STORYMIRROR

Prasanna Rana

Drama

4  

Prasanna Rana

Drama

ଦେଲାନ ଘାଁଟି, ଇ ଗୁରୁପ୍‌ ପାଟି

ଦେଲାନ ଘାଁଟି, ଇ ଗୁରୁପ୍‌ ପାଟି

9 mins
404

                                 

                                             (ପହେଲା ଦୃଶ୍ୟ)

(କମୁନିଟି ସେଣ୍ଟର୍‌ ବାରଣ୍ଡାନ ଚଉକିଥିଁ ବସିଛନ୍‌ ଗୁରୁପ୍‌ ସାର୍‌। ତଲେଁ ଦରି ପାରିକରି ବସିଛନ୍‌ ଗହକି, ଉଁକିଆ, ବେଲାର ଆରୁ ବାକି ସଭ୍ୟାମାନେ।)

ଗୁରୁପ୍‌ ସାର୍‌ - ଦେଖ ମାଁ’ମାନେ..! ତୁମେ ତ ଆଏଜ୍‌ ପାଁଚ୍‌ ଲାଖ୍‌ ଟଁକା ଗୁରୁପ୍‌ ଲୁନ୍‌ ଉଠଉଛ । ଇ ଟଁକାକେ ଠିକ୍‌  କାମେ ଲଗାବ। ଜହ      ଅଏବଏ ନେଇଁ କର୍‌ବ । କାଏଁ କରି ବଏଲେଁ, ଗୁରୁପ୍‌ ଲୁନ୍‌ ଛୁଟୁଲା ବେଲ୍‌କେ ବଡ଼ା କାଏଡ଼୍‌ ହେସି। ଲାଗ୍‌ଟା ବାଘ୍‌ ଆଏ । ଆଚ୍ଛା, ତୁମର୍‌ ପ୍ରେସିଡେଣ୍ଟ୍‌ ଆର୍‌ ସେକ୍ରେଟେରୀ ଦସ୍‌ଖତ୍‌ ଦିଅତ।(ଖାତା ଅଡ଼େଇ କରି କଲମ୍‌ ଧରାଲେ।) ତୁମର୍‌ ଗୁରୁପ୍‌ ପାଟିର୍‌ ନାଁ ଟା..?

ଉଁକିଆ – ମାଁ ଘୁଷୁରିଖାଇ ଗୁରୁପ୍‌ ପାଟି, ଆଜ୍ଞା।

ଗୁରୁପ୍‌ ସାର୍‌ - ଆଚ୍ଛା ଆଚ୍ଛା…। ଇ ନ ଦସ୍‌ଖତ୍‌ ଦିଅ। (ଖାତାଥିଁ ଦେଖେଇ ନେଲେ। ଉଁକିଆ ଆର୍‌ ବେଲାର ଦସ୍‌ଖତ୍‌ ଦେଲେ। ଗୁରୁପ୍‌ ସାର୍‌ ମୁନା ଭିତିରୁଁ ପଏସା ବାହାର୍‌ କଲେ।) ନିଅ ତୁମର୍‌ ପାଁଚ୍‌ ଲାଖ୍‌ ଟଁକା।ଗନିକରିଁ ନିଅ।

ବେଲାର – ତମ୍‌କୁଁ ଆମର୍‌ ଅପର୍‌ତେ ଅଛେ କେଁ ସାର୍‌ ! ଗନା ନେଇଁ ଲାଗେ।

ଗୁରୁପ୍‌ ସାର୍‌ - ନେଇଁ ନେଇଁ ନେଇଁ…। ପଏସା ନେବ ଗନି..ପାଏନ୍‌ ପିଇବ ଛାନି…। ଗନିକରିଁ ନେବାର୍‌ଟା ଭଲ୍‌। ନେହେଲେଁ ପଛେଁ ବାର ଭୁର୍‌କୁଟି ବାହାର୍‌ସି। ଦେଖ। ପଏସା ପାଏଲ । ଭଲ୍‌ କବାରେଁ ଲଗାବ। ଆର ହପ୍‌ତାନୁଁ ତୁମର୍‌ କିସ୍‌ତି ମୁଲ୍‌ ହେବା। ବୁଧୁବାର୍‌କେ ବୁଧୁବାର୍‌ ପନ୍ଦରଶ’ ଟଁକା ଲେଖା କିସ୍‌ତି ଶୁଝୁବ। ବୁଝୁଲ ତ ମାଁ’ମାନେ…।

ସଭେ – ହଁ ଆଜ୍ଞା…!

ଗୁରୁପ୍‌ ସାର୍‌ - ଆଚ୍ଛା ମାଁ’ମାନେ ! ମୁଇଁ ଗଲିଁ। ସୋର୍‌ କରିଥ… ଆଏବା ବୁଧୁବାର୍‌କେ।

ସଭେ – ହଁ ଆଜ୍ଞା…।

(ଗୁରୁପ୍‌ ସାର୍‌ ପଲାଲେ।)

ଗହକି – ଏ.. କିଏ କିଏ କେତେ ଲେଖା ଟଁକା ଉଠାବ ଯେ ଇନୁଁ ଭାଗ୍‌ବଁଟା ଛିଡ଼େଇ ନିଅ ଗା..। ସଭେ ତ ଜଞ୍ଜଲିଆ ଲୋକ୍‌ ଅଉଁ। ପଛେଁ ସମିଆ ନେଇଁ ହଏ।

ବେଲାର – ହଁ… ଠିକ୍‌ କହୁଛେ। ମୁଇଁ ତ ଆମର୍‌ ଭାଗର୍‌ଟା ପଚାଶ୍‌ ହଜାର୍‌ ଉଠାମି।

ଉଁକିଆ – ଆମେ ତ ଦଶ୍‌ ଝନ୍‌ ଅଛୁଁ। ସଭେ ପଚାଶ୍‌ ହଜାର୍‌ ଲେଖା ଉଠାମା। ହେନ୍ତେଇ ପଏସା ତ ସମ୍‌କୁଁ ଦର୍‌କାର୍‌ ଅଛେ।

ସଭେ – ଠିକ୍‌ କହୁଛୁ…। ସଭେ ପଚାଶ୍‌ ହଜାର୍‌ ଲେଖା ଉଠାମା। ପଛେଁ ପଛେ ଦେଖୁଥିମା ନ।

(ପଏସା ନେଇକରିଁ ସଭେ ପଲାଲେ।)

 

                        (ଦୁତିଅ ଦୃଶ୍ୟ)

(ସକାଲୁଁ ସକାଲୁଁ ଘରର୍‌ ଦୁଆରେଁ କୁଏଡ଼୍‌ ସାଜୁଛେ ବଏଜୁ। ପାଏନ୍‌ ଜୁରେ ବୁହିକରି ଆଏଲା ବେଲାର। ପାଏନ୍‌ ଗରିଆକେ ରନ୍ଧାଘରୁଁ ଥୁଇ ଆସିକରିଁ ଠିଆ ହେଲା ବଏଜୁର୍‌ ଆଗ୍‌ମୁଡ଼େଁ।)

ବେଲାର – କାଣା କରୁଛ ଗୋ !

ବଏଜୁ – ନେଇଁ ଦେଖ୍‌ବାର୍‌ କାଏଁ ରେ… କୁଏଡ଼୍‌ ସାଜୁଛେଁ ଯେ ! କୁଏଡ଼ର୍‌ ଢେଁଟ୍‌ଟା ଲଡ଼୍‌କଚେଇ ଗଲାନ। କଏର୍‌ଚା ଗୁଟେ ପିଟିକରିଁ ଟିକେ ଟେଇଟ୍‌ କରୁଛେଁ। ସଉ ଘରର୍‌ କବାର୍‌ ଯିମି ପରେ ?

ବେଲାର – କେନ୍‌ ସଉ ଘରର୍‌ କବାର୍‌ ଯିବ ଗୋ ? ଖାଲି କବାର୍‌ କବାର୍‌ ହେଉଛ ଯେ ! ହେ ଭୁତିଆର୍‌ କବାର୍‌ ଛାଡ଼ !

ବଏଜୁ – ଜଖେଇ ହେଲୁନ କାଏଁ ରେ…! ଆମେ ଗରିବ୍‌ ଲୋକ୍‌। କବାର୍‌କମ୍‌ ନେଇଁ ଗଲେଁ ଚଲ୍‌ମା ? ଦିନେ କବାର୍‌ ନେଇଁ ଗଲେଁ ରନ୍ଧାଘରେଁ ହାଁଡ଼ି ସୁଇନ୍‌ ଚିତି ମାର୍‌ସି କାଞ୍ଜେ। ହେତ୍‌କି ବେଲେଁ କେନ୍‌ତା ଗୁଗାସୁ !

ବେଲାର – ନେଇଁ ଗୋ ଆରୁ କବାର୍‌ ନେଇଁ ଯ’…। ଇଥର ଘର୍‌ ମୁଇଁ ଚଲାମି ଯେ..।

ବଏଜୁ – କାଣା ଲଟେରି ଲାଗିଛେ ଭାଏଲ୍‌। କି ତୋର୍‌ ବୁଆଘରେଁ ପଏସା ଛପା ମିସିନ୍‌ ପଠେଇ ଦେଇଛନ୍‌..। ଖାଲି ନୋଟ୍‌ ଛାପୁଥିବୁ..।

ବେଲାର – ହେନ୍ତା ନୁହେସେ ଗୋ…! କାଏଲ୍‌ ଆମର୍‌ ଘୁଷୁରିଖାଇ ଗୁରୁପ୍‌ ପାଟିର୍‌ ମାଇକିନିଆମାନେ ଗୁରୁପ୍‌ ଲୁନ୍‌ ଉଠେଇଛୁଁ। ପାଁଚ୍‌ ଲାଖ୍‌ ଟଁକା। ସେଥିର୍‌ ଭିତିରୁଁ ମୁଇଁ ପଚାଶ୍‌ ହଜାର୍‌ ଉଠେଇଛେଁ।

ବଏଜୁ – ଇଏ ବୁଆଗୋ..! ତୁଇଁ ଲୁନ୍‌ ଉଠେଇଛୁ ? ସେଟା ଫେର୍‌ ପଚାଶ୍‌ ହଜାର୍‌ ! ମତେ ଟିକେ ନେଇଁ ପଚରାତୁ ? ମୁଇଁ ମରିଗଲିଁ ଭାଏଲ୍‌। ଯେନ୍‌ ଘରେଁ ମାହେଜି ସିଆନ୍‌… ଏଁର୍ରା ପିଲାର୍‌ ବୁଡ଼୍‌ଲା ଗ୍ୟାନ୍‌… ବଲ୍‌ । ହେ ଗୁରୁପ୍‌ ଲୁନ୍‌ କରିଛୁ ଯେ, ହେଟା କିଏ ସୁଝୁବା କହତ !!

ବେଲାର – କିଏ ସୁଝୁବା… ତୁମେ ସୁଝୁବ। ଇନ୍‌ତା ହୀନ୍‌ମନିଆଁ ଜୀବନ୍‌ କେତେ ଦିନ୍‌ ଆରୁ ଜୀଇଁମା କହତ। ଯେଭେଁ ଦେଖେଲେଁ ହାଏ ଧୁକ୍‌ଧୁକ୍‌ ଜୀବନ୍‌। ତେଲ୍‌ ହେଲେଁ ନୁନ୍‌ ନେଇଁ, ଆରୁ ନୁନ୍‌ ହେଲେଁ ତୁନ୍‌ ନେଇଁ।

ବଏଜୁ – ଲାଗ୍‌ଟା ବାଘ୍‌ ଆଏ ପରେ ରେ…। ଇ ଲାଗ୍‌ ଛୁଟିଛୁଟି ମୁଇଁ ମରିଯିମି ବଲ୍‌ତ ।

ବେଲାର – (ରିସିମି ହେଇକରି) ତୁମେ ମରିଗଲେଁ ଲାଗ୍‌ ଛୁଟା ନେଇଁ ଲାଗେ ଗୋ ! ତାର୍‌ ତାର୍‌ ଛୁଟି ହେଇଯିବା। ଆରୁ ମୁଇଁ ବାଣିହାତେଁ ଉସାସ୍‌ ହେଇଯିମି। ମୁଇଁ ଯାଣା ଗୁଟେ କର୍‌ଲେଁ ଟିକେ ଭାଏଲ୍‌ ସାହାପଟିଆ ହେତା ଇ ମୁନୁଷ୍‌ଟା !!

ବଏଜୁ – (ସର୍‌ପଟି କରିଁ) ଯାହା କରୁଛୁ କର୍‌ । ମୁଇଁ ତତେ ଆରୁ କିଛି ନେଇଁ କହେଁ। ମୁହେଁ ମଡ଼ା ବୁଜିନେମି ଆରୁ କାନେ ଖୁଟି ପିଟିନେମି।

ବେଲାର – ଇହାଦେ ଠିକ୍‌ ବୁଝୁଲ। ଯ, ହେ କୁଏଡ଼୍‌ ଟଙ୍ଗେର୍‌ ଥୁଅ । ଦେଖତ ଗତିରୁପ କେନ୍‌ତା ଦିଶୁଛେ ଯେ ! ହେ ସହଲା ହାଟ୍‌କେ ଯାଇକରି ଆଏଜ୍‌ ତୁମର୍‌ ଲାଗିଁ ଗେଞ୍ଜି, ସାର୍ଟ୍‌ ଟିକେ ଆନ। ଛର୍‌ଭଦର୍‌ ଭି ହେଇକରି ଆଏବ ସେଲୁନ୍‌ନୁଁ। ଆମର୍‌ ଘର୍‌କେ ଟିକେ ଯିମା। ମୋର୍‌ ଭନ୍‌ଜାର୍‌ ଜନମ୍‌ ଦିନ୍‌ ଅଛେ। କାଣା ଗୁଟେ ଘିନିକରିଁ ନେଇଁ ନେମା କାଏଁ ??

ବଏଜୁ – ଯିମି ସିନେ। ଲାଲି ଚାହା ଟିକେ ବନା। ମୁଇଁ ରେଡି ହେଉଛେଁ।(ବଏଜୁ କୁଏଡ଼୍‌ ଟଙ୍ଗେର୍‌କେ ଟାଏଟ୍‌ କନେଁ ଥୁଇଲା।)

ବେଲାର – ହଁ ଯ'। ମୁଇଁ ବେସନ୍‌ ଟିକେ ଆନିକରି ପକଡ଼ି ଟିକେ ଛାନି ନେଉଛେଁ। ଖାଇକରିଁ ଯିବ । ଛୁଆମାନେଁ ତ ନୁହେ ଉଠନ୍‌। ଉଠୁଲେଁ ଖାଏବେ ନ।(ଇ ସମିଆଥିଁ ଗାଁ’ଖୁଏଲ୍‌ନୁଁ ଡାକ୍‌ ଶୁଭୁଲା-“ଝୁରି ଘିନ ଝୁରି… ଝୁରି ନେବ କାଏଁ ଗୋ…ଝୁରି ନିଅ ଝୁରି…”) ହଏ ଗୋ…ଶୁନୁଛ କାଏଁ ! ହେ ରେଙ୍ଗେଲିଆର୍‌ ଟୁଣ୍‌ ଶୁଭୁଛେ । ଝୁରି ଆନିଛେ କାଏଁ । ଯ’ ତ ଯ’…। ଝୁରି କେଜେ ଦୁଇ କେଜି ଆନ। ହଁ…। କୁଟି ଝୁରି ନେଇଁ ଆନ୍‌ବ । ଦୁଇ କେଜିଆ ଅଢ଼େ କେଜିଆଟା ପଟେ ପଛେ ଆନ୍‌ବ । ପଏସା ଦଉଛେଁ, ନିଅ । (ପଏସା ଦେଇକରିଁ ଘର୍‌କେ ଢୁକୁଲା)

ବଏଜୁ – (ପଏସା ଧର୍‌ଲା। ବେଲାରର୍‌ ବିନ୍‌ ଶୁନ୍‌ତେଁ ଗୁନ୍‌ଗୁନାଲା) ମାହେଜି ମାର୍‌ବା ରେ ବୁଆ ! ପଏସା ପାଏଲା କି ତ ତାର୍‌ ମନ୍‌ଟା ସର୍‌ଗେଁ ଉଡ଼ୁଛେ। ତଲେଁ ପାହା ନେଇଁ ପଡ଼େନ ଆଉର୍‌। ଯାହା ଭାଗ୍ୟେଁ ଥିବା…।(ବଏଜୁ ପଲାଲା)

(ବେଲାର ଘର୍‌ ଭିତିରୁଁ ନୁଆଁ ଶାଢ଼ୀ,ମାଲି ଜାଲି ପିନ୍ଧିକରିଁ,ବଢ଼େ ମୁହୁବେଲ୍‌ ଗୁଟେ ଧରିକରି ବାହାରିଲା।)

ବେଲାର – ବାବୁର୍‌ ବା’ ତ ଝୁରି ଘିନି ଯାଇଛନ୍‌। ତାଁକର୍‌ ଆସୁନ୍‌ ଆସୁନ୍‌ ସେଲ୍‌ଫି ଟିକେ ହେଇଯଉ। (ମୁହୁଁକେ ଚୋକ୍‌ କରି କରିଁ ଭିନ୍‌ ଭିନ୍‌ ପୋଜ୍‌ଥିଁ ସେଲ୍‌ଫି ଉଠେଇ ବସଲା। ଇ ସମିଆଥିଁ ଜରିଟାକେଁ ଝୁରି ଧରିକରିଁ ଆସିଛେ ବଏଜୁ।)

ବଏଜୁ – ଇ ବୁଆ ! କାଣା ହେଲାରେ ! ମୋର୍‌ ମାହେଜିକେ ଏକ୍‌ଟଙ୍ଗି ବାତ୍‌ ନେଇଁ ଧରି ତ ! ମୁହୁଁ ବାଁକ୍‌ ହେଇଗଲାନ ଯେ..! ପାରାଲିସିସ୍‌ ନେଇଁ ହେଇଯେଇ ତ !!

ବେଲାର – କିଛି ନେଇଁ ହେଇ ଗୋ ! ନୁଆଁ ମୁହୁବେଲ୍‌ଥିଁ ସେଲ୍‌ଫି ଟିକେ ନେଉଥିଲିଁ।

ବଏଜୁ – ମୁହୁବେଲ୍‌ !! ଆମର୍‌ନ ତ ଇନ୍‌ତା କାଠ୍‌ଫାଲ୍‌ ବାଗିର୍‌ ମୁହୁବେଲ୍‌ ନେଇଁ ଥେଇଁ ! ମାଚିସ୍‌ ଡବା ଏଡ଼େଟେ ଥିଲା। ଇଟା କାହାର୍‌ଟା ଚୁରେଇଚୁରା ନେଇଁ ଆନି ତ ?

ବେଲାର – କାହାରିର୍‌ଟା ନୁହେସେ ଗୋ ! ଇଟା ଆମର୍‌ ମୁହୁବେଲ୍‌ ଆଏ। ପଏସା ପାଉନ୍‌ ସାଏର୍‌ ମୁହୁବେଲ୍‌ଟେ ହେ ମଣ୍ଟୁର୍‌ ହାତେଁ ଘିନେଇ ବଲିଥିଲିଁ। ଘର୍‌ସାଲ୍‌କେ ବନେ ମୁହୁବେଲ୍‌ଟେ ନେଇଁ ଥିଲେଁ ହେବା କାଏଁ ? ଛୁଆମାନେଁ ଭି ମୁହୁବେଲ୍‌ଥିଁ ପାଠ୍‌ ପଢ଼୍‌ମୁଁ ବଲିଁ ଅର୍‌ଦଲି କରୁଥିଲେ। ପାସ୍‌କେ ଟିକେ ଆସତ, ଫଟୁଟେ ହେମା…।

ବଏଜୁ – ଛାଡ଼୍‌ ରେ…! (ବେଲାରର୍‌ ସୁନାମାଲିକେ ଦେଖିକରିଁ) ଇଟା କାଣା ଆଏ ରେ…! ଇଟା ଫେର୍‌ କେନୁଁ ପାଏଲୁ। କାହାର୍‌ଟା ମାଗିମୁଗା ନେଇଁ ଆନି ତ ! ପର୍‌ହର୍‌ ସୁନା ପିନ୍ଧ୍‌ବାର୍‌ଟା ଭଲ୍‌ ନୁହେସେ। ହଜି ନସି ଗଲେଁ କେନୁଁ ପାଏବୁ ଯେ ଭର୍‌ତି ଦେବୁ ?

ବେଲାର – କାହାରିର୍‌ଟା ନୁହେସେ ଗୋ ! ଇଟା ହେ ଲାଦୁର୍‌ ଦୁକାନୁଁ ଘିନି ଆନିଛେଁ । ଗେରେଣ୍ଟିଟା ଆଏ । ବେଁକ୍‌ ମୋର୍‌ ମେଲାମେଲା ଲାଗୁଥିଲା କି ନି। ସୁନା ରତେ କି ମସେ ତ ଘିନି ନେଇଁ ପାର୍‌ଲ… !! କୁନୁଆଁକମ୍‌ଟେ ଗଲେଁ ମୁଇଁ ସର୍‌ପଟି ଯଉଥିଲିଁ । ଯାହାହଉ ନାକ୍‌ କାନ୍‌ ଆରୁ ମେଲା ନେଇଁ ଦିଶେ ନ..।

ବଏଜୁ – ବୁଡ଼ାଲାରେ ମାହେଜି ! ସବୁ ପଏସାକେ ଅଏବଏ କରିନେଲାନ ବାଗିର୍‌ ଲାଗୁଛେ। ଧନ୍‌ ଦେଖିକରି ମନ୍‌ ବଢ଼ୁଛେ, ବଲ୍‌ । ଇ ବୁଆ… ଇଟା ନୁଆଁ କପ୍‌ଟା ଆଏ କାଏଁଯେ ରେ ! ଇଟା ଫେର୍‌ କେନୁଁ ଘିନ୍‌ଲୁ ?

ବେଲାର – ହେ ଖଏର୍‌ପଲିଆ କାଏଲ୍‌ ବେଲହୁ ବୁଲେଇ ଆନିଥିଲା। ଦୁଇ ଖଁଣ୍‌ ରଖିପକାସିଁ ବଏଲିଁ..। (ପନତ୍‌ ହଲେଇ କରିଁ) ବନେ ହେଇଛେ କି ନି…।

ବଏଜୁ – ତୋର୍‌ ବୁଆର୍‌ ଶତ୍‌ରି ହେଇଛେ । ମୁଡ଼୍‌ ମୋର୍‌ ଆରୁ କାମ୍‌ ନେଇଁ କରେନ। ଦେ ଚାହାପାଏନ୍‌ ଢୁକେ। ସାଏଁ କଲା ବଜାର୍‌ ପଲାମି । ନେହେଲେଁ ବଝା ହେଇଯିମି ତୋର୍‌ କାରୁ କାର୍‌ବାର୍‌ ଦେଖିକରି…।

ବେଲାର – ହଏ ଗୋ ! କଥାଟେ କହେମି କାଏଁ ?

ବଏଜୁ – କାଣା ?

ବେଲାର – ଇ କାଁଥି ଲଟ୍‌କା ଟିଭିଟେ ଘିନ୍‌ମା କାଏଁ ?

ବଏଜୁ – ଆନ୍‌ତ ରେ ପାଚେନ୍‌…! (ରିସିମିଥିଁ ବାଡ଼ି ଧରି ବସଲା । ବେଲାର ଘର୍‌ ଭିତିର୍‌କେ ଢୁକି ଗଲା।)

 

                       (ତୁର୍‌ତିୟ ଦୃଶ୍ୟ )

(ଦୁଆରେଁ ଖଟ୍‌ ପାରିକରି ବସିଛେ ବଏଜୁ । ବେଲାର ପର୍‌ଛିନ ବସିକରିଁ ମୁହୁବେଲ୍‌ ଦେଖୁଛେ । ଇ ସମିଆଥିଁ ଫୁନ୍‌ଟେ ଆଏଲା ବେଲାର ନିକେ।)

ବେଲାର – ହେଲୋ...। ହେଲୋ…। ହଁ ସାର୍‌…। ନମସ୍କାର ସାର୍‌।

ଗୁରୁପ୍‌ ସାର୍‌ - ନମସ୍କାର,ନମସ୍କାର। ହଁ, ସୋର୍‌ କରିଛ କି ନେଇଁ। ଆଏଜ୍‌ ତୁମର୍‌ ଗୁରୁପ୍‌ କିସ୍‌ତି ପଟାବାର୍‌ ଦିନ୍‌। ପଏସା ରଖିଛ ତ ! ମୁଇଁ କେତେବେଲେଁ ଯିମି ?

ବେଲାର – ଏଗାର ବଜେ ଆସୁନ୍‌ ସାର୍‌ । ଆମେ ସଭେ ରେଡି ଅଛୁଁ।

ଗୁରୁପ୍‌ ସାର୍‌ - ଠିକ୍‌ ଅଛେ ସିନେ। ଏଗାର ବଜେ ପହଁଚୁଛେଁ ।

ବେଲାର – ହଁ ସାର୍‌ । (ବଏଜୁ ପାସ୍‌କେ ଆସିକରିଁ) ଏ… ଜାନିଛ କି ନି… ଆଏଜ୍‌ କାଏଁ ଦିନ୍‌ ଯେ…!

ବଏଜୁ – କାଏଁ ଦିନ୍‌ ଆଏ ? ତୋର୍‌ ଜନମ୍‌ ଦିନ୍‌ ଆଏ ଭାଏଲ୍‌ ! ଶାଢ଼ିଶୁଢ଼ାଟେ ଘିନି ନେମି କାଏଁ ?

ବେଲାର – ନେଇଁ ଗୋ…। ଆଏଜ୍‌ ବୁଧୁବାର୍‌ ଆଏ।

ବଏଜୁ – ବୁଧୁବାର୍‌ ଆଏ ! ବଏଲେଁ ଚଟି ହାଟ୍‌ ଯିବୁ କାଏଁ  ?

ବେଲାର – ନେଇଁ ଗୋ…। ଆଏଜ୍‌ ଗୁରୁପ୍‌ ପଏସା ଭର୍‌ବାର୍‌ ପାଲି ଆଏ। କେନ୍‌ତା କର୍‌ସିଁ ଯେ, ପଏସାପତର୍‌ ତ ଗୁଟେ ନେଇଁନ…।

ବଏଜୁ – ଓହୋ…। ହେତିର୍‌ଲାଗିଁ ବୋ ଆଏଜ୍‌ ସଖାଲୁଁ ମାଏଜିମାନେ ଗାଆଁର୍‌ ତଲୁଁ ଉପର୍‌କେ ତଲୁଁ ଉପର୍‌କେ ହେଉଛନ୍‌…।

ବେଲାର – ହଁ। କେନ୍‌ତା କର୍‌ମା ଯେ..! ସବୁ ମାହେଜି ଇହାଦେ ପଏସା ଦେଇନେବେ। ମୁଇଁ ଦେଇ ନେଇଁ ପାର୍‌ଲେଁ ହିନିସ୍ତା ହେଇ ଯିମି ରେ ବୁଆ…। କାଣା କରି ହେସି ଯେ…!

ବଏଜୁ – ଗହନା କର୍‌ବାର୍‌ ଲାଗିଁ ଘରେଁ କାଁକାଣା ଅଛେ କି ନେଇଁ। କାଣାଗୁଟେ ବାହାର୍‌ କର୍‌।

ବେଲାର – କାଁ ବଏଲ ! ଗହନା କରିଁ କରିଁ ତ ସବୁ ସରିଗଲାନ। ଆରୁ କାଣା ଅଛେ ଯେ ଗହନା କର୍‌ବ ? ମତେ ହେଲେଁ ଗହନା କର !!

ବଏଜୁ – ବନେ ହେବା ତ…।

ବେଲାର – କାଁ ବଏଲ ??

ବଏଜୁ – କିଛି ନେଇଁ ରେ…। ହେ ତୋର୍‌ ବେଁକର୍‌ ମାଲି ଦେ। ଗହନା ଦେଇ ନେମା।

ବେଲାର – ଇଟା କିଏ ଗହନା ରଖବା ଗୋ..! ପିଓର୍‌ ଗେରେଣ୍ଟିବାଲା ଆଏ ପରେ !

ବଏଜୁ – ହେନ୍ତା ବଏଲେଁ, ହେ ତୋର୍‌ ମୁହୁବେଲ୍‌କେ ଦେ । ଗହନା ଦେଇ ଆଏମି । ଆଝିରର୍‌ କିସ୍‌ତି ଭଏର୍‌କ ଚଲ୍‌ବା ନ !

ବେଲାର – କାଏଁ ବଏଲ ? ମୋର୍‌ ମୁହୁବେଲ୍‌କେ ଗହନା ଦେମି ! ବିପଦ୍‌ ଆପଦ୍‌ଥିଁ ଫୁନ୍‌ ଟିକେ ଟିକେ କରିହେଉଛେ ଅଉର୍‌ !

ବଏଜୁ – କେନ୍‌କେ ଫୁନ୍‌ କରୁଛୁ ରେ ! ଖାଲି ଟିକ୍‌ଟକ୍‌ ବନଉଛୁ ଅଉର୍‌ ! ଯେତେବେଲେଁ ଦେଖେଲେଁ ମୁହୁଁକେ ଚୋକ୍‌ କରି ଫଟୁ ଘିଚୁଛୁ। ଦେ, ହେ ମୁହୁବେଲ୍‌ !!

ବେଲାର – ନେଇଁ ଗୋ…! ଇ ମୁହୁବେଲ୍‌ ଦେମି ?? ଅଉର୍‌ ଇ ଟିକ୍‌ଟକ୍‌ ବନାଲେଁ କେତେ ଲାଇକ୍‌ ଆର୍‌ କମେଣ୍ଟ୍‌ ମିଲ୍‌ସି ଜାନିଛ, ଯେ ତମ୍‌କୁଁ ମୁହୁବେଲ୍‌ ଗହନା କର୍‌ବାର୍‌କେ ଦେମି ? ହେଟା ହେଇ ନେଇଁ ପାରେ…!

ବଏଜୁ – ଯା’ ସିନେ କେନ୍‌କେନ୍‌ନୁଁ ପଏସାଗୁଡ଼ାଦୁ ଖଞ୍ଜିବୁଡ଼ିକରି ଆନ୍‌ବୁ। ଆର ଥର ଗୁରୁପ୍‌ ଉଠାଲେଁ ନେଇଁ ଛୁଟି ନେମା ! ସବୁ ପଏସାକେ ତ ଉଦୁର୍‌ଧୁମ୍‌ କରିଛୁ !

ବେଲାର – ହଏ… ମୁଇଁ ଏକେଲା ଖାଇଛେଁ…। କମାଧମା ଛାଡ଼ିକରିଁ ଘରେଁ ଖାଲି ଶୁଇଛ କାଞ୍ଜେ !!

ବଏଜୁ – ହଁ…। କାଁ ବଲିଁ କହେସୁ ରେ…। ଷ୍ଟାଟସ୍‌ ଦେଖାବାର୍‌ ଲାଗିଁ ମତେ କବାର୍‌ ବୁତାକେ ମନା କରୁଥିଲୁ କାଞ୍ଜେ,ନେଇଁ କହେବାର୍‌ ଯେ କହି ହେଉଛେ…।

ବେଲାର – ହେଲା ଗୋ…। ଯେନ୍‌ତା କରି ହେଉ ମୁଇଁ ଖଞ୍ଜ୍‌ମି ନ । ତମ୍‌କୁଁ ଆରୁ ପଏସାର୍‌ ଲାଗିଁ ନେଇଁ କହେଁ… ହେଲା !

(ଇ ସମିଆଥିଁ ଆସିଛେ ଉଁକିଆ। ବଏଜୁ ଘର୍‌କେ ଢୁକିଗଲା।)

ଉଁକିଆ – ଏ… ଗୁରୁପ୍‌ ସାର୍‌ କେତେବେଲେଁ ଆଏବେ କି ? ତତେ ଫୁନ୍‌ ପରେ କରିଥିଲେ ।

ବେଲାର – ହଁ…। ଏଗାର ବଜେ ଆଏବେ ପରେ । ତୁମେ ତ ପ୍ରେସିଡେଣ୍ଟ୍‌ ଲୋକ୍‌। ପଏସା ଖଞ୍ଜିବୁଡ଼ିକରି ରଖିଥିବ। ଗୁରୁପ୍‌ ସାର୍‌ ଆସୁନ୍‌ସାଏର୍ ପଲୋ ପଲୋ ଗନିନେବ ।

ଉଁକିଆ – ହଁ…। ଶୁନ୍‌ତ, କଥାଟେ କହେମି ବଲୁଥିଲିଁ…। କାଣା ବଲୁଥିଲିଁ କି… ପଏସା ପତର୍‌ ଅଛେ ବେଲେଁ ଟଁକା ହଜାରେ ଦେଇଥା ତ। ଖଙ୍ଗି ଯେଇଛେ ଟିକେ। କାଏଲ୍‌କା ତତେ ଫିରେଇ ନେମି।

ବେଲାର – କାଣା କହେବ ଗୋ ନନୀ...। ମୋର୍‌ କଥା କହେମି କାଣା ! ପଏସା ପତର୍‌ ତ ଗୁଟେ ନେଇଁନ। ତାର୍‌ ବା’ ସାଙ୍ଗେଁ ତ ଇହାଦେ ଗୁଗାଚବା ହେଇଗଲୁଁ ପଏସାର୍‌ ଲାଗିଁ। କେନ୍‌ତା କରି ଗୁରୁପ୍‌ କିସ୍‌ତିଟେ ଦେସିଁ ଯେ…!

ଉଁକିଆ – ତୋର୍‌ ନ ଭି ନେଇଁନ ବଲ୍‌। ତୁଇଁ ଫେର୍‌ ଗୁରୁପ୍‌ ସାର୍‌କୁଁ ଏଗାର ବଜେ ଆସବ ବଲିଛୁ। ଟିକେ ଲେଟ୍‌ଥିଁ ଆଏବ ନେଇଁ ବଲ୍‌ତୁ ?

ବେଲାର – ହେଁ ଟା ପରେ। ମୋର୍‌ ଭୁଲ୍‌ ହେଇଗଲା। ଯଉଁ କେନ୍‌ କେନ୍‌ନ ଖଞାବୁଡ଼ାଟେ କର୍‌ମା। କିସ୍‌ତି ତ ଦେବାର୍‌କେ ପଡ଼୍‌ବା ନେଇଁ…!!

(ଦୁହେଁ ଭଟାକେ ବାହାରିଲେ। ଇତାର୍‌ ପରେଁ ବଏଜୁ ଘର୍‌କେ ଆଏଲା ଗହକି।)

ଗହକି – ନାନୀ…, ଏ ନାନୀ…! ଘରେଁ ଅଛ କେଁ ଗୋ…।

ବଏଜୁ – (ଘରୁଁ ବାହାରି କରିଁ) ଏଁ… କାଁ ବଏଲ ବବାର୍‌ ମାଁ…।

ଗହକି – ମୋର୍‌ ନାନୀ ନେଇଁନ ଭାଏଲ୍‌।

ବଏଜୁ – ନେଇଁନ। କାଣା ବଲୁଥିଲ ଭାଏଲ୍‌।

ଗହକି – କାଣା କହେମି ଗୋ…। ଇହାଦେ କାଣା କର୍‌ସିଁ ଯେ; ଗୁରୁପ୍‌ ପଏସା ଉଠା ବଏଲା ଯେ ଉଠାଲିଁ। ହେଲେଁ, ଗୁରୁପ୍‌ ପଏସା ଛୁଟୁଲା ବେଲ୍‌କେ ତାପେନେ ଆରୁ ଚିନ୍ତା କରୁଛେ !! ମୁଇଁ ଚିନ୍ତା କରି କରି ମରିଗଲିଁନ। କାହିଁ ଇ ଗୁରୁପ୍‌ ପଏସା ଆନ୍‌ଲିଁ ଯେ ରେ ମାଁ…। ସବୁ ବୁଧୁବାର୍‌କେ ଇ ଦଶା। କାହାର୍‌ ଘରେଁ ଲୁକିଥ; ନେହେଲେଁ ଗାଁ’ର୍‌ ଉପୁରୁଁ ତଲ୍‌କେ ହେଉଥ।

ବଏଜୁ – ସମ୍‌କୁଁ ଇ ଶନିଦଶା ପଡ଼ିଛେ ବଲ।

ଗହକି – ହଁ… କାଁ କର୍‌ବ ଗୋ ବଡ଼୍‌ଖା…। ଗୁରୁପ୍‌ ପଏସା ଆନ୍‌ ବଏଲା ଯେ ଆନ୍‌ଲିଁ। ହେଲେଁ ଛୁଟୁଲା ବେଲ୍‌କେ ଦେଲେଁତ। ଟଁକା ପାନ୍‌ଶ ଲାଗିଁ ଗାଁ’ ସାରା ବୁଲି ଆଏଲିଁ। କିଏ ଦେଲେଁ ତ ! ହେଲେଁ, ସେ ରୁଘା ଯେଇଛେ ଯେ ଯେଇଛେ, ତାର୍‌ ଦେଖା ନାଇଁ। ଶୁନତ ଗୋ…। ମୁଇଁ କାଣା ବଲୁଥିଲିଁ କି… ଟଁକା ପାନ୍‌ଶ ଖଙ୍ଗି ଯେଇଛେ ଦେଇଥ ତ ! ଭୁତି ପାଏଲେଁ ନେଇଁ ଦେଇ ନେମୁଁ।

ବଏଜୁ – ଚୋର୍‌କେ ମାଡ଼୍‌ ପଚରାସ କେଁ ବବାର୍‌ ମାଁ। ପଏସା ନେଇଁନ ବଲିଁ ତ ମାହେଜି ଗାଁ’କେ ବାହାର୍‌ଲାନ ଖର୍‌ଖର୍‌ ଦନ୍‌ଦନ୍‌ ହେଇକରି। ତୁମେ ଭିଲ୍‌ ଆର୍‌ କେନ ଢୁଡ଼ାଟେ କୁଡ଼…।

ଗହକି – ଯଉଛେଁ ତିନେ। ଫେର୍‌ ଗୁଟେ କାହାକେ କହେଲେଁ ଯାଏକ୍‌।

(ଗହକି ପଲାଲା। ଘାଏ ଗଲାକି ବେଲାର ଫିର୍‌ଲା ଘର୍‌କେ।)

ବଏଜୁ – (ବେଲାରକେ ଦେଖିକରି) କାଏଁ ହେଲାରେ… ପଏସା ପତର୍‌ ପାଏଲୁ ତ !

ବେଲାର – ପଏସା ପାଏଲିଁ ଭିଲ୍‌ ଆରୁ ଗୁରୁପ୍‌ ଛୁଟିକରିଁ ଆଏଲିଁ ଭିଲ୍‌। ଆରୁ ନିଅ ପାଁଚ୍‌ ହଜାର୍‌ ଟଁକା। ରଖ !

ବଏଜୁ – ଏତ୍‌କିଟେ ଟଁକା କେନୁଁ ପାଏଲୁ ରେ। କେନୁଁ ହଁଡ଼ା ପାଏଲୁ କେଁ ?

ବେଲାର – ହଁଡ଼ା ନେଇଁ ପାଇଁ ଗୋ…। ତମ୍‌କୁଁ ଗହନା ଦେଇକରି ଆନିଛେଁ। ହେ ସଉଘର୍‌ନୁଁ କାଲ୍‌ହୁଁ ଗୁତି ଖଟବ। ସାତ୍‌ ହଜାର୍‌ ଟଁକା ବଏନା ଆନିଛେଁ। କାଏଲ୍‌ଠାନୁଁ କବାର୍‌ ବାହାରିବ। ସୋର୍‌ ରଖିଥ…।

ବଏଜୁ – ବୁଡ଼ାଲାରେ ମାହେଜି…। ଇତାର୍‌ ଲାଗିଁ ଘାଁଟି ହେଇଗଲି ନ…।

ବେଲାର – ମୋର୍‌ ଲାଗିଁ ନୁହେସେ ଗୋ…। ଇ ଗୁରୁପ୍‌ ପାଟି, ଦେଲାନ ଘାଁଟି।

ବଏଜୁ – ହଁ ହଁ ଠିକ୍‌ କହୁଛୁ। ଇ ଗୁରୁପ୍‌ ପାଟି, ଦେଲାନ ଘାଁଟି। ଭାଇମାନେ, ଗୁରର୍‌ ଅଗଲି ଚାଁଟି ଖାଏ। ହେନ୍‌ତା ଇ ଗୁରୁପ୍‌ ପାଟିର୍‌ ସବୁ ଲାଭ୍‌ଟା ପାଉଛନ୍‌ ଇ ପରାଭେଟ୍‌ ଫାଇନାନ୍ସ୍‌ କମ୍ପାନୀମାନେ। ଗୁରୁପ୍‌ ଲୁନ୍‌ର ନାଁ ଥିଁ ଆମ୍‌କୁଁ ଇମାନେ ଚାଲିଶ୍‌ ପଏସିଆ କନ୍ତରିଆ ଲଗଉଛନ୍‌। କନ୍ତର୍‌ ବଛର୍‌କେ ଥରେ ସିନେ ହିସାବ୍‌ ହେସି, ହେଲେଁ ଇମାନେ ହପ୍‌ତାକେ ହପ୍‌ତା କନ୍ତର୍‌ ନେଉଛନ୍‌। ହେତିର୍‌ଲାଗିଁ ଭାଇମାନେ ! ଭୁକେଁ ମଲେଁ, ପେଟେଁ ଉଦା ଛିଡ଼ା ପଛେ ଦେବ ; ହେଲେଁ ଇ ଗୁରୁପ୍‌ ଲୁନ୍‌ କେଭେଁ ନେଇଁ ନେବ। ଆରୁ ଯଦି ନେବ – ଇ ଗୁରୁପ୍‌ ପାଟି,ଦେବାନ ଘାଁଟି।

 

                         (ପର୍‌ଦା ପଡ଼୍‌ଲା)

 

 


Rate this content
Log in

Similar oriya story from Drama