର ପ୍ରଥମ ପୁରୁଷ ନଥିଲ ସତ କିନ୍ତୁ ପ୍ରଥମ ପ୍ରେମ ଥିଲ।

      ମନେ ଅଛି ମୋର ତୁମସହ ମୋର ସେ ପ୍ରଥମ ଦେଖା।ପ୍ରକୃତରେ ଦେଖା ତ ଆମର ବହୁ ପୂର୍ବରୁ ହୋଇଥିଲା,କିନ୍ତୁ ତୁମର ସେ ପ୍ରେମପୂର୍ଣ୍ଣ ଚାହାଁଣୀରେ ଦେଖିବା ଥିଲା ମୋର ତୁମ ସହ ପ୍ରଥମ ଦେଖା।ତଥାପି ତୁମର ସେ ଚାହାଣି କୁ ମୁଁ ବୁଝି ପାରି ନଥିଲି।କାରଣ ମୋତେ ପ୍ରେମର ଅର୍ଥ ଜଣାନଥିଲା।ସେତେବେଳେ ମୁଁ ମୋ ଜୀବନରେ ଏକ ସ୍ଵତନ୍ତ୍ର ରାଜ୍ୟ ରେ ରହୁଥିଲି,ନା ସେଠି ପ୍ରେମ ଥିଲା ନା ହିଁ କାହା ପ୍ରତାରଣା।

      କିଛଦିନ ପରେ ତୁମେ ତୁମ ମନ କଥା ପ୍ରକାଶ କଲ।ମୁଁ ସେତେବେଳେ ବୁଝିପାରୁ ନଥିଲି ୟେ କଣ ସବୁ ଘଟିଗଲା।କାହିଁକି ନା ମୁଁ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲି ତୁମେ ମୋତେ ଭଲ ପାଉଛ ବୋଲି ।ସେତେବେଳେ କିଛି କହି ନଥିଲେ ମଧ୍ୟ ମୋ ହୃଦୟ କନ୍ଦର ମଧ୍ୟରେ ପ୍ରସ୍ଫୁଟିତ ପୁଷ୍ପ ପରି ତୁମପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି ହୋଇ ସାରିଥିଲା।ସେହି ସମୟରୁ ମୋ ଜୀବନର ଗତିପଥ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଥିଲା।କିନ୍ତୁ ମୋତେ ଜଣା ନଥିଲା ତୁମର ମୋ ପ୍ରତି ୟେ ପ୍ରେମ ନଥିଲା,ଥିଲା ଟାଇମ୍ ପାସ୍।

     ତୁମେ ମୋ ପାଖରେ ନାହ ସତ,କିନ୍ତୁ ମୋ ହୃଦୟରେ ତୁମେ ଆଜିବି ଅଛ।ତୁମେ ମୋ ପାଇଁ ସେଇ ଦୂର ରାଇଜର ଚନ୍ଦ୍ର ହୋଇଯାଇଛ।ଯାହାକୁ ଦୂରରୁ ଦେଖି ପାରୁଛି କିନ୍ତୁ ପାଖରୁ ଛୁଇଁ ପାରୁନି।ମୋ ଜୀବନକୁ ଅମାବାସ୍ୟାର ଅନ୍ଧକାର ମଧ୍ୟରେ ଛାଡ଼ି ଦେଇ ତୁମେ ଚନ୍ଦ୍ର ଆଲୋକକୁ ଖୋଜି ବୁଲୁଛ।ତଥାପି ତୁମକୁ ମୁଁ ଶତ୍ରୁ ଭାବି ପାରୁନି।କାହିଁକି ନା ମୋ ପ୍ରେମ ତୁମ ପରି ଟାଇମ୍ ପାସ୍ ନଥିଲା।ପ୍ରେମର ଅର୍ଥ ମୁଁ ଜାଣିନଥିଲି ସେତେବେଳେ ମୋତେ ପ୍ରେମର ଅର୍ଥ ସିଖେଇଲ, ଯେତେେଳେ ପ୍ରେମର ଅର୍ଥ ପ୍ରକୃତରେ ଜାଣିଲି ସେତେବେଳ ମୋ ହାତ ଛାଡ଼ି କେଉଁ ଅନ୍ଧାର ଗଲିରେ ହଜିଗଲ।

     ତୁମେ ରାତିର ଅନ୍ଧକାରରେ ଅତି ନିରବତାରେ ସୋଇ ଯାଉଛ,କିନ୍ତୁ ତୁମ ସହ ବିତାଇଥିବା ସମୟ ମୋତେ ରାତିର ଶେଷ ପ୍ରହର ପର୍ଯ୍ୟନ୍ତ ମଧ୍ୟ ଶୁଆଇ ଦେଉନାହିଁ।ତୁମ ପାଖରୁ ମୋର କିଛି ବି ଆଶା ନଥିଲା,ଯଦି କିଛି ମଗୁଥିଲି ତାହା ଥିଲା "ସମୟ"।କିନ୍ତୁ ତୁମେ ସେଇ ସମୟ ବି ଦବାକୁ ଚାହୁଁ ନଥିଲ।ଆଜି ମୁଁ ସଂପୂର୍ଣ୍ଣ ରୂପରେ ଭାଙ୍ଗି ଯାଇଛି,ତଥାପି ଭାଙ୍ଗି ଯାଇଥିବା ସ୍ବପ୍ନ ମୋର ଆଜି ବି ଅଛି।

    ଲୋକେ କୁହନ୍ତି ସମୟ ଧୀରେ ଧୀରେ ସବୁକିଛି ଭୁଲାଇ ଦେଇଥାଏ,ସବୁକିଛି ଫିକା ମଧ୍ୟ ପଡିଯାଇଥାଏ କିନ୍ତୁ ମୁଁ କହୁଛି ମୋ ହୃଦୟ ରେ କେଉଁଠି ନା କେଉଁଠି ତୁମେ ଆଜି ବି ଅଛ,ମୋ ସମୟରେ ମଧ୍ୟ ତୁମେ ଆଜି ବି ଅଛ।

   ସବୁ କଥା ତୁମର ମିଛ ଥିଲା,ସେଇ ମିଛକୁ ବି ମୁଁ ଭଲ ପାଉଥିଲି।ଆଜି ମୋ ହୃଦୟକୁ ଏପରି ଭାବରେ ଭାଙ୍ଗିଚ,ଯଦି ଗୋଟିଏ ଗୋଟିଏ ଖଣ୍ଡକୁ ବି ଯୋଡିବାକୁ ଚାହୁଁଚି ତଥାପି ମୁଁ ତାକୁ ଯୋଡି ପାରୁନି।ତୁମେ ମୋତେ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ଦେଇ ଠକି ଦେଇ ଚାଲିଗଲ।ମୋର ବିଶ୍ବାସ ଅଛି ତୁମେ ମୋତେ ସେଇଦିନ ମନେ ପକେଇବ ଯୋଉଦିନ ମୋ ସହ କରିଥିବା ପ୍ରତାରଣା କିଏ ତୁମ ସହ କରିବ।

   ଆଜିକାଲି ତୁମକୁ ଭାବି ବହୁତ୍ କିଛି ଲେଖୁଛି,ଯଦି କେବେ ସମୟ ମିଳେ ଥରୁଟିଏ ଆସି ପଢିଯିବ।ଆଉ ଦେଖି ଯିବ ଯେଉଁ ଜଳନ୍ତା ନିଆଁ ରେ ମୋତେ ଜଳିବାକୁ ଛାଡ଼ି ଯାଇଥିଲ ଆଜି ବି ସେଇ ନିଆଁରେ କୁହୁଳି କୁହୁଳୀ ଜଳୁଛି।



Rate this content
Log in

Similar oriya story from Abstract