STORYMIRROR

Alaka Nanda

Tragedy

4  

Alaka Nanda

Tragedy

ପୁନରାବୃତ୍ତି

ପୁନରାବୃତ୍ତି

5 mins
275


ମୁଁ ଗୋଟେ ମଧ୍ଯ ବିତ୍ତ ପରିବାରରେ ଜନ୍ମ ହେଇଥିଲି।ପାଞ୍ଚ ବର୍ଷ ଯାଏ ମା କାନି ଧରି ଚାଲୁଥିଲି।ମା ମୋ ପାଇଁ ଦୁନିଆରେ ସବୁଠୁ ବେଶୀ ମାନ୍ୟତା ରଖୁଥିଲା।ମା ଖୋଇଲେ ଖାଉଥିଲି।ମା ଶୋଇଲେ ଶୋଉଥିଲି।ବେଶୀ ଦୁଷ୍ଟାମି କଲେ ମା କହୁଥିଲା "ବାପାଙ୍କୁ କହିଦେବି"।ଆଉ ମା'ର ଏଇ କଥା ପଦକ ଆମ ମନ ଭିତରେ ବାପାଙ୍କ ପ୍ରତି ଏକ ଭୟ ର ଜାଲ ବୁଣି ଦେଇଥିଲା। ବାପା ଙ୍କୁ ଦେଖିଲେ ମୁଁ ଲୁଚି ଯାଉଥିଲି।ବାପା ପ୍ରାୟ ବାହାରେ ରହନ୍ତି। ସେ କାମରୁ ଆସିଲା ବେଳ କୁ ସନ୍ଧ୍ୟା।ବାପା ଆସିଲେ ମା ଡାକ ଛାଡେ"ପିଲେ ବାପା ଆସିଗଲେ"।ଆମେ ସମସ୍ତେ ଦଉଡି ବାପାଙ୍କ ପାଖୁ ଆସୁ।ବାପା ମୁଣ୍ଡ ରେ ହାତ ବୁଲେଇ ଦେଇ କହନ୍ତି ପାଠ ପଢା ଠିକ ଚାଲିଚି?"ଆମେ ମାନେ ମୁଁ ଓ ମୋର ଭାଇ ଭଉଣୀ ମୁଣ୍ଡ ଟୁଙ୍ଗାରି ଦେଇ ପଢାଘର କୁ ଚାଲିଯାଉ।ସ୍କୁଲ ରେ ଯେତେବେଳେ ରିପୋର୍ଟ କାର୍ଡ ମିଳେ ସେତେବେଳେ ପୁଣି ବାପାଙ୍କ ହାବୁଡରେ ପଡୁ।ଭଲ ନମ୍ବର ରଖିଥିଲେ ଚକଲେଟ ମିଳୁଥିଲା ଓ ଖରାପ ନମ୍ବର ରହିଲେ କାନ ମୋଡା। ଆଉ ଗୋଟେ କଥା କହିବାକୁ ଭୁଲି ଯାଉଚି।ଚାରିଟା ବାଜିଲା ମାତ୍ରେ ଆମେ ଖେଳିବାକୁ ପଳଉ।ବାପାଙ୍କ ଆଦେଶ ଥିଲା ଖେଳ ସାରି ସଂଧ୍ଯା ଛ ଟା ସୁଦ୍ଧା ଘରେ ପଶିବୁ।ଯଦି କେବେ ବାପା ଆଗ ଅଫିସରୁ ଫେରି ଆସି ଥାଆନ୍ତି ଆଉ ଆମେ ଫେରି ନ ଥାଉ ସେଦିନ ଆମର ଆଉ ରକ୍ଷା ନାହିଁ।ଆମ ଦି ଭାଇଙ୍କୁ ଗୋଟେ ଘଣ୍ଟା ଘର ବାହାରେ ଠିଆ ହବାକୁ କହୁଥିଲେ।।ତା ପରେ କାନ ଧରି କହୁଥିଲୁ "ଆଉ କେବେ ଏ ଭୁଲ ହବନି"ହେଲେ ସାଂଗ ମାନଙ୍କ ସାଙ୍ଗେ ଫୁଟବଲ କି କ୍ରିକେଟ ମ୍ୟାଚ ଖେଳିବା ବେଳେ ସମୟ ର ଞାନ ରହୁନଥିଲା।ତେଣୁ ଆମର ଶାସ୍ତିର ପୁନରାବୃତି ଥର କୁ ଥର ହେଉଥିଲା।

ଦଶହରା ରେ ମେଢ ଦେଖିବାକୁ ବାପାଙ୍କ ସାଂଗେ ଯାଉଥିଲୁ।ବାଲିଯାତ୍ରା ବି ରାତି ଦଶ ଟା ପରେ ଯାଉଥିଲୁ କାରଣ ବାପାଙ୍କ ହିସାବରେ ସେତେବେଳେ ଭିଡ ନ ଥିବ।ଆଉ ମା କହେ ଝିଅ ମାନେ ଭିଡ ବେଳେ ଯିବା ଟା ଠିକ ନୁହେଁ।ସର୍କସ ଗଲେ ବି ସମସ୍ତେ ଯାଉ।ମା ,ମୁଁ,ଭଉଣୀ ,ତା ପରେ ସାନ ଭାଇ ପୁଣି ବାପାଏମିତି ଭଉଣୀ କୁ ମଝିରେ ବସଉ।ମା ବେଶୀ ବାହାରକୁ ଯାଉ ନ ଥିଲା।ସ୍କୁଲ ରେ ଦରମା ଦବା,ଟିଚର ମାନଙ୍କ ସହ କଥାବାର୍ତ୍ତା ସବୁ ବାପା କରୁଥିଲେ।

ସ୍କୁଲ ରୁ କଲେଜ ଗଲୁ।କଲେଜ ରେ ବାପାଙ୍କ ଅନୁଶାସନ ଆଉଟିକେ ବଢିଗଲା।କୁଆଡେ ଯିବୁ କେତେବେଳେ ଯିବୁ କତେ ସମୟ ରହିବୁ ସବୁ ବାପା ଠିକଣା କରୁଥିଲେ।କଲେଜ ରେ ବାକି ପିଲାମାନେ ମନ ଇଚ୍ଛା ବୁଲାବୁଲି କରୁଥିଲେ।କିନ୍ତୁ ଆମକୁ ସେ ସବୁ ର ଅନୁମତି ନଥିଲା।ଘର ଟା ଜେଲ ଭଳି ଲାଗୁଥିଲା।ଆଗ ମୁଁ ତା ଭିତରୁ ବାହାରିଲି।ପୋଷ୍ଟ ଗ୍ରାଜୁଏସନ ପାଇଁ ମତେ ହଷ୍ଟେଲ ଯିବାକୁ ପଡିଲା।ହଷ୍ଟେଲ ରେ ବହୁତ ମଜା କଲି।ପାଠ ସରିଲା।ଭଲ ଚାକିରୀ ଟେ ପାଇଲି।ଦରମା ପାଇଲେ ସମସ୍ତ ଙ୍କୁ ନେଇ ସିନେମା ଦେଖିଲୁ।ମଲ ଗଲୁ।ବାପା ଙ୍କ ଅନୁଶାସନ ମୋ ପାଇଁ ଟିକେ କମିଲା।ଦିନେ ବାପା ମତେ କହିଲେ" ଫକୀର ବାବୁଙ୍କ ଝିଅ ର ପ୍ରସ୍ତାବ ଆସିଚି ତୋ ବାହାଘର ପାଇଁ "।ଆଗରୁ ବାପାଙ୍କ କଥା ଉପରେ କେବେକଥା କହୁନଥିଲି। ସେଦିନ କିନ୍ତୁ କହିଲି "ବାପା ମୋ ଜୀବନ ସାଥୀ ମୁଁ ନିଜେ ବାଛିବି।ମୁଁ ଯୋଉ ଝିଅ ସାଙ୍ଗେ ଚଳି ପାରିବି ସେମିତି ଝିଅକୁ ବାହାହେବି।ମୁଁ ନିଜେ ଖୋଜିବି ସେ ଝିଅ ବାପା କହିଲେ" ପିଲା ବେଳୁ ମୁଁ ଓ ତୋ ମା ତତେ ପାଳିଚୁ।ଆମେ ଜାଣିଚୁ ତୋପାଇଁ କେମିତି ଝିଅ ଠିକ ହବ।ତତେ ଚଳେଇ ପାରିବ" ବହୁତ ଯୁକ୍ତି ହେଲା ସେଦିନ।ତଥାପି ମୁଁ ରାଜି ହେଲିନି।ବାପା ବି ତାଙ୍କ ବକ୍ତବ୍ଯ ରୁ ହଟିଲେନି।ମା ବିଚାରୀ ଦୁହିଁଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲା।ମତେ ବାପାଙ୍କ କଥା ମାନିବାକୁ କହୁଥିଲା ଓ ବାପାଙ୍କୁ ମୋ କଥା ଶୁଣିବାକୁ କହୁଥିଲା।ହେଲେ ଆମେ ନିଜ ନିଜ ମନ୍ତବ୍ଯ ରୁ ପଛକୁ ହଟି ନଥିଲୁ।କିଛିଦିନ ଧରି ବାପା ମୋ ସାଙ୍ଗେ କଥାବାର୍ତ୍ତା କଲେନି।ମୁଁ ବି ଚୁପ ରହିଲି।କିଛିଦିନ ପରେ ମୋ କମ୍ପାନୀ ମତେ ଲଣ୍ଡନ ପଠେଇଲା।ମୋର ବିଦେଶ ଯିବା ଖବର ପାଇ ସମସ୍ତେ ବହୁତ ଖୁସି ହେଇଗଲେ।ଘର ର ପରିବେଶ ପୁଣି ଆଗଭଳି ହେଇଗଲା।ସମସ୍ତେ ଖୁସୀ ହେଇ ମତେ ଏୟାରପୋର୍ଟ ଛାଡିବାକୁ ଆସିଲେ।ମୁଁ ଲଣ୍ଡନ ଚାଲିଗଲି।ଯିବାର ଛ ମାସ ଭିତରେ ବାପା ମା ଙ୍କୁ ଆଣି ଲଣ୍ଡନ ବୁଲେଇ ଦେଲି।ବାପା ମୋ ଉପରେ ବହୁତ ଖୁସି ହେଇ ଫେରିଲେ।ଏଇଲେ ତାଙ୍କ ପୁଅ ବିଦେଶ ଯାଇଚି ।ତେଣୁ ବାହା ବଜାର ରେ ପୁଅ ରଭାଉ ବଢିଗଲା। ଭଲ ଧନୀ ପରିବାର ଦେଖି ଝିଅ ଖୋଜିବାରେ ଲାଗିଗଲେ।ମୋ ପାଖୁ ଫଟ ପରେ ଫଟ ପଠାଗଲା। ହେଲେ ଲଣ୍ଡନ ରେ ମୋ ଅଫିସ ର ଗୋଟେ ଝିଅ ମତେ ବହୁତ ଭଲ ଲାଗିଲା।ସେ ବି ମତେ ଭଲ ପାଇଲା।ଦିହିଁଙ୍କ ଙ୍କ ଭିତରେ ପ୍ରେମ ଗଭୀର ହେଲା।ଦିହେଁ ନିଜ ନିଜ ଘରେ ନ ଜଣେଇ ରେଜିଷ୍ଟ୍ରି ବାହାଘର କରିଦେଲୁ।ଦୁହେଁ ଜାଣିଥିଲୁ ଯେ ଘରେ କେବେ ବି ରାଜୀ ହେଇ ନଥାନ୍ତେ।ମୁଁ କୁଳୀନ ବ୍ରାହ୍ମଣ ଏବଂ ଜୁଲି ଖ୍ରୀଷ୍ଟିୟାନ 

ତେଣୁ ଆମ ବାହାଘର ସେମାନଙ୍କ ନଜର ରେ ଭୁଲ ଥିଲା।ଆମ ଘରେ ଚାରିମାସ ପରେ ଜଣେଇଲି।ଶୁଣିଲି ବାପା ଖବର ପାଇ ନିଜ ରୁମ ରେ ତିନିଦିନ ଖାଲି କାନ୍ଦି ଥଲେ।ମା କିନ୍ତୁ ଚୁପ ହେଇ ଯାଇଥିଲା।ମତେ ବହୁତ ଭଲ ପାଉଥିଲା। ଏ' ମା' ଜାତି ଟା ସତରେ ନୀଳକଣ୍ଠ ଭଳି।ଜୀବନର ସମସ୍ତ ଦୁଃଖ କଷ୍ଟ କୁ ପିଇ ବି ପିଲାମାନଙ୍କ ମଂଗଳ କାମନା କରନ୍ତି।ତା ଛଡା ବାପା 

ଙ୍କ ବଂଶ ରକ୍ଷା ପାଇଁ ସାନଭାଇ ତ ଅଛି।ତେଣୁ ମା ମନ କୁ ବୁଝେଇ ଦେଇଥିବ। ଜୁଲି ଓ ମୁଁ ପ୍ରେମରେ ହଜି ଯାଇଥିଲୁ।ଦୁଇବର୍ଷ କେମିତି କଟିଗଲା ଜଣା ପଡିଲାନି।ତା ପରେ ଧୀରେଧୀରେ ଆମ ଭିତରେ ମତ ଭେଦ ହବାକୁ ଲାଗିଲା।ଆମ ଦି ଜଣଙ୍କ ଭିତର ର' ମୁ' ହଠାତ ଫଣା ଟେକି ଦିହିଁ ଙ୍କୁ ଦଂଶି ବାକୁ ଲାଗିଲୁ।ମାତୃତ୍ବ କୁ ସେ ଘୃଣା କରୁଥିଲା।ମୁଁ ଆମ ପରିବାର ବଢେଇବାକୁ ଚାହୁଁଥିଲି। ମୁଁ ଘର ପଶା ଥିଲି ।ଜୁଲିକୁ ପାର୍ଟୀ, ମଲ ଯାଇ କିଣାକିଣି କରିବା,ସବୁ ଭଲ ଲାଗୁଥିଲା।ହେଇ ପାରେ ମୁଁ ମଧ୍ଯ ବିତ୍ତ ଘରର ପିଲା।ତେଣୁ ମତେ ଏମିତି ବଦ୍ଖର୍ଚ ଭଲ ଲାଗୁ ନଥିଲା।ରନ୍ଧାରନ୍ଧି ତାକୁ ଜମା ଭଲ ଲାଗୁ ନ ଥିଲା।ପ୍ରାୟ ବାହାରୁ ଖାଇବା ମଗଉ ଥିଲା।ଯୋଉଟା ମତେ ଜମାରୁ ଭଲ ଲାଗୁ ନ ଥିଲା।ଧୀରେଧୀରେ ଅଫିସ ରୁ ଘରକୁ ଯିବାକୁ ଆଉ ଇଚ୍ଛା ହେଲାନି।ଜୁଲି କୁ ଦେଖିଲେ ମୋ ଦେହ ଭିତରେ ନିଆଁ ଲାଗି ଯାଉ ଥିଲା।ଜୁଲି କୁ ଭି ମୋ ମୁହଁ ଚାହିଁବାକୁ ଇଚ୍ଛା ହଉ ନ ଥିଲା। ଦିହେଁ ଠିକଣା କଲୁ ଯେ ଏମିତି ଜୀବନ ଶୈଳୀ ଚଳିବନି।ଅଲଗା ହେଇଯିବା ଭଲ।ଏ କଥା ଘରେ ଜଣେଇଲି।ବାପା କହିଲେ ଯେତେବେଳେ ନିଜ ପସନ୍ଦର ଜୀବନ ସାଥୀ ବାଛିଚ ତାକୁ ଧରି ରଖିବାକୁ ଚେଷ୍ଟାକର। ଗୋଟେ ଛାଡପତ୍ର ପାଇଥିବା ଝିଅ କୁ କିଏ ବାହା ହବ?ବାହାଘର ବଞ୍ଚେଇବାକୁ ଚେଷ୍ଟାକର। ଜୁଲି ଜୀବନ ନଷ୍ଟ କରନି। ସେଇ ଜୀବନ ରୁ ଖୁସି ଖୋଜ।କିନ୍ତୁ ଜୁଲି ତାର ଅନ୍ୟ ପୁଅ ସାଂଗ ମାନଙ୍କ ସାଂଗେ ଡାନ୍ସ ପାର୍ଟି କୁ ଯାଉ ଥିଲା।ଜୀବନ କୁ ଆନନ୍ଦ ରେ ଉପଭୋଗ କରୁଥିଲା।ଆଉ ଘରେ ଦିହେଁ ଦୁହିଁଙ୍କୁ ତ ସଝ୍ୟ କରି ପାରୁ ନଥିଲୁ।ଏ ଜୀବନ ଧାରା ଆଉ ସହି ହେଲାନି ତେଣୁ କୋର୍ଟ ରେ ଯାଇ ଦିହିଁଙ୍କୁ ଛାଡପତ୍ର ଦେଇଦେଲୁ।ଜୁଲି ଖୁସ୍।ଆଉ ମୁଁ ବି ଜୁଲି ପାଇଁ ଖୁସୀ ହେଲି।ତା ପସନ୍ଦର ଜୀବନ ମୁଁ ତାକୁ ଦେଇ ପାରୁନ ଥଲି।ଛାଡପତ୍ର ହେବାର ମାସକ ଭିତରେ ଜୁଲି ଆଉଗୋଟେ ପୁଅକୁ ବାହା ହେଇ ଗଲା । ତା ଜୀବନଯାତ୍ରା ସେ ଆରମ୍ଭ କଲା।।ମତେ ଆଉ ଦୋଷୀ ଲାଗିଲାନି।କମ୍ପାନୀ କୁ କହି ହାଇଦ୍ରାବାଦ  ଅଫିସ ରେ କାମ ନେଇ ହାଇଦ୍ରାବାଦ ଫେରି ଆସିଲି।ଘରେ ସମସ୍ତେ ଖୁସୀ ହେଲେ ଯେ ମୁଁ ଫେରି ଆସିଲି।ହେଲେ ଛାଡପତ୍ର କଥା ଶୁଣି କିଛିଦିନ ବହୁତ କନ୍ଦା କଟା କଲେ ।ବର୍ଷକ ପରେ ବାପା ମା ମୋ ପଛରେ ଆଉଥରେ ବାହା ହବାପାଇଁ ଲଗେଇଲେ।ହେଲେ ପ୍ରଥମ ବାହାଘର ରୁ ଯୋଉ ଧୋକା ଖାଇଥିଲି ଆଉ କୋଉ ଝିଅ ମୁହଁ ଦେଖିବିନି ବୋଲି ଭାବିଥିଲି। ହେଲେ ବାପା ମା ମୋର ଅତୀତର ଘଟଣା ଜଣେଇ ଗୋଟେ ଯାଗା ରେ ମୋ ବାହାଘର ଠିକଣା କଲେ।ମୁଁ ଝିଅ ଦେଖିବାକୁ ବି ଯାଇ ନ ଥିଲି।ମୋ ବାହାଘର ହେଇ ଗଲା।ଭାଇ ଭଉଣୀ ମାନଙ୍କ ବାହାଘର ଆଗରୁ ହେଇ ଯାଇଥିଲା।ସେମାନେ ସବୁ ଖୁସୀ ଥିଲେ।ମୋ ବାହାଘର କୁ ସମସ୍ତେ ଆସିଥିଲେ।ବହୁତ ମଜ୍ଜା କଲେ।ମୋ ସ୍ତ୍ରୀର ନାଁ ଥିଲା ସୁମତୀ।ଘର ର ସମସ୍ତ ଙ୍କର ଯତ୍ନ ନଉଥିଲା। ବାପା ଗର୍ବିତ ହେଇ ମୋ ଆଗରେ ମୋ ସ୍ତ୍ରୀ ର ପ୍ରଶଂସା କରନ୍ତି।ଆଉ ମୋ ଆଡେ ଚାହାଁନ୍ତି।ମୋର କିଛି କହିବାର ନ ଥିଲା।ଏଥର ବାପା ଜିତିଥିଲେ ଆଉ ମୁଁ ହାରି ଯାଇଥିଲି।

ୟା ଭିତରେ ତିରିଶ ବର୍ଷ ବିତି ଗଲାଣି ।ବଡ ପୁଅ ବିଜୟ ଇଂଜିନିୟରିଂର ଶେଷ ବର୍ଷ ର ଛାତ୍ର। ସାନପୁଅ ଅଜୟ ଏମବିବିଏସ ର ପ୍ରଥମ ବର୍ଷ ର ଛାତ୍ର। ଦିନେ ଗୋଟେ ଝିଅ କୁ ବିଜୟ ଘରକୁ ଆଣିଲା। ଆମ ସାଙ୍ଗେ ପରିଚୟ କରାଇଦେଲା" ସି ଇଜ କଲ୍ୟାଣୀ ।ମାଇ କ୍ଲାସ ମେଟ।" ଝିଅ ଟି ଆମକୁ ହେଲୋ ଅଙ୍କଲ,ହାଲୋ ଆଣ୍ଟି କହିଲା।

ଚାହା ଜଳଖିଆ ଖାଇଲା ବାଈ ବାଇ କରି ଗଲା।କିଛି ଦିନ ପରେ ବିଜୟ ଆସି କହିଲା "ଡାଡ୍ ଆଇ ୱାଣ୍ଟ ଟୁ ମ୍ୟାରି  କଲ୍ୟାଣୀ।ସି ଇଜ ଏ ନାଇସ୍ ଗାର୍ଲ। "ମୁଁ କହିଲି"ବାପା ତୁ ସେଟ୍ଲ ହେଇନୁ।ପାଠ ସରିନି।ଚାକିରୀ କରିନୁ। ଖାଇବୁ କଣ ? ସ୍ତ୍ରୀ କୁ କଣ ଖାଇବାକୁ ଦବୁ ?ପାଠ ସାରି ଚାକିରୀ ଖଣ୍ଡେ କର ତା ପରେ ବାହା ହବୁ।"ବିଜୟ କହିଲା " ୟୁ ଡୋନ୍ଟ ୱରି।ଆଇ ଆମ ଆନ୍ ଆଡଲ୍ଟ। ଆଇ ନିଉ ହାଓ ଟୁ ଷ୍ଟାର୍ଟ ମାଇ ଲାଇଫ।"ମୁଁ ବୁଝି ପାରୁ ନ ଥିଲି କଣ କହିବି।।ମୋ ଜୀବନର ପୁନରାବୃତ୍ତି ହଉଥିଲା।


Rate this content
Log in

Similar oriya story from Tragedy