ଅବିନାଶ ସାହୁ

Others

4.6  

ଅବିନାଶ ସାହୁ

Others

ସ୍ୱାଧୀନତା

ସ୍ୱାଧୀନତା

3 mins
698


ଆମର ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ " ଯେବେ ଆମର ଝିଅ ବୋହୁ ରାତି ୧୨ ଟା ରେ ବାହାରେ ବୁଲି ପାରିବେ, ସେଇଟା ହେବ ଆମର ପ୍ରକୃତ ସ୍ୱାଧୀନତା " । ସେଇଟା କେତେ ପ୍ରତିଶତ ସତ ଥରେ ଭାବିକି ଦେଖିବା । ଯଦି ସମସ୍ତେ ନାରୀର ସ୍ୱାଧୀନତା କୁ ପ୍ରକୃତ ସ୍ୱାଧୀନତା ବୋଲି ଭାବିବେ, ତା'ହେଲେ ନିଜର ନିଦ୍ରା ଭଙ୍ଗ କରି ନିଜର କଳୁଷିତ ଆଖିକୁ ପଚାରିକି ଦେଖ । ଯଦି ପାରୁଛ ଅନ୍ତତଃ ଥରେ ଆଖି ବନ୍ଦ କରିକି ଭାବି ଦେଖ ।


ଈଶ୍ୱରଙ୍କ ସୁନ୍ଦର ରଚନା ହେଉଛି ମାନବ । ଏହା ସମସ୍ତେ ଜାଣନ୍ତି ଏବଂ ମାନନ୍ତି ମଧ୍ୟ । ଆମ ପୃଥିବୀ ରେ ଯେଉଁ ଅନ୍ୟ ପ୍ରାଣୀମାନେ ଅଛନ୍ତି, କଣ ସେମାନେ ଈଶ୍ୱରଙ୍କ ପ୍ରଦୂଷିତ ରଚନା ? କଣ ଏଠି ସେମାନେ ଜନ୍ମ ନେଇଛନ୍ତି ମନୁଷ୍ୟର ଶିକାର ଏବଂ ଗୋଲାମ ହେବାକୁ ? କଣ ସେମାନେ ଜନ୍ମ ନେଇଛନ୍ତି ମନୁଷ୍ୟଠାରୁ କେବଳ ଯନ୍ତ୍ରଣା ପାଇବାକୁ ? ହଁ, ଆପଣମାନେ କହିବେ ସେମାନଙ୍କ ପାଇଁ ଆମ ରଙ୍ଗ ଆଉ ଢଙ୍ଗ ରେ ସୁନ୍ଦର ସୁସଜିତ ଘର ବନାଇ ଦେଇଛୁ । ଯେଉଁଠି ସେମାନେ ଆନନ୍ଦ, ସୁରକ୍ଷିତ ଏବଂ ସୁସ୍ଥରେ ବିଚରଣ କରିପାରିବେ । ହଁ, ଆମେ ତାକୁ ଚିଡିଆଖାନା ନାଁ ଦେଇଛୁ ।


ଚିଡିଆଖାନା ନାଁ ଶୁଣିଲେ ଆମେ ଖୁସିରେ ଝୁମି ଉଠୁ । ଆଉ ସେଠାକୁ ବୁଲିଯିବାକୁ ଇଛା ପ୍ରକାଶ କରୁ । ସେଠାରେ ଥିବା ବାଘ, ଭାଲୁ, ମାଙ୍କଡ଼ ଇତ୍ୟାଦି କେତେ ପ୍ରକାରର ପଶୁପକ୍ଷୀ ସବୁ ଦେଖୁ ଏବଂ ତାଙ୍କ ସହ ସେଲ୍ଫି ନେଇ ଫେସବୁକ ଆଉ ଇନ୍ଷ୍ଟଗ୍ରାମ ରେ ଛାଡୁ ଏବଂ ଆନନ୍ଦିତ ହେଉ । ସେଠାରେ ଥିବା ସମସ୍ତ ପଶୁପକ୍ଷୀଙ୍କୁ ହଇରାଣ ହରକତ କରୁ ।


ଅଜଗରଟିଏ ଯଦି ପିଞ୍ଜରାରେ ସୋଇଥାଏ ଆମେ ବାଡ଼ିରେ ଆଘାତ ଦେଇ ତାକୁ ଉଠେଇବାକୁ ଚେଷ୍ଟା କରୁ । ଯଦି କୌଣସି ଛୋଟିଆ ସାପଟେ ଆମ ଘରେ ପଶିଯାଏ ଆମେ ଭୟଭୀତ ହୋଇ ତାର ଜୀବନ ନେବାକୁ ଆମେ ପଛାଉନାହୁଁ । କାରଣ କଣ ଜାଣିଛ, କାହିଁକି ନା ସେ ସାପ ତାର କୌଣସି ସ୍ୱାଧୀନତା ନାଇଁ ଯେ , ସେ ଯେକୌଣସି ସ୍ଥାନକୁ ନିର୍ଭୟ ରେ ଯା ଆସ କରିପାରିବ । ହେଲେ ଏହି ସ୍ୱାର୍ଥପର ମଣିଷ ନିଜ ପେଟ ପାଇଁ ତା ଘର ଭାଙ୍ଗି, ସେଇ ସାପକୁ ନିଜ ପେଡି ରେ ସବୁଦିନ ବନ୍ଦ କରି ତାକୁ ପରାଧୀନ କରି ରଖୁଛି । ଆଉ ଗାଁ ଗାଁ ବୁଲି ଖେଳ ଦେଖାଉଛି, ଯେଉଁ ସାପ ଜାଣିନି ଖେଳ କଣ ବୋଲି ସେ ତ ଅତ୍ୟାଚାରର ଶିକାର ହୋଇ ଏମିତି ଖେଳ ଦେଖଉଥାଏ । ଆମେ ତାର ଅତ୍ୟାଚାର କୁ ଦେଖି ମଜା ନେଉ ଆଉ ତାଳି ମାରୁ । କଣ ଏଇଟା ହେଉଛି ମାନବିକତା ?


ଯଦି ଆମେ ଶହେ ବର୍ଷ ପୂର୍ଵକୁ ଫେରିଯିବା, ତେବେ ଆମେ ଦେଖିବାକୁ ପାଇବା ପ୍ରକୃତିର ସ୍ୱେନ୍ଦର୍ଯ୍ୟକୁ । କ୍ରମଶଃ ମନୁଷ୍ୟର ଘନତ୍ଵ ବଢିବାକୁ ଲାଗିଲା ଏବଂ ପୃଥିବୀର ସ୍ୱେନ୍ଦର୍ଯ୍ୟ କମିବାକୁ ଲାଗିଲା । ନିଜର ସ୍ଥାୟୀତ୍ୱ ପାଇଁ ସେ ଗଛ ସବୁ କାଟିଚାଲିଲା, ପଶୁପକ୍ଷୀ କୁ ବି ହତ୍ୟା କରିଚାଲିଲା । କଣ, ସେମାନଙ୍କର ସ୍ୱାଧୀନତା, ସ୍ୱାଧୀନତା ନୁହେଁ ?


ଆମେ ଜାଣିଛୁ ଆଜି ଆମ ଦେଶ ଆଉ ବିଶ୍ୱ ଏକ ସାଙ୍ଘାତିକ ମହାମାରୀ କବଳରେ ପଡିଛି । ସେଥିପାଇଁ ବୁଦ୍ଧିଜୀବୀ ମନେ ମତ ଦେଇଛନ୍ତି ଘରେ ରୁହନ୍ତୁ ଆଉ ସୁସ୍ଥ ରୁହନ୍ତୁ । ହେଲେ ଆମେ ମାନେ କଣ କରୁଛୁ, ଲୁଚି ଲୁଚି ବୁଲୁଛୁ । କିଛି ମାସ ଘରେ ରହିବାଟା ଯେମିତି ଅଭିଶାପ ପରି ଲାଗୁଛି ।


ହେଲେ ଆମ ଚିଡିଆଖାନାରେ ଥିବା ସମସ୍ତ ଜୀବ ଜନ୍ତୁ କେତେ ବର୍ଷ ଏବଂ କେତେ ପୀଢ଼ି ସେଇ ଗୋଟେ ଘରେ କାଟି ସାରିଥିବେ ତାହା ବି ଆମକୁ ଅଜଣା । ସେମାନେ ପୃଥିବୀର ସ୍ୱେନ୍ଦଯ୍ୟ କଣ ବି ଜାଣିନାହାନ୍ତି । ନିଜର ବ୍ୟଥା କଷ୍ଟ ସବୁ ସହି ସେମାନେ ପାଲଟିଯାଇଛନ୍ତି ମଣିଷମାନଙ୍କର ମନୋରଞ୍ଜନର ଏକ ମାଧ୍ୟମ । ତାଙ୍କର ଅସହାୟକୁ କେହି ବୁଝି ପାରନ୍ତି ନାହିଁ । ନିଜର ମନୋରଞ୍ଜନ ସରିଲା ପରେ ସେମାନଙ୍କୁ ଭୁଲି ଯାଉଛନ୍ତି ।


ଆମ ରାଜ୍ୟ ସରକାରର ଉଦାହରଣ ନେଇକି ଟିକେ ଦେଖିବା । ଆମ ସରକାର ବାହାର ରାଜ୍ୟରୁ ଲୋକଙ୍କୁ ଆଣି ପୃଥକ ଘରେ ରଖୁଛନ୍ତି ଏବଂ ବିନା ମୂଲ୍ୟ ନେଇ ଖାଇବାକୁ ଦେଉଛନ୍ତି, ହେଲେ ଆମ ଲୋକ ତ ମହାନ ଖାଇବା ପସନ୍ଦ ନ ଆସିବାରୁ ଖାଇବା ଫିଙ୍ଗାଫିଙ୍ଗି କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ସେଇ ଲୋକ ଯେତେବେଳେ ଘରେ ଥାଏ, ସେ ଗାଈ ଠାରୁ ଛୁଆକୁ ଅଲଗା କରି ସବୁ କ୍ଷୀର ନେଇ ଆସେ ଏବଂ ସେ ନିଜେ ଭଲ ଖାଇ ସେ ଗାଈକୁ ପୋକା ପଚା ଖାଦ୍ୟ ଦିଏ ଖାଇବାକୁ । ହେଲେ ଆମେ ମଣିଷ ମନେ କେବେବି ଚିଡିଆଖାନା ରେ ଥିବା ପଶୁପକ୍ଷୀଙ୍କ କଥା ଭାବିନୁ, ସେମାନେ ଠିକ ପରିମାଣରେ ଖାଉଛନ୍ତି କି ନାଇଁ କିନ୍ତୁ ଆମର ମନୋରଞ୍ଜନ ଦରକାର ଆଉ କିଛି ନୁହଁ ।


ମନୁଷ୍ୟ ନିଜର ସ୍ୱାଧୀନତା ପାଇଁ ଯେତେ ତତ୍ପର ଥାଏ, ସେମିତି ଅନ୍ୟ ଜୀବଜନ୍ତୁ ପାଇଁ ବି ହେବା ଦରକାର । ନିଜର ସ୍ୱାର୍ଥ ତ୍ୟାଗ କରି ସମସ୍ତଙ୍କୁ ଭଲ ପାଇବା ଦରକାର ଏବଂ ସେମାନଙ୍କୁ ଭି ସ୍ୱାଧୀନତାର ସହ ବଞ୍ଚିବାକୁ ଦେବା ଦରକାର ।



Rate this content
Log in