Deepak Sarangi

Drama Fantasy

2.5  

Deepak Sarangi

Drama Fantasy

ଗର୍ଭ ଯନ୍ତ୍ରଣା

ଗର୍ଭ ଯନ୍ତ୍ରଣା

1 min
280


ଡ ଜୋର ରେ ଗର୍ଜନ କରୁଥାଏ ମିତା । “ଆଉ ଏ ଯନ୍ତ୍ରଣା ମୁଁ ସହି ପାରିବିନି । କିଏ କୋଉଠି ଅଛ ଦଉଡି ଆସ” । ଆସନ୍ନ ପ୍ରସବା ମିତା ର ଗର୍ଭ ଯନ୍ତ୍ରଣା ଶୁଣି ପାଖରେ ବସିଥିବା ଆୟା ହସିହସି କହୁଥାଏ “ଆଲୋ! ତୁ ଗୋଟାଏ ଛୁଆ ଜନମ କରିବାକୁ ଏମିତି କଣ ଛାଟିପିଟି ହଉଛୁ? ତୋରି ବୟସ ରେ ମୁଁ ପରା ପାଞ୍ଚ ପାଞ୍ଚ ଟା ଛୁଆ ଜନମ କରିଥିଲି; ସେ ପୁଣି ଘର ଭିତରେ । ତୁ ତ ଡାକ୍ତରଖାନା ରେ ଅଛୁ ଡରୁଛୁ କିଆଁ? ତୋର ଛୁଆ ପରା ମୁହଁ ପାଖ କୁ ଆସିଗଲାଣି ଆଉ ଟିକେ ପରେ ବାହାରି ପଡିବ” । ଆୟା ର କଥା ଗୁଡାକ ମିତା କୁ ବିଷ ଭଳିଆ ଲାଗୁଥାଏ । ଏ ଭିତରେ ଡାକ୍ତରାଣୀ ସାହେବା ଚାଲି ଆସିଲେ ମିତା ର ପେଟ ଉପରେ ହାତ ବୁଲେଇ ଦେଇ ଦେଖି କହିଲେ “ନା ଆଉ ନର୍ମାଲ୍ ଡେଲିଭରି ହେଇ ପାରିବନି ପିଲା ର ବେକରେ ପରା ନାଡ ଗୁଡେଇ ହେଇ ଗଲାଣି” । ମିତା ଡାକ୍ତରାଣୀ ଙ୍କ କଥା ଶୁଣି ଛାନିଆ ରେ କାକୁତିମିନତି ହୋଇ କହିଲା “ମ୍ୟାଡମ! ମୋର ପଛେ ଯାହା ହଉଛି ହଉ ମୋ ପିଲା କୁ ବଞ୍ଚେଇ ଦିଅନ୍ତୁ” । ଏତିକି କଥା ମିତା ଠାରୁ ଶୁଣିବା ପରେ ଡାକ୍ତରାଣୀ ସାହେବା ନର୍ସ ଙ୍କୁ କହିଲେ ଓଟି ପ୍ରସ୍ତୁତ କରି ରଖିବା ପାଇଁ । ଦୁଇ ଘଣ୍ଟା ପରେ ମିତା ର ଯେତେବେଳେ ଚେତା ଆସିଲା ଦେଖିଲା ତା ପାଖରେ ଶୋଇଛି ତା କୁନି ଝିଅ । ଘର ଲୋକ ସମସ୍ତେ ତା ପାଖରେ ବସିଛନ୍ତି । ଏତିକି ବେଳେ ଆୟା ଆସି ମିତା କାନରେ କହି ଦେଇ ଗଲା ଦେଖିଲୁ ତ ଏମାନେ ତତେ ଡରେଇ ଦେଇ କେମିତି ତୋ ପାଖରୁ ପାଞ୍ଚ ଜାଗା ରେ ପଚାଶ ହଜାର ନେଇ ଗଲେ । ଆୟା ର କଥା କୁ ମିତା ନ ଶୁଣିଲା ପରି ଚାହିଁ ରହିଥିଲା ତା ଝିଅ ର ମୁହଁ କୁ ।


Rate this content
Log in

Similar oriya story from Drama