Deepak Sarangi

Horror

4.0  

Deepak Sarangi

Horror

ହାଇଦ୍ରାବାଦ ର ମସଜିଦ୍

ହାଇଦ୍ରାବାଦ ର ମସଜିଦ୍

6 mins
304


ମୁଁ ଯତେବେଳେ ପ୍ରଥମ ଥର ପାଇଁ ହାଇଦ୍ରାବାଦ ସହରକୁ ଗଲି ମୁଁ ମୋର ଜଣେ ବାଲ୍ୟ ବନ୍ଧୁ ରାଜା ରହୁଥିବା ମେସ୍ ରେ ପାଇଁ ରହିଥିଲି । କିଛିଦିନ ସେଠି ରହିବାପରେ ଏତେ ଜଣ ଲୋକଙ୍କ ସହିତ ରହିବା ମୋ ପକ୍ଷେ ଥିଲା ଏକ କଷ୍ଟକର ବ୍ୟାପାର କାରଣ କି ପିଲା ଦିନରୁ ଏକୁଟିଆ ହୋଇ ରହି ଆସୁଥିବା ଲୋକଟିକୁ ଯଦି ଏକା ଥରକେ ହଷ୍ଟେଲରେ ଛାଡି ଦିଆ ଯାଏ ତେବେ ତା ପକ୍ଷେ ସମସ୍ତଙ୍କ ସହ ମିଶିବାକୁ ଟିକେ ସମୟ ତ ଲାଗିବ ହିଁ । ସେ ଯାହା ହେଉ କିଛି ଦିନ ମେସ୍ ରେ ରହିବା ପରେ ମୁଁ ନିଜେ ମୋ ନିଜ ତରଫରୁ ଗୋଟେ ଘର ଖୋଜିବା ଆରମ୍ଭ କରିଦେଲି ।

ହାଇଦ୍ରାବାଦ ସହରରେ ଯେଉଁଠି କି ଭାଷା ଗୋଟେ ମୁଖ୍ୟ ସମସ୍ୟା ସେଭଳି ଜାଗାରେ ମୋ ଭଳି ଓଡିଆ ଅବିବାହିତ ଯୁବକକୁ ଘର ଦେବ ବା କିଏ ? ଯେଉଁଠିକି ଯାଉଥାଏ ସେହି ଗୋଟିଏ ପ୍ରଶ୍ନ ବ୍ୟାଚେଲର୍ ନା ମ୍ୟାରେଡ୍ ମୋ ମୁହଁ ରୁ ବ୍ୟାଚେଲର ଶବ୍ଦଟି ଶୁଣିବା ମାତ୍ର କେହିଁ ଘର ମାଲିକ ଗୁଡା ତାଟି କବାଟ ପକେଇ ଦଉଥିଲେ କଣ ଗୋଟେ ତେଲୁଗୁ ଭାଷାରେ କହି କି ।  ସତେ କି ମୁଁ ଅବିବାହିତ ବୋଲି  କହିଲି ବୋଲି କଣ ଗୋଟେ ଅପରାଧ କରିଦେଲି ।

ଏମିତି ପ୍ରାୟ ମାସେ ଦୁଇ ତିନି ଟା କଲୋନୀ ରେ ଘର ଖୋଜି ସାରିବା ପରେ ମୁଁ ଘର ଖୋଜା ବନ୍ଦ କରି ଦେଲି । ଦିନେ ଅଫିସ ରୁ ଆସି ମୋ ସାଙ୍ଗ ମେସ୍ ରେ ଆସି ମୁହଁ ଶୁଖେଇ ଶୋଇଲି । ମୋ ସାଙ୍ଗ ରାଜା ଆସି ପଚାରିଲା କ’ଣ ହୋଇଛି ବୋଲି? ତା’କୁ ସବୁ କଥା ଖୋଲି କି କହିଲି ସେ କହିଲା “ତୁ ଜମା ବ୍ୟସ୍ତ ହଅନା ; ତୁ ଏମାନଙ୍କ ସହ ହିନ୍ଦୀରେ କଥା କହୁଛୁ ବୋଲି ସେମାନେ ତୋତେ ସବୁ ଏମିତିଆ ଉତ୍ତର ଦଉଛନ୍ତି । ମୁଁ ତତେ ଗୋଟେ ଏଇଠିକାର ଲୋକାଲ ବ୍ରୋକର୍ ଶିବା ର ନମ୍ବର ଦଉଛି ତୁ ତା ସହ କଥା ହୋଇ ଘର ଖୋଜ । ସେ ତତେ ନିଶ୍ଚୟ ଗୋଟେ ଭଲ ଘର ଖୋଜି କି ଦେବ” । ମୁଁ ସଙ୍ଗେସଙ୍ଗେ ରାଜା ଠାରୁ ତା ନମ୍ବର ଆଣି ତାକୁ ଫୋନ୍ ଲଗେଇଲି । ମୁଁ ହିନ୍ଦୀରେ କଥା ଆରମ୍ଭ କରିବାରୁ ସେପଟୁ ସେ ମଧ୍ୟ ହାଇଦ୍ରାବାଦୀ ହିନ୍ଦୀରେ ମୋ ସହ କଥା ହେଲା । କିନ୍ତୁ ତା’ର ଗୋଟେ ସର୍ତ୍ତ ଥିଲା ଯେ ଘର ମିଳିଗଲା ପରେ ଘରର ଭଡା ଯେତିକି ସେତିକି ଟଙ୍କା ସେ ଦୁଇଟା କିସ୍ତିରେ ମୋ ଠାରୁ ନେବ ବୋଲି । ମୁଁ ତା ସର୍ତ୍ତରେ ସଙ୍ଗେସଙ୍ଗେ ରାଜି ହୋଇଗଲି । ଶିବା କହିଲା “ଠିକ୍ ଅଛି ମୁଁ ଆସନ୍ତା କାଲି ହିଁ ଆପଣଙ୍କୁ ନେଇ ଗୋଟେ ଭଲ ଘର ଦେଖେଇ ଦେବି । ତା କଥା ଶୁଣି ମୁଁ ବହୁତ ଖୁସି ହୋଇଗଲି  । ତା’ ପର ଦିନ ଅଫିସରୁ ଠିକ୍ ୫ ଟା ବେଳକୁ ଫେରି ଶିବାକୁ ଫୋନ୍ ଲଗେଇଲି । ଶିବା ମୋତେ କହିଲା ଯେ ସେ ମୋ ପାଇଁ ଅମୀରପେଟ୍ ରେ ଅପେକ୍ଷା କରିଛି ବୋଲି । ୨୧ଏ ନମ୍ବର ବସ୍ ଧରି ସିଧା ଯାଇଁ ପହଞ୍ଚି ଗଲି ଅମୀରପେଟ୍ ରେ । ଶିବା ମୋ ପାଇଁ ବସଷ୍ଟପ୍ ରେ ହିଁ ଅପେକ୍ଷା କରିଥିଲା । ମୋତେ ଦେଖି ଟିକେ ହସି ଦେଇ କହିଲା ଚାଲ ଆନ୍ନା । ଭଦ୍ରତା ଦୃଷ୍ଟିରୁ ମୁଁ ତାକୁ ପାଖ ଦୋକାନରୁ ଚା ପିଇବା ପାଇଁ ଅନୁରୋଧ କଲି । ଆମେ ଦୁଇ ଜଣ ଚା ପିଇ ସାରିବା ପରେ ଚାଲିଲୁ ଘର ଦେଖିବା ପାଇଁ । ସେ ମୋତେ ତା ମୋଟରସାଇକେଲରେ ବସେଇ ନେଇ ବସଷ୍ଟପ୍ ପାଖ ରୁ ପ୍ରାୟ ୩/୪ କିଲୋମିଟର ନେଇ କି ଗଲା ପରେ ଗୋଟେ ବଡ ଘର ଆଗରେ ନେଇ ଗାଡି କି ଅଟକେଇଲା । ମୋତେ ସେଇଠି ଅପେକ୍ଷା କରିବା ପାଇଁ କହି ଦେଇ ସେ ନିଜେ ଗଲା ଘର ଭିତରକୁ । ଦୁଇ ମହଲାର ଘର । ଦେଖିଲି ଛାତ ଉପରେ ଜଣେ କିଏ ବୁଲାବୁଲି କରୁଛି । ତଳ ଘରଟା ତାଲା ପଡିଛି । କିଛି ସମୟ ପରେ ଶିବା ଆସି ମୋତେ ଡାକିଲା କହିଲା “ଆନ୍ନା ଏଇ ତଳ ଘର ଟି ହିଁ ଭଡା ଦିଆଯିବ” । ମୁଁ ତାକୁ କହିଲି ଯେ ମୁଁ ଟିକେ ଘର ଭିତର ଦେଖିବାକୁ ଚାହୁଁଛି ବୋଲି । ସେ ଉପର ଘରୁ ଚାବି ଆଣି ଘର ଖୋଲି କି ମୋତେ ଦେଖେଇଲା । ଘରଟା ଲାଗୁଥିଲା ଯେପରି ବହୁତ ଦିନରୁ ବନ୍ଦ ଥିଲା ଭଳି । କବାଟ ଖୋଲିବା କ୍ଷଣି ଭୁସ୍ କରି କିଛି ବାଦୁଡି ତା ମଧ୍ୟରୁ ବାହରି ଠିକ୍ ମୋ କାନ ପାଖ ଦେଇ ଉଡିଗଲେ । ମୋତେ ବଡ ଅଶ୍ଵସ୍ତିକର ଲାଗିଲା । ମୁଁ ଶିବାକୁ କିଛି କହିବାକୁ ଯାଆନ୍ତେ ସେ ଦାନ୍ତ ଦେଖେଇ କହିଲା “ଆନ୍ନା ଘରଟା କିଛି ଦିନ ହେଲା ବନ୍ଦ ଥିଲା ତ ସେଥିପାଇଁ ବୋଧେ ଏଇ ବାଦୁଡି ଗୁଡା ୟା ଭିତରେ ଆସି ବସା ବାନ୍ଧି ଦେଇଛନ୍ତି” । ସେ ମୋତେ ଘର ଭିତରକୁ ଡାକିଲା କେମିତି ଗୋଟେ ଅଜବ ପ୍ରକାରର ଗନ୍ଧ ସେ ଘର ଭିତରୁ ବାହାରୁଥିଲା । ଶିବା ସବୁ ଝରକାକବାଟ ଗୁଡା ଖୋଲି ଦେଲା । ଘର ଭିତରେ କିଛି ଆସବାବ ପତ୍ର ଆଗରୁ ଥିଲା ଯେପରିକି ଖଟ,ଟେବୁଲ,ଫ୍ୟାନ୍,ଚୌକି ଆଦି । ଶିବା ମୋତେ ସେଗୁଡାକ ସବୁ ଦେଖେଇ ଦେଇ କହିଲା “ଆନ୍ନା ଏ ସବୁ ଆପଣ ବ୍ୟବହାର କରିବେ ଅଧିକା କିଛି ପଇସା ଦବାକୁ ପଡିବନି” । ମୁଁ ବି ମନେମନେ ଖୁସି ହୋଇଗଲି । ଭାବିଲି ଯାହାହଉ ଏ ଖଟ ମାଠ ମୋତେ ଆଉ କିଣିବାକୁ ପଡିବନି ।  ଦୁଇ ବଖରା ଘର । ଗାଧୁଆ ଘର ଆଟାଚ୍ ଅଛି । ରୋଷେଇ କରିବା ପାଇଁ ବି ଗୋଟେ ଛୋଟ ରୋଷେଇ ଘର ଅଛି । ଝରକା ଗୁଡା ବଡ ହେଇଥିବାରୁ ଭଲ ଆଲୋକ ମଧ୍ୟ ଘରକୁ ଆସୁଥାଏ । ଝରକା ବାଟେ ଚାହିଁଲେ ଦେଖା ଯାଉଥାଏ ଗୋଟେ ବହୁତ ପୁରୁଣା ମସଜିଦ୍ । ସେ ଯାହାହେଉ ମୋତେ ଘରଟି ବଡ ପସନ୍ଦ ଆସିଲା । ବୁଝାବୁଝି କରିବାରୁ ଜାଣିଲି ଯେ ଘରର ମାଲିକ ଏଠି ନ ରହି ଅଲଗା କେଉଁ ଜାଗାରେ ରହୁଥାଆନ୍ତି । ଉପରେ ଯେଉଁ ଭଦ୍ରବ୍ୟକ୍ତି ଥିଲେ ସେ ମଧ୍ୟ ଭଡାଟିଆ ।  ଘର ଭଡା ଚାରି ହଜାର । ହାଇଦ୍ରାବାଦ ଭଳି ସହରରେ ଦୁଇ ଟିକିଆ ଘର ଚାରି ହାଜର ଟଙ୍କାରେ ମିଳିବା ବହୁତ ମୁସ୍କିଲ । ତେଣୁ ମୁଁ ଆଉ ବେଶି କିଛି ପଚରାପଚରି ନ କରି ହଁ ଭରି ଦେଲି । ଶିବା ମନ ବି ଖୁସ୍ କାରଣ ଏକା ଥରକରେ ସେ ଗୋଟେ ଗ୍ରାହକକୁ ଘର ଜୁଟେଇ ଦେଲା ବୋଲି । ଘର ମାଲିକଙ୍କ ସହ ଫୋନ୍ ରେ ଶିବା ମୋ ସହ ତାଙ୍କର କଥା ବି କରେଇ ଦେଲା । ମୁଁ ଚାହୁଁଥିଲି ଯେତେ ଶୀଘ୍ର ସେ ମେସ୍ ରୁ ମୁକ୍ତି ପାଇବାକୁ । ତେଣୁ ମୁଁ ଶିବା କୁ କହିଦେଲି ଯେ ଆସନ୍ତାକାଲି ଠାରୁ ମୁଁ ମୋ ବେଡିଙ୍ଗ୍ ବିସ୍ତର ଧରି ଚାଲିଆସିବି ବୋଲି । ଘରର ଚାବି ଶିବା ପାଖରୁ ରଖିଦେଲି ।


ପରଦିନ ରବିବାର ଥିଲା । ମୁଁ ଆଉ ରାଜା ଦୁଇଜଣ ସେ ଘରକୁ ଚାଲି ଆସିଲୁ । ଆସିଲାବେଳେ ବାଟରୁ ଇଲେକଟ୍ରିକ୍ ବଲ୍, ଝାଡୁ ଆଦି ନିତ୍ୟବ୍ୟବହାର ସାମଗ୍ରୀ କିଣି କି ସାଙ୍ଗରେ ନେଇ ଆସିଲୁ । ଘର କୁ ଭଲ କରି ସଫା ସୁତୁରା କରି ଦୁଇ ସାଙ୍ଗ ବସି ଟିକେ ଗପସପ ହେଲୁ । ପାଖ ହୋଟେଲରୁ ଯାଇଁ ଖାଇ ଦେଇ ଆସି ଟିକେ ଶୋଇ ପଡିଲୁ । ରାଜା ବି ବହୁତ ଖୁସି ଥିଲା ଯେ ମୋତେ ଗୋଟେ ଭଲ ଘର ମିଳି ଯାଇଛି ବୋଲି । ସନ୍ଧ୍ୟା ହେବାରୁ ରାଜା ତା ମେସ୍ କୁ ଯିବାକୁ ବାହାରିଲା । ମୁଁ ତାକୁ ନେଇ ବସଷ୍ଟପ୍ ରେ ଛାଡି ଦେଇ ଆସିଲି । ସନ୍ଧ୍ୟା ବେଳେ ଉପରେ ରହୁଥିବା ଭଦ୍ରଲୋକଙ୍କ ସହିତ କଥା ହେଇ କଟେଇ ଦେଲି । ତାଙ୍କରି ଘରେ ସେଦିନର ରାତ୍ରି ଭୋଜନ ବି କରି ନେଲି । ଘଣ୍ଟାରେ ଦେଖିଲି ରାତି ଆସି ଦଶ ଟା ବାଜିଲାଣି । ସେମାନଙ୍କଠାରୁ ବିଦାୟ ନେଇ ଆସି ମୋ ଘରକୁ ଆସିଲି । ଶୋଇବାକୁ ଯାଉଥିଲା ବେଳେ କାନରେ ପଡିଲା ମସଜିଦ୍ ର ଶେଷ ଆଜାନ୍ । ଛାଇନିଦ ଟା ଭାଙ୍ଗି ଗଲା । ଯେତେ ଶୋଇବାକୁ ଚେଷ୍ଟା କଲେ ବି ନିଦ ହେଲାନି । ଭାବିଲି ଟିକେ ବାହାରେ ବୁଲି ଆସିବି ବୋଲି । ହାଇଦ୍ରାବାଦ ସହରରେ ଡର ଆଉ କଣ ଅଛି ଯେ ? ସବୁ ଆଡେ ତ ଷ୍ଟ୍ରୀଟ୍ ଲାଇଟ ଲାଗିଛି ଲୋକଙ୍କ ଚଳପ୍ରଚଳ ରାତି ସାରା ଚାଲିଥାଏ । ଏମିତି ବାହାରେ ଚାଲୁ ଚାଲୁ ମୁଁ କେତେ ବେଳେ ଯାଇ ସେ ମସଜିଦ୍ ପାଖରେ ପହଞ୍ଚି ଯାଇଛି ନିଜେ ବି ଜାଣିନି । ଦେଖିଲି ମସଜିଦ୍ ପାଖରେ ଗୋଟେ କବରଖାନା । ମୁଁ ତ ସେ ଭୂତପ୍ରେତ ଆଦିଙ୍କୁ କେବେବି ବିଶ୍ଵାସ କରେନି । ମନରେ ଟିକେ କୌତୁହଳ ସୃଷ୍ଟି ହେଲା ଭିତରକୁ ଯାଇ ଦେଖି ଆସିବା ମୁସଲିମ ଲୋକଙ୍କ କବର କେମିତିଆ ବୋଲି । କବରଖାନାର ଗେଟ୍ ଖୋଲି ଭିତରକୁ ଗଲି । କବରଖାନାର ଚାରିପଟେ ଉଜ୍ଵଳ ଲାଇଟ୍ ସବୁ ଲାଗିଛି । ତେଣୁ ଡରିବାର ପ୍ରଶ୍ନ ହିଁ ଉଠୁନି । ବାହାରେ କିଛି ଲୋକ ବି ଆତଯାତ କରୁଥାଆନ୍ତି । ବୁଲିବୁଲି ଦେଖିଲି କବର ଉପରେ କଣ ସବୁ ଉର୍ଦୁ ଅକ୍ଷରରେ ଲେଖା ହୋଇଛି । ଗୋଟେ ଗୋଟେ କବର ଉପରେ ଇଂରାଜୀ ଆଉ ହିନ୍ଦୀରେ ବି ଲେଖା ଯାଇଛି । ବହୁତ ପୁରୁଣା କବର ସବୁ ଏପରିକି୧୯୦୦ ମସିହା କବର ବି ସେଠି ଅଛି । ହାତ ଘଣ୍ଟା ଦେଖିଲି ରାତ୍ରି ଆସି ୧୧ଟା ଉପରେ ହୋଇଗଲାଣି । ଏଥର ଚିନ୍ତା କଲି ଯେ ଘରକୁ ଯିବାପାଇଁ । ମୁଁ କବରଖାନାର ବାହାରକୁ ଆସିବା ବେଳକୁ ଲାଗିଲା କିଏ ଜଣେ ମୋତେ ପଛରୁ ଡାକିଲା ଭଳି । ଟିକେ ଅଟକି ଗଲି । ପଛକୁ ଅନେଇ ଦେଖିଲି କେହି କୁଆଡେ ନାହାଁନ୍ତି । ଆଗକୁ ଚାଲିଲି । ପୁଣି ସେହି ସ୍ଵର ପଛକୁ ଚାହିଁଲା ବେଳକୁ ଦେଖିଲି ଜଣେ ବୟସ୍କ ମୁସଲମାନ ମୋତେ ଚାହିଁ ହସୁଛନ୍ତି । ଏତେ ରାତିରେ ଏ କବରଖାନାକୁ ଆସିବାର କାରଣ ସେ ମୋତେ ପଚାରିଲେ । ନିଦ ନ ହେବାରୁ ଏଠିକି ଟିକେ ଚାଲି ଆସିଲି ବୋଲି ମୁଁ ତାଙ୍କୁ କହିଲି । ସେ ଟିକେ ହସି କି କହିଲେ ଯେ “ବାବା ଏ କବରଖାନା କୌଣସି ଗୋଟେ ବୁଲିବା ଜାଗା ନୁହେଁ ଯେ ତୁମେ ଏଠିକି ବୁଲିବାକୁ ଆସିବ । ଆଜି ଯଦି ମୁଁ ଠିକ୍ ସମୟରେ ଆସି ନ ପହଞ୍ଚିଥାଆନ୍ତି ହୁଏତ ତୁମେ ଆଜି ବହୁତ ବଡ ବିପଦରେ ପଡି ଯାଇଥଆନ୍ତ” । ମୁଁ ତାଙ୍କୁ ପଚାରିଲି “କି ବିପଦ ଚାଚା”? ସେ ଟିକେ ହସି କହିଲେ ଯେ “ମୁଁ ବର୍ତ୍ତମାନ ତୁମ ପଛରେ ଗୋଟେ ଆତ୍ମାକୁ ଠିଆ ହୋଇ ଥିବାର ଦେଖିପାରୁଛି । କିନ୍ତୁ ଯେହେତୁ ମୁଁ ତୁମ ସହିତ ଅଛି ସେ ତୁମ ପାଖକୁ ଆସି ପାରୁନାହିଁ । ତୁମେ ଯେତେ ଶୀଘ୍ର ଏ କବରଖାନାରୁ ବାହାରି ଯାଅ । ଚାଚାଙ୍କ ଗମ୍ଭୀର କଥା ଶୁଣି ମୋ ଦେହରୁ ପରସ୍ତେ ଝାଳ ବାହାରିଗଲା । ମୁଁ ତାଙ୍କୁ ଅନୁରୋଧ କରି କହିଲି “ଚାଚା ମୋତେ ଟିକେ ନେଇ ମୋ ଘର ପାଖରେ ଛାଡି ଦେଇ ଆସନ୍ତୁ” । ଦେଖିଲି ଘଣ୍ଟାରେ ୧୨ଟା ବାଜି ସାରିଥିଲା ଚାଚା ନେଇ ମୋତେ ମୋ ଘର ପାଖରେ ଛାଡି ଦେଇ ଆସିଲେ ଓ କହିଲେ ଯେ “ରାତି ୧୧ଟା ପରେ କେବେ ବି ଏ କବରଖାନାକୁ ନ ଆସିବା ପାଇଁ କାରଣ ଯେତେବେଳେ ମଣିଷମାନଙ୍କର କାମ ଶେଷ ହୋଇ ସେମାନେ ଶୋଇବାକୁ ଯାଆନ୍ତି ସେତେବେଳେ ଏଇ ଆତ୍ମାମାନେ ଚେଇଁ ଉଠନ୍ତି ଏବଂ ଏମାନେ ଏଇ କବରଖାନା ଭିତରେ ଘୁରି ବୁଲନ୍ତି ଆଉ ଖୋଜୁଥାଆନ୍ତି ଗୋଟେ ଦେହ ଯାହା ଦ୍ଵାରା ସେମାନେ ଆମ ଦୁନିଆ ସହ ସମ୍ପର୍କ ସ୍ଥାପନ କରିପାରିବେ” । ଏତିକି କହି ଚାଚା ମୋ ଠାରୁ ବିଦାୟ ନେଇଗଲେ । ସେହି ଦିନଠାରୁ ମୁଁ ଯେତିକି ଦିନ ସେହି ଘରେ ରହିଥିଲି ସେତେଦିନ ପର୍ଯ୍ୟନ୍ତ ମୁଁ ସେ ମସଜିଦ୍ ପଟ ଝରକା କେବେ ବି ଖୋଲିନି କି ରାତି ୧୦ଟା ପରେ କେବେ ବି ବାହାରକୁ ଯାଇନି । 



Rate this content
Log in

Similar oriya story from Horror