STORYMIRROR

Alaka Nanda

Tragedy

4  

Alaka Nanda

Tragedy

ଅଭିଶାପ

ଅଭିଶାପ

5 mins
243

କଙ୍କଡା ପଦା ଗାଁ ହେଲା ଆମ ଗାଆଁ।ଗାଁରେ ପକ୍କା ଘର ଟିଏ।ବାପା ତାଙ୍କ ଝାଳବୁହା ଧନ ରେ ତିଆରି କରିଥିଲେ।ଆମ ପରିବାର ରେ ବାପା,ବୋଉ, ମୁଁ ଆଉ ଟୁନି।ଟୁନି ମୋଠୁ ଦୁଇବର୍ଷ ସାନ।ବାପା ଗାଁ ସ୍କୁଲ ରେ ହେଡ଼ମାଷ୍ଟର ଥିଲେ।ସେଇ ସ୍କୁଲ ରେ ଆମେ ଭାଇ ଭଉଣୀ ପଢୁଥିଲୁ।ମୁଁ ବୋର୍ଡ ପରୀକ୍ଷା ରେ ପ୍ରଥମ ହେଇ ଥିବାରୁ ବାପା ଗାଁ ଯାକ ରେ ଲଡୁ ବାଣ୍ଟି ଥିଲେ।ଗାଁ ରେ ଯୋଉମାନେ ପାଠପଢା ର ମହତ୍ବ ବୁଝିଥିଲେ ସେମାନେ ଶୁଣି ଖୁସି ହେଲେ।ଆଉ ବାକି ମାନେ ଲଡୁ ଖାଇ ଖୁସି ହେଲେ।ତାଳଚେର ରୁ ଇଂଜିନିୟରିଂ ପାଶ କଲି।ଆମ ସାର କହିଲେ"ମାଷ୍ଟର୍ସ କରିବାକୁ ବିଦେଶ କୁ ଯିବା ପାଇଁ।ବିଦେଶ ରେ କାନ୍ସାସ ୟୁନିଭରସିଟି ରେ ମତେ ବୃତ୍ତି ସହିତ ଦାଖିଲା ମିଳିଗଲା। ବାପା ଖୁସି ରେ ଗାଁ ରେ ଭୋଜୀ ଦେଲେ।ତାଙ୍କ ପୁଅ କୁ ବିଦେଶ ରେ ଉଚ୍ଚ କୋଟୀର କଲେଜ ରେ ଦାଖିଲା ମିଳିଚି।କଣ କମ ଗର୍ବ ର କଥା?ଭୁବନେଶ୍ବର ରୁ ଟ୍ରେନ ଧରିବା ଦିନ ଗାଁ ରୁ ଅଧା ଲୋକ ପୁଲମାଳ ଧରି ଷ୍ଟେସନ କୁ ଆସି ମୋ ବେକ ରେ ମାଳ ପିନ୍ଧାଇ ଥିଲେ।ଭୁବନେଶ୍ବର ରୁ ଦିଲ୍ଲୀ।ଦିଲ୍ଲୀରୁ ଆମେରୀକା।

ଆମେରିକା ଏୟାରପୋର୍ଟ କୁ ମୋ ପ୍ରଫେସର ଆସିଥିଲେ ମତେ ନବାପାଇଁ।ତାଙ୍କ ସାଙ୍ଗେ ଜଣେ ଭାରତୀୟ ଛାତ୍ର। ମୋର ରହିବାର ବ୍ୟବସ୍ଥା ଭାରତୀୟ ଛାତ୍ର ସହିତ ହେଇଥିଲା।ଆମକୁ ଛାଡି ସାର୍ ତାଙ୍କ ଘରକୁ ଚାଲିଗଲେ।ଭାରତୀୟ ଛାତ୍ର ମୋଠୁ ବର୍ଷେ ଉପରେ।ସେ ମତେ କିଛି କିଛି ସାହାଯ୍ଯ କଲେ।ସେ କଲିକତା ର ବାସିନ୍ଦା।ମୁଁ ତାଙ୍କୁ ଦାଦା ବୋଲି ଡାକିଲି।ପର ଦିନ ସକାଳୁ ନିତ୍ଯ କର୍ମ ସାରି କଲେଜ ବାହାରି ଗଲୁ ଦିହେଁ।

କଙ୍କଡ଼ା ପଦା ଗାଁ ର ପିଲା ମୁଁ।ବରପାଲି ପାଇଖାନା। କୂଅ ପାଣି ରେ ଗାଧୁଆପାଧୁଆ। ଦାନ୍ତଘଷା ବି କୂଅମୂଳେ।କାଠ ଚୁଲି ରେ ରନ୍ଧା।

ଆଉ ସେଠି ରୋଷେଇ ଘର , ଗାଧୁଆ ଘରର ଡିଜାଇନ ଭିତରେ ନିଜକୁ ଢାଳିବାକୁ ମତେ ମାସେ ଉପରେ ଲାଗିଗଲା।ତା ପରେ

ପାଠ ପଢା ରେ ଲାଗିଗଲି।ପନ୍ଦର ଦିନକୁ ଥରେ ଘରକୁ ଫୋନ କରେ।ମୋ ପାଠ ପଢା ର ନିଶା ଦେଖି ସାର ଭାରି ସନ୍ତୁଷ୍ଟ ଥିଲେ।

ଦେଢବର୍ଷର କୋର୍ସ କୁ ବର୍ଷକରେ ସାରିଦେଲି। ସବୁଠୁ ବେଶି ନମ୍ବର ମୋର ଥିଲା।ବାପା ବୋଉ ଭାରି ଖୁସି ହେଲେ।ସାର କହିଲେ ପି :ଏଚ: ଡି କରିବାକୁ।ବାପାଙ୍କୁ ପଚାରିବାରୁ ସେ କହିଲେ "ଏତେ ବାଟ ଯାଇଚୁ।ଡାକ୍ତର ଉପାଧୀ ନେଇ ଫେରିଆ।"ବାପାଙ୍କ ମନକୁ ଧନ ଅଣ୍ଟୁ ନ ଥିଲା।ପୁଅ କୁ ବିଦେଶ ରେ ପ୍ରଶଂସା ମିଳୁଚି।ଆଉ କଣ ଦରକାର?ମୁଁ ବାପାଙ୍କ କଥା ମାନି ପି,ଏଚ,ଡି ଆରମ୍ଭ କରିଦେଲି।

ଧୀରେ ଧୀର କଥା କହିବାର ଢଂଗ ଶିଖିଗଲି।ଗାଁ ରେ ଚୂଡା କଦଳୀ ଚକଟା,ଖାଇବା ପିଲା ବ୍ରେଡ୍, ଆମଲେଟ ଖାଇଲି।ସାର ମତେ ସେଠି ଗାଡି ଚଲା ବି ଶିଖାଇ ଦେଲେ।ମତେ ଡ୍ରାଇଭିଂ ଲାଇସେନ୍ସ ଭି ମିଳିଗଲା।ସାର ପଢିବାକୁ


 ବେଳେ ବେଳେ ତାଙ୍କ ଘରକୁ ଡାକନ୍ତି।ସାର ଙ୍କର ଗୋଟେ ଝିଅ କଲେଜ ରେ ପଢୁଥାଏ। କିଛି ପାଠ ପଚାରିବାକୁ ଆସିଲେ ସାର ମତେ କହନ୍ତି ବୁଝେଇ ଦବାକୁ।ମୁଁ ବି କୃତ୍ୟ କୃତ୍ୟ ହେଇ ପାଠ ବୁଝେଇ ଦେଇ ନିଜକୁ ଗର୍ବାନ୍ବିତ ମନେ କରୁଥିଲି।


ସାରଙ୍କ ଝିଅ ଲୋରା ଧୀରେଧୀରେ ମୋ ଠୁ ପଢିବାକୁ ଚାହିଁଲା।ସାର ବି କବେ ଆପତ୍ତି କରୁ ନ ଥିଲେ।ଲୋରା ର ମୋ ସହିତ ମିଳାମିଶା ର ଢଂଗ ଅତି ବିଦେଶୀୟ ଥିଲା ଯୋଉଟା ମତେ ଟିକେ ଅଖାଡୁଆ ଲାଗୁଥିଲା।

କଙ୍କଡ଼ାପଦା ଗାଁ ର ପିଲା ମୁଁ।ବୋଉ ଓ ଟୁନି ଛଡା କୋଉ ଝିଅ କୁ ଆଖି ଉଠେଇ ଦେଖିନି।ପଚିଶ ବର୍ଷ ବୟସ ରେ ଗୋଟେ ତରୁଣୀ ର ସାନ୍ନିଧ୍ୟ ମତେ ବୋଧେ ଭଲ ଲାଗିଲା ଯାହା କି ମୁଁ ପ୍ରଥମେ ବୁଝି ପାରୁ ନ ଥିଲି।ଦିନେ ସାର ଘରେ ନ ଥିଲେ।ମୋ ପ୍ରତି ଲୋରା ର ବ୍ୟବହାର  ସେଦିନ ଅନ୍ଯ ଦିନ ଠୁ ଅଲଗା ଥିଲା।ମୁଁ କୋଉ ଘର ର ପିଲା , ଆମ ଘର ର ସଂସ୍କାର କଣ ଭାବିବା ଆଗରୁ ମୁଁ ସେ ସଂସ୍କାର କୁ ଜଳାଞ୍ଜଳି ଦେଇ ସାରିଥିଲି।ତା ପରେ ପି,ଏଚ,ଡି କରିବା ଭିତରେ ହି ମତେ ଲୋରା କୁ ବିବାହ କରିବାକୁ ପଡିଥିଲା।

କିଛି ମାସ ଘରେ କାହାକୁ କହିଲିନି।ଟୁନି ର ବାହାଘର ହେଲା।କାମ ର ବାହାନା କରି ଗଲିନି କାରଣ ବାପା ବୋଉଙ୍କ ସାମ୍ନା କରିବାର ସାହସ ମୋର ନଥିଲା।

ଟୁନି ତା ବାହାଘର ପରେ ପୂଜା ରେ ଗାଁ କୁ ଆସିଥାଏ।ସେତିକି ବେଳେ ପୂଜା ର ଶୁଭେଚ୍ଛା ଜଣେଇବା ସାଙ୍ଗେ ସାଙ୍ଗେ କହିଦେଲି ମୋ ବାହାଘର କଥା ଟା।ସେପଟୁ କିଛି ଉତ୍ତର ନାହିଁ।ଦଶ ମିନିଟ୍ ଦିହେଁ ଚୁପ।ତା ପରେ ବାପା ଧଡ୍ କରି ରିସିଭର ରଖିଦେଲେ।ଦୁଇ ଦିନ ପରେ ଟୁନି ଫୋନ କଲା।କହିଲା "ବାପା ଚୁପ ହେଇ ଯାଇଛନ୍ତି।ବୋଉ କାନ୍ଦି କାନ୍ଦି ଦରମରା ହେଲାଣି।ଗାଁ ରେ ଚହଳ ପଡି ଯାଇଚି।ଈଶ୍ବର ମେମ୍ ବାହା ହେଇଚି।ତାକୁ ଆମେ ଗାଁ ଭିତରକୁ ଆସିବାକୁ ଦବୁନି।ଆଉ ଯଦି ବାପା ବୋଉ ତୋ ସାଙ୍ଗେ ସମ୍ପର୍କ ରଖିବେ ତେବେ ତାଙ୍କୁ ନିଆଁ ପାଣି ବାଛନ୍ଦ କରିଦେବେ।ବୋଉ ମୁଣ୍ଡ ବାଡେଇ ଖାଲି କାନ୍ଦୁଚି।କହୁଚି"କେତେ ଗୁଡ ଖାଇଥିଲି ମନେମନେ କି ରଘୁବାବୁ ଙ୍କ ଝିଅ କୁ ବୋହୂ କରିବି।ଗହଣା ବି କରି ସାରିଥିଲି"।

ବାପାଙ୍କ ସାଂଗ ରଘୁନାଥ ମହାପାତ୍ର ଓ ବାପା କୁଆଡେ ତାଙ୍କ ଭିତରେ କଥା ହେଇଥିଲେ ଯେ ତାଙ୍କ ଝିଅକୁ ତୁ ବାହା ହବୁ।

କିଛି ଦିନ ଛାଡି ଦେ। ଏଠି ଧୀରେଧୀରେ ସିଚୁଏସନ ବଦଳିବ।ସମୟ ବଡ ବଳବାନ।କହି ଟୁନି ଫୋନ ରଖି ଦେଲା।


ତା ପରଠୁ ବାପା ମୋ ସାଙ୍ଗେ ଆଉ କଥା କହିଲେନି।ବୋଉ ହଁ ନାଇଁ କହି ଫୋନ ରଖିଦିଏ।ଦିନେ ଟୁନି ଫୋନ କରି କହିଲା "ଭାଇ ଆଉ ଟଙ୍କା ପଠେଇବୁନି।ବାପା ମନା କଲେ।ଆଉ କହିଲେ "ଇଶୁ କୁ କହିଦବୁ ଗାଁ କୁ ଆସିବନି।ମତେ କାନ୍ଧ ଦବନି କି ମୋ ମୁହଁ ରେ ନିଆଁ ଦବନି।ଗାଁ ଲୋକ ମୋର କ୍ରିୟା କର୍ମ କରିଦେବେ।ସେ ସେଇ ଠି ରହୁ ଖୁସିରେ ରହୁ।"ଆଉ ଶୁଣି ପାରିଲିନି।ଫୋନ କାଟି ଦେଲି।

ୟା ଭିତରେ ପାଞ୍ଚ ବର୍ଷ ବିତିଗଲାଣି ।ମୋର ଗୋଟେ ପୁଅ ସମର ଓ ଝିଅ ସୀମା ଜନ୍ମ ହେଲେ ଣି।ପିଲାମାନଙ୍କ ଫଟ ଟୁନି ପାଖୁ ପଠାଏ।ସବୁ ରବିବାର ଦିନ ଟୁନି କୁ ଫୋନ କରେ।ବାପା ବୋଉ ଙ୍କ କଥା ପଚାରେ।ସେମାନେ ମୋ ସହିତ ଆଉ କଥା ହବାକୁ ଚାହୁଁ ନାହାଁନ୍ତି। ଖାଲି କହନ୍ତି" ସେମାନେ ଭଲରେ ଥାନ୍ତୁ।"ବୋଲି ଟୁନି କହେ।ମଝିରେ ମଝିରେ ଆମର ଫଟ ଟୁନି ପାଖୁ ପଠାଏ। ପିଲାମାନଙ୍କ ର ଫଟ ବି ପଠାଏ।

ଦିନେ ଟୁନି କୁ ପଚାରିଲି ବାପା ବୋଉ ପିଲାମାନଙ୍କ ଫଟ ଦେଖିଲେଣି ?ଟୁନି କହିଲା "ହଁ।ଫଟ କୁ ଛାତି ରେ ଜାବୁଡ଼ି ଧରି ବହୁତ କାନ୍ଦିଲେ।ଓଠ ରେ ଲଗେଇ ବହୁତ ଗେଲ କଲେ:"।ଏଇ ପଦକ କଥା ମୋ ଭିତରେ ଶତ ସିଂହ ର ବଳ ଆଣିଦେଲା।ଟୁନି ମତେ ମଝିରେ ମଝିରେ ବୁଝାଏ ଯେ ସମୟ ଧୀରେଧୀରେ ସବୁ ଠିକ କରିଦବ।ବାପା ବୋଉ ମୋ ପିଲାଙ୍କ ଫଟ କୁ ଗେଲ କଲେ ଶୁଣି ମନେମନେ ଠିକଣା କଲି ଯେ ହୋଲି ବେଳକୁ ଭୁବନେଶ୍ୱର ଯିବି।ଯଦିଓ ଗାଁ କୁ ଯିବାକୁ ମୋର ଭାରି ମନ ଥିଲା, ହେଲେ ମତେ ଗାଁ ରେ ପୁରେଇବେନି ବୋଲି ଗାଁ ଲୋକେ କହି ଦେଇଛନ୍ତି।ତେଣୁ ଭୁବନେଶ୍ୱର। ଟୁନି କୁ ଫୋନ କଲି।ଦିହେଁ ମିଶି ପ୍ଲାନ କଲୁ ଯେ ଟୁନି ସେମାନଙ୍କୁ ଡାକି ହୋଟେଲ ରେ ରଖିବ।ସେଇ ହୋଟେଲ ରେ ଆମର ଦେଖା ହବ।ଗାଁ ଲୋକେ ବି ଜାଣି ପାରିବେନି ଯେ ବାପା ବୋଉ ମୋ ସାଙ୍ଗେ ଦେଖା କରିବାକୁ ଆସିଛନ୍ତି ବୋଲି।ଆଉ ଟୁନି କୁ ଆମ ଯିବା କଥା ବାପା ବୋଉ ଙ୍କ ଠାରୁ ଗୁପ୍ତ ରଗିବାକୁ ଅନୁରୋଧ କରିଥିଲି।

ଏପଟେ ଭୁବନେଶ୍ୱର ପାଇଁ ମାର୍ଚ ମାସ କୋଡିଏ ତାରିଖ କୁ ଚାରିଟି ଟିକଟ କରିଦେଲି। ପଚିଶ ତାରିଖ ରେ ହୋଲି।ପିଲା ମାନେ ଆଉ ଲୋରା ହୋଲି ଖେଳ ଦଖିବେ।କେତେ ଖୁସି ହେବେ।ଆଉ ଆଠ ବର୍ଷ ପରେ ବାପା ବୋଉ ଙ୍କୁ ଦେଖିବି।ଲୋରା ଓ ପିଲା ମାନଙ୍କୁ ଓଡିଆ ଶିଖାଇବା ଆରମ୍ଭ କରିଦେଲି।ଲୋରା କୁ ଶାଢୀ ପିନ୍ଧା,କ୍ଷୀର ବାଲା ଚାହା ତିଆରି କରିବା,ଛୋଟ ଛୋଟ ଓଡିଆ ଖାଦ୍ୟର ପ୍ରଣାଳୀ ଶିଖେଇ ଦେଲି।ଦରକାର ପଡିଲେ ବାପା କି ବୋଉ ଙ୍କ ପାଇଁ କିଛି କରି ପାରିବ।ପିଲାଙ୍କୁ ଜେଜେ,ଜେଜେ ମା,ଡାକ ବି ଶିଖାଇ ଦେଲି।

ଟୁନି ଆଉ ତା ସ୍ୱାମୀଙ୍କୁ ଅଙ୍କଲ ଆଣ୍ଟି ଡାକିଲେ ସେମାନେ ଆପତ୍ତି କରିବେନି।

ବାସ୍।ସମସ୍ତ ଙ୍କ ପାଇଁ ଲୁଗାପଟା  କିଣା କିଣି କରିବାରେ ଲାଗିଗଲି।ଏତେ ବର୍ଷ ପରେ ଘରକୁ ଯିବି।ସମସ୍ତ ଙ୍କୁ ଦେଖିବି।ମନ ଭିତରେ ଆନନ୍ଦର ଜୁଆର ଉଠୁଥାଏ।ଯିବାକୁ ଆଉ ଚାରିଦିନ ଥାଏ।ଖବର ଆସିଲା ଚାଇନାରୁ କୋଭିଡ ନାମକ ଭୂତାଣୁ ପୃଥିବୀର ସବୁ ଆଡେ ବ୍ୟାପି ଚାଲିଚି।ଲୋକ ମାନେ ପୋକ ମାଛି ପରି ମରୁଛନ୍ତି।ରୋଗୀ ର ଛୁଆଁ ରୁ ଆଉ ଜଣକୁ ଏ ରୋଗ ବ୍ଯାପୁଚି ।ତେଣୁ ଆମେରିକା ସରକାର ସବୁ  ଅନ୍ତର୍ଜାତୀୟ ଉଡାନ ରଦ୍ଦ  କରି ଦେଇଚି ଏବଂ ଅନିର୍ଦ୍ଦିଷ୍ଟ କାଳ ପାଇଁ। ଖବର ଟା ଶୁଣି ମୋ କଲିଜା ଟା ସତେ ଯେମିତି ମୋ ଗଳା ପାଖୁ ପହଞ୍ଚି ଗଲା। ଟୁନି କୁ ଫୋନ କଲି।ସେ କହିଲା ପ୍ରାୟ ହଜାରେ ଲେଖାଏଁ ଲୋକ ସବୁଦିନ ମରୁଛନ୍ତି।ଅବସ୍ଥା ଖରାପ।ସେଇଥିପାଇଁ ବପା ବୋଉଙ୍କୁ ଭୁବନେଶ୍ବର ନେଇ ଆସିଚି ପାଖକୁ।ଶୁଣି ବହୁତ ଆଶୀର୍ବାଦ କଲି ଟୁନିକୁ।

ଦୁଇଦିନ ପରେ ଟୁନି ଫୋନ ଆସିଲା।କହିଲା ବାପାଙ୍କୁ କୋଭିଡ ହେଇ ଯାଇଚି।ମୁଁ କହିଲି" ତାଙ୍କ ଚିକିତ୍ସାରେ ଯେମିତି କିଛି ହେଳା ନ ହୁଏ।ପଇସା ର ଚିନ୍ତା କରିବୁନି। "

ହେଲେ ବାପାଙ୍କୁ ବନ୍ଚା ଯାଇ ପାରିଲାନି। ଟୁନି ବାପା ବୋଉଙ୍କୁ କୋଭିଡ ରୁ ବଞ୍ଚାଇବା ପାଇଁ ଗାଁ ରୁ ନେଇ ଆସିଥିଲା।ହେଲେ ସେତେବେଳକୁ ବାପା କୋଭିଡ୍ ଭୂତାଣୁ ଦ୍ଵାରା ସଂକ୍ରମିତ ହେଇ ସାରିଥିଲେ।ବାପାଙ୍କ ଠୁ ବୋଉ କୁ ହେଲା।ବୋଉ କୁ ବି ଗାଡି ଆସି ନେଇଗଲା।ସଂକ୍ରାମକ ଏତେ ଭୟଙ୍କର ରୂପ ଧାରଣ କରିଚି ଯେ ପରିବାର କୁ ଶବ ଦାହ କରିବାର ଅନୁମତି ଦିଆଯାଉ ନି।ଏପରି କି ଶେଷ ଦର୍ଶନ ର ଅନୁମତି ଭି ନାହିଁ।ଗଦା ଗଦା ଶବ ନେଇ ଏକାଠି ଜଳାଇ ଦିଆ ଯାଉଚି।

ଏସବୁ ଟୁନି ମତେ କହୁଥିଲା। ଗୋଟେ ଗୋଟେ ଘର ପୋଛି ହେଇ ଯାଉଛି।ଟୁନି କହି ଚାଲିଥିଲା।ମୋ ଦେହ ରୁ ଝାଳ ବୋହି ଚାଲି ଥିଲା ଆଖିରୁ ଲୁହ ଅବିଶ୍ରାନ୍ତ ଝରିଯାଉଥିଲା।ଡେଣା କଟା ପକ୍ଷୀ ଭଳି ମୁଁ ନିଜକୁ ଅନୁଭବ କରୁଥିଲି।


Rate this content
Log in

Similar oriya story from Tragedy