ଛୋଟ ଛୋଟ କଥା
ଛୋଟ ଛୋଟ କଥା
ଛୋଟ ଛୋଟ କଥା
କଲେ ହେୟ
ଭାବି ନେଇ ଅଯଥା
ବେଳେ ବେଳେ ପରିଣାମରେ
ଦେଇଥାଏ ବହୁତ ବ୍ୟଥା
କରିବାକୁ ତା'ର ସମାଧାନ
ଘୁରିଯାଏ ମଥା।
ହେଲେ ବି ଛୋଟ ଛୋଟ
ବିଚାର କରିବାକୁ ହୁଏ
ନେଇ ତା'ର ଗୁରୁତ୍ବ
ସମୀକ୍ଷା କରିବାକୁ ହୁଏ
କେତେ ତା'ର ମହତ୍ତ୍ଵ
ସେ କଥାରେ
ସତ୍ୟତାର ଅଛି କି ଅସ୍ତିତ୍ଵ ?
ଛୋଟ ଛୋଟ କଥା
ଅତି ଛୋଟ କଣ୍ଟା ପରି
ଆଖିରେ ବାଜିଲେ
କରିପାରେ ବଡ଼ କ୍ଷତ
ଯା' ଜୀବନକୁ କରିଦିଏ
ଯନ୍ତ୍ରଣାଦାୟକ
ନ ସୁଧାରି ଯାଏ
ରହିବାକୁ ହୁଏ ଅଶାନ୍ତ।
ଛୋଟ ଛୋଟ କଥା
ବିରାଟ ଜାହାଜ ଭିତରର
ଛୋଟ କଣା ଭଳି
ବୁଜାଇବାକୁ ଯଥାଶୀଘ୍ର
ନଦେଇ ପ୍ରାଧାନ୍ୟ
ଯେବେ ଦିଆଯାଏ ଟାଳି
ଝରି ଝରି ପାଣି ପଶି
ଜାହାଜ ବୁଡ଼ାଇ ଦିଏ
ହୁଏନା ଆଉ ସମ୍ଭାଳି।
ଛୋଟ ଛୋଟ କଥାର ବି
ଅଛି ବହୁ ମୂଲ୍ୟ
ଭାବି ନେଲେ ତା' ବାହୁଲ୍ୟ
ସମୟ ଆସେ ଏମିତି
ହୁଏ ଅଣାୟତ
ବଞ୍ଚିବାଟା ଲାଗେ ବିଷତୁଲ୍ୟ
ନିଜ ଭାଗ୍ୟ ନିଜ ପାଶେ
କରେ ଶତ୍ରୁ ପରି ତାଚ୍ଛଲ୍ୟ।
