Prasanna Rana

Abstract

4.0  

Prasanna Rana

Abstract

ରୂପାନ୍ତରଣ

ରୂପାନ୍ତରଣ

1 min
168


ସମସ୍ତେ ଚୁପ୍‌ଚାପ୍ l ବାପା, ମାଁ, ପୁଅ, ଝିଅ l ସମସ୍ତେ ନିଜ ନିଜ ଦୁନିଆଁରେ ବ୍ଯସ୍ତ l ବାପା whatsapp ଦୁନିଆଁରେ, ମାଁ facebook ଦୁନିଆଁରେ, ପୁଅ pubg ଦୁନିଆଁରେ ତ ଝିଅ youtube ଦୁନିଆଁରେ l ସମସ୍ତେ ଗୋଟିଏ ଘରେ ଥିଲେ ମଧ୍ଯ ଭାବନା ରାଜ୍ଯରେ ପରସ୍ପରଠାରୁ କେତେ ଦୂରରେ ଏମାନେ ! ନାହିଁ କଳରବ, ନାହିଁ କଥାବାର୍ତ୍ତା, ନାହିଁ କ୍ରିୟା ପ୍ରତିକ୍ରିୟା l ଅପୂର୍ବ ଏ ନୀରବତା ! ସମସ୍ତେ ଯେପରି ଅପରିଚିତ, ଅଚିହ୍ନା, ଅଜଣା l ଯେଉଁ ପତି-ପତ୍ନୀ ଆଗରୁ ପ୍ରତିଦିନ ନିଜ ନିଜର ତେଲ-ଲୁଣ ସଂସାରକୁ ନେଇ, ନାହିଁ ନାହିଁର ଅଭାବବୋଧକୁ ନେଇ କଳି କରୁଥିଲେ, ସେମାନେ ଆଜି ପୂରା ଚୁପ୍ l ସତେ ଯେପରି ସେମାନଙ୍କ ଆଉ କୌଣସି ଅଭାବ ନାହିଁ l ଯେଉଁ ପୁଅ-ଝିଅ ଦୁଇଟି ନିତିଦିନ ଖେଲିବା ପାଇଁ, ପଢ଼ିବା ପାଇଁ କଳିକଜିଆ କରୁଥିଲେ, ସେମାନେ ଆଜି ନିସ୍ତବ୍ଧ l ଅନ୍ ଲାଇନ୍ କ୍ଲାସ୍ ର ଆଳରେ ହେଉ ବା ଗୁଗୁଲ୍ ସର୍ଚ୍ ର ଆଳରେ ହେଉ ସମସ୍ତେ ଆଜି କାର୍ଯ୍ଯବ୍ଯସ୍ତ l ସମସ୍ତେ ନିର୍ବାକ୍ l ଏମାନେ ସମସ୍ତେ ପାଖାପାଖି ଥିଲେ ବି ପରସ୍ପରଠାରୁ କେତେ ଦୂରରେ ! ସମସ୍ତଙ୍କ ଦୃଷ୍ଟି 6"×3" ର ସ୍କ୍ରୀନ୍ ଉପରେ ଆବଦ୍ଧ l ସତେ ଯେପରି, ମୀନକୁ ବଗ ଧ୍ଯାନ କରିଛି l ସତେ କ'ଣ ବଗଟି ମୀନ ଉପରେ ଦୃଷ୍ଟି ନିକ୍ଷେପ କରିଛି ? ବଗ ଧିରେ ଧିରେ ନିର୍ଜୀବରେ ରୂପାନ୍ତରୀତ ହେଉନି ତ ? ମୁଁ ତ ଭାବୁଛି, ମୋବାଇଲ୍ ଧିରେ ଧିରେ ଜୀବନ୍ତ ହୋଇଉଠୁଛି l ଆଉ ମଣିଷ ? ମଣିଷ ଧିରେ ଧିରେ ନିର୍ଜୀବରେ ରୂପାନ୍ତରୀତ ହେଉଛି l ଏହି ରୂପାନ୍ତରଣର ଶେଷ ପରିଣତି କ'ଣ ହେବ କେଜାଣି ! ଏହି ରୂପାନ୍ତରଣରେ ବଗଟି ମୀନ ଓ ମୀନଟି ବଗରେ ରୂପାନ୍ତର ହେବନି ତ ।

               



Rate this content
Log in

Similar oriya story from Abstract