Deepak Sarangi

Drama Crime Thriller

3  

Deepak Sarangi

Drama Crime Thriller

ଏ କି ପ୍ରାୟଶ୍ଚିତ

ଏ କି ପ୍ରାୟଶ୍ଚିତ

7 mins
256


 ପୁଣି ବର୍ଷା ଆରମ୍ଭ ହୋଇ ଯାଇଛି । ବର୍ଷା ଯୋଗୁଁ ପାଗ ଟା ଥଣ୍ଡା ଲାଗୁଥାଏ । ସନାତନ ଦିନସାରା ବାହାରେ ବୁଲୁଥିଲା ବର୍ଷାରେ ବି ଖୁବ୍ ଭିଜିଛି ସେ । ଦିନସାରା ଖାଇବା କହିବାକୁ ଗଲେ ସକାଳେ ଗୋଟେ କପ୍ ଚା ଆଉ ଗୋଟେ ଛୋଟ ପ୍ୟାକେଟ୍ ବିସ୍କୁଟ୍ । ଖରାବେଳେ ସେ ଗୋଟେ ଦୁଇଟା ବିଡି ହିଁ ଟାଣିଥିଲା । ତା’ପର ଠାରୁ ପେଟରେ ଦାନ ମୁଠେ ବି ପଡିନି । ପକେଟ୍ ରେ ତା’ର ଆଉ ମାତ୍ର ଦଶଟି ଟଙ୍କା ପଡିଛି । ସେ ଚାହୁଁଛି ଏଇ ଦଶ ଟଙ୍କା କୁ ଆଉ ସେ ଖର୍ଚ୍ଚ କରିବନି ବୋଲି । କିନ୍ତୁ ଉପାୟ ବି କିଛି ନାହିଁ । ଏତେ ବଡ ରାତିରେ ଉପାସ ରେ କେମିତି ବା ରହିବ । ଯାହାହେଲେ ବି ଟିକେ ଖାଇବାକୁ ପଡିବ । ଭୂବନେଶ୍ଵର ସହରରେ ସନ୍ଧ୍ୟା ଉପନୀତ । ବର୍ଷା ଯଦିଓ ପୂରାପୂରି ଛାଡିନି ତଥାପି ମଝିରେ ମଝିରେ ରହି ଗୋଟେ ଗୋଟେ ଅସରା ଅଜାଡି ଦେଉଥାଏ । ଆଚାର୍ଯ୍ୟବିହାର ଛକରେ ସନ୍ଧ୍ୟା ସମୟରେ ଭୀଷଣ ଭିଡ । ଟ୍ରାଫିକ୍ ଆଲୁଅ କୁ ଦେଖି ସେ ରାସ୍ତା ପାର କରି ଏପଟକୁ ଆସିଲା । ରାସ୍ତାରେ ଏମିତି ଚାଲୁଥାଏ ସେ । ହଠାତ୍ ତା ପଛରୁ କିଛି ଗୋଟେ ଆସି ତାକୁ ଜୋର ରେ ଧକ୍କା ଦେଲା । ସନାତନ ହଡବଡେଇ ଯାଇ ରାସ୍ତା ଉପରେ ପଡିଗଲା । ଯଦିଓ ସେ ଖଣ୍ଡିଆ ଖାବରା କିଛି ହୋଇ ନଥିଲା ତଥାପି ହାତର କହୁଣି ଆଉ ଆଣ୍ଠୁରେ ଜୋରରେ ମାଡ ହୋଇଥିଲା । ତା’କୁ ଆସି ପଛରୁ ଉଠେଇ ଧରି ଲୋକଟି ପଚାରିଲା “କଣ ଭାଇ! ଜୋର ରେ ମାଡ ହେଲା କି? ରାସ୍ତାରେ ଚାଲିଲା ବେଳେ ଟିକେ ଦେଖି କି ଚାଲିବ ନା ଆଉ” । ସନାତନ ଜାଣି ପାରୁ ନ ଥିଲା ଯେ ତା’ର ଭୁଲ କେଉଁଠି ରହିଲା ବୋଲି । ସେ ତ ରାସ୍ତାର ବାଁ ପଟେ ହିଁ ଚାଲୁଥିଲା । ସନାତନ ପଛକୁ ଚାହିଁ ଦେଖିଲା ତାକୁ ଗୋଟେ ଓଲା କାର୍ ଧକ୍କା ଦେଇଛି ଓ ଯେଉଁ ଲୋକଟି ତାକୁ ଉଠେଇଲା ସେ ହିଁ ସେ କାର ର ଡ୍ରାଇଭର । ସନାତନ ତାକୁ କିଛି କହିବା ପୂର୍ବରୁ ଓଲା ର ଡ୍ରାଇଭର ତା ହାତ ଧରି କି ଆଣି ତାକୁ କାର ଭିତରେ ବସେଇ ଦେଲା ଓ କାର ଷ୍ଟାର୍ଟ କରି ଚଳେଇବା ଆରମ୍ଭ କଲା । ସେ କିଛି ବୁଝି ପାରୁ ନ ଥାଏ ଯେ ତା ସହିତ କଣ ହଉଛି ବୋଲି । କାର ଭିତରେ ଡ୍ରାଇଭର ତାକୁ ପଚାରିଲା “କୁଆଡେ ଯିବ ତୁମେ କୁହ? ତୁମକୁ ନେଇ ଛାଡି ଦେଇ ଆସିବି”? ସନାତନ କିଛି କହିଲାନି ମୁଣ୍ଡ ତଳକୁ କରି ବସି ରହିଲା । ଡ୍ରାଇଭର ପୁଣି ତାକୁ ସେଇ ପ୍ରଶ୍ନ ପଚାରିଲା । ସନାତନ କହିଲା “ମୁଁ ଖଣ୍ଡଗିରି ଯିବି” । ଡ୍ରାଇଭର ଆଉ ବେଶୀ କିଛି ନ ପଚାରି ତା ନିଜ ସାର୍ଟ ପକେଟ୍ ରୁ ଗୋଟେ ସିଗାରେଟ୍ ବାହାର କରି ନିଆଁ ଧରେଇଲା । ପ୍ୟାକେଟ୍ ସନାତନ ଆଡକୁ ଦେଖେଇ କି କହିଲା “ସିଗାରେଟ୍?” ସନାତନ କହିଲା “ମୁଁ ସିଗାରେଟ୍ ଟାଣେ ଯେ କିନ୍ତୁ ଏବେ ଟାଣିଲେ ମୋର ବାନ୍ତି ହୋଇଯିବ । ଡ୍ରାଇଭର ତା ଆଡକୁ ଚାହିଁ ହସି କି ପଚାରିଲା “କାହିଁକି ବାନ୍ତି ହେବ”? ସନାତନ କହିଲା “ଆଜି ଦିନ ସାରା ମୁଁ କିଛି ବି ଖାଇନି । ଖାଲି ପେଟରେ ସିଗାରେଟ୍ ଟାଣିଲେ ମୋର ବାନ୍ତି ହୁଏ” । ଡ୍ରାଇଭର ସିଗାରେଟ ଟାଣୁଟାଣୁ ପଚାରିଲା “କଣ କର ତୁମେ? ଚାକିରି କରିଛ କେଉଁଠି? । ସନାତନ କହିଲା ହଁ! “ମୁଁ ଗୋଟେ ବ୍ୟାଙ୍କ ରେ ଅଛି” । ଏଥର ସନାତନ ଟିକେ ରାଗିଯାଇ କହିଲା “ତୁମେ ଏ ସବୁ କଥା ମୋତେ କାହିଁକି ପଚାରୁଛ”? ଡ୍ରାଇଭର କହିଲା “ନା ନା ସେମିତି କିଛି ନାହିଁ କଥାବାର୍ତ୍ତା ହେଲେ ଟିକେ ଟାଇମପାସ୍ ହେଇ ଯିବ ବୋଲି ମୁଁ ଏମିତି ପଚାରୁଥିଲି” । ସନାତନ କହିଲା “ମୋତେ ଏଇଠି ଛାଡି ଦିଅ ମୁଁ ପଳେଇବି” । ଡ୍ରାଇଭର କହିଲା “ମୋତେ ଜୋରରେ ଭୋକ ଲାଗିଲାଣି । ଚାଲ କିଛି ଗୋଟେ ଖିଆପିଆ କରି ନେବା ତା’ପରେ ମୁଁ ତୁମକୁ ନେଇ ଖଣ୍ଡଗିରି ଛକରେ ଛାଡି ଦେଇ ଆସିବି” । ଏତିକି କହି ସେ ଗାଡି କୁ ଗୋଟେ ଅନ୍ଧାରିଆ ରାସ୍ତା ଆଡେ ମୁହାଁଇଦେଲା । କିଛି ସମୟ ଯିବା ପରେ ଗାଡି ଆସି ଗୋଟେ ଅଣ ଓସରିଆ ଗଳି ପାଖରେ ଅଟକିଲା । ସନାତନ ତାକୁ ପଚାରିଲା “ମୋତେ ଏଠିକି କେଉଁଠିକି ଆଣିଲ । ଏଠି ତ ହୋଟେଲ କି ରେଷ୍ଟୁରାଣ୍ଟ କିଛି ଦେଖା ଯାଉନି?” । ଡ୍ରାଇଭର ଅଳ୍ପ ହସି କହିଲା “ତୁମେ ଆସ ମୋ ସହିତ” । ଏତିକି କହି ସେ ସନାତନ କୁ ଗୋଟେ ଅନ୍ଧରିଆ ବାଟେ ନେଇ ବସ୍ତି ଭିତରକୁ ଗଲା । ଦୁଇଜଣ ଗୋଟେ କୁଡିଆ ଘର ପାଖରେ ପହଞ୍ଚିଲେ । କୁକୁର ଗୁଡାକ ଜୋରରେ ଭୁକୁଥାଅନ୍ତି କେମିତି ଗୋଟେ ଅଦ୍ଭୁତ ଶବ୍ଦକରି । ସନାତନ କୁ ସେଗୁଡା ସବୁ ଟିକେ କେମିତି ଅସ୍ଵସ୍ତିକର ଲାଗୁଥାଏ । ଡ୍ରାଇଭର ତା ପ୍ୟାଣ୍ଟ୍ ପକେଟ୍ ରୁ ଚାବି ବାହାର କରି କବାଟ ଖୋଲିଲା ଓ ଭିତରକୁ ଗଲା । ସନାତନ ସେମିତି ବାହାରେ ଛିଡା ହୋଇଥାଏ । ଡ୍ରାଇଭର ତାକୁ ହସି କି ଡାକିଲା “ଆରେ ଆସ ଭିତରକୁ । ଡରିବାର କିଛି ନାହିଁ । ମୋ ଘରେ ସବୁ ପ୍ରକାର ସ୍ଵାଦିଷ୍ଟ ଖାଇବା ହିଁ ତୁମ କୁ ମିଳିବ” । ନିଜର ପରିଚୟ ଦେବାକୁ ଯାଇ ଡ୍ରାଇଭର କହିଲା “ମୋ ନା ସତୀଶ ମିଶ୍ର । ଏଇ ଦେଖୁନ ମୋ ଆଇକାର୍ଡ ରେ ମୋ ନା ଲେଖା ଅଛି” । ସେସବୁ କୁ ଦେଖିବାରେ ଏତେ ଆଗ୍ରହ ଦେଖେଇଲାନି ସନାତନ । ସତୀଶ ଭିତରକୁ ଗଲା । ସନାତନ ଦେଖିଲା ଯେ ଘର ଭିତରେ ସତୀଶ ବ୍ୟତୀତ ଆଉ ବୋଧେ କେହି ରହୁ ନାହାଁନ୍ତି । ଜିନିଷପତ୍ର ସବୁ ଅସ୍ତବ୍ୟସ୍ତ ହୋଇ ପଡିଥାଏ । ଘର ର ମଝିରେ ଗୋଟେ ଖାଇବା ଟେବୁଲ ପଡିଥାଏ । ସତୀଶ କହିଲା “ମୁଁ ଖାଇବା ଗରମ କରି ନେଇ ଆସୁଛି ମିଶିକି ଖାଇବା” । ସନାତନ ମନରେ ଅଜସ୍ର ପ୍ରଶ୍ନ ସବୁ ଉଙ୍କି ମାରୁଥାଏ । ଏ ଭିତରେ ସତୀଶ ଖାଇବା ଗରମ କରି କି ନେଇ କି ଆସିଲା ସେ ସନାତନ କୁ କହିଲା “ଯାଅ ଭିତରେ ହାତ ମୁହଁ ଧୋଇଆସ” । ସନାତନ ଭିତରକୁ ଗଲା ହାତ ମୁହଁ ଧୋଇ କି ଟେବୁଲ ପାଖ କୁ ଆସିଲା । ତାକୁ ବହୁତ ଜୋରରେ ଭୋକ ଲାଗୁଥିଲା ଦିନସାରା ସେ କିଛି ଖାଇ ନ ଥିଲା । ଦେଖିଲା ଟେବୁଲ ଉପରେ ଭାତ, ଡାଲି ମାଛ ତରକାରୀ ଆଦି ଖାଦ୍ୟ ତା ପାଇଁ ପରଷା ହୋଇଛି । ସେ ଆଉ ବେଶୀ କିଛି ନ ଭାବି ଖାଇବା ଉପରକୁ ଝପଟି ପଡିଲା ଭଳି ହେଲା ଏବଂ କେଉଁଆଡକୁ ମନ ନ ଦେଇ ଖାଇବାରେ ଲାଗିଲା । ସତୀଶ ସବୁ ଦେଖୁ ଥାଏ । ଥାଳିରେ ପରଷା ଯାଇଥିବା ଭାତର ଅଧାରୁ ଅଧିକ ଖାଇ ସାରିବା ପରେ ସନାତନ କୁ ଟିକେ ଆଶ୍ଵସ୍ତି ମିଳିବାର ଦେଖି ତା’କୁ ସତୀଶ ପଚାରିଲା “ତୁମେ ଖଣ୍ଡଗିରି ର କେଉଁଠି ରୁହ”? ସନାତନ କହିଲା “ଗୋଟେ ବସ୍ତି ଭିତରେ ଗୋଟେ ଛୋଟ ଭଡା ଘର ନେଇ ” । ସତୀଶ ଆଶ୍ଚର୍ଯ୍ୟ ହୋଇ କି ପଚାରିଲା “ତୁମେ ବ୍ୟାଙ୍କରେ ଚାକିରି କରି ପୁଣି ବସ୍ତି ରେ କାହିଁକି ରହୁଛ”? ସନାତନ ଟିକେ ଅସ୍ତବ୍ୟସ୍ତ ହୋଇ କହିଲା “ତୁମର ଏ ସବୁ ଜିନିଷ ଜାଣିବା କଣ ଦରକାର”?

ବାହାରେ ପୁଣି ଜୋରରେ ବର୍ଷା ଆରମ୍ଭ ହୋଇ ଯାଇଥିଲା । ଏଥର ପବନ ହେବା ସହ ମଝିରେ ମଝିରେ ଘଡଘଡି ବି ମାରୁଥାଏ । ସତୀଶ ଝରକା ଗୁଡାକ ବନ୍ଦ କରି ଦେଇ ଆସି କହିଲା “ଆଜି ରାତିରେ ଜଦି ବର୍ଷା ନ ଛାଡେ ତୁମେ ଏଇଠି ମୋ ଘରେ ରାତିରେ ରହିଯାଅ । ମୁଁ କାଲି ସକାଳେ ନେଇ ତୁମକୁ ଛାଡି ଦେଇ ଆସିବି । କିଛି ଅସୁବିଧା ହେବନି ଏଠି ତୁମର” । ସତୀଶ ତା’କୁ ଟିକେ ସହଜ କରିବାକୁ ଚେଷ୍ଟା କରୁଥିଲା । ସନାତନ କହିଲା “ନାଇଁ ଥାଉ ମୋତେ ବର୍ଷା ଛାଡିଲେ ନେଇ ମୋ ଘରେ ଛାଡି ଦେଇ ଆସନ୍ତୁ” । ଦୁହେଁ ପୁଣି ଖାଇବାରେ ମନ ଦେଲେ । ସନାତନ ର ତଣ୍ଟି ରେ ବୋଧେ ଲାଗିଲା । ସେ ଟିକେ କାଶି ଉଠିଲା । ସତୀଶ ଉଠିଯାଇ ତାକୁ ଗୋଟେ ଗ୍ଳାସ ରେ ପାଣି ନେଇ କି ପିଇବାକୁ ଦେଲା । ତା’ପରେ ସନାତନ କହି ଉଠିଲା “ମୁଁ ଯେଉଁ ବ୍ୟାଙ୍କ ରେ କାମ କରୁଥିଲି ଦିନେ ଖରାବେଳେ ବ୍ୟାଙ୍କରେ ଡକାୟତି ହେଲା । ସେତେବେଳେ ମୁଁ ବ୍ୟାଙ୍କରେ ନ ଥିଲି । କିଛି ଗୋଟେ କାମରେ ବାହାରକୁ ଯାଇଥିଲି । ଆସିଲାବେଳକୁ ଦେଖିଲି ଯେ ହାତରେ କଣ ଗୋଟେ ଧରିକି ତିନିଚାରି ଜଣ ଲୋକ ବ୍ୟାଙ୍କରୁ ବାହାରିଗଲେ । ମୁଁ ଟିକେ ବେଶୀ ଧ୍ୟାନ ଦେଲିନି । ଭାବିଲି ବୋଧ ହୁଏ କିଛି ଗ୍ରାହକ ହୋଇଥିବେ । କିନ୍ତୁ ସେମାନେ ଯେତେବେଳେ ମୋତେ ଦେଖି ଦୌଡିବାକୁ ଲାଗିଲେ ମୁଁ ଦେଖିଲି ଜଣଙ୍କ ହାତରେ ଗୋଟେ ପିସ୍ତଲ ଥାଏ । ମୁଁ ତାକୁ ଧରିବାକୁ ଯାଆନ୍ତେ ସେ ମୋତେ ଗୋଟେ ଧକ୍କା ଦେଇ ଦଉଡି ଯାଇ ମୋଟରସାଇକେଲ ଧରି କୁଆଡେ ଉଭାନ ହୋଇଗଲେ । ବ୍ୟାଙ୍କ ଭିତରକୁ ଯାଇ ଦେଖେ ତ ସମସ୍ତେ ଭୟ ରେ ଥରୁଥାଆନ୍ତି । ପୋଲିସକୁ ଫୋନ୍ କରା ହୋଇ ସରିଥାଏ । କିଛି ସମୟ ଭିତରେ ହେଡ୍ ବ୍ରାଞ୍ଚ୍ ର ଅଧିକାରୀ ଓ ପୋଲିସ ସମସ୍ତେ ଆସି ପହଞ୍ଚିଗଲେ । ସମସ୍ତଙ୍କୁ ପଚରାପଚାରି ଚାଲିଥାଏ । ଯେହେତୁ ଡକାୟତି ସମୟରେ ମୁଁ ବ୍ୟାଙ୍କରେ ନ ଥିଲି ସମସ୍ତଙ୍କ ସନ୍ଦେହ ମୋ ଉପରେ ଘନାଉଥାଏ । ସମସ୍ତେ ଭବୁଥାଆନ୍ତି ଯେ ମୁଁ କୁଆଡେ ଡକାୟତି ସହ ସମ୍ପୃକ୍ତ ଅଛି ବୋଲି । ଏମିତି କିଛିଦିନ ଚାଲିଲା ଡକାୟତ ମାନଙ୍କର କୌଣସି ଖୋଜଖବର ନଥାଏ” ।

 ଏ ଭିତରେ ସତୀଶ ଖାଇବା ସାରି ଟେବୁଲ ଉପରୁ ଉଠି ହାତ ଧୋଇବାକୁ ଗଲା । ମୋତିଲାଲ ବି ଖାଇ ସାରି ହାତ ଧୋଇ ଆସି ପୁଣି ଆସି ସେଇ ଟେବୁଲ ପାଖରେ ଥିବା ଚେୟାର୍ ଉପରେ ବସିଲା । ସତୀଶ ପଚାରିଲା “ତା’ପରେ କଣ ହେଲା”? ସନାତନ ଗପି ଚାଲିଲା “ମୋତେ ପୋଲିସ ସନ୍ଦେହ କରି ସବୁବେଳେ ଥାନା କୁ ଡକେଇ ୟାଡ଼ୁସ୍ୟାଡ଼ୁ ପୁଳାଏ ପଚାରୁ ଥିଲା । ଦିନେ ମୁଁ ଅତିଷ୍ଠ ହେଇ ମ୍ୟାନେଜର ସହିତ ଝଗଡା କଲି । ତା ସହିତ ମୋର କଥା ହାତାହାତି ପର୍ଯ୍ୟନ୍ତ ଗଲା । ମୋତେ ଚାକିରି ରୁ ବାହାର କରି ଦିଆଗଲା । ବ୍ୟାଙ୍କ ର କ୍ଵାଟର୍ ବି ସେମାନେ ମୋ ଠାରୁ ନେଇଗଲେ କୁଆଡେ ଆଉ ଯିବି ବୋଲି ଭାବି ଆସି ଖଣ୍ଡଗିରି ଗୋଟେ ବସ୍ତିରେ ଆଶ୍ରୟ ନେଇଛି” । ଏତିକି କହି ସାରିବା ପରେ ସନାତନ କାନ୍ଦି ପକେଇଲା । ସତୀଶ ତାକୁ ଅଶ୍ଵାସନା ଦେବାକୁ ଯାଇ କହିଲା “ତୁମେ ନିର୍ଦ୍ଦୋଷ ରେ ଦଣ୍ଡ ପାଇଲ ଆମମାନଙ୍କ ପାଇଁ” । ସନାତନ ଚମକି ପଡିଲା ସେ ସତୀଶ କୁ ପଚାରିଲା “ତୁମମାନଙ୍କ ପାଇଁ ମାନେ”? ସତୀଶ ସନାତନ କୁ ଡାକିନେଇ ସେପଟ ଘରକୁ ଗଲା କହିଲା “ଦେଖ ସେ ଆଇନାରେ କିଏ ଅଛି”? ସନାତନ ଆଇନା ରେ ଯାହା ଦେଖିଲା ତାକୁ ଦେଖି ସାରିବା ପରେ ତା ଦେହରୁ ପରସ୍ତେ ଝାଳ ବାହାରିଗଲା । ଭୟରେ ଠକଠକ ହୋଇ ସେ ଥରିଲା । ସେ ଦେଖିଲା ଯେ ଆଇନାରେ ସତୀଶ ର ଚେହେରା ହିଁ ଦେଖାଯାଉନି । ପଛକୁ ଅନେଇଲା ବେଳକୁ କେହି କୁଆଡେ ନାହାଁନ୍ତି । ସେ ଘରେ ହଠାତ ଲାଇନ ବି କଟିଗଲା । ପୁରା ଅନ୍ଧକାର ଘର ଭିତରେ ସନାତନ ଏକା ଛିଡା ହୋଇଥାଏ । ଶୂନ୍ୟରୁ ସତୀଶ କହିଲା “ସନାତନ! ମୁଁ ଜାଣିଛି ତୁ ନିର୍ଦ୍ଦୋଷ କିନ୍ତୁ ଆମର କୃତକର୍ମ ପାଇଁ ତୁ ଦଣ୍ଡ ଭୋଗିଲୁ । ଆଜକୁ ପ୍ରାୟ ପନ୍ଦର ଦିନ ତଳେ ଆମେ ଆଉ ଗୋଟେ ବ୍ୟାଙ୍କରେ ଡକାୟତି କରୁଥିଲୁ । ଠିକ ସେତିକିବେଳକୁ କିଏ ଜଣେ ପୋଲିସକୁ ଡାକିଦେଲା । ଆମ ଗ୍ୟାଙ୍ଗ୍ ର ସମସ୍ତେ ଖସି ପଳେଇଲା ବେଳକୁ ପୋଲିସ ଗୁଳିକଲା । 

ଦୁଇଟି ଗୁଳି ମୋ ପିଠି ରେ ଆସି ବାଜିଲା ମୁଁ ସେଇଠି ହିଁ ଟଳି ପଡିଲି । ସେ ଯେଉଁ ପିସ୍ତଲ ଧରିଥିବା ଲୋକକୁ ତୁ ସେ ଦିନ ଦେଖିଥିଲୁ ସେ ଆଉ କେହି ନୁହେଁ ସେ ମୁଁ ହିଁ ଥିଲି । ଆଉ ମୁଁ ତତେ ଠିକ ଦେଖି ପାରିଥିଲି । ତତେ ପୁଲିସ ଏବେ ବି ଖୋଜୁଛି । ତୁ ଯୋଉଠି ବସି ଖାଉଥିଲୁ ସେଇ ଟେବୁଲ ତଳେ ହାତ ମାରି କି ଦେଖ ଗୋଟେ ଚାବି ଅଠାରେ ମରା ହୋଇଥିବ । ସେ ଚାବି କି ଆଣ ଏଇ ଘର ର ତାଜା ଉପରେ ଦେଖ ଗୋଟେ ଟ୍ରଙ୍କ୍ ରଖା ହୋଇଛି । ଏ ଚାବି ହେଉଛି ସେଇ ଟ୍ରଙ୍କ୍ ର ତୁ ଯା ସେଇ ଟ୍ରଙ୍କ୍ ଖୋଲ” । ସନାତନ ର ପକେଟରେ ଦିଆସିଲି ଥିଲା । ତାକୁ ମାରିମାରି ସେ ସତୀଶ କହିଥିବା ସବୁ କାମ କଲା । ଟ୍ରଙ୍କ ଖୋଲି ଦେଖିଲା ବେଳକୁ ତା ଭିତରେ ବିଡାବିଡା ଟଙ୍କା । ସତୀଶ କହି ଉଠିଲା “ତୁ ଏ ଟଙ୍କାକୁ ନେ ଆଉ ଯେତେ ଶୀଘ୍ର ପାରୁଛୁ ଏଠୁ ପଳା” । ଏତିକି କହି ସାରିବା ପରେ ହଠାତ୍ ଜୋରରେ ପବନ ହେଲା । ବନ୍ଦ ହୋଇଥିବା ଝରକା କବାଟ ଗୁଡାକ ସବୁ ଖୋଲି ହୋଇଗଲା ଆଉ ବର୍ଷା ପାଣିଛିଟା ପଶି ଆସି ସେ ଟଙ୍କା ଥିବା ଟ୍ରଙ୍କ୍ କୁ ପୁରା ଓଦା କରି ସାରିଥିଲା ।



Rate this content
Log in

Similar oriya story from Drama