Deepak Sarangi

Others

3  

Deepak Sarangi

Others

କାକଜ୍ୟୋଷ୍ଣା

କାକଜ୍ୟୋଷ୍ଣା

6 mins
318


କଳା ରଙ୍ଗର ସୁନାମ ବଖାଣିବାକୁ ଯାଇ ଜଗନ୍ନାଥ, କଳାକହ୍ନେଇ, କୋଇଲି, କଳାମେଘ, କୋଇଲା ଆଦିର ଯେତେ ଉଦାହରଣ ଦେଲେ ବି ମନ ମାନେନା । ଝିଅମାନଙ୍କ କ୍ଷେତ୍ରରେ ଝିଅର ଦେହର ରଙ୍ଗ ଯଦି କଳା ହେଲା ତେବେ ତ କଥା ସରିଲା । ସବୁ ପ୍ରକାର କୁତ୍ସାରଟନା,ଅପମାନ ଓ ହୀନମନ୍ୟତାର ଶିକାର ହୁଏ ସେ । ଏଇ ଯେମିତି ଆମ ଗାଁ ଦୀନା ମଉସାଙ୍କ ଝିଅ, ଭଞ୍ଜ ସାହିତ୍ୟର ଉପମା ଦେବାକୁ ଯାଇ ଦୀନା ମଉସା ଝିଅର ନା ରଖିଥିଲେ ଲାବଣ୍ୟବତୀ, କିନ୍ତୁ ବିଧିର ବିଧାନ ଥିଲା ତା’ର ଠିକ୍ ଓଲଟା । ଝିଅ ଯେତେବେଳେର “ବଡ ହେଲେ ରଙ୍ଗ ଫିଟି ଯିବନି, ତୁ ଜମା ମନ ଦୁଃଖ କରନି ସନାବୋଉ “। ଲାବଣ୍ୟବତୀ ଉପରେ ତା’ର ଗୋଟେ ପାଞ୍ଚ ବର୍ଷର ବଡଭାଇ ସନାତନ ଥିଲା । ସନାତନ ଦେଖିବାକୁ ଠିକ ଦୀନାମଉସାଙ୍କ ଭଳି ହୋଇଥିବା ବେଳେ ଲାବଣ୍ୟବତୀ ହୋଇଥିଲା ରେବୀ ମାଉସୀଙ୍କ ଭଳି । “ପିତା ଗୁଣେ ପୁତ୍ର ଓ ମାତା ଗୁଣେ କନ୍ୟା ନ୍ୟାୟ”ରେ ଲାବଣ୍ୟବତୀ ହୋଇଥିଲା ମାଉସୀଙ୍କ ଭଳି କଳା କିନ୍ତୁ ଗୁଣ,ପାଠ ଓ ଚଲିଚଳନରେ ତା ଭଳି ଝିଅ ମିଳିବା କଷ୍ଟକର ବ୍ୟାପାର । ବୟସ ବଢିବାରୁ ଲାବଣ୍ୟବତୀର ଦେହର ରଙ୍ଗ ଧୀରେଧୀରେ ଆହୁରି କଳା ହେବାରେ ଲାଗିଲା । ସ୍କୁଲରେ ପଢିବାବେଳେ ତାକୁ ତା ନାଆଁ ଧରି କେହି ବି ଡାକୁ ନଥିଲେ । ସମସ୍ତେ ତାକୁ କାଳୀ ବୋଲି ହିଁ ଡାକନ୍ତି । ଧୀରେ ଧୀରେ ସାର୍ ମାନେ ବି ସେଇ କାଳୀ ନାଆଁକୁ ହିଁ ଆପଣେଇ ନେଇ ତାକୁ ସେଇ ନାଆଁରେ ଡାକିବାକୁ ଲାଗିଲେ । ସ୍କୁଲରେ ତା ସହିତ କେହି ବେଶି ମିଳାମିଶା କରୁନଥିଲେ । ଖାଇବା ଛୁଟି ସମୟରେ ବି କେହି ପିଲା ତା ସହ ମିଶି କି ଖାଇବା କିମ୍ବା ଖେଳାଖେଳି ବି କରୁ ନଥିଲେ । ସେ ଗୋଟେ ହୀନମନ୍ୟତାର ଶିକାର ହେଉଥିଲା । ସେ ନିଜେ ବି ତା ମନକୁ ବୁଝେଇ ସାରିଥିଲା ଯେ ତା’ର ରଙ୍ଗ କଳା ବୋଲି କେହି ବି ତା’ର ପାଖ ମାଡୁନାହାଁନ୍ତି । ସ୍କୁଲ ପାଠପଢା ସରିଲା । ବହୁତ ଭଲ ନମ୍ବର ରଖି ସେ ଦଶମ ଶ୍ରେଣୀ ପାସ୍ କଲା । ଦୀନା ମଉସା ତାକୁ ସହରର ଭଲ କଲେଜରେ ନାଆଁ ଲେଖେଇଦେଲେ । କଲେଜରେ ବି ତା’ର ସେଇ କଳା ରଙ୍ଗକୁ ନେଇ ସହପାଠୀମାନଙ୍କ ଠାରୁ ଶୁଣିବାକୁ ପଡୁଥିଲା । ବ୍ଳIକ୍ ୱିଡୋ,କାଲି ନାଗିନ୍,ପେଚିକି ଇତ୍ୟାଦି ନାମରେ ସେ ପୁରା କଲେଜରେ ପ୍ରସିଦ୍ଧ ଥିଲା । ଯୌବନର କୋଡିଏଟି ପାହାଚ ଚଢି ସାରିଲା ପରେ ବି କୌଣସି ପିଲା ତା ଆଡକୁ ଅନାଉ ନଥିଲେ । ସେ ଦେଖି ପାରୁଥିଲା ଯେ ପ୍ରାୟ ସବୁ ଝିଅମାନଙ୍କୁ କେହି ନା କେହି ଜଣେ ପ୍ରେମିକ ଜୁଟି ଯାଉଥିବାର ହାତରେ ହାତ ଛନ୍ଦି ବୁଲିବା, ବାଇକ୍ ପଛରେ ବସି ସିନେମା ଦେଖିବାକୁ ଯିବା, ପାର୍କରେ ଦେହକୁ ଦେହ ଲଗେଇ ବସିବା ଏ ସବୁକୁଦେଖି ତା’ର ବି ବହୁତ ମନ କରେ ତାକୁ ବି କେହି ଜଣେ ଭଲ ପାଉ ତା ମନର କଥାକୁ ବୁଝୁ; କିନ୍ତୁ ଏ ସବୁ ଥିଲା ତା ପାଇଁ ଦିବାସ୍ଵପ୍ନ । ଧୀରେଧୀରେ ସେ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ନେବାକୁ ଚେଷ୍ଟା କଲା । ମନକୁଦମ୍ଭ କରି ସେ ବିଭିନ୍ନ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କଲା ଓ ଶେଷରେ ଗୋଟେ ଭଲ ସରକାରୀ ଚାକିରି ମଧ୍ୟ ମିଳିଗଲା । ଘରେ ଚାକିରି ହେବା କଥା ଶୁଣି ସମସ୍ତେ ଖୁସି ହେଲେ । ଦୀନା ମଉସା ଓ ରେବୀ ମାଉସୀ ଝିଅର ବାହାଘର ଖୋଜିବା ପାଇଁ ଲାଗିପଡିଲେ । ତା ବଡ ଭାଇ ସନାତନ ଏମ୍.ବି.ଏ କରି ଦିଲ୍ଲୀରେ ନିଜ ସ୍ତ୍ରୀ ପିଲା ଛୁଆ ଧରି ରହୁଥାଏ । ତେଣୁ ବୁଢା ବାପାମାଆଙ୍କ ସବୁ ଦାୟିତ୍ଵ ଲାବଣ୍ୟବତୀ ଉପରେ ହିଁ ଥିଲା । ଯେତେ ବି ଭଲ ପ୍ରସ୍ତାବ ଆସୁଥାଏ ତା’ର ରଙ୍ଗ ଯୋଗୁଁ ହିଁ ସବୁ ପ୍ରସ୍ତାବ ଭାଙ୍ଗି ଯାଉଥାଏ । ଏମିତି କିଛିଦିନ ଗଲାପରେ ଦୀନା ମଉସାଙ୍କୁ ପାରାଲିସିସ୍ ଧରିଲା । ହାତ ଗୋଡ ସବୁ ବଙ୍କା ହୋଇ କି ସେ ଶଯ୍ୟାଶାୟୀ ହୋଇ ପଡିରହିଲେ । ଯାହା ବି ଟିକେ ତା ପାଇଁ ଖୋଜାଖୋଜି ଚାଲିଥିଲା ସେତିକି ବି ପୁରାପୁରି ବନ୍ଦ ହୋଇଗଲା । ଏବେ ଲାବଣ୍ୟବତୀ ମନେମନେ ସ୍ଥିର କରିନେଲା ଯେ ସେ ଆଉ ଜୀବନରେ କେବେ ବି ବାହା ହେବନି ବୋଲି । ବାପାମାଆ ଯେତେଦିନ ବଞ୍ଚିଥିବେ ସେମାନଙ୍କ ସେବା କରିବ ତାପରେ ସେ କେଉଁ ଆଶ୍ରମରେ ରହି ଦରିଦ୍ର ଜନ ଓ ଭଗବତ୍ ସେବାରେ ନିଜକୁ ହଜେଇ ଦେବ । ଲାବଣ୍ୟବତୀ ନିଜକୁ ଅଫିସ୍ କାମ ଓ ମାଆ ବାପାଙ୍କ ସେବାରେ ଲଗେଇ ଦେଇଥାଏ । ଠିକ୍ ଏଇ ସମୟରେ ଦିନେ ସେ ରାତିରେ ଅଫିସରୁ ଘରକୁ ଫେରୁଥାଏ । ସେଦିନ ଘରକୁ ଫେରିବାରେ ଟିକେ ଡେରି ହୋଇ ଯାଇଥାଏ । ରାତି ପ୍ରାୟ ଦଶଟା ବାଜି ଯାଇଥାଏ । ଅଟୋବାଲା ଆଣି ଛକ ପାଖରେ ଛାଡି ଦେଇଗଲା ତାକୁ । ସେଠୁ ଘର ପ୍ରାୟ ଅଧ କିଲୋମିଟର ହେବ । ଚାଲିଚାଲି ଯାଉଥାଏ, ସେ ଦେଖିଲା କିଏ ଜଣେ ଲୋକ ଯନ୍ତ୍ରଣାରେ ଚିତ୍କାର କରୁଥାଏ । ପାଖକୁ ଯାଇ ମୋବାଇଲ୍ ଲାଇଟ୍ ମାରିକି ଦେଖିଲା ଜଣେ ମଧ୍ୟବୟସ୍କ ଲୋକ ରାସ୍ତା ଉପରେ ପଡି ରହିଛି କିଛି ଦୂରରେ ପଡିଛି ତା’ର କୃତ୍ରିମ ଗୋଡ । ଜୋରରେ ମାଡ ହେଇ କି ସେଇ କଟା ଗୋଡରୁ ରକ୍ତ ବାହାରୁଥାଏ । ଲାବଣ୍ୟବତୀ ସଙ୍ଗେସଙ୍ଗେ ଆମ୍ବୁଲାନ୍ସକୁ ଫୋନ୍ କଲା । ତାକୁ ନେଇ ସେ ଡାକ୍ତରଖାନା ଗଲା । ସାରା ରାତି ସେ ଡାକ୍ତରଖାନାର ବାହାରେ ଜଗି କି ବସି ରହିଲା । ମଝିରେ ମଝିରେ ଯାଇଁ ଡାକ୍ତରଙ୍କୁ ପଚାରୁଥାଏ ଯେ କଣ ହୋଇଛି ବୋଲି । ଡାକ୍ତର କହିଲେ, “ସେ ଗୋଡରେ ଆଗରୁ କ୍ଷତ ଥିଲା, ଦୁର୍ଘଟଣାରେ ଜୋରରେ ମାଡ ହେIଇ ଯିବାରୁ ରକ୍ତସ୍ରାବ ହୋଇ କି ସେ ଚେତାଶୂନ୍ୟ ହୋଇ ପଡିଛନ୍ତି, କିନ୍ତୁ ବ୍ୟସ୍ତ ହେବାର କିଛି ନIହିଁ । ତାଙ୍କୁ ଆମେ ରକ୍ତ ଦେଇ ଦେଇଛୁ ଆପଣ ଯଦି ତାଙ୍କୁ ଆଣିବାରେ ଆଉ ଟିକେ ଡେରି କରିଥାଆନ୍ତେ ହୁଏତ ତାଙ୍କୁ ବଞ୍ଚେଇବI ବି ସମ୍ଭବ ପର ହୋଇ ପIରିନଥାନ୍ତା” । ଏତିକି କହି ଡାକ୍ତର ସେଠୁ ଚାଲିଗଲେ ଲାବଣ୍ୟବତୀ ଘରକୁ ଫୋନ୍ କରି ସବୁ ରେବୀ ମାଉସୀଙ୍କୁ କହି ଦେଇଥାଏ । ରାତି ପାହି ସକIଳ ହେଲା । ସେ ରାତି ସIରା ସେମିତି ଡାକ୍ତରଖାନାର ରିସେପ୍ସନରେ ବସିବସି ରାତି କଟେଇ ଦେଇଥାଏ । ଡାକ୍ତର ଆସି ତାକୁ କହିଲେ “ଆପଣଙ୍କ ପେସେଣ୍ଟର ଚେତା ଆସି ଯାଇଛି ଯାଆନ୍ତୁ ଦେଖା କରି ଆସିବେ” । ଲାବଣ୍ୟବତୀ ଭିତରକୁ ଗଲା । ଦେଖିଲା ଲୋକଟି ସେମିତି ସ୍ଥାଣୁ ହୋଇ ପଡି ରହିଛି , ସାଲାଇନ ଓ ରକ୍ତ ଲଗାଯାଇଛି । ଡାହାଣ ଗୋଡର ଆଣ୍ଠୁ ପାଖରେ ଗଜ୍ କନI ଗୁଡା ହେIଇଛି । ଲାବଣ୍ୟବତୀକୁ ପାଖକୁ ଆସୁଥିବାର ଦେଖି ସେ ଉଠିବାକୁ ଚେଷ୍ଟା କଲା କିନ୍ତୁ ଲାବଣ୍ୟବତୀ ତାଙ୍କୁ ଶୋଇ ରହିବା ପାଇଁ କହିବାକୁ ଯାଇ ମୁଣ୍ଡକୁ ଧରି ଧୀରେ ନେଇ ଶୁଆଇ ଦେଲା । ନିଜେ ପାଖରେ ଥିବା ଗୋଟେ ଚେୟାର ଆଣି ବସିଲା । ଲୋକଟି ଧୀର କଣ୍ଠରେ କହିଲା “ଆପଣ ମୋତେ ଏଠିକି ଆଣିଥବାରୁ ଧନ୍ୟବାଦ” । ସେ ଗୋଟେ ନମ୍ବର ଦେଇ କି କହିଲା “ଏଇ ନମ୍ବରରେ ଫୋନ୍ କରି କି ମୋ ଝିଅକୁ ଡକାନ୍ତୁ ସେ ଘରେ ଧାଇ ସଙ୍ଗେ ଏକI ଥିବ” । ଲାବଣ୍ୟବତୀ ସେଇ ନମ୍ବରରେ ଫୋନ୍ କରିବାରୁ ସେପଟୁ ଧାଇ ଫୋନ୍ ଉଠେଇଲା । ଲାବଣ୍ୟବତୀ ତାକୁ ଡାକ୍ତରଖାନାର ଠିକଣା ଦେଇ ଝିଅକୁ ଧରି ଶୀଘ୍ର ଆସିବାକୁ କହିଲା । ଲାବଣ୍ୟବତୀ ତାଙ୍କୁ ପଚାରିଲା “କିଏ ଆପଣ? ଆଉ ଆପଣଙ୍କ ଏମିତି ଅବସ୍ଥା କେମିତି ହେଲା?” ଧୀର ଗଳାରେ ସେ କହିଲେ “ମୁଁ ହେଉଛି ମେଜର୍ ଅବିନାଶ ମହାନ୍ତି” । କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଗୋଟେ ଗୁଳି ଆସି ମୋ ଡାହାଣ ଗୋଡରେ ବାଜିଲା ମୁଁ ସେଇଠି ଚେତା ହରେଇ କି ପଡିରହିଲି । ସାଥି ଯବାନମାନେ ମୋତେ ଆଣି ସେନା ହସ୍ପିଟIଲରେ ଭର୍ତ୍ତି କରେଇ ଦେଲେ । ଗୁଳି ବାଜିଥିବା ସ୍ଥାନରେ ସଂକ୍ରମଣ ବଢି ଯିବାରୁ ଡାକ୍ତର ବାଧ୍ୟ ହୋଇ ମୋର ଗୋଡକୁ ଆଣ୍ଠୁ ତଳୁ କାଟି ଦେଲେ । ସେତେବେଳକୁ ମୋ ସ୍ତ୍ରୀ ସୀମା ଆସନ୍ନ ପ୍ରସବା । ମୋର ଏ ଖବର ଶୁଣିବା ପରେ ସେ ବ୍ୟସ୍ତ ହୋଇପଡିଲା । ଘରେ ଯେତେ ବୁଝେଲେ ବି ସେ କାହା କଥା ଶୁଣିଲାନି କାନ୍ଦିକାନ୍ଦି ଅଥୟ ହୋଇପଡିଲାବେଳେ ପାହାଚରୁ ତା ଗୋଡ ଖସିଗଲା । ପେଟରେ ଜୋରରେ ମIଡ ହେବାରୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଗଲା । ତାକୁ ନେଇ ଘର ଲୋକେ ଡାକ୍ତରଖାନା ଗଲେ । ସେଇଠି ସୀମା ମୋର ଏଇ ଝିଅକୁ ଜନ୍ମ ଦେଇ ଆରପାରିକୁ ଚାଲିଗଲା । ମୋର ଡାହାଣଗୋଡ କଟା ହେଇ ସାରିଥିଲା, ସେଥିପାଇଁ ସେନାବାହିନୀ ତରଫରୁ ମୋତେ ଓଡିଶା ପଠେଇ ଦିଆଗଲା ଏବଂ ଏଇଠି ଗୋଟେ ବ୍ୟାଙ୍କରେ ମୋତେ ନିଯୁକ୍ତି ମିଳିଲା । ମୋ ମାଆ ସବୁବେଳେ ମୋ ଝିଅ ପାଖରେ ଥାଏ; କିନ୍ତୁ ଗାଁରେ ବାପାଙ୍କ ଦେହ ଭଲ ନIହିଁ ବୋଲି ସେ କିଛିଦିନ ହେବ ଗାଆଁକୁ ଯାଇଛି । ଗତ କାଲି ରାତିରେ ମୁଁ ବ୍ୟIଙ୍କରୁ ଫେରୁଥିବା ବେଳେ ପଛରୁ ଗୋଟେ କାର୍ ଆସି ମୋତେ ଧକ୍କା ଦେଇ ପଳେଇଗଲା । ମୁଁ ସେଠି ପଡିରହି ବହୁତ ଚିତ୍କାର କରୁଥିଲି କିନ୍ତୁ କେହି ମୋତେ ଆସି ଉଠାଉ ନଥିଲେ । ତୁମ ଭଳି ଦେବୀ ଯଦି ମୋତେ କାଲି ସାହାଯ୍ୟ କରିନଥାନ୍ତେ ହୁଏତ ମୋ ଝିଅ ସବୁ ଦିନ ପାଇଁ ବାପା ମାଆ ଛେଉଣ୍ଡ ହୋଇ ପଡିଥାନ୍ତା” । ଏତିକି କହି ସେ ଆଖିରୁ ଲୁହ ପୋଛିଲେ । ଧାଇ ଅବିନାଶର ପାଞ୍ଚ ବର୍ଷର ଝିଅ ମିନୁକୁ ଆଣି ପହଞ୍ଚିଗଲା । ଅବିନାଶର ଏମିତି ଅବସ୍ଥା ଦେଖି ମିନୁ ବହୁତ କIନ୍ଦିଲା । ମିନୁକୁ କୋଳକୁ ନେଇ ଲାବଣ୍ୟବତୀ ବୁଝେଇ କହିଲା “ତୁମ ପାପାଙ୍କର କିଛି ହେIଇନି । ମୁଁ ଅଛି ପରା । ଆମେ ସମସ୍ତେ ମିଶି ତାଙ୍କୁ ଭଲ କରି ଶୀଘ୍ର ଘରକୁ ନେଇଯିବା” । ଲାବଣ୍ୟବତୀ ଅବିନାଶଙ୍କର ଖୁବ ସେବା ଯତ୍ନ କଲା । ମିନୁକୁ ନେଇ ନିଜ ଘରେ ରଖିଲା । ଧୀରେ ଧୀରେ ଅବିନାଶ ମଧ୍ୟ ଲାବଣ୍ୟବତୀ ପ୍ରତି ଢଳିବାକୁ ଲାଗିଲେ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବାଦିନ ଅବିନାଶ ଲାବଣ୍ୟବତୀକୁ କହିଲେ, “ମୁଁ ଚାହେଁ ତୁମେ ସବୁଦିନ ପାଇଁ ଆସି ମୋ ପାଖରେ ରୁହ ମିନୁର ମାଆ ହେIଇ କି” । ଲାବଣ୍ୟବତୀ କହିଲା ଅବିନାଶ ବାବୁ “ଆପଣ ଦେଖୁଛନ୍ତି ମୋର ଦେହର ରଙ୍ଗ କେତେ କଳା କେହି ବି ମୋ ସହିତ ଠିକ୍ ସେ କଥା ବି ହୁଅନ୍ତି ନIହିଁ ଆଉ ଆପଣ ଏମିତିଆ ଗୋଟେ କାଳୀ ଝିଅକୁ ମିନୁର ମାଆ ବନେଇବାକୁ ଚାହୁଁଛନ୍ତି” । ଠିକ୍ ସେତିକିବଳ ମିନୁ ପଛରୁ ଆସି ମାଆ ମାଆ ବୋଲି କହି ଲାବଣ୍ୟବତୀକୁ କୁଣ୍ଢେଇ ପକେଇଲା । ଅବିନାଶ କହିଲା “ମୁଁ କିଏ ତୁମକୁ ମିନୁର ମାଆ ହେବା ପାଇଁ କହିବାକୁ ମିନୁ ତ ତା’ର ମାଆ ସେ ନିଜେ ହିଁ ଠିକ୍ କରିଛି” ।



Rate this content
Log in