ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
1945 ମସିହାର କଥା । ଟିକାବାଲିକୁ ମୋ ସ୍ୱାମୀଙ୍କର ବଦଳି ହେଇ ଥାଏ । ସେଠିକାର ଗୋଟେ ସ୍କୁଲର ହେଡ଼ମାଷ୍ଟରର ଦାୟିତ୍ୱ ନେଇଥାନ୍ତି । ଆମକୁ ଦୁଇବଖରା ବିଶିଷ୍ଟ ଗୋଟେ ଘର ମିଳିଥାଏ । ଦୁଇ ବଖରା ଛଡା ଗୋଟେ ବଡ ଅଗଣା । ଅଗଣାକୁ ଲାଗି ରୋଷେଇ ଘର । ତା ପରକୁ ପାଇଖାନା । ପାଇଖାନା ପାରି ହେଇଗଲେ ବଡ ବଗିଚାଟିଏ । ବଗିଚାରେ ଆମ୍ବ, ପଣସ, ପିଜୁଳି, ସପେଟା ଗଛ ସବୁ ଲାଗିଥାଏ । ତା ଛଡା ପନିପରିବା ଗଛ ବି ଭର୍ତ୍ତି । ସ୍କୁଲର ମାଳି ଆସି ବଗିଚା କାମ କରି ଦେଇଯାଏ ।
ଘର ଅଗଣାରେ ବଢିଆ ଖରା ପଡେ । ସେଇ ଖରାରେ ମୁଁ ଆମ ନଅ ମାସର ପୁଅକୁ ଶୁଆଇ ଦେଇ ଘର କାମ ସବୁ କରେ । କାମ ସରିଲେ ପୁଅକୁ ନେଇ ଖଟ ଉପରେ ଶୁଆଇ ଦିଏ । ଅଗଣାରେ ସପ ବିଛାଇ ପୁଅକୁ ଶୁଆଇ ଦିଏ । ରୋଷେଇ ଘରୁ ପୁଅକୁ ନଜର ରଖିଥାଏ ।
ଦିନ
କର ଘଟଣା । ସବୁ ଦିନ ଭଳି ପୁଅକୁ ଗାଧେଇ ଦେଲି । ଆଳୁ, କଞ୍ଚା କଦଳି ସିଝା ଚକଟି ଖୋଇ ଦେଇ ଅଗଣାରେ ଶୁଆଇ ଦେଇ ରୋଷେଇ ଘରକୁ ଗଲି । ତଳେ ବସି ପନିକିରେ ପରିବା କାଟୁକାଟୁ ଟିକେ ପୁଅ ଆଡେ ନଜର ପକେଇ ଦେଲି । ଦେଖିଲା ବେଳକୁ ନାଗ ସାପଟିଏ ମୋ ପୁଅ ଉପର ଦେଇ ଯାଉଚି । ମୋ ଗୋଡ ହାତ ଥଣ୍ଡା ହେଇଗଲା । ପାଟିରୁ କଥା ବାହାରିଲାନି କି ବସିବା ଯାଗାରୁ ଉଠି ପାରିଲିନି । ସାପଟି ବାଡି ଆଡକୁ ଚାଲିଗଲା । ପୁଅ ମୋର ସେମିତି ଶୋଇଥାଏ । ସାପ ବାଡିପଟକୁ ଯିବାର ଦେଖିଲା ପରେ ଦଉଡି ଯାଇ ଆଗ ବାଡି କବାଟ ବନ୍ଦ କରି ଦେଇ ପୁଅ ପାଖୁ ଗଲି । ପୁଅ ଆରାମରେ ଶୋଇଥାଏ । ପୁଅକୁ ନେଇ ଖଟ ଉପରେ ଶୁଆଇ ଦେଲି । ସେ ଦୃଶ୍ୟ ଏବେ ବି ମନେ ପଡିଲେ ମୋ ରୁମ ଟାଙ୍କୁରି ଯାଏ । ତେବେ ତା ପରଠୁ ଆଉ ପୁଅକୁ କେବେ ତଳେ ଶୁଆଇନି ।