STORYMIRROR

Deepak Sarangi

Romance

2  

Deepak Sarangi

Romance

ଏକ ଛୋଟିଆ ପ୍ରେମ କାହାଣୀ

ଏକ ଛୋଟିଆ ପ୍ରେମ କାହାଣୀ

2 mins
171

ମିତା ର ମନ ବହୁତ ଖୁସି ଆଜି ଭ୍ୟାଲେଣ୍ଟାଇନ୍ ଡେ ରେ ପ୍ରପୋଜ କରିବ ସେ ଆଜି ସୋହନ କୁ । ଦୀର୍ଘ ୫ ବର୍ଷର ପ୍ରେମ କୁ ଆଜି ମିଳିଯିବ ତା’ର ସ୍ଵୀକାରୋକ୍ତି । କଲେଜ ପଢିବା ସମୟରେ ସେ ବହୁତ ଚେଷ୍ଟା କରିଛି ସୋହନ କୁ ତା ମନ ଖୋଲି ସବୁ କହି ଦେବା ପାଇଁ; କିନ୍ତୁ କହି ପାରିନି । କାରଣ ଟା ସେ ନିଜେ ବି ଜାଣିନି । ସୋହନ କୁ ଦେଖିବା ମାତ୍ରେ ହିଁ ମିତା ସବୁ ମନେ ପକାଇ ରଖିଥିବା କଥା ଗୁଡା ଭୁଲିଯାଏ । ସେ ଯାହା ହେଉ ଆଜି କିନ୍ତୁ ସୋହନ କୁ ସେ ସବୁ କଥା କହି ଦବ । ଆଉ ଯଦି ନ କହି ବି ପାରିବ ତେବେ ସେ ସାଥିରେ ଚିଠି ଖଣ୍ଡେ ବି ଆଣିଛି ହାତକୁ ବଢେଇ ଦେଇ କହିବ ମୋରି ଆଗରେ ଠିଆ ହୋଇ କି ପଢିବାକୁ । ଦିନ ୧୦ଟା ବେଳୁ ସେ ପାର୍କରେ ବସିଛି ଆସି କି ଦିନ ଗୋଟାଏ ହେଲାଣି ତିନି ଥର ଫୋନ ବି କରି ସାରିଲାଣି ସେ ସୋହନ କୁ ରିଂ ହଉଛି କିନ୍ତୁ ସେପଟୁ କିଛି ଉତ୍ତର ନାହିଁ । ମନ କୁ ତା’ର ପାପ ଛୁଇଁ ଆସୁଥିଲା । କୁଆଡେ ଗଲା ସୋହନ କହିଥିଲା ଯେ ଠିକ ୧୦ଟାରେ ଆସି ପହଞ୍ଚିଯିବ ବୋଲି । ମିତା ପୁଣି ମନକୁ ବୁଝେଇ ନେଲା ହଁ ନୂଆ କରି ଚାକିରି କରିଛି ହୁଏତ କୌଣସି କାମରେ ବ୍ୟସ୍ତ ରହି ଯାଇଥିବ । ମିତା ର ଫୋନ ରିଂ ହେଲା ସେ ଦେଖିଲା ସୋହନର ଗୋଟେ ମେସେଜ ସେ ଲେଖିଥିଲା ଗୋଟେ ବଡ ଅସୁବିଧାରେ ମୁଁ ପଡି ଯାଇଛି ମୋ ପାଇଁ ଆଉ ଟିକେ ଅପେକ୍ଷା କର ମୁଁ ଗଲେ ତୁମକୁ ଗୋଟେ ସରପ୍ରାଇଜ୍ ବି ଦେବି । ସୋହନ କି ସରପ୍ରାଇଜ୍ ଦେବ ବୋଲି ମିତା ଭାବିଚାଲିଥିଲା ତା ସହ ଶେଠୀ ପାଇଁ ବି ଚିନ୍ତିତ ଥିଲା ଯେ ସୋହନ କି ଅସୁବିଧା ରେ ପଡିଛି ବୋଲି । କାଇଁ ମୋ ଆଗରୁ ସେ ମୋତେ ପ୍ରପୋଜ କରିଦବନି  ତ । ଏମିତି ସବୁ କୁ ଭାବି ମିତା ଲାଜରେ ଝାଉଁଳି ପଡୁଥିଲା । ଏହି ସମୟରେ ଆସି କି ପହଞ୍ଚିଗଲା ସୋହନ ।  ମୁହଁରେ ତା’ର ହତାଶା ର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡୁଥିଲା । ମିତା ଆଗରେ ଆସି ଦୋଷୀଙ୍କ ଭଳି ଛିଡା ହେଲା । ମିତା ତା’କୁ ପଚାରିଲା କଣ ହେଲା ବୋଲି କିନ୍ତୁ ତା ମୁହଁରୁ କିଛି ବି ଉତ୍ତର ବାହାରୁ ନଥିଲା  । ସେ ମିତାର ହାତକୁ ଧରି କହିଲା ଆସ ମୋ ସଙ୍ଗେ । ମିତା କହୁ ଥିଲା ଆରେ କୁଆଡେ ନଉଛ ମୋତେ କିଛି ତ କୁହ । ମିତା ଆଉ କିଛି କହିବା ପୂର୍ବ ରୁ ସୋହନ ତା ମୋଟରସାଇକେଲ ଷ୍ଟାର୍ଟ କରି ତା’କୁ ବସିବାକୁ କହିଲା ଓ ମୋଟରସାଇକେଲ କୁ ବିଜୁଳି ବେଗରେ ଛୁଟେଇ ନେଇ ପହଞ୍ଚିଗଲା ଗୋଟେ ଘର ଆଗରେ । ସୋହନ ଏକ ଦମ ଚୁପ ଥାଏ । ଗମ୍ଭୀର ହୋଇ ରହିଥିବା ମିତା କିଛି ବୁଝିପାରୁ ନ ଥାଏ ତା ମନକୁ ବିଭିନ୍ନ ପ୍ରକାରର ଖରାପ ଚିନ୍ତା ସବୁ ଆସୁଥାଏ  । ସୋହନ ମିତା ର ହାତ କୁ ଟାଣି ନେଇ ଘର ଭିତରକୁ ନେଇ ଗଲା । ମିତା ଦେଖିଲା ସେ ଘରେ କେହି ନାହାଁନ୍ତି । ସବୁ କୋଠରି ଗୁଡା ବନ୍ଦ ହୋଇ ରହିଥାଏ । ମିତା କୁ ଏକା ଠିଆ କରି ଦେଇ ସୋହନ ବି ଚାଲିଗଲା । ମିତା ଭୟରେ ଥରୁଥାଏ । ଏହି ସମୟରେ ହଠାତ ତା ଉପରେ ଫୁଲ ର ବର୍ଷା ହେଲା ।  ଘରୁ ବାହାରି ଆସିଲେ ତିନି ଜଣ ଲୋକ । ସୋହନ ର ବାପା, ମା ଓ ଭଉଣୀ । ସମସ୍ତେ ତାକୁ ଦେଖି ଠୋ ଠୋ ହୋଇ ହସୁଥାଆନ୍ତି । ସମସ୍ତଙ୍କ ପଛରେ ଘରୁ କବାଟ ଖୋଲି ଆସିଲା ସୋହନ ।  ମିତା କିଛି ବୁଝି ପାରୁ ନ ଥାଏ । ଏ ସବୁ କଣ ହଉଛି ତା ସହ । ସୋହନ ଆସି ଠିଆ ହେଲା ମିତା ସାମ୍ନାରେ ପକେଟ ରୁ ଗୋଟେ ହୀରା ର ମୁଦି ବାହାର କଲା ଓ ତା ସାମ୍ନାରେ ଆଣ୍ଠେଇ ପଡି ହାତରେ ମୁଦି କି ମିତା ଆଡକୁ ବଢାଇ ଦେଇ କହିଲା “ୱିଲ୍ ଇୟୁ ମ୍ୟାରି ମି”? ସୋହନ ଓ ମିତା କୁ ଦେଖି ସମସ୍ତେ ତାଳି ମାରି ଖୁସି ମନାଉଥିବା ବେଳେ ମିତା ଲାଜରେ ସରମି ଯାଇ ଧୀରେ ସେ ସୋହନ କୁ କହି ସାରିଥିଲା ୟେସ୍ ଆଇ ୱିଲ୍



Rate this content
Log in

Similar oriya story from Romance