STORYMIRROR

Etishree Jana

Tragedy Inspirational

3  

Etishree Jana

Tragedy Inspirational

ଭୁଲ ବୁଝାମଣା

ଭୁଲ ବୁଝାମଣା

6 mins
174

ମାନିନୀ ଆଜି ବହୁତ କ୍ଲାନ୍ତ ହୋଇ ଅଫିସରୁ ଫେରୁଥିଲେ l ନିଜ ରୁମକୁ ଯାଉଥିବା ସମୟରେ କିଛି ଲୋକ କଥା ହେଉଥିଲେ l ଆଜି ମଳୟ ବାବୁ ଆମ କଲୋନୀକୁ ଆସିବେ, କଲୋନୀର ସାଫସୁତୁରା ବିଷୟରେ ଲୋକଙ୍କୁ ଅବଗତ କରାଇବେ l ମାନିନୀ ମଲୟଙ୍କ ନା ଶୁଣି ଭାବିଲେ-ସେ ସେହି ମଳୟ ନୁହନ୍ତି ତ ଯାହାଙ୍କ କଥା ମୁଁ ଭାବୁଛି l ତାପରେ ସେ ସେହି ଭଦ୍ରଲୋକଙ୍କୁ ପଚାରିଲେ,ମଳୟ କିଏ..?ତାଙ୍କ ପୁରା ନା କଣ..?ଭଦ୍ରଲୋକ ଜଣକ କହିଲେ-ସେ ଏଠିକାର BMC, ମଳୟ ସାମନ୍ତରାୟ l ମାନିନୀ ତାଙ୍କ ନା ଶୁଣି ଟିକିଏ ଚମକି ପଡିଲେ l କିଛି ନ କହି ସେଠାରୁ ଚାଲିଗଲେ l ନିଜ ରୁମ ଭିତରକୁ ଯିବା ମାତ୍ରେ ଦିନସାରାର ପରିଶ୍ରମ ଓ ଏକାକୀ ରହିବାର ଦୁଃଖ ତାଙ୍କୁ ଆହୁରି କ୍ଲାନ୍ତ କରିପକାଉଥିଲା l ସେଥିରେ ପୁଣି ବାହାରୁ ଶୁଣି ଆସିଥିବା ନାଁ ଟି ତାଙ୍କୁ ଆହୁରି ବିଚଳିତ କରିପକାଉଥିଲା l ସେହି ନାଁ ସହ ଯୋଡ଼ା ଅତୀତର କିଛି କଥା ମନେ ପକାଇଲେ l 

    ପାଞ୍ଚ ବର୍ଷ ପୂର୍ବେ....

ମାନିନୀ ନୂଆ ନୂଆ ଚାକିରୀ କରୁଥିଲେ l ସେ ତାଙ୍କ ମାଆଙ୍କ ସହିତ ରହୁଥିଲେ,କାରଣ ତାଙ୍କ ବାପା ବହୁତ ପୂର୍ବରୁ ଚାଲିଯାଇଥିଲେ l ମାନିନୀ ଗୋଟିଏ ମାତ୍ର ସନ୍ତାନ ଥିଲେ l ସେ ତାଙ୍କ ମାଆଙ୍କ ଜୀବନ ଥିଲେ l ମାନିନୀ ସେତେବେଳେ ୨୩ ବର୍ଷର ଥିଲେ l ହେଲେ ତାଙ୍କ ମାଆ ବିମଳା ଦେବୀ ତାଙ୍କ ଵିଵାହ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ l ହେଲେ ମାନିନୀ ଵିଵାହ କରିବାକୁ ଚାହୁଁନଥିଲେ l ବିମଳା ଦେବୀ ଅନେକ ବୁଝାଇବା ପରେ ସେ ଵିଵାହ ପାଇଁ ରାଜି ହୋଇଗଲେ l ବିମଳା ଦେବୀ ମଧ୍ୟସ୍ତିଙ୍କ ଦ୍ୱାରା ଵିଵାହ ପ୍ରସ୍ତାବ ପକାଇଲେ l ମଧ୍ୟସ୍ତି ମାନିନୀଙ୍କ ଫୋଟୋକୁ ନେଇ ମଳୟଙ୍କ ମାଆ ପ୍ରଶାନ୍ତି ଦେବୀଙ୍କ ଘରକୁ ଗଲେ l ପ୍ରଶାନ୍ତି ଦେବୀ ଫୋଟୋ ଦେଖୁଦେଖୁ ରାଜି ହୋଇଗଲେ l ମଳୟ ମଧ୍ୟ ତାଙ୍କ ମାଆଙ୍କ କଥାରେ ରାଜି ହୋଇଗଲେ l ବାହାଘର ଠିକ ହୋଇଯିବା ପରେ ମାନିନୀ ଓ ମଳୟ ଦୁହେଁ ମିଳାମିଶା କଲେ, ଦୁହେଁ ଦୁହିଁଙ୍କୁ ବହୁତ ପସନ୍ଦ ମଧ୍ୟ କରୁଥିଲେ l ଦୁହେଁ ଦୁହିଁଙ୍କ ପସନ୍ଦ ନାପସନ୍ଦ ସବୁ ଜାଣିବାକୁ ଚେଷ୍ଟା କରୁଥିଲେ l 

    କିଛି ଦିନ ପରେ, ସେହି ମଧ୍ୟସ୍ତି ଜଣକ ଆସି ବିମଳା ଦେବୀଙ୍କୁ କହିଲେ-ପ୍ରଶାନ୍ତି ଦେବୀ ଯୌତୁକ ବାବଦରେ ପାଞ୍ଚ ଲକ୍ଷ ଟଙ୍କା ମାଗୁଛନ୍ତି l ଏକଥା ଶୁଣି ବିମଳା ଦେବୀ ଟିକିଏ ଚିନ୍ତାଗ୍ରସ୍ତ ହୋଇଗଲେ l କାରଣ ସେ ଯେତିକି ପଇସା ରଖିଥିଲେ ସେତିକିରେ ଝିଅକୁ ପାଠ ପଢ଼ାଇ, ବଡ କରି ଚାକିରୀ କରାଇଲେ ଓ ଅବଶିଷ୍ଟ ପଇସା ଝିଅ ବାହାଘରରେ ଲଗାଇଦେଲେ l ବିମଳା ଦେବୀ କହିଲେ-ବାହାଘର ଠିକ ହେବା ବେଳେ ସେ ତ ଯୌତୁକ କଥା କହିନଥିଲେ l ମଧ୍ୟସ୍ତି କହିଲେ- ଏଗୁଡା କଣ କହିବା କଥା, ଆପଣ ବୁଝିଯିବା କଥା ନା l ଆପଣ କିଛି କହିଲେ ନାହିଁ ବୋଲି ମୋ ହାତରେ ଖବର ପଠାଇଛନ୍ତି l ଏହାପରେ ବିମଳା ଦେବୀ ଭାବିଲେ,କିଛି ବି କରି ମୁଁ ପାଞ୍ଚ ଲକ୍ଷ ଟଙ୍କା ଦେଇଦେବି,ବାସ ମୋ ଝିଅ ଖୁସିରେ ରହିବା ଦରକାର l ଏମିତି ଗୋଟିଏ ଭଲ ପୁଅ ବାରମ୍ବାର ମିଳିବେ ନାହିଁ l ଏସବୁ ଭାବି ବିମଳା ଦେବୀ ତାଙ୍କ କଥାରେ ରାଜି ହୋଇଗଲେ l ଏସବୁ କଥା ହେଉଥିବା ବେଳେ ମାନିନୀ ଶୁଣିଦେଇଥିଲେ l ସେ ବିମଳା ଦେବୀଙ୍କୁ କିଛି ନ କହି ମଳୟଙ୍କ ସହିତ କଥା ହେଲେ ଓ କହିଲେ ତୁମେ ତ ଆମ ପରିସ୍ଥିତି ବିଷୟରେ ସବୁକିଛି ଜାଣିଛ l ବାହାଘର ଠିକ ହେବା ପୂର୍ବରୁ ମୋ ମାଆ ଆମ ଅବସ୍ଥା ବିଷୟରେ କହିଥିଲା l ଆମେ ତୁମ ପରି ଏତେ ବଡଲୋକ ନୋହୁଁ l ବାପାଙ୍କ ଚାଲିଯିବା ପରେ ମାଆ ବହୁତ କଷ୍ଟ ସହି ମୋତେ ବଡ କରିଛି l ଏତେ କଥା ଜାଣିଲା ପରେ ବି, ତୁମ ମାଆ ଯଦି ହଠାତ ଏପରି ପାଞ୍ଚ ଲକ୍ଷ ଟଙ୍କା ମାଗିବେ ତାହାଲେ ଆମେ କଣ କରିବୁ l ତୁମେ ବହୁତ ଭଲସେ ଜାଣିଛ ମୁଁ ଯୌତୁକ ଇତ୍ୟାଦିକୁ ପସନ୍ଦ କରେ ନାହିଁ l ତଥାପି ଏସବୁ କଣ ପାଇଁ..?ଏସବୁ ଶୁଣି ମଳୟ ବହୁତ ଶାନ୍ତ ଚିତ୍ତରେ ମାନିନୀଙ୍କୁ ବୁଝାଇଲେ-ତୁମେ ବୋଧହୁଏ ଭୁଲ ଶୁଣିଛ l ମୋ ମାଆ ସେପରି ନୁହଁନ୍ତି l ତାଙ୍କୁ କେବଳ ବୋହୁଟିଏ ଦରକାର ଆଉ କିଛି ନୁହେଁ l ଯଦି ତୁମ କହିବା ଅନୁସାରେ ଏପରି ହୋଇଥାଏ,ତାହାଲେ ମୁଁ ମାଆଙ୍କ ସହିତ କଥା ହେବି l 

     ଏପରି କିଛି ଦିନ ସବୁକିଛି ଠିକ ହୋଇଯିବା ପରେ, ସେହି ମଧ୍ୟସ୍ତି ପୁନଃ ଆସି ବିମଳା ଦେବୀଙ୍କୁ କହିଲେ, ପ୍ରଶାନ୍ତି ଦେବୀ ପାଞ୍ଚ ଲକ୍ଷ ଟଙ୍କା ସହ ସମସ୍ତ ଜିନିଷପତ୍ର ମଧ୍ୟ ନେବାପାଇଁ ଇଚ୍ଛା କରୁଛନ୍ତି l ଯଦି ଆପଣ ତାଙ୍କ ଇଚ୍ଛା ପୂରଣ କରିପାରିବେ ନାହିଁ,ତେବେ ସେ ତାଙ୍କ ପୁଅଙ୍କ ବାହାଘର ଅନ୍ୟ କାହା ସହ କରାଇଦେବେ l ଏସବୁ ଶୁଣି ବିମଳା ଦେବୀ କିଛି ବୁଝିପାରିଲେ ନାହିଁ ସେ କଣ କରିବେ, ସେତିକିବେଳେ ମାନିନୀ କହି ଉଠିଲେ-ମା ତୁମେ ଏ ବାହାଘର ଭାଙ୍ଗିଦିଅ l କୌଣସି ଆବଶ୍ୟକତା ନାହିଁ ଏପରି ଘରକୁ ବୋହୁ ହୋଇ ଯିବାର l ମାନିନୀ ରାଗରେ ସେଠାରୁ ଚାଲିଗଲେ ଓ ମଳୟଙ୍କୁ ଫୋନ କଲେ l ମଳୟ ଫୋନ ରିସିଭି କରିବା ସଙ୍ଗେ ସଙ୍ଗେ ମାନିନୀ କ୍ରୋଧରେ କହିଲେ-ତୁମ ମାଆଙ୍କ ଇଚ୍ଛା ପୂରଣ କରିବାର ସାମର୍ଥ୍ୟ ଆମ ପାଖରେ ନାହିଁ l ଏତେ ବଡଲୋକ ହୋଇ ମଧ୍ୟ ତୁମ ମାଆଙ୍କ ଚିନ୍ତାଧାରା ଏତେ ନିମ୍ନ ମାନର ହୋଇଥିବ ବୋଲି ମୋ ଧାରଣ ନଥିଲା l ତୁମ ମାଆ ତୁମ ବାହାଘର ସେଇଠି କରିବାକୁ ଚାହୁଁଛନ୍ତି, ଯେଉଁଠି ତାଙ୍କ ଇଚ୍ଛା ପୂରଣ ହୋଇପାରିବ l ଆମେ ଯଦି ତୁମ ମାଆଙ୍କ ଇଚ୍ଛା ପୂରଣ ନ କରିପାରିବୁ ତାହାଲେ ସେ ଏ ବାହାଘର ଭାଙ୍ଗିଦେବେ l ତାଙ୍କର ବାହାଘର ଭାଙ୍ଗିବା ପୂର୍ବରୁ ମୁଁ ହିଁ ଭାଙ୍ଗିଦେଉଛି l ଆଜିଠୁ ଆମେ ଦୁହେଁ ଅପରିଚିତ l ଏତିକି କହି ଫୋନ କାଟିଦେଲେ l ମଳୟଙ୍କ କୌଣସି କଥା ମଧ୍ୟ ଶୁଣିଲେ ନାହିଁ l ସେହିଦିନଠାରୁ ବିମାଳାଦେବୀ ଯେତେ କହିଲେ ମଧ୍ୟ ସେ ଵିଵାହ କଲେ ନାହିଁ, ଓ ସେ ରାଉରକେଲା ଚାଲି ଆସିଲେ l ଏପରି ଭାବୁ ଭାବୁ ତାଙ୍କ ଆଖିରେ ଲୁହ ଆସିଗଲା l 

    କିଛି ସମୟ ପରେ ମଳୟ ତାଙ୍କ କଲୋନୀକୁ ଆସିଲେ l ସମସ୍ତେ ଆଗ୍ରହର ସହିତ ତାଙ୍କ ଭାଷଣ ଶୁଣିବାକୁ ଏକଜୁଟ ହେଲେ l ସେତିକିବେଳେ ମାନିନୀ ମଧ୍ୟ ସେଠାରେ ଉପସ୍ଥିତ ହେଲେ, ସେ ମଧ୍ୟ ଦେଖିବାକୁ ଚାହୁଁଥିଲେ ମଳୟ ପ୍ରକୃତରେ କିଏ...? ଯେତେବେଳେ ମଳୟ ଲୋକଙ୍କୁ ବୁଝାଇବାକୁ ଆଗକୁ ଆସିଲେ ସେତେବେଳେ ତାଙ୍କ ନଜର ମାନିନୀଙ୍କ ଉପରେ ପଡ଼ିଲା ଓ ମାନିନୀ ମଧ୍ୟ ମଳୟଙ୍କୁ ଦେଖୁଥିଲେ l ଦୁହେଁଦୁହିଁଙ୍କୁ ଦେଖୁଥିଲେ କିନ୍ତୁ ଦୁହେଁ ନିରବ ଥିଲେ l ବାସ ଆଖିରେ ଆଖିରେ ଭାବନାକୁ ବୁଝିବାକୁ ଚେଷ୍ଟା କରୁଥିଲେ l ସେତିକିବେଳେ କେହିଜଣେ କହି ଉଠିଲେ, ସାର୍ ଆପଣ ଚୁପ ନରହି କିଛି କୁହନ୍ତୁ l ମଳୟ ମାନିନୀଙ୍କ ଠାରୁ ନଜର ହଟାଇ ନିଜ ଚତୁର୍ଦିଗକୁ ଦେଖିଲେ,ସମସ୍ତେ ତାଙ୍କ ଭାଷଣ ଶୁଣିବାକୁ ଚାହିଁବସିଛନ୍ତି l ସେ ଥରେ ମାନିନୀଙ୍କୁ ଚାହିଁ କହିବାକୁ ଆରମ୍ଭ କଲେ l 

    ଆପଣମାନେ ଯଦି ନିଜ କଲୋନୀକୁ ପରିଷ୍କାର ରଖିବାକୁ ଚାହୁଁଛନ୍ତି ତାହାଲେ ପ୍ରଥମେ ନିଜକୁ ପରିଷ୍କାର ରଖିବା ଉଚିତ l ଘରର ଆବର୍ଜନାକୁ ଏଣେତେଣେ ନ ପକାଇ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବା ଆବଶ୍ୟକ l ସେଥିପାଇଁ ତିନୋଟି dustbin ବିଷୟରେ କହିବି,ସମସ୍ତେ ମାନଦେଇ ଶୁଣନ୍ତୁ l specially ଛୋଟପିଲା ମାନେ,କାରଣ ସେମାନେ ଯେ କୌଣସି ସ୍ଥାନରେ ମଧ୍ୟ ଆବର୍ଜନା ପକାଇଥାନ୍ତି l ତାପରେ ମଳୟ ତିନୋଟି dustbin ବିଷୟରେ ବୁଝାଇଲେ l 

green dustbin:-ଏଥିରେ ଓଦାଳିଆ ଜିନିଷ ରଖିବା ଉଚିତ l ଯେମିତିକି ପରିବାଚୋପା ଇତ୍ୟାଦି,କାରଣ ସେଥିରେ ଯଦି ଆମେ ଅଲଗା କିଛି ଆବର୍ଜନା ରଖିବା ଗାଈଗୋରୁ ମନେ ତାକୁ ଖାଇ ରୋଗଗ୍ରସ୍ତ ହେବେ ଓ ମୃତ୍ୟୁ ବରଣ ମଧ୍ୟ କରିବେ,ଯାହାଦ୍ୱାରା ତାଙ୍କ ଉପରେ ବସିଥିବା ପୋକ ମାଛି ଆମ ଖାଦ୍ୟ ପଦାର୍ଥରେ ମିଶିବେ ଓ ଆମକୁ ରୋଗରେ ପକାଇବେ l 

blue dustbin:-ଏଥିରେ ଶୁଖିଲା ଇତ୍ୟାଦି ଜିନିଷ ପକାଇବ ଉଚିତ l ଯେମିତିକି ଖବର କାଗଜ, ବ୍ୟଟେରୀ,ପ୍ଲାଷ୍ଟିକ ଇତ୍ୟାଦି l ଯାହାର ପୁନଃଚକ୍ରିକରଣ କରିହେବ l ଯାହାଦ୍ୱାରା ନୂତନ ଜିନିଷ ତିଆରି କରିହେବ l 

red dustbin:-ଏଥିରେ ସମସ୍ତ ଅଦରକାରୀ ଜିନିଷ ପକାଇବା ଉଚିତ, ଯେଉଁଥିରେ କୌଣସି ପୁନଃଚକ୍ରୀକରଣ କରିହେବ ନାହିଁ l 

ସେତିକିବେଳେ ଜଣେ ପିଲା କହିଉଠିଲା-sir ଭଙ୍ଗା କାଚକୁ ଆମେ କେଉଁ ରଙ୍ଗର dustbin ରେ ପକାଇବୁ l ମଳୟ ବାବୁ କହିଲେ-ପ୍ରଥମେ ତୁମେ ଦେଖିବ ଜିନିଷଟି ଅନ୍ୟ କୋୖଣସି କାମରେ ବ୍ୟବହାର ହୋଇପାରିବ କି ନାହିଁ l ପ୍ରତ୍ୟେକ ଜିନିଷର କିଛି ନା କିଛି ମହତ୍ୱ ଅଛି l ବାସ ତାକୁ ବୁଝିବା ଦରକାର l ଏପରି କାହାକୁ ଅଦରକାରୀ ଭାବି ତା ମହତ୍ତ୍ୱ ନ ବୁଝି ତାକୁ ଏଡେଇଦେବା ଉଚିତ ନୁହେଁ l ଏତିକି କହି ମଳୟ ମାନିନୀଙ୍କୁ ଚାହିଁଲେ l କଥାଟି ପିଲାକୁ ବୁଝାଉଥିଲେ ସତ ,କିନ୍ତୁ ପ୍ରକୃତ ଭାବନା ତାହା କେବଳ ମଳୟ ଓ ମାନିନୀ ବୁଝିପାରୁଥିଲେ l 

    କିଛି ସମୟ ପରେ ସଭା ଶେଷ ହେଲା l ସମସ୍ତେ ନିଜ ନିଜ ରୁମକୁ ଯିବାକୁ ଲାଗିଲେ l ମାନିନୀ ଯାଉଥିବା ସମୟରେ ମଳୟ ପଚାରୁ ଡାକିଲେ l ମାନିନୀ ତାଙ୍କ ଡାକିବା ଶୁଣି ଚୁପ ହୋଇ ଠିଆହୋଇ ରହିଲେ l ମଳୟ ତାଙ୍କ ନିକଟକୁ ଆସି ତାଙ୍କୁ ତାଙ୍କ ଭଲମନ୍ଦ ପଚାରି ବୁଝିଲେ l ମାନିନୀ କେବଳ ତାଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ l ମଳୟ କହିଲେ ତୁମେ କଣ କିଛି ପଚାରିବାକୁ ଚାହିଁବ ନାହିଁ..?ମାନିନୀ ତାଙ୍କ ମୁହଁକୁ ଚାହିଁ କହିଲେ- ପଚାରିଲା ଭଳି ମୋ ପାଖରେ କିଛି ନାହିଁ l ମଳୟ କହିଲେ-ତୁମ ପାଖରେ ବୋଧହୁଏ କିଛି ନାହିଁ କହିବାକୁ ,ହେଲେ ମୋ ପାଖରେ ବହୁତ କିଛି ଅଛି କହିବାକୁ l ତୁମେ ସେଦିନ ମୋତେ କିଛି କହୁବାକୁ ସୁଯୋଗ ଦେଲାନାହିଁ l ମୁଁ କଣ କହିବାକୁ ଚାହୁଁଥିଲି l କିନ୍ତୁ ଆଜି ମୁଁ କହିବି ଓ ତୁମେ ଶୁଣିବ l 

    ତୁମେ ଯେଉଁ ଯୌତୁକ କଥା କହୁଥିଲ ତାହା ସମ୍ପୂର୍ଣ୍ଣ ମିଛ ଥିଲା l ଯେଉଁ ମଧ୍ୟସ୍ତି ତୁମ ମାଆଙ୍କୁ ଏସବୁ କହୁଥିଲା ସେ ଜଣେ ଠକ ଥିଲା l ସେ ଏମିତି ମିଛ କହି ବହୁତ ଲୋକଙ୍କ ଠାରୁ ବହୁତ କିଛି ଲୁଟି ନେଇଛି l ଯାହାକୁ ତୁମେ ସତ ମାନିନେଇଥିଲ l ମୁଁ ତୁମ ଅବସ୍ଥା ବୁଝିପାରୁଛି, ତୁମେ ସେ ସମୟରେ ଠିକ ହିଁ କରିଥିଲ l ମୁଁ ତୁମ ସ୍ଥାନରେ ଥିଲେ ବୋଧହୁଏ ତାହା ହିଁ କରିଥାନ୍ତି l ତୁମର ମୋ ଜୀବନରୁ ଚାହିଁଲିଯିବା ପରେ ମୁଁ ସତ୍ୟତାକୁ ଖୋଜିବୁଲିଲି ଓ ମୋତେ ସତ ଜଣା ପଡିବା ମାତ୍ରେ ମୁଁ ତାକୁ ପୋଲିସ ହାତରେ ଧରାଇଦେଲି l ତାପରେ ତୁମ ଘରକୁ ଗଲି,ହେଲେ ତୁମେ ସେଠାରେ ନଥିଲ l ବହୁତ ଖୋଜିଲି ତୁମକୁ ତାପରେ ମୋତେ ଖବର ମିଳିଲା ତୁମ ମାଆ ଏ ଦୁନିଆରେ ଆଉ ନାହାନ୍ତି l ତାପରେ ମୁଁ ତୁମକୁ ପାଗଳ ଭଳି ଖୋଜି ବୁଲିଲି l ତୁମେ ସତେ ଯେପରି କେଉଁଠି ଅନ୍ତର୍ଦ୍ଧାନ ହୋଇଯାଇଥିଲ l ଆଜି ପାଞ୍ଚ ବର୍ଷ ପରେ ତୁମକୁ ଏଠାରେ ଦେଖି ମୁଁ ନିଜକୁ ବିଶ୍ୱାସ କରିପାରିଲି ନାହିଁ l ମୋତେ ସ୍ୱପ୍ନ ଦେଖିଲା ଭଳି ଲାଗିଲା l ଏସବୁ ଶୁଣି ମାନିନୀ ବହୁତ ଜୋରେ କାନ୍ଦିବାକୁ ଲାଗିଲେ ଓ କହିଲେ ମୁଁ ତୁମକୁ ଭୁଲ ବୁଝି ବହୁତ ବଡ଼ ଭୁଲ କରିଦେଇଛି l ମୋତେ କ୍ଷମା କରିଦିଅ l ମଳୟ ମାନିନୀଙ୍କୁ କୁଣ୍ଡାଇ ପକାଇ କହିଲେ,ତୁମେ ମୋତେ କ୍ଷମା ମାଗି ଛୋଟ କରିଦିଅ ନାହିଁ l ମୁଁ ଦିଗ ହୀନ ଆଶା ହୀନ ଭାବରେ ଘୁରିବୁଲୁଥିଲି,ତୁମେ ପୁଣିଥରେ ଆଲୋକ ଭାବରେ ମୋ ଜୀବନକୁ ଆଗମନ କରିଛ l ଏବେ ତୁମକୁ ମୋଠାରୁ କେବେ ମଧ୍ୟ ଦୂରକୁ ଯିବାକୁ ଦେବିନାହିଁ କହି ତାଙ୍କୁ ଵିଵାହ କରିବାକୁ ପ୍ରସ୍ତାବ ଦେଲେ l ମାନିନୀ ମଧ୍ୟ ତାଙ୍କ କଥାରେ ରାଜି ହୋଇ ତାଙ୍କୁ ଵିଵାହ କଲେ ଓ ଖୁସିରେ ଜୀବନ ଅତିବାହିତ କଲେ l 



Rate this content
Log in

Similar oriya story from Tragedy