କୁଡ଼େଟା ଏକ୍ଧାଡ଼ିଆ କଥାନି
କୁଡ଼େଟା ଏକ୍ଧାଡ଼ିଆ କଥାନି
(୧)ଆତ୍ମବିଶ୍ୱାସ୍
ଆତ୍ମବିଶ୍ୱାସ୍ ବଢ଼ାବାର୍ ଲାଗିଁ "ଆର୍ଟ୍ ଅଫ୍ ଲିଭିଙ୍ଗ୍" ଶିବିର୍କେ ପ୍ରବଚନ୍ ଶୁନ୍ବାର୍କେ ଯିବାର୍ ବାଟେଁ ଗୁଟେ ଖର୍ସିପୋକ୍ ତାର୍ନୁଁ ବଢ଼େଟେ ଖତ୍ମୁଡ଼ା ନେଇକରି ଯାଉଥିବାର୍ ଦେଖିକରିଁ ଗୁରୁଗ୍ୟାନ୍ ପାଇଗଲିଁ ଆରୁ ଅଧାବାଟୁଁ ଘୁଚିଆଏଲିଁ।
(୨)ଯୋଗ୍ୟତା
ଦୁଇ ବଛରର୍ ଆଘୋନୁଁ ଯୌତୁକ୍ ନେଇଁ ଆନ୍ଲା ବଲିଁ ତାଁକର୍ ବହକେ ଗନ୍ଧରିତେଲ୍ ଢ଼ାଲି ପୁଡ଼େଇକରିଁ ମାରିଥିବାର୍ କୋକିଲା ଦେବୀ ଆଏଜ୍ ନିଜର୍ ଯୋଗ୍ୟତା ବଲେଁ ମହିଲା କମିଶନ୍ର ଅଧ୍ଯକ୍ଷା ରୂପେଁ ଶପଥ୍ ଗ୍ରହଣ୍ କରୁଥିବାର୍ ଲାଗିଁ ସଭା ହଲ୍ ଥାପିଡ଼ିଥିଁ ଦୁଲ୍କି ପଡ଼ୁଛେ।
(୩)ଗୁଣାତ୍ମକ ଶିକ୍ଷା
ଯାହାହଉ ! ମାହାଲିଆ ଭାତ୍ଡାଲ୍ମା, ମାହାଲିଆ ପେଁଟ୍ଦଗଲି, ମାହାଲିଆ ବହିପତର୍ ପାଇକରିଁ ଆମର୍ ଗାଆଁର୍ ଚନ୍ଦ୍ରଶେଖର୍ ପୋଡ଼୍ ଆଠ୍ କିଲାସ୍ ପଢ଼ି ସାର୍ଲା କି ନଅ କିଲାସେଁ ଲେବୋକେଚୋ କରି ଦସ୍କତ୍ ଦେଇ ଜାନ୍ଲା- "ଚଶାଖେର ପାଢ଼" ଆରୁ କୃଷ୍ଣଚନ୍ଦ୍ର ସେଠ୍ ଦସ୍କତ୍ ଦେଲା- "କୁଷଚଦ ସେଟ୍"।
(୪)ଗୁରୁଗ୍ୟାନ୍
ବଛର୍ ସାରା ଇସ୍କୁଲର୍ ଟୁକେଲ୍ ହଷ୍ଟେଲ୍ଥିଁ ବିନ୍ ପଏସେଁ ରଖିକରି ମେଟ୍ରିକ୍ ପରୀକ୍ଷା ଶେଷେଁ ସାର୍ଟିଫିକେଟ୍ ନେଲାବେଲ୍କେ ହେଡ଼୍ମାଷ୍ଟର୍ ହଷ୍ଟେଲ୍ ଫିସ୍ ବାର ହଜାର୍ ଟଁକା ଟୁକେଲ୍କେ ମାଗେଲେ ବଲିଁ ଭିଜିଲେନ୍ସ ହାତେଁ ଧରା ପଡ଼ିକରିଁ ଉଞ୍ଝା ଲୁକ୍କୁଁ ସାହାଯ୍ୟ କର୍ବାର୍ ଠିକ୍ ଫଲ୍ ପାଏଲେ ଆରୁ ଇ ଗୁରୁଗ୍ୟାନ୍ ପାଏଲେ ଯେ, ସବୁ କ୍ରିୟାର୍ ସମାନ୍ ଆରୁ ଲେହେଟିଆ ପ୍ରତିକ୍ରିୟା ଥିସି।
(୫)ଆଗ୍ରହ
ଅହିଂସା ରଥ୍କେ ସ୍ୱାଗତ୍ କର୍ବାର୍ ଲାଗିଁ ଆଏଜ୍ ଆମର୍ ଗାଆଁଥିଁ ପିଟାମରା ହେଇକରିଁ ରଥ୍କେ ସ୍ୱାଗତ୍ କର୍ବାର୍ନୁଁ ଜନାପଡ଼ୁଛେ ଯେ, ଅହିଂସା ପ୍ରତି ଲୋକ୍ମାନ୍କର୍ ଆଗ୍ରହ ବଢ଼ିଛେ।
(୬)ଗୁରୁଦକ୍ଷିଣା
ସବୁଦିନ୍ "ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି" ପଢ଼ଉଥିବାର୍ ଆମର୍ ଆଗ୍ୟାଁ ତାଙ୍କର୍ ଅଲାଏକ୍ ପୁଓକେ ଜହଲୁଁ ମୁକୁଲାବାର୍କେ ମିଛ୍ ସାଖି ଦେବାର୍ ଲାଗିଁ ମତେ ଗୁରୁଦିବସ୍ ଦିନେଁ ଗୁରୁଦକ୍ଷିଣା ମାଗ୍ଲେ ଆରୁ ମୁଇଁ ଦେବାର୍ ଲାଗିଁ ମୁଡ଼୍ ହଲଉଥିଲି।
(୭)ଆତ୍ମସନ୍ତୋଷ୍
ଆମର୍ ପରାର୍ ଥବିର ଜୁନ୍ହାଁ ସାଏକଲ୍ଟେ ଘିନିକରି ଯେନ୍ତା ତାର୍ ବାଟ୍ମୁହୁଁକେ ଆଏଲା ତାର୍ ସାତ୍ ବର୍ଷିଆ ଝି ସାଏକଲ୍କେ ଦେଖିକରିଁ ଉସତ୍ଥିଁ ଥାପିଡ଼ି ମାରିମାରି ଫଦୋ ଫଦୋ ନାଚୁଥିଲା ଆରୁ ମୁଇଁ ନୂଆଁ କାର୍ଟେ ଘିନିକରି ଯେନ୍ତା ବାଟ୍ମୁହୁଁକେ ଆଏଲିଁ କାର୍ର ରଙ୍ଗ୍ ବାଆନିକରି ମୋର୍ କୁଟୁମର୍ ଲୁକେ ମୁହୁଁ ଧୁନ୍ଦୁରେଇ ଥିଲେ।
(୮)ପର୍ସାଦ୍
ବଳିପ୍ରଥାକେ ବିରୋଧ୍ କରୁଥିବା ଝନେ ସାମାଜିକ୍ କର୍ମୀ ଦଶରାର୍ ଦଶମୀ ଦିନେଁ ମାଉଲି ଗୁଡ଼ିନ ଶିକାର୍ ପର୍ସାଦ୍ ଟିକେ କମ୍ ହେଲା ବଲିଁ ବଅଁଟନିଆକେ ଅଉର୍ ଟିକେ ଜହ ଦେ ବଲିଁ ରୁଙ୍ଗୁଥଲେ।
(୯)ରଙ୍ଗ୍ ନମ୍ବର୍
ମୁଇଁ ଝନେ ଚିହ୍ନାର୍ ଜନାର୍ ଲୋକ୍କେ ଫୁନ୍ କଲିଁଯେ, ଭାଏଲ୍ ପଏସା ଉଧାର୍ ମାଗ୍ବା ବଲିଁ ତାର୍ ଆଡ଼ୁଁ କହେଲା "ରଙ୍ଗ୍ ନମ୍ବର୍ !"
(୧୦)ପୁତୁଲା
ହଟାତ୍ ଦିନେ ମୁନୁଷ୍ ଔର୍ ମାହାପୁରୁ ଭେଟ୍ ପଡ଼ିଗଲା ବେଲେଁ ଦୁହିଁକର୍ ମୁହୁଁନୁ ବାହାରି ପଡ଼୍ଲା, "ମୋର୍ ବନାଲା ପୁତୁଲା କେଡ଼େ ସୁନ୍ଦର୍... !"
(୧୧)ବେଡ଼ି
ମୋର୍ ମାଁ ଏଡ଼େ ବେଡ଼ି ଆଏଯେ ପଟେ ରୁଟି ମାଗେଲେଁ ଦୁଇ ପଟ୍ ରୁଟି ଦେଇନେସି।
(୧୨)ଅନ୍ଭବ୍
ପଦୁଁ ବୁଢ଼ାର୍ ବି.ଏ. ପଢ଼ୁଆ ସାନ୍ ବହ ଖଟି ଆସୁନ୍ସାଏର୍ ବୁଢ଼ାକେ 'ବାପା' 'ବାପା' ବଲିଁ ଡାକାଲା କି ବୁଢ଼ା ଜାନି ପକାଲା ଭୁଆସେନ୍ ପାପା ଖୁଆବା ବଲିଁ ଆରୁ ଆଏଜ୍ ବିହାର୍ ତିନ୍ ମାସ୍ ଉତାରୁଁ ବାପ୍ ପୁଓ ଭିନେ ହେଉଛନ୍।
(୧୩)ଟେଡି ଡେ
ଘରର୍ ଭେଣିଆ ପିଲା ଟେଡି ଡେ ଦିନେଁ ତାର୍ ଗାଲ୍ ଫ୍ରେଣ୍ଡ୍କେ ହଜାରେ ଟଁକିଆ ଟେଡି ଦେଇକରି ଘର୍କେ ଫିରିଆସିକରି ଦେଖ୍ଲା ତାର୍ ଝିଆରୀ ଛୁଆ ଟେଡି ଗୁଟେକର୍ ଲାଗିଁ କାନ୍ଦୁଥିଲା।
(୧୪)ଭକୁଆ
ଆମର୍ ଗାଁ'ର୍ ଘନ ବେଡ଼ା ଚକଲେଟ୍ ଡେ ଦିନେଁ ଆମର୍ ପରାର୍ ଛୁଆମାନ୍କୁଁ ଚାଏର୍ନିଆଁ ଚକଲେଟ୍ ଗୁଟେ ଲେଖା ବାଆଁଟୁଥିଲା ଯେ ଶିଖିତ୍ ପିଲାମାନେ ତାହାକେ ଭକୁଆ ଥାବ୍ କରୁଥିଲେ।
(୧୫)ଅଢ଼ିଆ
ସଂକ୍ରାନ୍ତି ଦିନେଁ ଜଗନ୍ନାଥ୍ ଗୁଡ଼ିକେ ମୋର୍ ମାଁ' ମୋର୍ ହାତେଁ ପଠେଇ ଥିବାର୍ ଥାଲେ ଚଉଲ୍, ମୁଗ୍, ନୁନ୍, ଆଲୁର୍ ସଂକ୍ରାନ୍ତି ଅଢ଼ିଆକେ ଗୁଡ଼ିନ ନେଇଁ ଦେଇକରିଁ ଗୁଡ଼ିର୍ ତରେଁ ବସିଥିବାର୍ ଭିକାରିକେ ଦେଇକରିଁ ଫିର୍ଲା ବେଲ୍କେ ମନ୍ଟା କୁରୁତ୍ କୁରୁତ୍ ହଉଥିଲା।
(୧୬)ପ୍ରବଚନ୍
ଦିନ୍କ ତିନ୍ ଲାଖ୍ ଟଁକା ହିସାବେଁ ଫିସ୍ ନେଇକରି ପଣ୍ଡିତ୍ ମହାରାଜ୍ ପ୍ରବଚନ୍ ଦେଉଥିଲେ, "ଟଁକାପଏସା, ଧନ୍ଦରବ୍ ସବୁ ଘାଏକର୍ ଜିନିଷ୍ ଆଏ; ହେତିର୍ଲାଗିଁ ଟଁକାପଏସା ଛାଡ଼ିକରିଁ ଧରମ୍ କମାବାର୍ କଥା।"
(୧୭)ଭେଟ୍
ଚାଏର୍ ଚକିଆ ହୁଇଲ୍ ଚେୟାର୍ଥିଁ ବୁଢ଼ାଟେ ଅଉର୍ ଚାଏର୍ ଚକିଆ ଡାଲାଗାଡ଼ିଥିଁ ଛୁଆଟେ ମୁହାଁମୁହିଁ ଭେଟ୍ ପଡ଼ିଗଲା ବେଲେଁ ଝନେ ନିଜର୍ ଅତୀତ୍କେ ଦେଖୁଥିଲା ତ ଅଉର୍ ଝନେ ନିଜର୍ ଭବିଷ୍ଯତ୍କେ।
(୧୮)ରଙ୍ଗ୍
ହୋଲି ଦିନେଁ ଛିନାଛକା ଦେଖିକରିଁ ଅନ୍ମୁନ୍ଷିଆଟେ ଫୁଲକେ କଲଁକର୍ ରଙ୍ଗ୍ଟେ ଲଗେଇ ଦେଲା ଯେ ଫୁଲ ପାଏନ୍ଥିଁ ଯେତେ ଧୁଇହେଲେଁ ଭି ନେଇଁ ଛାଡ଼ୁଥେଇଁ।
(୧୯)ଏକେଲା
ଘର୍ଦୁଆର୍, ପୁଓବହ, ନାତିନାତେନ୍ - ଗୁଟେ ଭର୍ପୁର୍ ସଁସାର୍ ଥିଲେଁ ଭି ବୁଢ଼ି ଚାଲିଗଲା ପରେଁ ବୁଢ଼ାକେ ଆଏଜ୍ ଏକେଲା ଲାଗାଲା ଆରୁ ନିରାଶ୍ ହେଇକରିଁ ଯେତେବେଲେଁ ଉପର୍କେ ଦେଖେଲା, ଜନ୍ ମୁଲ୍କଲା ହଁସିକରିଁ କହେଲା,"ମତେ ଦେଖ୍ ! ମୋର୍ ସାଙ୍ଗେ କୁଟି କୁଟି ତରା ଥିଲେଁ ଭି ମୋର୍ ସାଙ୍ଗେ କିହେ ନେଇଁ ଯାଆଁତ୍ ; ମତେ ଏକେଲା ଯିବାର୍କେ ପଡ଼୍ସି।"
(୨୦)ପଖାଲ୍ ଦିବସ୍
"ମାଁ'ଗୋ ଆଏଜ୍ ଧନୀଘରର୍ ଲୋକ୍ମାନେ ପଖାଲ୍ ଖାଇକରିଁ ପଖାଲ୍ ଦିବସ୍ ମନଉଛନ୍ ଆରୁ ପଖାଲ୍ ଖିଆ ଫଟୁ ଫେସ୍ବୁକେଁ ପରେ ଛାଡ଼ୁଛନ୍ ଗୋ...!"ଶୁନିକରିଁ ଗହକି କହେଲା,"କାହିଁର୍ ପଖାଲ୍ ଦିବସ୍ ରେ ବାବୁ...! ହେଁ ଟା ଧନୀଘରର୍ ଲୋକ୍ମାନେ ବଛର୍ ଟାକେଁ ଦିନେ ଆମ୍କୁଁ ଖିଜେଇ ହେସନ।"
