ଛୋଟିକୁ ଶ୍ରୀମତୀ ବୋଲି
ଛୋଟିକୁ ଶ୍ରୀମତୀ ବୋଲି


ଟିଭି ଦେଖୁଥିଲା ମାଳତୀ ଆଉ ମାମା ଚା କପ ଟି ତା ହାତକୁ ବଢ଼େଇ ଦେଇ କହିଲେ କିଛି ଜଳଖିଆ ଖାଇବୁ ଯଦି ଯା ଆଣେ, ତ ମାଳତୀ ଅଡର କଳା ଟିକେ ପିଆଜ ଆଳୁ ଭୁର୍ସୁଙ୍ଗା ପତ୍ର ପକେଇ ଚୁଡା ଭାଜିକି ଆନନ୍ତନି ମାଆ, ଟିଭି ଦେଖିବା ସାଙ୍ଗକୁ ଚୁଡା ଭଜା ପାଟିରେ ପକେଇବି । ମୁଁ ନିଜେ କରନ୍ତି ଯେ ତମେ ଏଇଲେ କହିବ ଶୁଖିଲା ଲଙ୍କା ଗୁଡା ଏତେ କାଇଁ ପକାଉଛୁ, ଅଯଥା ନଷ୍ଟ ଗୋଟିଏ କୁ ଛୋଟ ଛୋଟ ଖଣ୍ଡ କରି ପକେଇଲେ ମୋ ହାତ ପୋଡେ । ତମର ତ ଅଭ୍ୟାସ ହେଇଯାଇଛି ନା ମାଆ, ତା ମୁଁହକୁ ଟିକେ ଚାହିଁଲେ ମାମା, ଆଉ ଚୁଡା ଭଜା କରି ଆଣିଲାବେଳକୁ ସେ ପୁଣି କହୁଥିଲା ମାଆ ଚା ଟା ତ ଆଗ ଦେଇଦେଲ। ଏଵେ ଚୁଡା ଭଜା ଗଣ୍ଡେ ପାଟିକୁ ନେଲା ପରେ ଚା ଢୋକେ ନହେଲେ କେମିତି ହବ ଯେ ତ ବାଧ୍ୟ ହୋଇ ଚା କରିବାକୁ ଗଲେ ଦ୍ୱିତୀୟ ଥର। ଆଉ ଗୋଟା ସୁଦ୍ଧା ଝାଳ ହୋଇ ତା ହାତକୁ ଚା ବଢ଼େଇଲା ବେଳକୁ ସେ ପୁଣି ଦୋଷ ଗାଇବାକୁ ଲାଗିଲା
ଯେ ରୋଷେଇ କଲାବେଳେ ଫ୍ୟାନ ଟା ଦେଲେ ହୁଅନ୍ତାନି । ତମେ ତ କହିବ ମାଆ ଯେ ଗ୍ୟାସ ଉଡିଯାଉଛି, କେତେ ଏମିତି ଉଡିଯିବ । ଆଉ ତମେ ଝାଳନାଳ ସରସର ହେବନି ତ କିଏ ହେବ? ରାତିରେ ସେମିତି ଏ. ସି ଲଗେଇ ଶୋଉନ, କହୁଛ ପିଲା ଦିନୁ ନଶୋଇ ଥିଲେ ଦେହରେ ଯିବନି । ମୁଁ କଣ ପିଲାଦିନୁ ଶୋଇଛି କି ମାଆ ! ହେଲେ ମୋ ଦେହରେ ତ ବେଶ ଯାଉଛି, ସେକଥା ନୁହେଁ ଯେ ମାଆ । ତମର ପଇସା କୁ ଭାରି ଲୋଭ ଦାନ୍ତ ନେଫେଡ଼େଇ କହିଚାଲିଥାଏ ମାଳତୀ ।
ନିଆଶ୍ରୀ ମାଳତୀ, ସ୍ୱାମୀ ମରିଯିବା ପରେ ଭଉଣୀ ଘରେ ନିର୍ଯ୍ୟାତନା ସହି ନପାରି ଜୀବନ ହାରିଦେବାକୁ ବସିଥିଲା ବେଳେ ସେ ହିଁ ସହାୟ ହେଇଥିଲେ ତାକୁ । ସବୁ ସହକର୍ମୀ ମନା କରିବା ସତ୍ୱେ, ସେ ନେଇ ଆସିଥିଲେ ଘରକୁ । ତୁନି ତୁନି ମିତା ଯେବେ ତାଙ୍କ କାନରେ କହୁଥିଲା, ହେଇଟି ମାମା, ଦେଖିକି, ଭିଣେଇ ପଛରେ ପଡିବାରୁ ଭଉଣୀ ସହି ନପାରି କିଛି କହିବାରୁ ସେ ବିଷ ଖାଇଥିଲା, ପୁଣି ତାର ଅନେକ ଦୋଷ ଗୁଣ । ତେଣୁ କାହିଁ ତା ଭଳି ସ୍ତ୍ରୀ ଲୋକକୁ ତମେ ଘରକୁ ନେଇଯିବ ମାମା । ହେଲେ ମାଳତୀର ଛଳନା ବୁଝିବା ଆଗରୁ ତା ଦୁଃଖରେ ଅଭିଭୂତା ମାମା ନେଇଆସିଥିଲେ ତାକୁ ଘରକୁ.
କେବେ କେବେ ଆଶୁତୋଷ ଘରକୁ ଆସିଲେ କିଛି କରେଇ ଦିଏନି ତାଙ୍କୁ ମାଳତୀ ଆଉ ଗେଲ୍ହେଇ ହୋଇ କୁହେ ବାବୁ ମୋର କ୍ରିମ ସରିଯାଇଛି ମୋ ପାଇଁ ଆଣିଦେବ । ମାଆ ଯେଉଁ ଶାଢ଼ୀ ଗୁଡା ଦେଉଛନ୍ତି ପେଡି ସାଇତା ଶାଢ଼ୀ କାହିଁ ନପିନ୍ଧି ସାଇତି ରଖନ୍ତି କେଜାଣି । ଗୋଟିଏ କୁ ଚିରିଲା ଯାଏଁ ତ ପିନ୍ଧୁଛନ୍ତି । ପୁଣି ସିଲେଇ କରିକି ବି ପିନ୍ଧିବାକୁ ପଛାଉ ନାହାଁନ୍ତି । ହେଲେ ମୁଁ ଟିକେ ପରିସ୍କାରିଆ ସହଜେ ସେ ପୁରୁଣା ଶାଢ଼ୀ ଗୁଡା ପିନ୍ଧିଲେ କେତେ ଦିନ ଯିବ । ମୋ ପାଇଁ ଶାଢ଼ୀ ଦୁଇଖଣ୍ଡ ଆଣିଦେବ ବାବୁ. ସତକୁ ସତ ନେଇଆସନ୍ତି ଆଶୁତୋଷ, ଦାମିକା ଶାଢ଼ୀ ଓ କ୍ରିମ ଡର ଲାଗେ ମାମା ଙ୍କୁ । ପୁଣି କେବେ ପାଉଁଜି, ଝୁମକା ବରାଦ ବି କରିବ ମାଳତୀ, ତ ସେ ଯେବେ ବାରଣ କରନ୍ତି ଆଶୁତୋଷ ବିରକ୍ତ ହୁଅନ୍ତି ଯେ ତମେ ସେ ପୁରୁଣା ଶାଢ଼ୀ ଗୁଡା ସାଇତି ବାର ମାନେ କଣ? ପଇସା ଲୋଭ ଛଡା ତମେ ଆଉ କିଛି ଜାଣିନ.
ରାତିରେ ଢେର କାନ୍ଦନ୍ତି ମାମା, ସାନ୍ତ୍ୱନା ବଦଳରେ ଆଶୁତୋଷ ଯେବେ ପୁଣି ମାଳତୀ ଉଦାହରଣ ଦେଇ କୁହନ୍ତି ଦେଖିଲ, ସ୍ତ୍ରୀ ଲୋକଟା କେତେ ପରିଷ୍କାର ପରିଚ୍ଛନ୍ନ ଟିକେ ହେଲେ ପଇସା କୁ ଲୋଭ ନାହିଁ । ମାସିକ ପଇସା ନିଜେ ନରଖି ସବୁ ଭଉଣୀ କୁ ଦେଇ ଆସୁଛି ଆଉ ତୁମେ ଏତେଗୁଡ଼େ ଟଙ୍କା ରୋଜଗାର କରୁଛ ହେଲେ ଉଚ୍ଚ ମନା ନୁଁହ. ସ୍ବପ୍ନ ଗୁଡା ହଠାତ ଚୁରମାର ହୋଇପଡେ ମାମା ଙ୍କର.
ଭଲପାଇ କହିଲେ ଅତ୍ୟୁକ୍ତି ହେବ ଫସେଇ ନେଇଥିଲେ ଆଶୁତୋଷ ମାମା ଙ୍କୁ । ତାଙ୍କ ପୌରୁଷରେ କି ଆକର୍ସଣ ଥିଲା କେଜାଣି ଉଚ୍ଚ ଶିକ୍ଷିତା ଅଧ୍ୟାପକ ମାମା ଘରର ସବୁ ମାନ ମର୍ଯ୍ୟାଦା ତଳେ ପକେଇ ଆଶୁତୋଷଙ୍କ ସଙ୍ଗେ ଚାଲିଆସିଥିଲେ । ଆଉ ସେଇଦିନଠୁ ଆଶୁତୋଷଙ୍କ ଦୁଇ ଭଉଣୀଙ୍କ ବାହାଘର, ଭଲ ଘର,ଦିଅରମାନଙ୍କ ପାଠ ପଢା ତଥା ଝିଆରୀ ପୁତୁରା ଙ୍କ ପାଠ ପଢ଼ା ବୁଝି ଭୁଲି ଯାଇଛନ୍ତି ନିଜ କଥା । ଏମିତିକି ମାଆ ଟିଏ ହେବାର ସ୍ବପ୍ନ ବି ଦେଖିନାହାନ୍ତି, ଆଶୁତୋଷ ବି ଆଡେଇ ଯାଆନ୍ତି ସମୟ କୁଆଡେ ଚାଲିଯାଉଛି । ସେଥିରେ କଲେଜ଼ ପାଖା ପାଖି ଘରଭଡା ନେଇ ରହିବାରେ ବି ଘୋର ଆପତ୍ତି ଆଶୁତୋଷଙ୍କର ହେଲେ ବସ ରେ ଯିବା ଆସିବା ସମ୍ଭବ ହେଲାନି କ୍ଲାସ ରେ ବି ପ୍ରେସର ଅଧିକା ତ ରହିବାରେ ଅସୁବିଧା କଣ? ପୁଣି ଯୋଉଦିନଠୁ ମାଳତୀ ମିଳିଗଲା, କିଛି ଅଲଗା ସ୍ବପ୍ନ ଦେଖିଥିଲେ ସେ । ଏଥର ମାଆ ଟିଏ ହେବେ, ଥାକ ଥାକ ଶାଢ଼ୀକୁ ଆଉଁସି ଆଣନ୍ତି ହାତରେ, ଛୋଟ ଛୋଟ ଡ୍ରେସ କରି ରଖନ୍ତି । ସ୍ଵେଟର, ଟୋପି ମୋଜ଼ା ପ୍ରସ୍ତୁତ କରି ରଖନ୍ତି.
ସେଇସବୁ ଜିନିଷ ସେଦିନ ଆଶୁତୋଷଙ୍କୁ ଆଗ୍ରହରେ ଦେଖେଇଲା ବେଳେ ମାଳତୀ ଉପରେ ପଡି କହୁଥିଲା ବଜ଼ାର ରେ ତ କେଡେ ସୁନ୍ଦର ସୁନ୍ଦର ଜିନିଷ ମିଳୁଛି ଅକାରଣେ ଦେହ ପା 'ଖରାପ କରି ଏଗୁଡା କାହିଁ କରୁଛ ଯେ ମାଆ । ଏଇ ଦେଖୁନ କେଡେ ସୁନ୍ଦର ବ୍ଲାଉଜ ଟି ବାବୁ ମୋ ପାଇଁ ବଜ଼ାର ରୁ ଆଣିଦେଇଛନ୍ତି । ସ୍ତବ୍ଧ ହେଇଗଲେ ମାମା, ମୁଣ୍ଡ ବୁଲେଇଦେଲା ତାଙ୍କର । ତରତର ହେଇ କଲେଜ଼ ଚାଲିଗଲେ ଆଉ ଫେରି ଜିନିଷ ପତ୍ର ସଜାଡୁ ଥିଲେ ସେ ଆଉ ଏଠି ରହିବେନି । ଘରଭଡାଦେଇ, କାମଵାଲୀରଖି, ପରିଷ୍କାର ଶୁଣେଇ ଦେଇଥିଲେ, ମାଳତୀ ବହେ ସୁଉଁ ସୁଉଁ ହେଉଥିଲା । ତାକୁ ଟଙ୍କା ପାଞ୍ଚହଜାର ଦେଇ ତୋ ଜିନିଷ ପତ୍ର ନେଇ ଭଉଣୀଘରକୁ ଯିବୁକହୁଥିଲୁ ଚାଲିଯିବୁ କହି ଦୁଆରେ ତାଲା ଦେବାକୁ ବାହାରିଲେ ତ ଆଶୁତୋଷ କାବା ହୋଇ ଚାହିଁଥିଲେ । ତାଙ୍କୁ ଭିଡ଼ିନେଇ ମାମା କହୁଥିଲେ ମୁଁ ସବୁ ଠିକ ଠାକ କରିଛି, ଘର ମାଲିକକୁ ଡାକି ତାଙ୍କ ପଇସା ତୁଟେଇ ଦେଇଛି । ତୁମେ ତ ଜାଣ ମୋ ପଇସା ଲୋଭ କଥା ସେଇଥିପାଇଁ ପୁଣି ଗାଁ କୁ ଫେରିଯିବି । ତ ଏ ଅସୁସ୍ଥ ଦେହ ନେଇ ସବୁ କାମ କରି ବସରେ ଯିବା ଆସିବା କରିପାରିବ ଭାବୁଛ? ଆଶୁତୋଷଙ୍କ ପ୍ରଶ୍ନର ଉତ୍ତର ରେ ମାମା କଣେଇ କଣେଇ ମାଳତୀକୁ ଚାହିଁ କହୁଥିଲେ ଏ ଭିତରେ ବଦଳି ପାଇଁ ଅନୁରୋଧ କରିଥିଲି ହେଇଯାଇଛି । ତଥାପି ମାଳତୀ ମୁଁହ ଫୁଲେଇ କହୁଥିଲା ନୂଆ ଜାଗାରେ ତମେ ସବୁକାମ କଣ ଏକା କରିପାରିବ ମାଆ? ତା ଆଡକୁ କିଛି ସମୟ ଚାହିଁ ଜିନିଷପତ୍ର ଟ୍ରକ ପଛରେ ଆଶୁତୋଷଙ୍କ ସଙ୍ଗେ ଯାଉ ଯାଉ ମାଳତୀକୁ କହିବାକୁ ଭୁଲିନଥିଲେ ଦେଖି ଚାହିଁ ଚଳିବୁ. ସେ ଭୋ ଭୋ କାନ୍ଦୁଥିଲା ଆଉ ଭବିଷ୍ୟତର ସୁନେଲି ସ୍ବପ୍ନ ନେଇ ମାମା ଆଗକୁ ବଢ଼ୁଥିଲେ । ଏଥର ମାଆ ହବା ପାଇଁ ତାଙ୍କର ସମୟ ଆସିଯାଇଛି.