STORYMIRROR

ABINAS SAHOO

Inspirational Thriller

4  

ABINAS SAHOO

Inspirational Thriller

ସନ୍ଧ୍ୟାର ସାହାସିକତା ଓ ମମତା

ସନ୍ଧ୍ୟାର ସାହାସିକତା ଓ ମମତା

2 mins
621

ପାରାଦୀପର ଇଫ୍କୋ ପ୍ଲାଣ୍ଟରୁ ପ୍ରଥମ ସିଫ୍ଟ ସାରି କର୍ମଚାରୀମାନେ କମ୍ପାନୀ ବସକୁ ଅପେକ୍ଷା କରିଥାନ୍ତି | ସନ୍ଧ୍ୟା ୬ ଟାରୁ ଅପେକ୍ଷା କରି ୬:୩0 ବାଜି ଗଲାଣି | ବସ ଏଯାଏ ଆସିନାହିଁ | ସମସ୍ତେ କ୍ଲାନ୍ତ ଅନୁଭବ ବି କରୁଥାନ୍ତି | ଏଥି ମଧ୍ୟରେ ବସଟି ଆସି ପହଞ୍ଚିଗଲା | ସବୁ କର୍ମଚାରୀମାନେ ବସରେ ବସିଗଲେ | ଡ୍ରାଇଭରଟି ସ୍ମିତ ହାସ୍ୟ ଦେଇ ସୋରି କହିଲା ଏବଂ ବସଟିକୁ ଷ୍ଟାର୍ଟ କଲା | ପ୍ରାୟ କମ୍ପାନୀଠାରୁ ୧୫ କି.ମି ରୁ ୨0 କି.ମି ଦୂରରେ ଥିବା ମଧୁବନ ଠାରେ ସବୁ କର୍ମଚାରୀମାନେ ରହୁଥିଲେ | ସାମାନ୍ୟ ଅନ୍ଧାର ସହ ସୁଲୁସୁଲିଆ ପବନ ମନରେ ଏକ ଆନନ୍ଦ ଭରି ଦେଉ ଥାଏ |

     କିଛି ସମୟରେ ସବୁ କର୍ମଚାରୀମାନେ ଅନ୍ତାକ୍ଷରୀ ଖେଳ ଆରମ୍ଭ କରି ଦେଲେ | ସମସ୍ତେ ଏହି ମୁହୂର୍ତ୍ତକୁ ଭରପୁର ଉପଭୋଗ କରୁଥାନ୍ତି | ମଧୁବନ ପହଞ୍ଚିବାକୁ କିଛି ସମୟର ବ୍ୟବଧାନ ଥାଏ ଏବଂ ଏହା ସହ ରାସ୍ତାଟି ସୁନସାନ ଥାଏ | ହଠାତ ଏକ ଛକ ପାଖରେ ଥିବା ଡାହାଣ ପାର୍ଶ୍ଵର ଝଙ୍କାଳିଆ ଏବଂ ଗହଳିଆ ବୁଦା ଭିତରୁ ଦ୍ରୁତ ଗତିରେ ବସ ଆଡକୁ ମାଡି ଆସିଲା ଗୋଟେ ଟ୍ରକ | ବସ ଡ୍ରାଇଭରଟି ଏହାକୁ ଦେଖି ବସଟିକୁ ନିଜର ବାମ ପାର୍ଶ୍ୱକୁ ମୋଡି ଦେଇଥିଲା ଏବଂ ବସଟି ଜମି ଭିତରକୁ ଖସି ଯାଇ ଓଲଟି ପଡିଲା |

     ଅନ୍ଧାର ଏବଂ ସୁନସାନ ରାସ୍ତା ଥିଲା ଏଯାଏ ଗୋଟେ ଲୋକଟିଏ ବି ସେ ରାସ୍ତା ଦେଇକି ଯାଇନଥାଏ | ପ୍ରାୟ ଅଧ ଘଣ୍ଟା ପରେ ମମତାର ହୋସ ଆସିଲା | ସେ ନିଜକୁ ରକ୍ତାକ୍ତ ହେବା ସହ କାଦୁଅରେ ମଧ୍ୟ ଗୋଳାଇ ହୋଇ ଯାଇଛି ଏବଂ ତା ସହ ବସଟି ମଧ୍ୟ ଓଲଟି ଯାଇଛି| ସେ ନିଜର ଶରୀରରେ ପଶିଥିବା ସବୁ କାଚ ସହ ନିଜର ସାଙ୍ଗମାନଙ୍କୁ ବସ ଭିତରୁ ବାହାର କଲା ଜଣ ଜଣଙ୍କ କରି ତାହା ସହ ସେ ଚିତ୍କାର ମଧ୍ୟ କରୁଥାଏ ସାହାଯ୍ୟ ପାଇଁ, ସେହି ରାସ୍ତା ଦେଇ ଯାଉଥିବା ଏକ କାରଟି ତାର ଚିତ୍କାର ଶୁଣି ଅଟକି ଯାଇଥିଲା ଏବଂ ଦୌଡ଼ି ଯାଇଥିଲା ଜମି ଭିତରକୁ, ସେ ରକ୍ତାକ୍ତ ମମତାକୁ ଦେଖିଲା | ମମତା ଗମ୍ଭୀର ସ୍ୱରରେ ହାତ ଯୋଡି କହିଲା ସାହାଯ୍ୟ କରନ୍ତୁ, ଏତିକି କହି ସେ ତାର ନିଜ ଚେତା ହରେଇ ଦେଲା | ମମତା ନିଜ ଚେତା ଫେରି ପାଇ ଦେଖିଲା, ସେ ଏକ ହସ୍ପିଟାଲରେ ଅଛି ଏବଂ ଧୀର ସ୍ୱରରେ ପଚାରିଲା ମୋର ବନ୍ଧୁମାନେ | ଡ଼କ୍ଟର କହିଲେ ସେମାନେ ବି ସମସ୍ତେ ଭଲରେ ଅଛନ୍ତି | ମମତା ଏତିକି ଶୁଣି ଆସ୍ୱସ୍ଥି ହେଲା ଆଉ ଦୀର୍ଘ ନିଶ୍ୱାସଟିଏ ଛାଡିଲା |

    ମମତାର ସାହାସିକତା ପାଇଁ ତାର ସମସ୍ତ ବନ୍ଧୁଙ୍କ ଜୀବନ ବଞ୍ଚିଗଲା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational