The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Deepak Sarangi

Inspirational Others

3.5  

Deepak Sarangi

Inspirational Others

କରୋନା : ଏକ ଅଦୃଶ୍ୟ ଶତ୍ରୁ

କରୋନା : ଏକ ଅଦୃଶ୍ୟ ଶତ୍ରୁ

3 mins
206




ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁକୁ ନେଇ ସାରା ବିଶ୍ଵ ଏବେ ଚିନ୍ତାରେ । ଚୀନ ର ଉହାନ ରାଜ୍ୟରୁ ଡିସେମ୍ବର ୨୦୧୯ ରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ଏବେ ସାରା ବିଶ୍ଵ କୁ କବଳିତ କରି ରଖିଛି । ଲାଗୁଛି ଯେପରି ଏକ ଅଦୃଶ୍ୟ ଶକ୍ତି ମଣିଷ ସମାଜକୁ ମାନବ ଶୂନ୍ୟ କରିବାକୁ ବଦ୍ଧ ପରିକର । ଏହ ଭୂତାଣୁର ଅଦୃଶ୍ୟ ମାଡରେ ଏବେ ସାରା ପୃଥିବୀ ଭୟରେ ଥରହର ହେଉଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯ କୁ ମହାମାରୀ ଘୋଷିତ କରି ସାରଥିବା ବେଳେ ଭାରତ ସମେତ କିଛି ଦେଶରେ ଜରୁରୀ କାଳୀନ ସ୍ଥିତି ଘୋଷଣା କରା ହୋଇସାରିଛି । ଆଜକୁ ପ୍ରାୟ ଶହେ ବର୍ଷେ ତଳେ ସ୍ପ୍ଯାନିଶ ଫ୍ଲୁ ତମାମ ବିଶ୍ଵରେ ଯେଉଁ ବିଭୀଷିକା ନେଇ ଆସିଥିଲା;ଏବେ କରୋନା ପ୍ରାୟତଃ ସମାନ ସ୍ଥିତି କୁ ନେଇ ଆସିଛି  । ଗତ ୧୦୦ ବର୍ଷର ବ୍ୟବଧାନ ଭିତରେ ସଭ୍ୟତାର ଜୟଯାତ୍ରା ଆମକୁ ଢେର ଆଗକୁ ନେଇ ଆସିଛି ସତ ତଥାପି ମଣିଷ ର ଜୀବନ କୁ ନେଇ ଅସହାୟତା ଆମକୁ ଅନିଶ୍ଚିତ ଓ ଅସାଢ କରି ରଖିଛି । ୧୯୧୮ ମସିହା ଜୁନ ମାସରେ ଟାଇମସ୍ ଅଫ ଇଣ୍ଡିଆର ଏକ ସଂସ୍କରଣରେ ରହସ୍ୟମୟ ସଂକ୍ରାମକ ଜ୍ଵର ବିଷୟରେ ସୂଚନା ଦିଆ ହୋଇଥିଲା, କିନ୍ତୁ ସେ ସମୟରେ ଲୋକମାନେ ଏତେ ସଚେତନ ନଥିଲେ ଯାହାର ଫଳ ସ୍ୱରୂପ ଲକ୍ଷାଧିକ ଲୋକ ମୃତ୍ୟୁ ମୁଖରେ ପଡିଥିଲେ । ସେତେବେଳେ ମଧ୍ୟ ଏହି ଫ୍ଲୁ ରୋଗ ଚୀନ ରୁ ହିଁ ବ୍ୟାପୀଥିଲା ଚୀନ ର ଶ୍ରମିକ ମାନଙ୍କ ସ୍ଥାନନ୍ତରଣ କୁ ନେଇ । ଚୀନ ର ଏହି ଶ୍ରମିକ ମାନେ ବାହାର ଦେଶ ରେ ଶସ୍ତାରେ , କମ ପାରିଶ୍ରମିକରେ ରାସ୍ତା ତିଆରି କରୁଥିଲେ, କଳକାରଖାନାରେ କାମ କରୁଥିଲେ,ଟ୍ରେଞ୍ଚ ଖୋଳୁଥିଲେ ଏବଂ କୌଣସି ଜାଗାକୁ ଯିବା ବେଳେ ଏମାନେ ଟ୍ରେନରେ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର ପରିବେଶ ରେ ଯାତ୍ରା କରୁଥିଲେ ଏବଂ ରହୁଥିଲେ ମଧ୍ୟ ଯାହା ଫଳରେ କି ଏହି ରୋଗ ର ସୂତ୍ରପାତ ହୋଇଥିଲା । ଏହି ରୋଗ ଚିହ୍ନଟ ହେବାର ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ହଜାରେରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଥିଲେ । ଭାରତକୁ ମଧ୍ୟ ଏହି ରୋଗ ଖୁବ ଶୀଘ୍ର ବ୍ୟାପୀ ଯାଇଥିଲା । ଏହି ରୋଗ ବ୍ୟାପିବାର କିଛି ମାସ ମଧ୍ୟରେ ଯେଉଁ ବିଭୀଷିକାମୟ ଚିତ୍ର ଭାରତ ଦେଖିଲା ଯେ ତାକୁ ନେଇ ବିଶିଷ୍ଟ ହିନ୍ଦୀ କବି ନିରଳ ଲେଖିଥିଲେ ଯେ ଉତ୍ତରପ୍ରଦେଶର ଗଙ୍ଗାଘାଟର ଉଭୟ ପାର୍ଶ୍ଵରେ ଏପରି ଶବ ଗୁଡିକ ଗଦା ହୋଇ ରହିଥିଲା ଯେ ସେଗୁଡିକୁ ପୋଡିବା ପାଇଁ ସେତେବେଳେ କାଠର ଅଭାବ ପଡି ଯାଇଥିଲା । ଏକ ହିସାବ କହିଥାଏ ଯେ ପ୍ରତ୍ୟେକ ଶହେ ବର୍ଷରେ ଥରେ ଏପରି ଏକ ମହାମାରୀ ବିଶ୍ଵରେ ଦେଖା ଯାଇଥାଏ । ତେବେ ଏଇଠି ମନେରଖିବା ଦରକାର ଯେ ଏ ପୃଥିବୀ ଗ୍ରହ କେବଳ ମନୁଷ୍ୟ ପାଇଁ ନୁହେଁ ଗଛଲତା ,ପଶୁପକ୍ଷୀ ,କୀଟପତଙ୍ଗ, ଭୂତାଣୂ ,ଜୀବାଣୁ ,କୀଟାଣୁ ଆଦି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ । ମଣିଷ ଯେତେବେଳେ ପ୍ରକୃତି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରେ ତାକୁ କବଳିତ କରିବାକୁ ଚେଷ୍ଟା କରେ ସେମିତି ପ୍ରକୃତି ମଧ୍ୟ ତା’ର ପ୍ରତିଉତ୍ତର ଦେଇଥାଏ । ବର୍ତ୍ତମାନ ସେହି ସମୟ ଉପନୀତ । ପ୍ରକୃତି ର ଅଦୃଶ୍ୟ ପ୍ରହାର ମାନବ ସଭ୍ୟତା ଉପରେ ପଡିଛି । ଏ ଭୂତାଣୁ ମାନେ କେଉଁ ନୂଆ ଗ୍ରହରୁ ଆସି ଏଠି ବସା ବାନ୍ଧିଲେ ତାହା ନୁହେଁ ଏମାନେ ସବୁ ଆଡେ ବ୍ୟାପ୍ତ । ସେମାନେ ସେମାନଙ୍କ ସ୍ଵାଭାବିକ ଅବସ୍ଥାରେ ରହିଲେ ସମସ୍ୟା ନାହିଁ । ସେମାନେ ସବୁ ଆଡେ ଘୁରି ବୁଲନ୍ତି । ଅନୁକୂଳ ପରିସ୍ଥିତି ରେ ସେ ତା’ର କାୟା ବିସ୍ତାର କରେ ଇତର ପ୍ରାଣୀମାନଙ୍କ ଠାରୁ ମଣିଷ ଶରୀରକୁ ଅତି ସହଜରେ ଆସି ବସା ବାନ୍ଧି କରି ରହିଥାଏ । ଏବେ କିନ୍ତୁ ଏ ମଣିଷ ସେମାନଙ୍କ ସ୍ଵାଭାବିକ ସ୍ଥିତି ସହିତ ଖେଳିବାକୁ ଆରମ୍ଭ କରିଛି । ବିଜ୍ଞାନ ବଳରେ ଗର୍ବୀ ହୋଇ ସେମାନଙ୍କ ପ୍ରାକୃତିକ ଚକ୍ର କୁ ଧ୍ଵଂସ କରିବାକୁ ବସିଛି । ଯେତେବେଳେ କୌଣସି ଜୀବକୁ ଅତ୍ୟଧିକ ଅତିଷ୍ଠ କରାଯାଏ ସେ ତା’ର ପ୍ରାଣ ରକ୍ଷା ନିମିତ୍ତ ପ୍ରତି ଆକ୍ରମଣ କରେ । ବର୍ତ୍ତମାନ ପ୍ରକୃତି ତା’ର ପ୍ରତି ଆକ୍ରମଣ ଆରମ୍ଭ କରିଛି ଏଇ ଭୂତାଣୁ ,ଜୀବାଣୁ ମାନଙ୍କ ମାଧ୍ୟମରେ ।

ଭେଷଜ ବିଜ୍ଞାନ ଉନ୍ନତିର ଶହେରୁ ଉର୍ଦ୍ଧ ବର୍ଷ ବିତି ଯାଇଥିଲେ ମଧ୍ୟ କରୋନାକୁ ପ୍ରତିହତ କରିବା ପାଇଁ ଏବେ ଆମ ପାଖରେ କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ ସତ କିନ୍ତୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଚେତନତା ଆମକୁ ଖୁବ ସତର୍କ କରି ଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା କରୋନା ନିୟନ୍ତ୍ରଣ ପ୍ରଦତ୍ତ ସମସ୍ତ ନିୟମକୁ ଠିକ ସେ ମାନି ଚାଲିଲେ ଆମେ ସମସ୍ତେ ମିଳିମିଶି ଏ ଭୂତାଣୁ କବଳରୁ ନିଜକୁ ,ନିଜ ପରିବାରକୁ ଓ ଆମ ଦେଶ ଭାରତକୁ ଏହି ଅଦୃଶ୍ୟ ଶତ୍ରୁର ଆକ୍ରମଣରୁ ମୁକ୍ତ କରି ପାରିବା । 



Rate this content
Log in

More oriya story from Deepak Sarangi

Similar oriya story from Inspirational