Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Deepak Sarangi

Abstract


2  

Deepak Sarangi

Abstract


ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍

ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍

8 mins 471 8 mins 471

ଭିକି ର ଆଖିରେ ଗୁଡା ହେଇଥିଲା ଗୋଟେ କଳା ପଟି । ଦୀର୍ଘ ୧୨ଘଣ୍ଟା ହେଲାଣି ମାରୁତି ଭ୍ୟାନ୍ ଭିତରେ ତା’ର ଦୁଇ ହାତ ବନ୍ଧା ହେଇଛି ଓ ଆଖିରେ ଗୁଡା ହେଇଛି କଳାପଟି । କିଛି ଲୋକ ତା’ର ଚାରି ପାଖରେ ବସି ହିନ୍ଦୀରେ କେତେ କଣ ସବୁ କଥା ହେଉଥିଲେ ଆଉ ହସୁଥିଲେ । ଭିକି ଯେଉଁ ନେତା ପାଖରେ କାମ କରୁଥିଲା ତାଙ୍କର କଡା ତାଗିଦ ଯେ ଭିକିକୁ କିଛିଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ୍ କରି ଦିଆଯାଉ; କାରଣ କି ଏବେ ସହରର ମାହୋଲ ଏକଦମ ଗରମ ଅଛି । ଗାଡି ଯାଇଁ ଅଟକିଲା ଗୋଟେ ପାହାଡ ପର୍ବତ ଘେରା ନିକାଞ୍ଚନ ଗାଁ ଭିତରେ । ତା’ର ଆଖିରୁ କଳାପଟି ଖୋଲି ଦିଆଗଲା । ଭିକି ଆଖି ମଳିମଳି ଚାହିଁଲା । ଦେଖିଲା ସେ ଛିଡା ହୋଇଛି ଗୋଟେ ପାହାଡ ପର୍ବତ ଘେରା କେଉଁ ଏକ ଅଜଣା ରାଇଜରେ । ପାହାଡ ଗୁଡା ଦୂରରୁ ବେଶ ସୁନ୍ଦର ଓ ରହସ୍ୟମୟ ଲାଗୁଥିଲେ ତାକୁ । ତା ସାଙ୍ଗରେ ଆସିଥିବା ଲୋକମନେ ତାକୁ ସେଇଠି ଛାଡିଦେଇ କୁଆଡେ ପଳେଇ ଗଲେ ଭିକି କିଛି ଜାଣି ପାରିଲା ନାହିଁ । ଭିକି ସେମିତି ପାହାଡ ଗୁଡାକୁ ଅନେଇଥାଏ । କିଛି ସମୟ ପରେ ଜଣେ ବୃଦ୍ଧ ତା ପାଖକୁ ଆସି ଆଦିବାସୀଙ୍କ ଭଳି ହିନ୍ଦୀରେ କିଛି କହିଲା ଭିକି ତା’ର କଥା କୁ ସମ୍ପୂର୍ଣ ବୁଝିପାରି ନଥିଲେ ବି ତା ପଛେପଛେ ସେ ଚାଲିଲା । ବୃଦ୍ଧ ଆଦିବାସୀ ତାକୁ ନେଇ ଗୋଟେ ଛୋଟ କୁଡିଆ ଘରେ ପୁରେଇ ଦେଲା । ଭିକିକୁ ଲାଗିଲା ଯେ ସେ ପ୍ରଥମ ନୁହଁ; ଏ ଜାଗା କୁ ତା ଆଗରୁ ଅନେକ ଲୋକ ଆସିଛନ୍ତି ଏଠାରେ ଆତ୍ମ ଗୋପନ ଲାଗି । ସେ ଯାହା ହେଉ କୁଡିଆ ଭିତରେ ନିତ୍ୟ ବ୍ୟବହାର ପାଇଁ ସବୁ ଛୋଟ ବଡ ଜିନିଷର ଅବଶ୍ୟକତାକୁ ପୂରଣ କରିବା ପାଇଁ ସବୁ ସରଞ୍ଜାମ ସଜା ହୋଇ ରଖା ହୋଇଥିଲା । କିଛି ସମୟ ପରେ କୁଡିଆ ର ଦୁଆର କବାଟ ଠକଠକ ହେଲା । ଭିକି କବାଟ ଖୋଲିବାରୁ ଦେଖିଲା ସେଇ ବୃଦ୍ଧ ଜଣକ ହାତରେ କିଛି ଖାଇବା ଜିନିଷ ଧରି ଛିଡା ହେଇଛି । ବୁଢା ଆଦିବାସୀ ଭାଷାରେ ତାକୁ କଣ ସେ କହିଲା ସେ କିଛି ବୁଝି ପାରିଲା ନାହିଁ; କିନ୍ତୁ ଏତିକି ବୁଝି ପାରିଲା ଯେ ଖାଇବା ଖାଇ ଦେଇ ଶୋଇପଡ ବୋଲି ସେ କହିବାକୁ ଚାହୁଁଛି ବୋଲି । ଭିକି ତା ହାତରୁ ଖାଇବା ନେଇ ଯାଇ ଖାଇ ସାରି ଶୋଇ ପଡଲା । ସ୍ଵପ୍ନରେ ତା’ର ଅତୀତ ତା ଆଖିରେ ଭାସି ଉଠିଲା ।


ଇଉନିଭର୍ସିଟି ରେ ଭର୍ତ୍ତି ହେବା ପରେ ବିକ୍ରମ ମହାନ୍ତି ଚାଲି ଆସିଥିଲା ସହରକୁ । ମାମୁଁ ତା’ର ରହୁଥିଲେ ସହରର ଶେଷ ମୁଣ୍ଡରେ ଥିବା ବସ୍ତିରେ । ତେଣୁ ସେ ମନସ୍ଥ କରିଥିଲା କି ହଷ୍ଟେଲରେ ନ ରହି ମାମୁଁଙ୍କ ଘରେ ରହି ପଢିବାକୁ କାରଣ ହୋଷ୍ଟେଲ ର ଫୀ ଭରିବାକୁ ତା’ର ପାଖରେ ଏତେ ସମ୍ବଳ ନ ଥିଲା । ସେଥିପାଇଁ ସେ ବାଛି ନେଇ ଥିଲା ଏଇ ବସ୍ତିକୁ । ବସ୍ତି ଭିତରେ ଥିଲା କିଛି ଅସ୍ଥୟୀ ଘର । ଯାଯାବର ଶ୍ରେଣୀର କିଛି ଶ୍ରମିକଙ୍କ ଘର ସବୁ ସରକାରୀ ଜାଗା ଉପରେ ତିଆରି କରା ହେଇଥିଲା । ଶ୍ରମିକ ଶ୍ରେଣୀର ଲୋକ ମାନଙ୍କର ଅବଶ୍ୟକତା ଥିଲା ସହରକୁ ଆହୁରି ସରସ ଓ ସୁନ୍ଦର କରି ଗଢି ତୋଳିବାକୁ । ସେଥିପାଇଁ ଶ୍ରମିକ ହାଟ ବସୁଥିଲା ପ୍ରତିଦିନ ସକାଳେ ବସ୍ତିର ଆରମ୍ଭରେ ଥିବା ଛକ ଉପରେ । ସବୁ ଲୋକକୁ ଯେ ସବୁଦିନ କିଛି କାମ ମିଳିବ ତାହାର କୌଣସି ଭରସା ନ ଥିଲା; ଯାହାକୁ କାମ ମିଳୁଥିଲା ସେ ଯାଉଥିଲା ଆଉ ଯାହାକୁ ମିଳୁ ନ ଥିଲା ସେ ମୁହଁ ସୁଖେଇ କି ଆସି ଘରେ ବସି ରହୁଥିଲା । ସନ୍ଧ୍ୟା ହେଲା ମାନେ ବସ୍ତିର ରଙ୍ଗ ବଦଳି ଯାଉଥିଲା । ରୋଜଗାର କରିଥିବା ଟଙ୍କାର ପ୍ରାୟ ଅର୍ଦ୍ଧାଧିକ ଭାଗ ପାଖରେ ଥିବା ସରକାରୀ ମଦ ଦୋକାନରେ ହିଁ ଖର୍ଚ ହେଇ ଯାଉଥିଲା ସେମାନଙ୍କର । ରାତି ହେଲା ମାତ୍ରକେ ମଦ ପିଇ କି ଆସିଥିବା ଶ୍ରମିକମାନେ ଅକଥନୀୟ ଅତ୍ୟାଚାର କରୁଥିଲେ ତାଙ୍କ ପରିବାର ଓ ପିଲା ଛୁଆଙ୍କ ଉପରେ । ଏମିତିକି ବିକ୍ରମର ମାମୁଁ ମଧ୍ୟ ସେଥିରୁ ବାଦ ପଡୁ ନଥିଲା । ସହରର ଗୋଟେ ଜଣାଶୁଣା ରାଜମିସ୍ତ୍ରୀ ଭାବରେ ତା ମାମୁଁର ବହୁତ ଭଲ ନାଁ ଥିଲା ସେ ବସ୍ତିରେ । ବିକ୍ରମ ସବୁ ଦେଖେ, ଯେ ମାମୁଁ ଆସି ତା ମାଇଁ ଓ ଭାଣିଜୀ ମିତାକୁ ପିଟୁଛନ୍ତି; କିନ୍ତୁ ସେ ଯଦି ସେଥିରେ ବାଧା ଦିଏ ମାମୁଁ କଡା ଶବ୍ଦରେ ଶୁଣେଇ ଦିଅନ୍ତି “ତୁ ଆମ ଘର କଥାରେ ମୁଣ୍ଡ ପୁରାନା” କିଛି କରି ପାରେନି ବିକ୍ରମ । ଭାଣିଜୀ ମିତା ଆସି ମାଟ୍ରିକ ପରୀକ୍ଷା ଦେବ କିନ୍ତୁ ବାପ ର ଅତ୍ୟାଚାର ଆଗରେ ସେ ବି ମୁଣ୍ଡ ପାତି ଦେଇଛି । ସହରରେ ଯେ କୌଣସି ଅପରାଧିକ କାର୍ଯ୍ୟ ହେଲେ ପୋଲିସର ପ୍ରଥମ ଚଢଉ ଏଇ ବସ୍ତିରୁ ହିଁ ଆରମ୍ଭ ହେଉଥିଲା । ରାତିରେ ଆସି ଜଣେ ଦୁଇଜଣ ଲୋକଙ୍କୁ ବାନ୍ଧି ନେଇ ଯାଉଥିଲା ପୁଲିସ । ଜୋର ଜବରଦସ୍ତି କରି କରିନଥିବା ଅପରାଧକୁ ବି ମାଡ ମାରି ସ୍ଵୀକାରୋକ୍ତି କରେଇ ନେଉଥିଲା ଓ ପରେ ପୁଣି ଆଣି ଛାଡି ଦେଉଥିଲା । ଏମିତିକି ବସ୍ତିରେ ଥିବା ବଢିଲା ଝିଅମାନଙ୍କର ଦେହ ବେପାର ବି ଚାଲିଥିଲା ବସ୍ତିରେ । ଏମିତିକି କିଛି ଝିଅ ଲୋକ ଲଜ୍ଜା ସହି ନ ପାରି ଆତ୍ମହତ୍ୟା ବି କରି ସାରିଥିଲେ । ଏସବୁ ବିକ୍ରମ ସବୁଦିନେ ତା ଆଖି ଆଗରେ ହେଉଥିବାର ଦେଖି ଖୁବ ଅଶ୍ଵସ୍ତି ଅନୁଭବ କରୁଥିଲା । ବିକ୍ରମକୁ ଲାଗିଲା ସହରର ସବୁ ସମସ୍ୟା ଲାଗି ସମସ୍ତେ ଏଇ ବସ୍ତିକୁ ହିଁ ଦୋଷ ଦେଉଛନ୍ତି ତେଣୁ ଏମାନଙ୍କୁ ନିଜର ହକ୍ ବିଷୟରେ ଜଣେଇବାକୁ ହେବ , ଅନ୍ୟାୟ ଆଗରେ ମୁଣ୍ଡ ପାତିବା ଅପେକ୍ଷା ତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ହେବ,ନିର୍ଦୋଷରେ ଦଣ୍ଡ ଭୋଗୁଥିବା ବସ୍ତି ବାସିନ୍ଦାଙ୍କୁ ଜେଲ ରୁ ମୁକୁଳେଇ ବାକୁ ହେବ , କିନ୍ତୁ ଏ ସବୁ ସମ୍ଭବ କିପରି ହେବ । ସେଥିପାଇଁ ସେ ବସ୍ତିର କିଛି ଯୁବକ ଙ୍କୁ ଏକତ୍ରିତ କଲା, ଇଉନିଭର୍ସିଟିର କିଛି ବନ୍ଧୁ ମାନଙ୍କୁ ବି ଏ ବିଷୟରେ ଜଣେଇଲା । ଦିନେ ବସ୍ତିର ଲୋକ ମାନଙ୍କୁ ଏକାଠି କରି ବିକ୍ରମ ଏ ସବୁ ଅତ୍ୟାଚାରର କଥା ବିଭାଗୀୟ ମନ୍ତ୍ରୀଙ୍କୁ ଜଣେଇବା ପାଇଁ ରାସ୍ତାରେ ଶାନ୍ତିପୂର୍ଣ ଧାରଣାରେ ବସିଲା । ସେମାନଙ୍କୁ ଧାରଣାରେ ବସିଥିବାର ଦେଖି କିଛି ସାମ୍ବାଦିକ ଓ ଟିଭି ଚ୍ୟାନେଲ୍ ର ଲୋକ ମାନେ ବି ଜମି ଗଲେ । ବିଭାଗୀୟ ମନ୍ତ୍ରୀ ମହୋଦୟ ଏ ସବୁ ଦେଖି ଡରିଗଲେ । ମୁଖ୍ୟମନ୍ତ୍ରୀଙ୍କର କଡା ତାଗିଦ ଆସିଲା ଆଗରେ ନିର୍ବାଚନ ଅଛି ଯେତେ ଦୂର ସମ୍ଭବ ଏ ସବୁ ସମସ୍ୟାକୁ ସମାଧାନ କରି ବସ୍ତି ଲୋକଙ୍କୁ ଶାନ୍ତ କରାଅ; କାରଣ ବସ୍ତି ବାସିନ୍ଦାମାନେ ହିଁ ଗୋଟେ ବଡ ଭୋଟବ୍ୟାଙ୍କ ।  ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ପାଳିବାକୁ ଯାଇ ବିଭାଗୀୟ ମନ୍ତ୍ରୀ ବିକ୍ରମ ପାଖକୁ ଆସି ତାକୁ ଆଶ୍ଵସନା ଦେଲେ ଯେ ସେମାନଙ୍କ ଦାବୀ ଖୁବ ଶୀଘ୍ର ପୂରଣ ହେବ ଏବଂ ସେଇଆ ହେଲା ମଧ୍ୟ ସେମାନେ ଧାରଣାରୁ ଓହରିବାର କିଛି ଦିନ ପରେ ହିଁ ବସ୍ତିର କିଛି ଲୋକମାନଙ୍କୁ ଜେଲରୁ ଜାମିନରେ ଛାଡି ଦିଆଗଲା । ଯେଉଁ ଦିନ ସେମାନେ ଜେଲରୁ ଫେରିଲେ ସେଦିନ ବସ୍ତିବାଲା ସମସ୍ତେ ମିଶି ବିକ୍ରମକୁ କାନ୍ଧରେ ବସେଇ ବୁଲେଇଲେ,ହୋ-ହାଲ୍ଲା କଲେ,ଉତ୍ସବ କଲେ ରାତାରାତି ବିକ୍ରମ ପାଲଟିଗଲା ବସ୍ତିର ହୀରୋ । ବିକ୍ରମ ସ୍ଵପ୍ନ ରେ ବି ଭାବି ନଥିଲା ଯେ ତା ଜୀବନକୁ ଏ ଘଟଣାଟି ଏତେ ପ୍ରଭାବିତ କରିବ ବୋଲି । ସେ ବସ୍ତିର ସବୁ ଲୋକଙ୍କ ଭଲମନ୍ଦ ବୁଝିଲା କାହାର ରେସନ କାର୍ଡ ଦରକାର,କାହାର ଭୋଟର ପରିଚୟ ପତ୍ର ଦରକାର କାହାକୁ ଅସହାୟ ଭତ୍ତା ଦରକାର ଇତ୍ୟାଦି ସବୁ ଛୋଟ ବଡ କାମ ପାଇଁ ବସ୍ତିବାଲା ବିକ୍ରମ ଉପରେ ନିର୍ଭର କରିବାକୁ ଲାଗିଲେ । ଏ କଥା ସହରର କୋର୍ପୋରେଟରଙ୍କ କାନକୁ ଆସିଲା । ବିକ୍ରମକୁ ବିଭିନ୍ନ ଦଳ ପକ୍ଷରୁ ନିମନ୍ତ୍ରଣ ମଧ୍ୟ ମିଳିଲା ।  ଏଇ କିଛି ଦିନ ଭିତରେ ବିକ୍ରମ ଜାଣି ପାରିଥିଲା ଯେ ଶାସକ ଦଳ ସହ ନ ମିଶିଲେ କୌଣସି କାମକୁ ଆଗକୁ ନେଇ ହେବନି । ସେଥିପାଇଁ ସେ ଶାସକ ଦଳରେ କର୍ମୀ ହିସାବରେ ଯୋଗ ଦେଲା କିନ୍ତୁ ଏଇ ଭିତରେ ବସ୍ତିରେ ଅନ୍ୟ ଏକ ଗୋଷ୍ଠୀ ତାର କାର୍ଯ୍ୟକଳାପ କୁ ଜମା ପସନ୍ଦ କରୁ ନ ଥିଲେ । ବିକ୍ରମକୁ ଅପଦସ୍ଥ କରାଇବା ପାଇଁ ସେମାନେ ତା ମଦ୍ୟପ ମାମୁଁର ସହାୟତା ଲୋଡିଲେ ଓ ବିକ୍ରମ ନାଁ ରେ ମିଛକଥା କହି ଉସୁକାଇଲେ । ବିକ୍ରମର ଭାଣିଜୀ ମିତା ଉପରେ ଖରାପ ନଜର ପକେଇଲେ । ଦିନେ ଏକ ରାତିରେ ସେଇ ଗୋଷ୍ଠୀର ରାଜୁଆ ଓ ତା’ର ଦୁଇଜଣ ମଦ୍ୟପ ସାଙ୍ଗ ମିତା ଟିଉସନରୁ ଫେରୁଥିବାର ସୁଯୋଗ ନେଇ ତାକୁ ଟେକି ନେଇ ଦୁଷ୍କର୍ମ କରି ତଣ୍ଟିଚିପି ହତ୍ୟା କଲେ ଓ ତା’ର ମାମୁଁକୁ ଆସି କହିଲେ ଯେ ସେମାନେ ଦେଖିଛନ୍ତି ଯେ ବିକ୍ରମ ତାର ଭାଣିଜୀ କୁ ଧର୍ଷଣ କରି ହତ୍ୟା କରିଛି ବୋଲି । ବିକ୍ରମ ଘରକୁ ଆସି ଦେଖେ ତ ମିତାର ରକ୍ତ ଜୁଡୁବୁଡୁ ଅର୍ଧନଗ୍ନ ଶରୀର ତା ସାମ୍ନା ରେ ପଡିଛି । ମାମୁଁ ବିକ୍ରମ ଉପରେ ଝପଟି ପଡି ତା’ର ବେକକୁ ଧରି କୁହନ୍ତି ଯେ ସେ ହିଁ ମିତାର ହତ୍ୟାକାରୀ ବୋଲି ଏକଥା ଶୁଣି ବିକ୍ରମର ଗୋଡ ତଳୁ ମାଟି ଖସିଯାଏ । କ୍ରୋଧରେ ଅନ୍ଧ ହୋଇ ସେ ଜାଣିବାକୁ ଚାହେଁ ଯେ କିଏ ତା ନାଁ ରେ ଏ ଅପପ୍ରଚାର କରିଛି ବୋଲି । ଠିକ ଏହି ସମୟରେ ପୋଲିସ ଆସି ବିକ୍ରମକୁ ବାନ୍ଧି ନେଇ ଥାନା କୁ ନେଇ ଯାଏ ସେଠି ରାତିସାରା ବିକ୍ରମ ଉପରେ ଅତ୍ୟାଚାର କରେ ପୁଲିସ ବିକ୍ରମର କୌଣସି କଥାକୁ ପୋଲିସ ବିଶ୍ବାସ କରେ ନାହିଁ । ପରଦିନ ଶାସକ ଦଳର କିଛି ଲୋକ ଆସି ତାକୁ ଜାମିନରେ ପୋଲିସ ଥାନାରୁ ଉଦ୍ଧାର କରନ୍ତି ଏବଂ ତାଙ୍କ ଠାରୁ ସେ ଜାଣିବାକୁ ପାଏ ଯେ ମିତାର ଅସଲ ହତ୍ୟାକାରୀ କିଏ । ବିକ୍ରମ କ୍ରୋଧରେ ଅନ୍ଧ ହୋଇ ପଡେ ସେ ଯାଏ ସହରର ମାଫିଆ ଡନ ରାଙ୍ଗା ଭାଇ ପାଖକୁ ଯିଏ କି ଶାସକ ଦଳର ଡାହାଣ ହାତ କହିଲେ ଚଳେ ନିର୍ବାଚନ ପୂର୍ବ ଓ ପରର ପ୍ରାୟ ସମସ୍ତ ଖର୍ଚ ରାଙ୍ଗା ଭାଇ ହିଁ କରିଥାଏ । ରାଙ୍ଗା ଭାଇ ବିକ୍ରମ ଠାରୁ ସବୁ କଥା ଶୁଣେ ଏବଂ ସେ ବିକ୍ରମକୁ ଉସୁକାଏ ଯେ ହତ୍ୟାର ବଦଲା କେବଳ ହତ୍ୟା ରେ ହିଁ ନିଆ ଯାଇପାରିବ । ପ୍ରଥମ ଥର ପାଇଁ ରାଙ୍ଗା ଭାଇ ବିକ୍ରମ ହାତରେ ଧରେଇ ଦିଏ ଗୋଟେ ଛଅ ରାଉଣ୍ଡର ଦେଶୀ ପିସ୍ତଲ । ବିକ୍ରମ ପିସ୍ତଲ ଓ ରାଙ୍ଗା ଭାଇର କିଛି ଲୋକଙ୍କୁ ଧରି ଯାଇଁ ପହଞ୍ଚିଯାଏ ବସ୍ତି ଭିତରେ ଓ ରାଜୁଆକୁ ଘର ଭିତରୁ ଟାଣି ଆଣେ । ରାଙ୍ଗା ଭାଇର ଲୋକ ମାନେ ତା’ର ଅନ୍ୟ ଦୁଇଜଣ ସାଥିଙ୍କୁ ମଧ୍ୟ ଘରୁ ଟାଣି ଆଣି ଥାଆନ୍ତି । ବିକ୍ରମ ସେ ତିନି ଜଣଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ତା ମାମୁଁଙ୍କ ଘର ଆଗରେ ପକେଇ ଦିଏ ଏବଂ ରାଜୁଆକୁ କହେ ଯେ ତାର ଭୁଲ ସ୍ଵୀକାର କରିବାକୁ ରାଜୁଆ ପୁରା ବସ୍ତି ସାମ୍ନାରେ ତା’ର ଦୋଷ ସ୍ଵୀକାର କରେ ଏବଂ ମିତାକୁ ସେଇ ଧର୍ଷଣ କରିଛି ବୋଲି ମାନି ଯାଏ । ସମସ୍ତଙ୍କ ସାମ୍ନାରେ ବିକ୍ରମ ସେ ତିନି ଜଣଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ତିନି ରାଉଣ୍ଡ ଗୁଳି ମାରେ । ସେ ତିନି ଜଣ ସେଇଠି ହିଁ ଟଳି ପଡନ୍ତି ବିକ୍ରମ ଆଉ ତିନି ରାଉଣ୍ଡ ଗୁଳି ଶୂନ୍ୟରେ ମାରି ସେଠାରୁ ଫେରାର ହୋଇ ଯାଏ । ରାଙ୍ଗା ଭାଇ ଓ ଶାସକ ଦଳର ମନ୍ତ୍ରୀ ମାନେ ମିଶି କେସ୍ କୁ ରଫାଦଫା କରି ଦିଅନ୍ତି । ଯାହା ଫଳରେ କି ବିକ୍ରମକୁ ମାତ୍ର ଗୋଟିଏ ବର୍ଷରେ ହିଁ ଜେଲ୍ ରୁ ମୁକ୍ତି ମିଳି ଯାଏ । ଜେଲ୍ ରୁ ମୁକ୍ତି ପାଇବା ପରେ ବିକ୍ରମର ନା ବଦଳି ଭିକି ଭାଇ ହୋଇଯାଏ କାରଣ ସେତେବେଳକୁ ସେ ହୋଇ ସାରିଥାଏ ରାଙ୍ଗା ଭାଇର ଖାସ୍ ଲୋକ । ଭିକି ବସ୍ତିର ଉନ୍ନତି ପାଇଁ ବହୁତ କାମ କରେ । ସମସ୍ତଙ୍କୁ ପକ୍କା ଘର ,ପାଣି,ବିଜୁଳି, ପିଲା ମାନଙ୍କ ପଢିବା ପାଇଁ ସ୍କୁଲ ଆଦିର ସବୁ ସୁବ୍ୟବସ୍ଥା କରିଦିଏ । ସେ ପାଲଟି ଯାଏ ବସ୍ତି ଲୋକମାନଙ୍କ ପାଇଁ ଚଳନ୍ତି ଦେବତା । ବସ୍ତିରେ ଯାହାର ଯାହା ଅସୁବିଧା ହେଲେ ସମସ୍ତେ ଦଉଡନ୍ତି ଭିକିଭାଇ ପାଖକୁ  । ଭିକି ତା ମାମୁଁ ଓ ମାଇଁ ଙ୍କି ନେଇ ନିଜ ପାଖରେ ରଖିଥାଏ । ସହରର ମଝିରେ ତା’ର ଦ୍ଵିତଳ ପ୍ରାସାଦ । ଏଇମିତି ଭାବେ ୪ବର୍ଷ କଟିଯାଏ । ହଠାତ୍ ରାଙ୍ଗାଭାଇର ସଡକ ଦୁର୍ଘଟଣାରେ ମୃତ୍ୟୁ ହୁଏ ଏବଂ ରାଙ୍ଗା ଭାଇ ପରେ ଭିକି ହୋଇ ଯାଏ ଦଳର ମୁଖ୍ୟ । ସେ ଦଳର ମୁଖିଆ ହେବା ପରେ ମନ ବଳାଏ ଏକ ସ୍ଵତନ୍ତ୍ର ସ୍ଵାଧୀନ ଦଳ ଗଢି ନିର୍ବାଚନ ଲଢିବା ପାଇଁ । ଏହି କଥା ଶାସକଦଳର ମନ୍ତ୍ରୀ ସହ୍ୟ କରିପାରନ୍ତି ନାହିଁ । ସେ ଲୋକ ପଠାନ୍ତି ଭିକିକୁ ଧରି ଏକ ଅଜଣା ଜାଗାକୁ ନେଇ ହତ୍ୟା କରିବା ପାଇଁ ଆଉ ଦିନେ ରାତିରେ ସେ ଘରେ ଶୋଇଥିବା ବେଳେ କିଛି ଲୋକ ତାକୁ ନିଶା ଦେଇ ଅପହରଣ କରି ନେଇ ଯାଆନ୍ତି ।


ସକାଳର ସୂର୍ଯ୍ୟ ଭିକିର ମୁହଁ ଉପରେ ବିଛାଡି ହୋଇ ପଡିଲା । ଚାଉଁ କିନା ତା’ର ନିଦ ଭାଙ୍ଗି ଗଲା । ସକାଳୁ ଉଠି ଦେଖିଲା ବେଳକୁ ପୁଣି ସେଇ ବୁଢା ହାତରେ କିଛି ଜଳଖିଆ ଧରିକି ଛିଡା ହେଇଛି ଆଉ ବୁଢା ର ପଛରେ ଗୋଟେ ଝିଅଟି ଛିଡା ହୋଇଛି । ଝିଅଟି ହିନ୍ଦୀ କହି ପାରୁଥିଲା ଏବଂ ବୁଝି ବି ପାରୁଥିଲା । ସେ ଭିକି କୁ କହିଲା ଯେ ଯୋଉ ଲୋକମାନେ ତାକୁ ଏଠିକି ଛାଡିକି ଯାଇଛନ୍ତି ସେମାନେ କିଛି ସମୟ ପରେ ଆସିଯିବେ ଓ ତାଙ୍କର ମାଲିକର ଆଦେଶ ଅନୁସାରେ ତୁମକୁ ହତ୍ୟା କରିବେ । ଆମର ଏଇ ଆଦିବାସୀ ବସ୍ତିରେ ସେମାନେ ୫ବର୍ଷ ହେଲାଣି ବହୁତ ଖରାପ କାମ କରୁଛନ୍ତି; ଯେହେତୁ ଆମ ବସ୍ତି ସହରଠାରୁ ବହୁତ ଦୂର ସେମାନେ ଏହି ଠାରୁ ନିଶା କାରବାର ମଧ୍ୟ କରୁଛନ୍ତି ଯାହା ଫଳରେ ନିଶା ଆମ ବସ୍ତିର ଯୁବକ ମାନଙ୍କୁ ନଷ୍ଟ କରିବା ସହ ସହରର ଚାରି ଆଡେ ଏହି ବ୍ୟବସାୟ ଖେଳି ଯାଇଛି । ତୁମେ ଯେତେ ଶୀଘ୍ର ପାରୁଛ ଏଠୁ ଖସି କି ପଳାଅ । ନହେଲେ ସେମାନେ ତୁମକୁ ଆଜି ମାରିବାର ବନ୍ଦୋବସ୍ତ କରିଛନ୍ତି । ଭିକି ସେ ଝିଅ ଠାରୁ ସବୁ କଥା ଶୁଣିବା ପରେ ନିଶ୍ଚିନ୍ତ ହୋଇ କହିଲା ମୁଁ କୁଆଡେ ବି ଯିବିନି । ଯେଉଁ ପର୍ଯ୍ୟନ୍ତ ତୁମମାନଙ୍କୁ ମୁଁ ଏ ରାକ୍ଷସମାନଙ୍କ କବଳରୁ ମୁକ୍ତି ନ ଦେଇଛି ମୁଁ ଏଇଠି ହିଁ ରହିବି । ଏତିକି କହି ଭିକି କୁଡିଆରୁ ବାହାରି ଯାଇ ଗୋଟେ ଗଛ ଉପରେ ଲୁଚି କି ବସି ପଡିଲା ଏବଂ କୁଡିଆ ଆଡକୁ ଲକ୍ଷ୍ୟ କରି ଅପେକ୍ଷା କରି ରହିଲା ସେମାନଙ୍କର ଆସିବାକୁ । କିଛି ସମୟ ପରେ ୩ଜଣ ଲୋକ ହାତରେ ଏକେ୪୭ ବନ୍ଧୁକ ଧରି କୁଡିଆ ଭିତରକୁ ଧସେଇ ପଶି ଅନ୍ଧାଧୁନ ଗୁଳି ଚଳେଇଲେ । ଗୁଳି ଚଳେଇ ସାରି ଦେଖିଲା ବେଳକୁ ସେଠି କେହି କୁଆଡେ ନାହାନ୍ତି । ଗୋଟେ ଲୋକ ଆଉ ଜଣଙ୍କୁ କହିଲା ଯେ ଯାଇଁ କି ସେ ବୁଢାକୁ ପଚାର ଯେ ଯାହାକୁ ଗତକାଲି ଆଣି ଛାଡି ଦେଇ ଯାଇଥିଲେ ସେ ଲୋକ କୁଆଡେ ଗଲା ବୋଲି । ଲୋକଟି ବୁଢା ଘରକୁ ଆସୁଥିବା ସମୟରେ ଆଗରୁ ଲୁଚି କି ଥିବା ବୁଢାର ଝିଅ ଗୋଟେ ବାଉଁଶରେ ତା ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଲା ଯାହା ଫଳରେ ସେ ଲୋକଟି ସେଇଠି ଟଳି ପଡିଲା । ସେ ଲୋକ ହାତରୁ ବନ୍ଧୁକ ନେଇ ବୁଢାର ଝିଅ ଭିକିକୁ ଗଛ ଉପରୁ ତଳକୁ ଆସିବା ପାଇଁ କହିଲା । ଭିକି ତା ହାତରୁ ବନ୍ଧୁକ ନେଇ କୁଡିଆ ଭିତରକୁ ଅତର୍କିତ ଭାବେ ପଶି ଗୁଳି କରି ସେ ଦୁଇ ଜଣଙ୍କୁ ମଧ୍ୟ ମାରିଦେଲା । ପଛରେ ଭିକି ଜାଣିବାକୁ ପାଇଲା ଯେ ସେ ଯାହାକୁ ଗୁଳି କରିଥିଲା ସେ ହେଉଛି ଅନ୍ତର୍ଜାତିକ ନିଶା ବେପାରୀ ଓ କୁଖ୍ୟାତ ଆତଙ୍କବାଦୀ ଅବଦୁଲ ୱାକର ବୋଲି ଯାହାକୁ ଭାରତୀୟ ସେନା ବହୁତ ଦିନ ହେଲାଣି ଖୋଜୁଥିଲେ । ଏହି ଖବର ପ୍ରସାରିତ ହେବା କ୍ଷଣି ଚାରିଆଡୁ ଭିକି ପାଇଁ ପ୍ରଶଂସାର ସୁଅ ଛୁଟିବାକୁ ଲାଗିଲା । ଆତଙ୍କବାଦୀକୁ ମାରିଥିବା ହେତୁ ତାକୁ ସବୁ ଦୋଷରୁ ମୁକ୍ତି ମିଳିଗଲା ଏବଂ ଜାତୀୟସ୍ତରରେ ପୁରସ୍କୃତ ହେବା ପାଇଁ ମଧ୍ୟ ଡାକରା ଆସିଲା । ଆଉ ଭିକି ସେ ଆଦିବାସୀ ବସ୍ତିରେ ସବୁଦିନ ପାଇଁ ରହି ଭିକି ଭାଇ ରୁ ପୁଣି ବନି ଯାଇଥିଲା ବିକ୍ରମ ଭାଉ । 



Rate this content
Log in

More oriya story from Deepak Sarangi

Similar oriya story from Abstract