ABINAS SAHOO

Action Thriller

4.8  

ABINAS SAHOO

Action Thriller

CHIMERA ( The New Era Begins )

CHIMERA ( The New Era Begins )

6 mins
554


   ଦୀର୍ଘଦିନ ଧରି କଲୋମ୍ବିଆରେ ଝିଅମାନଙ୍କର ନିଖୋଜ ହେବାର ଘଟଣା ସାମ୍ନାକୁ ଆସୁଥାଏ | କିନ୍ତୁ ଆଜି ପ୍ରସିଦ୍ଧ Biomedical Researcher ଡା. ଜନ୍ ସାଇମେନଙ୍କ ନିର୍ମମଭାବରେ ହତ୍ୟାର ଘଟଣା ସାମ୍ନାକୁ ଆସିଲା |ଘଟଣା ସ୍ଥଳରେ କିଛି ଲୋକମାନେ ମାନବରୂପି ମାଙ୍କଡ଼କୁ ଦେଖିବାକୁ ପାଇଥିଲେ | ଲୋକମାନେ ସଠିକ୍ ଭାବରେ କହି ପାରୁନାହାନ୍ତି, ସେ ମାଙ୍କଡ଼ କି ମାନବ କି ଗୋଟେ ଦାନଵ | ଏହି ମୃତ୍ୟୁ ଘଟଣା ପରେ ସେଠାର ଲୋକମାନେ ଅତ୍ୟନ୍ତ ଭୟଭୀତ ହୋଇପଡିଲେ ଏବଂ ସେଠାରେ ବସବାସ କରୁଥିବା ଲୋକମାନେ ସେଇ ସ୍ଥାନ ଛାଡିବାକୁ ଲାଗିଲେ |

    ଏହି ଘଟଣାର ଅତ୍ୟନ୍ତ ପ୍ରଭାବିତ କରିଥିଲା ଭାରତର ଜଣାଶୁଣା ପ୍ରସିଦ୍ଧ Biomedical Researcher ଡ଼ା. ହୃଷିକେଶ ବତ୍ରାଙ୍କ ଉପରେ | ସେ ଏହି ଖବର ଶୁଣିବା ମାତ୍ରେ ତାଙ୍କୁ ଏକ ଶକ୍ତ ଧକା ଲାଗିଲା ଏବଂ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା ଓ ତାଙ୍କ ମୁଖରେ ଦେଖା ଯାଇଥିଲା ଏକ ଭୟ | ସେ ଗୁଣୁ ଗୁଣୁ ହୋଇ କହିବାକୁ ଲାଗିଲେ, ଆମ ମାନବ ସମାଜ ପ୍ରତି ବିପଦ ମାଡି ଆସୁଛି | ଏତିକି କହି ତରତର ହୋଇ ଚାଲିଗଲେ ନିଜ ଲ୍ୟାବ୍ କୁ, ସେଠାରେ କଣ ପ୍ରସ୍ତୁତ କରିବେ ତାହା ମାସ୍ଥିସ୍କରୁ ଯେମିତି ବାହାରି ଯାଇଛି ଏବଂ ତାଙ୍କ ଆଖି ଆଗରେ ଡ଼ା. ଜନ୍ ଙ୍କ ଛବିଟି ନାଚି ଉଠୁଥାଏ |

   କଲୋମ୍ବିଆରେ ସେ ଜନ୍ତୁକୁ ଖୋଜିବାକୁ ଦିନରାତି ଏକ କରିଦେଉଥାନ୍ତି ତାଙ୍କର ସରକାର | ସେ ଜନ୍ତୁଟିର ପ୍ରକୋପ ଅତ୍ୟନ୍ତ ଭୟଙ୍କର ହେବାକୁ ଲାଗିଥାଏ | ସେଠାରେ ଏବେ ନିଖୋଜଙ୍କ ସଂଖ୍ୟା ବଢ଼ିବାରେ ଲାଗିଥାଏ | ସେଠାର ଜନସାଧାରଣ ସହ ସେନାର ସୈନିକମାନେ ବି ନିଖୋଜ ହେବାକୁ ଲାଗିଲେ | ଜନସାଧାରଣ ଦିନରେ ବି ଘର ବାହାରକୁ ବାହାରିବାକୁ ଡରୁଥାନ୍ତି | ସେଠାକାର ସରକାର ସେ ଜନ୍ତୁକୁ ଠାବ କରିବାକୁ ତାଙ୍କ ସେନାକୁ ଶକ୍ତ ନିର୍ଦ୍ଦେଶ ମିଳିଥାଏ |

   ଡ଼ା. ହୃଷିକେଶ କ୍ଲାସରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକ ନୂଆ ପ୍ରଜାତି ବିଷୟରେ କହିବାକୁ ଆରମ୍ଭ କଲେ, ସମସ୍ତେ ଉତ୍ସାହର ସହ ତାଙ୍କୁ ଦେଖିବାକୁ ଲାଗିଲେ | ଡ଼ା. ହୃଷିକେଶ ଚକ୍ ଖଡ଼ି ଧରି ବ୍ଲାକ ବୋର୍ଡ଼ରେ chimera(କାଏଁମେରା) ଲେଖିଦେଲେ | ଜଣେ ଛାତ୍ର ଛିଡା ହୋଇ ପଚାରିଲା ; ସାର, chimera(କାଏଁମେରା) | ଡ଼ା.ହୃଷିକେଶ ହଁ ଭରିଲେ |

ଛାତ୍ର : ସାର, chimera (କାଏଁମେରା) କଣ?

ଡ଼ା. ବତ୍ରା : ତୁମେମାନେ ସବୁ ପିଲାଦିନରୁ ଶୁଣି ଆସୁଛ,           ଆମମାନଙ୍କର ପୂର୍ବପୁରୁଷ ମାଙ୍କଡ଼ ଥିଲେ |

ଛାତ୍ର : ହଁ,

ଡ଼ା. ବତ୍ରା : ମାନବ ସମାଜ ଏବଂ ମାଙ୍କଡ଼ ସମାଜର ବିକାଶ ମଧ୍ୟରେ ସମୟ ବ୍ୟବଧାନ କମ୍ ଅଛି | ସେମାନଙ୍କର DNA ର ଗଠନ ଏବଂ ସରଞ୍ଚନା ପ୍ରାୟତଃ ଏକା ପରି |ଆମେ ଜାଣିଛୁ ପ୍ରଥମ ହୃତପିଣ୍ଡ ପ୍ରତିରୋପଣରେ ମାଙ୍କଡ ହୃତପିଣ୍ଡ ଲଗା ଯାଇଥିଲା | ସେ ମାନବଟି ୨ ଘଣ୍ଟା ଜୀବିତ ଥିଲା | ଏହାକୁ ଆଖି ଆଗରେ ରଖି ମାନବର ଶୂକ୍ରାଣୁ ଏବଂ ମାଙ୍କଡର ଡିମ୍ବାଣୁ ସହ vitro fertilization କରି ମାଙ୍କଡର ଗର୍ଭାଶୟ ରେ ଭୃଣକୁ ଛଡା ଯାଏ | ତା'ପରେ ଯେଉଁ ନୂଆ ପ୍ରଜାତି ଜନ୍ମ ହୁଏ ତାକୁ chimera (କାଏଁମେରା) କୁହାଯାଏ |

ଛାତ୍ର : ଏପରି କରିବାର କାରଣ ?

ଡ଼ା. ବତ୍ରା : ମାନବ ଶରୀରରେ କୌଣସି 

ଅଙ୍ଗ ନଷ୍ଟ ହୋଇଗଲେ ତା ପରିବର୍ତ୍ତେ chimera (କାଏଁମେରା)ର ଅଙ୍ଗକୁ ପ୍ରତିରୋପଣ କରାଯାଇପାରିବ |

ଛାତ୍ର :  

 ଏହି ପ୍ରଜାତି କଣ ମାନବଠାରୁ ଅଧିକ ଚତୁର ଏବଂ ଶକ୍ତିଶାଳୀ ହୋଇପାରନ୍ତି ??

ଡ଼ା. ବତ୍ରା :

କହିପାରିବା ଟା ଅସମ୍ଭବ |

ଛାତ୍ର : ଏହି ପ୍ରଜାତି କଣ ମାନବ ସମାଜ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇ ପାରନ୍ତି ?

 ଡ଼ା. ବତ୍ରା : ହଁ ବି ନା ବି, ସେମିତି ସଠିକ କହି ହେବ ନାହିଁ |

ଏତିକି କହି ହୃଷିକେଶ କ୍ଲାସ ରୁ ଚାଲି ଗଲେ |

କିଛି ମାସ ପରେ କଲୋମ୍ବିଆ ରେ ଶାନ୍ତି ଦେଖାଗଲା |ସେଠାରେ ସେ ଭୟଙ୍କର ଜନ୍ତୁ ଆଉ ଦେଖା ଗଲା ନାହିଁ |ସେ ଜନ୍ତୁ ଟି ଏବେବି ରହସ୍ୟ ହୋଇ ରହିଗଲା କଲୋମ୍ବିଆ ବାସୀ ମାନଙ୍କ ପାଇଁ |ସେଠାକାର ଜନସାଧାରଣ ସ୍ୱାଧୀନତା ପାଇଲାପରି ଅନୁଭବ କଲେ ଏବଂ ତାଙ୍କର ଜୀବନ ଆଗ ପରି ସାଧାରଣ ହେବାକୁ ଲାଗିଲା |

  ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ର ସାତପୁଡ଼ା ଜଙ୍ଗଲ ରେ ଅବିଶ୍ଵାସନୀୟ ଜନ୍ତୁ ଦେଖାଗଲା |ସେଠାରେ ମଧ୍ୟ ଝିଅ ମାନଙ୍କର ନିଖୋଜ ସଂଖ୍ୟା ବଢ଼ିବାରେ ଲାଗିଲା |ମାନବରୂପୀ ମାଙ୍କଡ କୁ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରେ କିଛି ଜାଗାରେ ଲୋକ ମାନେ ଦେଖିଲେ |ସାମ୍ୱାଦିକ ମାନେ ନିଜର ଅଡ୍ଡା ଜମାଇ ବସିଲେ ସେ ଜନ୍ତୁ କୁ ଦେଖିବା ପାଇଁ |କିଛିଦିନ ପରେ ସାମ୍ୱାଦିକ ମାନଙ୍କ କ୍ୟାମେରା ସେ ଜନ୍ତୁ ଟି ଦେଖାଯିବା କୁ ଲାଗିଲା ଓ ହଟାତ ଗୋଟେ ରାତି ରେ ଏକ କ୍ୟାମେରା ଆଗକୁ ଆସି ସେ ଜନ୍ତୁ ଟି କିଛି କହିବାକୁ ଲାଗିଲା |ତାର ଶରୀର ମାନବ ପରି ହୁଷ୍ଟ ପୃଷ୍ଟ , ଉଚ୍ଚତା ପ୍ରାୟ ୭ ଫୁଟ, ମୁହଁ ଟି ମାଙ୍କଡ ପରି ଲାଞ୍ଜ ମଧ୍ୟ ଥାଏ ଏବଂ ମାନବ ପରି ସ୍ପଷ୍ଟ କଥାବାର୍ତା ମଧ୍ୟ କରୁଥାଏ |ସେ ସାମ୍ବାଦିକ ମାନଙ୍କୁ କହିଲା ସେ ଏ ପୃଥିବୀ କୁ ମାନବ ସମାଜ ର ବିନାଶ ଘଟାଇବାକୁ ଆସିଛି |ଏତିକି କହି ଦ୍ରୁତବେଗରେ ସତପୁଡ଼ା ଜଙ୍ଗଲ ଭିତରେ ଉଭାନ ହୋଇଗଲା |

  ଏହି ଖବର ଚାରିଆଡେ ବ୍ୟାପିଗଲା | ସମସ୍ତେ ଭୟଭୀତ ହେବାକୁ ଲାଗିଲେ ଏବଂ ଘରୁ ବାହାରିବାକୁ ମଧ୍ୟ ଡରିଲେ | ଏହିପରି ପରିସ୍ଥିତି ଦେଖି ଭାରତ ସରକାର ଜରୁରୀ କାଳୀନ ବୈଠକ ଡକାଇ ପୋଲିସ ଫୋର୍ସ କୁ ଜଙ୍ଗଲ କୁ ପଠାଗଲା |ଜଙ୍ଗଲରେ ପହଁଚୁ ପହଁଁଚୁ ସେମାନେ ସେ ଦାନବ ର ଶିକାର ହେଇଗଲେ |ଏମିତି ଯେତେ ଫୋର୍ସ ପଠାଗଲା ଜଙ୍ଗଲ କୁ ସେମାନଙ୍କର କୌଣସି ଖବର ବି ମିଳିଲା ନି | ଏହି ଖବର ସରକାର କ ମୁଣ୍ଡ ବ୍ୟଥା ର କାରଣ ହୋଇଗଲା | ଭାରତ ର କିଛି intelligence officer ମାନେ ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କଲେ | ସେମାନେ କଲୋମ୍ବିଆ ଓ ଭାରତ ର ରହସ୍ୟ କୁ ତଦାରଖ କରି ଜାଣିବାକୁ ପାଇଲେ ଯେ , କଲୋମ୍ବିଆ ର ଡ଼ା. ଜନ ସାଇମେନ ଏବଂ ଭାରତ ର ପ୍ରସିଦ୍ଧ ଡ଼ା. ହୃଷିକେଶ ବତ୍ରା ଭଲ ବନ୍ଧୁ ଥିଲେ ଏବଂ ସେମାନେ ଏକା ସହ ମିଶି କିଛି ରିସର୍ଚ୍ଚ କରୁଥିଲେ, ଏବଂ ସେହି ରିସର୍ଚ୍ଚ କୁ ଅଧା ରେ ଛାଡି ଭାରତକୁ ପଳାଇ ଆସିଲେ |ଏହାର ସତ୍ୟତା କୁ ଜାଣିବାକୁ ଡ଼ା.ବତ୍ରା କୁ ଡାକି ପଚରାଉଚରା କଲେ |ସମସ୍ତେ ଡ଼ା.ବତ୍ରା ମୁହଁରୁ ସତ ଜାଣିବାକୁ ଚାହିଁ ବସିଥିଲେ |ବତ୍ରା ଙ୍କ ମୁହଁରେ ଭୟର ଲହରୀ ଖେଳିଯାଉଥାଏ ଓ ସେ ବିବ୍ରତ ମଧ୍ୟ ହେଇଯାଉଥାନ୍ତି |କିଛି ସମୟ ପରେ ବତ୍ରା ନିଜର ମୌନ ଭାଙ୍ଗି ସତ୍ୟତା କହିବାକୁ ଲାଗିଲେ |

"ସେ ଦିନ ମୁଁ ଏବଂ ମୋ ସାଥି ଜନ୍ ସାଇମେନ ଏକା ସାଙ୍ଗରେ ଆମାଜନ୍ ଜଙ୍ଗଲକୁ ଗଲୁ | ସେଠାରେ ଆମେ ନୂଆ ପ୍ରଜାତିର ଆବିଷ୍କାର କରିବାର ଇଛା ଏବଂ ଉତ୍ସାହ ଭରପୁର ଥାଏ | ଆମେ ମାନବ ଶରୀରର ଅଙ୍ଗ ଚୋରୀକୁ ରୋକିବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କଲୁ |ମାଙ୍କଡର ଡିମ୍ବାଣୁ ସହ ଆଫ୍ରିକୀୟ ଲୋକଙ୍କର ଶୂକ୍ରାଣୁକୁ vitro fertilization କରି ମାଙ୍କଡର ଗର୍ଭାଶୟରେ ଛାଡିଲୁ | ଆମେ ସେହି ମାଙ୍କଡଟିକୁ ବନ୍ଦୀ ବନାଇ ତାର ନିରୀକ୍ଷଣ କରିବାକୁ ଲାଗିଲୁ | ୧୮୭ ଦିନ ପରେ ମାଙ୍କଡଟି ଏକ ନର ସନ୍ତାନକୁ ଜନ୍ମ ଦେଲା |ଶିଶୁଟି ଅବିକଳ ମାନବ ପରି ଦେଖା ଦେଖା ଯାଉଥାଏ ଖାଲି ମୁଁହଟି ମାଙ୍କଡ ପରି ଏବଂ ତାର ଲାଞ୍ଜ ମଧ୍ୟ ଥାଏ | ତାର ନାମ ଆମେ chimera (କାଏଁମେରା) ଦେଲୁ | ତାର ଆଖି ଶାନ୍ତ ଥାଏ କିନ୍ତୁ ଏକ ଭୟଙ୍କର ପ୍ରଳୟକୁ ଯେମିତି ସ୍ୱାଗତ ଜଣାଉଥାଏ | ଆମ ଗବେଷଣାର ଫଳାଫଳ ଜାଣିବାକୁ ଯାଇ ଆମେ ତାକୁ ଦୀର୍ଘ ୩ ମାସ ତଦାରଖ କରିଲୁ | ତାର ସ୍ୱାସ୍ଥ୍ୟଗତ ବିକାଶ ଜଲ୍ଦି ହେଉଥାଏ, ସେ ମଧ୍ୟ ଚାଲିବାକୁ ଲାଗିଥିଲା | ଆମର ସଫଳ ଗବେଷଣା ପାଇଁ ଆମେ ବହୁତ ମଦ ପିଇଲୁ ଏବଂ ଭୋଜି କଲୁ | କୌଣସି କାରଣ ବଶତଃ ଆମ ଲ୍ୟାବ ରେ ଭୟଙ୍କର ନିଆଁ ଲାଗିଗଲା | ସେଇ ନିଆଁ ରେ ସବୁ ନଷ୍ଟ ହୋଇ ଗଲା | ଏହି ଦୁର୍ଘଟଣା ପରେ ମୁଁ ଭାଙ୍ଗି ପଡିଲି ଏବଂ ମୁଁ ଭାରତ ପ୍ରତ୍ୟାବର୍ତ୍ତନ କରି ଏଠାରେ ଗବେଷଣା ଆରମ୍ଭ କରିଲି | ଯେବେ ଜନ୍ ର ମୂତ୍ର୍ୟୁ ଖବର ପାଇଲି ସେବେ ଜାଣିଲି ଯେ chimera (କାଏଁମେରା) ବଞ୍ଚିଛି ଏବଂ ଏହି ବିନାଶର କାରଣ ସେ ବୋଲି | " ସେ ଏତିକି କହି ତାଙ୍କ ଘରକୁ ପଳାଇଲେ |

ଏବେ ଦାନଵର ଚେହେରା ସହ ତା ନାମ ବି ଜଣା ପଡିଲା |ଏବେ chimera (କାଏଁମେରା) ଜଣଙ୍କ ପରେ ଜଣଙ୍କୁ କରିବାରେ ଲାଗିଥାଏ | chimera (କାଏଁମେରା)ର ବଦ୍ଧ ଏବଂ ତାର ନିୟନ୍ତ୍ରଣ କରିବା ପାଇଁ ଏକ ସ୍ପେସିଆଲ ଫୋର୍ସ ଗଠନ କରାଗଲା | ଯେଉଁଥିରେ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଅତ୍ୟାଧୁନିକ ଟ୍ୟାଙ୍କ ବି ଥାଏ | ଗୋଟିଏ ଜୀବକୁ ନିୟନ୍ତ୍ରଣ କରିବା ପାଇଁ ସ୍ପେସିଆଲ ଫୋର୍ସକୁ ସାତପୁଡ଼ା ଜଙ୍ଗଲକୁ ପଠାଗଲା | ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଦ୍ରୁତଗତିରେ chimera (କାଏଁମେରା) ତାଙ୍କ ଉପରେ ଆକ୍ରମଣ କଲା | ତାର ଆକ୍ରମଣରେ ଜଙ୍ଗଲ ରକ୍ତାକ୍ତ ହୋଇ ଗଲା, କେତେ ସୈନ୍ୟ ମୃତ୍ୟୁ ବରଣ କଲେ ଆଉ କେତେ ଗୁରୁତର ଭାବରେ ଆହତ ହେଲେ | ହେଲେ ସୈନ୍ୟ ମାନେ ବି ତାର ଧର୍ଯ୍ୟ ସହ ମୁକାଵାଲା କଲେ, ଅଜସ୍ର ଗୁଳି ବର୍ଷାରେ chimera (କାଏଁମେରା) କୁଆଡେ ଉଭାନ ହୋଇଗଲା | ହେଲେ ସେନା ମାନଙ୍କ ମଧ୍ୟରେ ଭୟ ଯାଇ ନ ଥାଏ |

 ଅନ୍ୟପକ୍ଷରେ ଅନେକ ବୈଜ୍ଞାନିକ ଓ ହୃଷିକେଶ ବର୍ତ୍ରା ଙ୍କ ସହ ମିଶି ଏପରି ଏକ ଯନ୍ତ୍ର ର ଆବିଷ୍କାର ରେ ଲାଗିପଡିଲେ ଯେଉଁଥିରେ chimera (କାଏଁମେରା) କୁ ନିୟନ୍ତ୍ରଣ କରାଯାଇ ପରିବା |ସମସ୍ତ ବୈଜ୍ଞାନିକ ମାନେ ରାତି ଦିନ ଏକ କରି ଯନ୍ତ୍ର ର ଆବିଷ୍କାର ରେ ଲାଗିପଡିଲେ |

 ଅପରପକ୍ଷରେ ଯେଉଁ ଦ୍ରୁତ ଗତି ରେ chimera (କାଏଁମେରା) ପଳାଇଥିଲା, ସେହି ବେଗ ରେ ପୁଣି ପ୍ରତ୍ୟାବର୍ତନ କଲା | ଏଥର ଆଧୁନିକ ଅସ୍ତ୍ରଶସ୍ତ୍ର ରେ ସୁସଜ୍ଜିତ ହୋଇ ସେନା ର ସମୁଖରେ ରେ ପ୍ରକଟ ହେଲା ଏବେ ଉଭୟ ପାର୍ଶ୍ୱ ରୁ ଯୁଦ୍ଧ ଆରମ୍ଭ ହୋଇଗଲା |ବନ୍ଧୁକ ର ଗୁଳି ସହ ତାର ବେଗ ବି ପ୍ରଖର ଥିଲା, ତାର ସାମ୍ନା ସ୍ପେସିଆଲ ଫୋର୍ସ ମାଟିରେ ମିଶିଗଲା ସେ ସେମାନଙ୍କୁ ନିର୍ମମ ଭାବରେ ହତ୍ୟା କଲା |ସେ ମନୁଷ୍ୟ ଠାରୁ ଅତ୍ୟନ୍ତ ଶକ୍ତିଶାଳୀ, ଚତୁର ଏବଂ ଦ୍ରୁତ ଥିଲା |ଜଙ୍ଗଲ ମଧ୍ୟ ରେ ବିଭୀଷିକା ସାରି ସେ ପ୍ରବେଶ କଲା ସହର ର ଚକଚକ୍ୟ ରାସ୍ତା କୁ, ସେଠାରେ ସେ ନର ସଂଘାର ଆରମ୍ଭ କରିଦେଲା |

  ବୈଜ୍ଞାନିକ ମାନେ ଏକ ଅଲଟ୍ରାସୋନିକ ସହ ଉଚ୍ଚ ତରଙ୍ଗର ଶବ୍ଦ ଉତ୍ପର୍ଣ୍ଣ ଯନ୍ତ୍ର ଆବିଷ୍କାର କରିବାରେ ସଫଳ ହେଲେ | ଏହି ଯନ୍ତ୍ର ସାହାଯ୍ୟରେ chimera (କାଏଁମେରା)ର ମାସ୍ଥିସ୍କର ତରଙ୍ଗକୁ ବିବ୍ରତ କରାଯାଇପାରିବ, ଯାହାଦ୍ୱାରା ସେ ନିଜ ଉପରେ ନିଅନ୍ତ୍ରଣ ରଖିପାରିବ ନାହିଁ | ସେ ଯେତେବେଳେ ନିଜର ନିୟନ୍ତ୍ରଣ ହରାଇଦେବ, ସେତେବେଳେ ଆମେ ତାକୁ ବନ୍ଦୀ ବନାଇ ଦେବା | ଏବେ ଏହି ଯନ୍ତ୍ରକୁ ସେନାକୁ ହସ୍ତାନ୍ତର କରାଗଲା |

ଏହି ଯନ୍ତ୍ର ସାହାଯ୍ୟରେ ସେନାମାନେ chimera (କାଏଁମେରା) ସହ ଯୁଦ୍ଧ କରିବାକୁ ବାହାରିଗଲେ | ଯୁଦ୍ଧ ସମୟରେ ଯନ୍ତ୍ରଟି ଠିକ ସେହିପରି କାମ କଲା | ଉଚ୍ଚତ୍ତମ ଶବ୍ଦଶୁଣି ଭୁଇଁରେ ବସିପଡ଼ିଲା chimera (କାଏଁମେରା); ଚାରିପଟୁ ସେନାମାନେ ତାକୁ ଘେରି ପକାଇଲେ | ଅଜସ୍ର ଗୁଳି ବର୍ଷା କଲେ chimera (କାଏଁମେରା) ଉପରକୁ, ସେ ରକ୍ତାକ୍ତ ହୋଇ ଭୂଇଁରେ ପଡ଼ି ରହିଥିଲା | ଏହି ସମୟରେ ଡ଼ା. ବତ୍ରା ଆସି ପହଞ୍ଚିଗଲେ, ଦୌଡ଼ି ଯାଇ chimera (କାଏଁମେରା) କୁ ପଚାରିଲେ, ସେ ଝିଅମାନେ କାହାନ୍ତି ? ଏବଂ ସେମାନଙ୍କ ସହ କଣ ହେଲା ? ଏତିକି ପ୍ରଶ୍ନ ଶୁଣି chimera (କାଏଁମେରା) ସ୍ମିତ ହାସ୍ୟ ଦେଇ କହିଲା, ଏବେ ବିନାଶର ସୂତ୍ରପାତ ଆରମ୍ଭ ହେଲା ଓ ଏତିକି କହି ସେ ଶେଷ ନିଶ୍ୱାସ ତ୍ୟାଗ କଲା |


ଆପଣ ମାନଙ୍କ ପାଇଁ ପ୍ରଶ୍ନଟିଏ :

କଣ ମନୁଷ୍ୟ ନିଜର ସ୍ୱାର୍ଥ ପାଇଁ ପ୍ରକୃତି ସହ ଏମିତି ଖେଳିବା ଏବଂ ତାର ନଷ୍ଟ କରିବା ଟା ଠିକ୍ କି ???


Rate this content
Log in

Similar oriya story from Action