ଚିଠି ରୁ ମହାଭାରତ
ଚିଠି ରୁ ମହାଭାରତ
ସାଧାରଣ ମଧ୍ଯବିତ୍ତ ପରିବାର ର ବୈଠକ ଖାନା।ସୋଫା ସେଟ ଟିଏ, ଗୋଟେ ସେଣ୍ଟର ଟେବୁଲ, ଟେବୁଲ ଉପରେ ଫୁଲଦାନୀ ରେ ଫୁଲ ତୋଡାଟିଏ।କଣ ରେ ଗୋଟେ ଛୋଟ ଟେବୁଲ। ତା ଉପରେ ଥୁଆ ହେଇଥିବା ବ୍ରିଫକେସ କୁ ରାଖୀ(ବୟସ35) ଝାଡୁ ଝାଡୁ ସେ ଟା ତଳେ ପଡି ତା ଭିତରୁ କାଗଜ ପତ୍ର ବାହାରେ ପଡିଯିବା।କାଗଜ ପତ୍ର ସଜାଡି ରଖୁରଖୁ ଗୋଟେ କାଗଜ ଉପରେ ନଜର ପଡିଯିବା ଏବଂ ଚିଠି ଉପରେ ନଜର ପଡିବା ମାତ୍ରେ ଚମକି ପଡିବା ଏବଂ ଚିଠି ପଢିବା।ଚିଠି ଟିକୁ ପଢିଲା ବେଳେ ମୁହଁ ରେ ରାଗ,ବିରକ୍ତି ଏବଂଅପମାନିତ ହେବାର ଭାବ।)
ମାୟା-(ବୟସ 60।ଧଳା ଶାଢି ସାଧାକରି ପିନ୍ଧା ହେଇଚି,। କଳ ରେ ପାନ ଜକା ହେଇଚି ।ରାଗ ତମତମ ହେଇ ପ୍ରବେଶ)
ମାୟା--(ଅଣ୍ଟା ରେ ଲୁଗା କୁ ଭିଡି) ହଇଲୋ? ଏଠି କଣ କରୁଚୁ?ସେପଟେ ଘଣ୍ଟାଏ ହେଲାଣି ରୋଷ ଘରେ ଚାହିଁ ବସିଚି।ରାଣୀ ଆସିଲେ ଭାତ ଗାଳିବେ।ଆଉ ରାଣୀ ଙ୍କୁ ଦେଖ! ରାଣୀ ଏଠି ବସି ଚିଠି ପଢୁଛନ୍ତି।ଏଇଟା ଚିଠି ପଢିବା ବେଳ?ପୁଅ ଆସି ଭାତ ଖାଇ ଅଫିସି ଯିବ।ତତେ କଣ ବେଳ ଜଣାପଡୁନି?
ରାଖୀ-(ଆଖି ର ଲୁହ ପୋଛୁପୋଛୁ ଜୋର ରେ କାନ୍ଦିବା।)
ମାୟା--ସେ କୁମ୍ଭୀର କାନ୍ଦଣା ମତେ ଦେଖାନା ଆଉ ବୁଝିଲୁ?ଯା ରୋଷେଇ ଶାଳ କୁ।ପରିବାର କାଟି ଦେଇ ଆସିଚି।ଭାତ ଗାଳି ତିଅଣ ବସା।
ରାଖୀ-ମା----(ଜୋର ରେ କାନ୍ଦିବା)
ମାୟା--(ପାଖକୁ ଯାଇ ମନ ଦୁଃଖିତ କରି) ଆଲୋ ମା କଣ ହେଲା?ସେତେ ବେଳ ରୁ ଲୁହ ଗଡାଇ ଚାଲିଚୁ।କିଏ କଣ କହିଲା?ଆଉ ମୁଁ ଏମିତି କଣ କହିଲି ଯେ ଆଖି ରୁ ଗଂଗା ଯମୁନା ବୋହି ଚାଲିଛି ସେତେ ବେଳରୁ?
ରାଖୀ----(ଚଠି ବଢେଇ ଦେଇ)ମା ନିଅନ୍ତୁ ପଢନ୍ତୁ। ଆପଣଙ୍କ ପୁଅ ଅଫିସ ରେ କାମ ନାଁ ରେ କଣ ସବୁ କଣ କରୁଛନ୍ତି। (କାନ୍ଦିବା)
ମାୟା--(ପଢିବା)ସାର ଆପଣ ମୋ ପାଇଁ ସାକ୍ଷାତ ଦେବତା।ଆପଣଙ୍କ ଛଡା ମତେ ଏ ବିପଦ ରୁ କେହି ରକ୍ଷା କରି ପାରିବେନି। ।ଆପଣଙ୍କ ସାହାଯ୍ଯ ବିନା ମୁଁ ଅସହାୟ ସାର
।ଆପଣ ହିଁ ମତେ ଏ ବିପଦ ରୁ ଉଦ୍ଧାର କରି ପାରିବେ।ନହେଲେ ମୁଁ ଭାସି ଯିବି ସାର୍।ମୋ ସଂସାର ବି ଭାସିଯିବ।।(ଟିକେ ଭାବି)ହୁଁ--- ଉଦ୍ଧାର କରନ୍ତୁ--କଥା ଉଦ୍ଧାର ଯାଏଁ ଗଲାଣି।ଆମକୁ କିଛି ଖବର ନାହିଁ?(ରାଖୀ ପାଖକୁ ଯାଇ)ତୁ ଚିନ୍ତା କରନା ମାଆ।ମୁଁ ଥିଲାଯାଏ ତୋ ସଂସାର ଭାଷି ଯିବାକୁ ଦେବିନି। ଆଜି ଆସୁ ସେ ଟୋକା।ଆଜି ତାର ଦିନେ କୁ ମୋର ଦିନେ।ଆରେ----- ମୁଁ ଭାବୁଚି ମୋ ପୁଅ ଅଫିସି ରେ କାମ କରୁଚି------ ପୁଅ ଯାଇ କୃଷ୍ଣ-----
ରାଖୀ-- ନାଇଁ ମା-- ମୋରି କପାଳ ଫଟା।ମୁଇଁ ପୋଡା କପାଳୀ।ମରଣ ନହେଲା ମତେ(କାନ୍ଦିବା)
ରାଖୀ--ଆଲୋ ମା ଧୈର୍ଯ୍ୟ ଧ।ପୁଅ ଆସୁ ବୁଝିବା ଘଟଣା କଣ।ମିଛ ଟାରେ ଏମିତି କାଇଁ ହଉଚୁ?
ରାଖୀ----ମା ଚିଠି ଟା ପଢିଲେ ପରା?ତା ପରେ ବି-----
(କଲିଂବେଲ ବାଜିବା ଆଉ ରାଖୀ ଯାଇ ଦୁଆର ଟାଖୋଲି ଦେଇ ତମତମ ହେଇ ଆସି ସୋଫା ରେ ବସି ପଡିବା।)
ରବି--(ସ୍ତୀ ର ରାଗ ମୁହଁ ଦେଖି କିଛି ବୁଝି ନ ପାରି ଜୋତା ଖୋଲୁଖୋଲୁ)ରାଖୀ ପାଣି ଗିଲାସେ ଦେଲ।
ଆଉ ଭାତ ବାଢ।ଖାଇ ଅଫିସ ଯିବି।(ରାଖି ପାଦ ପିଟିପିଟି ଭିତରକୁ ଯିବା)
ମାୟା--ହଇରେ? ଇଏ ସବୁ କଣ ଚାଲିଚି ?
ରବି--(କାଗଜ ପତ୍ର ଖେଳା ହେଇଥିବା ଦେଖି)ମୁଁ ତ ସେୟା ପଚାରୁଚି?କଣ ସବୁ ଚାଲିଚି ?ମୋ କାଗଜ ପତ୍ରଗୁଡାକ କିଏ ଖେଳେଇ ପକେଇଛି ?
ମାୟା---କାଗଜ ପତ୍ର କିଏ ଘାଣ୍ଟିଚି? ଏୟା ତୋ ଘର ର ସଂସ୍କାର ?ଛି ଛି ମୋ ନାକ କାଟିଦେଲୁ ତୁ ପୁଅ।
ରାଖୀ---(ପାଣି ଆଣି ଟେବୁଲ ଉପରେ ଜୋର ରେ ରଖିଦବା,
ରବି କୁ ଚାହିଁ)ମତେ ଟିକେ ବିଷ ଦେଇ ଦିଅ।ତା ପରେ ଯାହାକୁ ଉଦ୍ଧାରିବ ଉଦ୍ଧାର। ନ ହେଲେ ମୁଁ ଆଗ ମୋ ପୁଅ କୁ ନେଇ ବୋଉ ପାଖୁ ପଳାଏ ତା ପରେ ତମେ ଯାହା କରୁଚ କର।
ରବି--(ଆଶ୍ଚର୍ଯ୍ୟ ହେଇ)ରାଖୀ--କଣ ସବୁ କହି ଯାଉଛ?ବିଷ---ବୋଉ ପାଖୁ ପଳେଇବ---କାହିଁକି?ମା?ତୁ ପୁଣି ରାଖୀ ସାଙ୍ଗେ ଝଗଡା କରିଚୁ?
ରାଖୀ---କି ଗୁଣ ବାହୁନିବି, ଖଜୁରି ଗଛର,ସେତ ମୂଳ ରୁ ପାହାନ୍ଚ ପାହାନ୍ଚ ।ମାଙ୍କୁ ଦୋଷ ଦିଆ ହଉଚି ହୁଁ---
ରବି--- କି ଆଶ୍ଚର୍ଯ୍ୟର କଥା? ମୋ ଅଫିସ କାଗଜ ପତ୍ର ତମେ ଘଣ୍ଟା ଘଣ୍ଟି କରି ପକେଇଚ।ଆରେ---ଓଲଟା ଚୋର କଟୁଆଳ କୁ-----
ରାଖୀ--- (ରବି କୁ କଥା ସାରିବାକୁ ନ ଦେଇ)ଘାଣ୍ଟି ଲି ତ କଣ ହେଇଗଲା ?କଣ ଚୋରି ଧରାପଡିଗଲା ?
ମାୟା---କିଏ ସେ ଝିଅ ?ତୁ ତାକୁ କାଇଁ ଉଦ୍ଧାର କରିବୁ କୃଷ୍ଣ ଗିରି ଚାଲିଚି ?କିଏ ସେ ରାଧା ?ଟିକେ ଶୁଣେ?
ରବି-- ଆଲୋ ମାଆ ସେ ଝିଅ ଟି ଭଦ୍ର ଘର ଝିଅ।ସୁନ୍ଦରୀ,ସୁଶୀଳା।
ରାଖୀ-----କଣ କଣ? ସୁନ୍ଦର ସୁଶିଳା--ଏତେ ସବୁ ତା ବିଷୟ ରେ ଖବର ରଖିଚ?(କାନ୍ଦିବା) ମା ଦେଖିଲେ ତ ଆପଣଙ୍କ ପୁଅକୁ?(ରବି କୁ ଚାହିଁ)କେବେ ଆଣିବ ତାକୁ ?ନା ଲୁଚା ଚୋରା ରେ କାମ ହେଇ ହେଇ ଯାଇଚି?
ରବି---ଧେତ୍ -କଦର୍ଯ୍ୟ ଲୋକ ଗୁଡାକ।ମୋ ବ୍ରିଫକେଶ ରେ ହାତ ଦବାକୁ କିଏ କହିଥିଲା ତମକୁ?ମୁଣ୍ଡ ରେ କଡାକର ବୁଦ୍ଧି ତ ନାହିଁ।କାମଦାମ କିଛିନାହିଁ।ଯେତେକ ବାଜେ ଚିନ୍ତା।ଦି ଟା ଯାକ ସ୍ତ୍ରୀ ଲୋକ ମତେ ପାଗଳ କରିଦେବେ।(ରାଗି ମୁଣ୍ଡ ହଲେଇବା)
ମାୟା--(-ରବିକୁ) କଣ କହିଲୁ?ଆମର କାମ ଧନ୍ଦା ନାହିଁ?ହଇରେ ଚଣ୍ଡାଳ ବୋହୁ ଯାହା କହୁଚି ସତ?
ରବି---ଆଛା ମା ମୋ ଚିଠି ପଢିବାକୁ କିଏ କହିଥିଲା?ମତେ ପଚାରିଥିଲ?
ରାଖୀ----ଚିଆଁ ଲାଗି ଗଲା ନା ?କାଇଁ?ମୋର ଚିଠି ପଢିବାର କଣ ଅଧିକାର ନାହିଁ?
ମାୟା---(ନରମ ଗଳାରେ)ହଇରେ ଧନ ସତରେ କଣ ତୁ କୋଉ ଝିଅ କୁ ଘରକୁ ଆଣିବୁ?
ରବି--(ମା କାନ ପାଖେ)ଛେପ ଢୋକି---ମା ଲୋ।ଝିଅ ଟା ଭାରି ଗୁଣର ଲୋ।ଭାରି ସଂସ୍କାରି।ତା ଘରେ ଟିକେ ଅଶାନ୍ତି ହେଇଚି।ସେଇଥିପାଇଁ ମୁଁ ତାକୁ--
ମାୟା----(ରାଗି)କଣ କହିଲୁ?ତା ଘରେ ନାଟ ଲାଗିଲା ତୋର ସେଥେରେ ଯାଏ କେତେ ଆସେ କେତେ?ତାଙ୍କ ଘର ଧନ୍ଦା ରେ ତୋର ନାକପୁରେଇବା କଣ ଦରକାର?ଢଂଗ----ଲଗେଇଛି ସେ ମାଇପି ଟା?ସେ ଆସୁ--ତା ଗୋଡ ଯଦି ଭାଙ୍ଗି ନ ଦେଇଚି----
ରବି---ଆଲୋ ମା ତା ଘର ର ଶାନ୍ତି ମୋ ଉପରେ ନିର୍ଭର କରୁଛି ପରା?ମୋ ଛଡା ତାର ଆଉ କିଛି ବାଟ ନାହିଁ।ଏଇଲେ ମୁଁ ତାର ସବୁ।ସେ ଆସିପାରେ ଆମ ଘରକୁ।
ରାଖୀ----କଣ କହିଲ?କଣ କହିଲ? ସେ ଆସିବ?ସେ ଡାହାଣୀ ଆସିବା ଆଗରୁ ମୁଁ ଏ ଘରୁ ବାହାରି ଯିବି।(ଭିତରକୁ ଯାଇ ଗୋଟେ ବାକ୍ସ ଧରି ଆସିବା ଏବଂ ମାୟା କୁ ମୁଣ୍ଡିଆ ମାରି)ମା ମୋ ଦୋଷ କ୍ଷମା କରିଦେବେ।(ଲୁହ ପୋଛିବା)ମୋ ଦାନା ପାଣି ଏଠି ଏତିକି ଥିଲା।ପୁଅ ଆପଣଙ୍କ ପାଖେ ଥାଉ।ମୁଁ ଯାଉଚି।(ବାହାରକୁ ଯିବା)
ରବି---ଆରେ ରାଖୀ ରୁହ--ଶୁଣ-----
ରୁନା---(ସୁନ୍ଦରୀ ତରୁଣୀ ର ପ୍ରବେଶ)(କାନ୍ଦି କାନ୍ଦି)ସାର---
ଯୋଉଥି ପାଇଁ ଡରୁଥିଲି ସେୟା ହେଲା ।ମୁଁ ଆପଣଙ୍କ ଚିଠି ସୁଧୀର ଙ୍କୁ ଦେଖେଇଲି।ସେ ମତେ ଘରୁ ବାହାର କରିଦେଲେ।ମୁଁ କୁଆଡେ ଯିବି ସାର?ଆପଣଙ୍କ ପାଦ ଧରୁଚି ସାର(ପାଦ ଧରି ପକେଇ)ମୁଁ ଗୋଟେ କଣ ରେ ପଡି ରହିବି ପଛେ।ଘର କାମ ସବୁ କରିବି।ସାର ମତେ ଉଦ୍ଧାର କରନ୍ତୁ।
ମାୟା----(ରାଗି) ପୋଡ଼ାମୁହିଁ---ତୋର ଏଡେ ସାହସ?ତୁ ମୋ ଘରେ ରହିବୁ?ମୁଁ ବଞ୍ଚି ଥାଉଥାଉ ଏକଥା ହେଇ ପାରିବନି।(ରୁନା ହାତ କୁ ଧରି) ଯା ଆଉ କୋଉଠି ରହିବୁ।ଏଇଟା ଧର୍ମଶାଳା ନୁହେଁ।(ଦାଣ୍ଡ ଆଡିକୁ ଚାହିଁ)ଶୁଣ ମା ରାଖୀ।ତୁ କାହିଁକି ଯିବୁ ?ଘରୁ ଯଦି କିଏ ଯିବ ସେ ରବି।(ରୁନା ହାତ ଛାଡି ରାଖୀ ହାତରୁ ବାକ୍ସ ଛଡେଇ ରଖି ତାକୁ କୁଣ୍ଢେଇ ପକେଇ ବା)(ରବି ବାକ୍ସ ନେଇ ଭିତରେ ରଖିବା)
ବାହାରୁ ସୁଧୀର ର ପ୍ରବେଶ)
ସୁଧୀର---ରୁନା?ଏଠିକି ପଳେଇ ଆସିଚଟି?ଆଇ ନିଉ ଇଟ୍।ସେଇଥିପାଇଁ ଆଉ କୁଆଡେ ନ ଯାଇ ସିଧା ଏଠିକି ଆସିଲି।
ରୁନା---(ସୁଧୀର କୁ ଟାଣି ନେଇ ଧୀର ଗଳାରେ)
ପ୍ଲିଜ୍ ସୁଧୀର ଏଠି ତାମସା କରନି।ମିଷ୍ଟର ରବି ମୋର ବସ୍।ଏଠି ତାଙ୍କର ମା, ସ୍ତ୍ରୀ ସମସ୍ତେ ରହନ୍ତି।
ସୁଧୀର---ତାମସା?କରିବି ଅଲବତ୍ କରିବି।ଦେଖିବି ତମେ ମୋର କଣ କରିବ?
ରୁନା---ପ୍ଲିଜ ସୁଧୀର।ଚାକିରୀ ତ ସହଜ ରେ ମିଳୁନି।ଏତେ କଷ୍ଟ ରେ ଏ ଚାକିରୀ ଟା ମିଳିଚି।ପ୍ଲିଜ ମନା କରନି।ଡ୍ରାମା ଆଉ କରନି।ନ ହେଲେ ଏଇଟା ବି ପଳେଇବ।(ସୁଧୀର ହାତ କୁ ଧରି ପକେଇବା)
ସୁଧୀର---(ରାନୁ ହାତ ଛିଞ୍ଚାଡି ) ଛାଡ ମୋ ହାତ।ଆଜି ମୁଁ କହିବି।(ରାନୁ ହାତ ଯୋଡି ଅନୁରୋଧ କରିବା ଠାଣିରେ)
ମାୟା----(ରାଗି ସୁଧୀର କୁ) କୁହ କଣ କହୁଚ।ମୁଁ ଦେଖେ ତମେ ଦି ଜଣ କଣ ନାଟ ଲଗେଇଚ।(ସୁଧୀର ଆଡକୁ ମାଡିଯାଇ) ଯଦି ସାହସ ଅଛି କହିକିରି ଦେଖାଅ।(ଖତେଇ ହେଇ) ଖାଲି କହିବି କହିବି କାଇଁ ହଉଚ?
ସୁଧୀର---ଠିକ ଅଛି ମୁଁ ରାଜି।ଚାଲ ଘରକୁ ଚାଲ।ବହୁତ ହେଇଗଲା।
ମାୟା----ଆରେ ମତେ ଟିକେ କିଏ କହିବ ? ଘଟଣା କଣ ?
ରୁନା---ମାଉସୀ,ସୁଧୀର ତାଙ୍କ ବାପା ମା ଙ୍କ ର ଗୋଟିଏ ପୁଅ।ଗାଁ ରେ ଦିହେଁ ରହୁଥିଲେ।ତାଙ୍କ ଯତ୍ନ ନବାକୁ ସେଠି କେହି ନାହାନ୍ତି।ମୁଁ କହିଲି ,ବୟସ ହେଲାଣି ତାଙ୍କର। ତାଙ୍କୁ ଏଠିକି ନେଇ ଆସିବା।ଆମ ପାଖରେ ରଖିବା।ହେଲେ ସୁଧୀର କହିଲେ ଆମେ ସମସ୍ତେ ଜଣକ ଦରମା ରେ ଚଳି ପାରିବାନି ।ତେଣୁ ସେମାନେ ଗାଁ ରେ ଥାଆନ୍ତୁ।ମୋର କହିବା କଥା ଯେ ,ମୁଁ ପାଠ ପଢିଚି।ଚାକିରୀ କରି ପାରିବି।ଦିହେଁ ମିଶି ଘର ଖର୍ଚ୍ଚ ଉଠେଇବା।ଆଉ ମୋ ଶାଶୁ ଶଶୁର ଙ୍କ ର ବି ମୋର ଚାକିରୀ କରିବାରେ କିଛି ଆପତ୍ତି ନାହିଁ।ତେଣୁ ଶାଶୁ ଙ୍କୁ ପଚାରି ମୁଁ ଏ ଇଣ୍ଟରଭିୟୁ ଦେଇଥିଲି।ସାର ମତେ ସିଲେକ୍ଟ କରିଥିଲେ। ଚାକିରୀ ଟା ପାଇବା ପରେ ମୁଁ ଯାଇ ଶାଶୁ ଶ୍ୱଶୁର ଙ୍କୁ ଆମ ପାଖୁ ନେଇ ଆସିଲି।ସେମାନେ ବି ମୋ ଚାକିରୀ କରିବାରେ ବହୁତ ଖୁସୀ। ହେଲେ ସୁଧୀର ମୋ ଚାକିରୀର ବିରୁଦ୍ଧ ରେ।ଏବେ ଦିନେ ଅଫିସ କୁ ସୁଧୀର ଯାଇ ସାର ଙ୍କୁ ଗାଳି ଗୁଲଜ କରି ଆସିଥିଲେ। ତା ପରେ ମୋର ବାହାରକୁ ଯିବା ବି ବନ୍ଦ କରିଦେଲେ।ସେଥିପାଇଁ ମୁଁ ସାର ଙ୍କୁ ଗୋଟେ ଚିଠି ଲେଖିଥିଲି।
ମାୟା---କିଓ ସୁଧୀର ! ରାନୁ ସତ କହୁଛି ?ରାନୁ ର ଚାକିରୀ କରିବାରେ ତମର ଏତେ ଆପତ୍ତି କାହିଁକି?
ସୁଧୀର--(ନରମ ଗଳା ରେ)ମୁଁ ଭାବୁଥିଲି ଆଜ୍ଞା ରୁନା ଚାକିରୀ କଲେ ଘର ନେଗଲେକ୍ଟ ହବ।ଆଉ ପଇସା ରୋଜଗାର କରି ମୋ ମୁଣ୍ଡ ଉପରେ ବସିବ।ମତେ ହାଙ୍କଡେଇବ।ମୋ ଉପରେ ବସିଂ କରିବ।
ମାୟା----(ଗମ୍ଭୀର ଗଳା ରେ)ସୁଧୀର,ରୁନା କେବେଠୁ ଚାକିରୀ କଲାଣି ?
ସୁଧୀର----ଚାରିମାସ ହବ।
ମାୟା--କବେ ଘର ଅବହେଳିତ ହେଇଚି ?ତମ କୁ ବେଖାତିର କରିଚି ?ତମ ଉପରେ ମାନେ ତମ ନାଲିସ ହିସାବ ରେ ବସିଂ କରିଚି ?
ସୁଧୀର-----ନାଇଁ ଆଞା।ସେୟା ତ କହିବାକୁ ଆସିଚି।ମୁଁ ମୋ ଭୁଲ ବୁଝି ପାରିଚି। ରୁନା କୁ ନେଇ ଆମ ଘରକୁ ଯିବି।ମତେ ଅନୁମତି ଦିଅନ୍ତୁ।(ମାୟା ର ପାଦ ଛୁଇଁବା)
ମାୟା----ସୁଧୀର,ତୁମେ ଭାଗ୍ୟବାନ। ରାନୁ ଭଳି ଜୀବନ ସାଥୀ ପାଇଚ।ପର ଘରୁ ଆସି ବି ତମ ବାପା ମା ଙ୍କ କଥା ଭାବୁଚି।ଆଜି କାଲି ତ ବୁଢା ମା ବାପାଙ୍କ କଥା ଜନ୍ମ କଲା ପିଲାଏ ବି ଭାବୁ ନାହାନ୍ତି।ତାଙ୍କୁ ନେଇ ବୃଦ୍ଧାଶ୍ରମ ରେ ଛାଡି ଦଉଛନ୍ତି।ତମେ ଖବରକାଗଜ ପଢୁନକି? ଆଉ ରୁନା ଘରକାମ ସବୁ କରି, ଚାକିରୀ ସମ୍ଭାଳି ତା ଶାଶୁ ଶଶୁରଙ୍କ ମନ ଜିଣି ପାରିଚି।ଏଇଟା କଣ କମ ବଡ କଥା?ଯାଅ।ତାକୁ ନେଇ ଘରକୁ ଯାଅ।ମିଛଟାରେ ଆମ ଘରେ ମହାଭାରତ ହେଇଗଲା।(ରାଖୀ କୁ)ମାଆ ଆସିବୁ ଟି ମୋ ପାଖୁ।ମୋ ରାଖୀ ଭଳିଆ ଝିଅ ନାହାନ୍ତି।(ରାଖି ମୁଣ୍ଡ ଉପରେ ହାତ ବୁଲେଇ ଦବା।)
ରୁନା---(ରାଖୀ ପାଖକୁ ଯାଇ) ମତେ କ୍ଷମା କରି ଦିଅନ୍ତୁ ଅପା।ମୋ ପାଇଁ ଏତେ ସବୁ ନାଟ ହେଲା।
ରବି-- ଜଗା କୁ ବହୁତବହୁତ ଧନ୍ୟବାଦ। ।ଆପଣ ଦିହେଁ ନ ଆସିଥିଲେ ----ମୋ ସଂସାର ତ ଆଜି ଭାସି ଯାଉଥିଲା-----
ରାଖୀ----ସରି----ମିଛରେ କେତେ କଥା କହି ପକେଇଲି ତମକୁ।ନିଜ କାନ ଧରି ପକେଇବା।)
ମାୟା---(ଗର୍ବିତ ହେଇ)ଦେଖିଲୁ ନା ବୋହୁ?ମୁଁ କହୁ ନ ଥିଲି ଘଟଣା ଟା ନ ଜାଣି କନ୍ଦା କଟା କରନା।ମୁଁ ଜାଣିଚି ପରା !ମୋ ପୁଅ କୋଟିକରେ ଗୋଟିଏ।(ସମସ୍ତେ ହସିବା)ପର୍ଦା ପତନ।
