Basanti Pattnaik

Classics

3.4  

Basanti Pattnaik

Classics

ଏଇତ ଜୀବନ

ଏଇତ ଜୀବନ

2 mins
324



         ଆଜି କେମିତି କେମିତି ଲାଗୁଛି, ମୁଣ୍ଡଟା ଭାରିି

 ଭାରି ଲାଗୁଛି,‌‌‌‌‌‌ ଶ୍ରେଣୀରେ ପିଲାମାନେ ଆସି ଗଲେଣି,୫ବର୍ଷର କୋଚିଙ୍ଗ ସେଣ୍ଟର ବହୁତ ଭଲ ପଢ଼ାଯାଉଛି, ମୁଁ ଓଡ଼ିଆ ଶିକ୍ଷୟିତ୍ରୀ ହିସାବରେ ଜ‌ଏନ୍ କରିଥିଲି, ପିଲାମାନେ ଏକ ବର୍ଷ ମଧ୍ୟରେ ଆଦର୍ଶ ଶିକ୍ଷୟିତ୍ରୀ ହିସାବରେ ଗ୍ରହଣ କରିନେଇଛନ୍ତି

             ମୋ ସହିତ ଦଶ ଜଣ ଶିକ୍ଷକ ଅଛନ୍ତି ଏହି ସବୁ ଭିତରେ ଅନୁରାଗ ସାର୍ ମୋର ଅତି ପ୍ରିୟ ଅଟନ୍ତି, ଆମାୟିକ ବ୍ୟବହାର, ଆକର୍ଷଣୀୟ ବ୍ୟକ୍ତି ତ୍ବ ଓ ମେଧାବୀ ଶିକ୍ଷକ ଅଟନ୍ତି। ସବୁବେଳେ ହସ ହସ ମୁହଁରେ ମଜାଳିଆ କଥାବାକ୍ ଚାତୁରୀ ସମସ୍ତ ଙ୍କ ମନକୁ ଜିଣି ଯାଏ, ସବୁ ଛାତ୍ର ଛାତ୍ରୀ ଙ୍କର ଅତି ପ୍ରିୟ ଶିକ୍ଷକ ଅଟନ୍ତି

       କାଲି ଭାଲେଣ୍ଟାଇନ ଦିନ ଥିବାରୁ ଅନୁରାଗ ସାର୍ ଭାରି ଖୁସି ଥିଲେ, ମୁଁ ଥଟ୍ଟାରେ

କହିଲି ସାର୍ ପ୍ରେମିକା ଜୀବନ ରେ ଅଛନ୍ତି କି ନାହିଁ

ସେ ଥଟ୍ଟାରେ ପାଲଟା କହିଲେ ମାଡାମ୍ ମୋର ଖୁସି

ଝଟକା ଆପଣ ପଢିପାରିନାହାନ୍ତିକି? ମୁଁ ନାମଟି ପଚାରିଲି ସେ ପିଙ୍କି କହିଲେ ମୁଁ ଥଟ୍ଟାରେ ପୁଣି କହିଲି

କଣ ଫୁଲ ଗୋଲାପ ତୋଡା ଦେଉଛନ୍ତି? ସେ କହିଲେ ତୋଡା ନୁହେଁ ଗୋଟିଏ ଅଧାଫୁଟା ଗୋଲାପ କଢି ଦେବି ମୁଁ ଫିକ୍ କିନା ହସି ଦେଇ କହିଲି କାହିଁ

ଜୀବନ ର ପ୍ରେମ ରସର ଅଧା ଫୁଟିଛି ବୋଧେ

ଯେଉଁ ଦିନ ପୁରା ହେବ ପୁରା ଫୁଟିଥିବା ଗୋଲାପ ଫୁଲ ଟିଏ ତା ମଥାରେ ଖୋସିଦେବେ ସେ ମୋର କଥାରେ ଏକମତ ହେଲେ ।

           ଆଜି ଏତେବେଳ ହେଲାଣି ଅନୁରାଗ ସାର୍ ଙ୍କର ଦେଖା ନାହିଁ, କାଲି ରାତି ଆଠଟା ପର୍ଯ୍ୟନ୍ତ ସ୍କୁଲରେ ଥିଲେ କାରଣ ସ୍କୁଲରେ ଭୋଜିର ବନ୍ଦୋବସ୍ତ କରାଯାଇଛି,କାଲ୍ସ ସରିବା ପରେ ପ୍ରକ୍ରିୟା ଆରମ୍ଭ ହେବ । ରୋଷେୟା ଭୋଜିରେ ଲାଗି ଗଲେଣି, ସ୍କୁଲରେ ଜଣଙ୍କର ଜନ୍ମ ଦିନ ଥିବାରୁ ସେ ଏହି ଭୋଜିର ଆୟୋଜନ କରିଥିଲେ ପୁଣି ଭଲ ପାଇବା ର ଦିନ ସମସ୍ତେ ବେଶ୍ ଖୁସି ଥାଆନ୍ତି ମୁଁ କିନ୍ତୁ କାହିଁକି ଖୁସି ହୋଇ ପାରୁନଥିଲି, ଦିନ ୨ଟା ବାଜିଲାଣି, ପ୍ରାୟ ରନ୍ଧା ସରିବା ଉପରେ, ମାଂସ ତରକାରୀ ର ମହ ବାସ୍ନା

ଭୋକ କୁ ବଢାଇ ଦ‌ଉଥିଲା ହଠାତ୍ ମୋ ଫୋନ୍ କୁ

ଏକ କଲ୍ ଆସିଲା ଆପଣ ବନିତା ମାମ୍ କହୁଛନ୍ତି

ଜଲ୍ଦୀ ସମ୍ ହସପିଟାଲକୁ ଆସନ୍ତୁ ମୁଁ କାରଣ ପଚାରିଲି ଆପଣ କିଏ ବୋଲି ପ୍ରଶ୍ନ କଲି ସେ କହିଲେ ଶେଷ ଫୋନ୍ ଟି ଆପଣଙ୍କର ଅନୁରାଗ ସାର୍ ଙ୍କୁ ଥିଲା ତେଣୁକରି ଆପଣଙ୍କୁ ଯୋଗାଯୋଗ କଲୁ ମୁଁ କହିଲି ସାର୍ ଙ୍କୁ ଦିଅନ୍ତୁ ମୁଁ ଟିକିଏ କଥା

ହେବାପାଇଁ ଚାହୁଁଛି, ଆଜି ଭୋଜି ପାଇଁ ତାଙ୍କୁ ସମସ୍ତେ ଅପେକ୍ଷା କରି ବସିଛନ୍ତି ଅଥଚ ସେ ବଡ଼ ହ‌ଇରାଣ କରିଦେଲେଣି ସମସ୍ତଙ୍କୁ, ତାଙ୍କୁ କହନ୍ତୁ ଜଲ୍ଦୀ ଆସିବେ ମାମ୍ ଅନୁରାଗ ସାର୍ ଆଉ ଦୁନିଆରେ ନାହାନ୍ତି ଆଜି ଘରୁ ବାହାରିଲା ବେଳେ

ଛାତିରେ ଯନ୍ତ୍ରଣା ଅନୁଭବ କଲେ ପାଖରେ ଭାଇ ଭାଉଜ ରୁହନ୍ତି, ଭାଉଜ ଦ‌ଉଡି ଆସି ଦିଅର କୁ

ସେଇଠି ଶୁଆଇଦେଇ ପାଣି ପିଆଇ ଦେଲେ କିନ୍ତୁ

ପାଣି ଭିତରକୁ ନଯାଇ ଗଳି ପଡ଼ିଲା ହସ୍ପିଟାଲ ନେଇ ଗଲେ କିନ୍ତୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି

       

       ମୋର ପାଦତଳୁ ମାଟି ଖସିଗଲା ପରି ଲାଗିଲା, କାଲି ଯାହା ସାଙ୍ଗରେ ଘଣ୍ଟା ଘଣ୍ଟା ଧରି ଥଟ୍ଟା ମଜା କରୁଥିଲି ସେ ହଠାତ୍ କେମିତି ସୁସ୍ଥ ମଣିଷ ଟା ହୃଦରୋଗ ରେ ଚାଲିଗଲେ?????

ନା ମିଛ ହସ ହସ ମୁହଁ ମୋର ଆଖି ଆଗରେ 

ନାଚିଉଠିଲା ମୁଁ ଲଥ୍ ଖିରି ବସିପଡ଼ିଲି, ସମସ୍ତେ ଦ‌ଉଡି ଆସି କଣ ହେଲା ବୋଲି ପଚାରିଲେ

ମୁଁ କହିଲି ଆମ ସ୍କୁଲର‌ ହିରୋ ଅନୁରାଗ ସାର୍ ଆମକୁ ଛାଡ଼ିଦେଇ ସବୁଦିନ ପାଇଁ ଆଖି ବୁଜି ଦେଇ ଅଛନ୍ତି ସମସ୍ତେ ତାଜୁବ୍ ହୋଇ ହସ୍ପିଟାଲ ଦୈାଡିଲେ

           ମୃତ୍ୟୁ ପୁଣି ଏମିତି ଆସେ ଏହିତ

ଜୀବନ ର ମାନେ, ମୃତ୍ୟୁ ଆମ ଚାରିପାଖେ ବୁଲୁଛି କେତେବେଳେ କୋଳେଇ ନବ ଆମେ ଜାଣି ନାହୁଁ

ତଥାପି ମାୟାରେ ଆମେ ବନ୍ଧା ।



Rate this content
Log in

Similar oriya story from Classics