ABINAS SAHOO

Abstract Drama Inspirational

4.0  

ABINAS SAHOO

Abstract Drama Inspirational

ମଉଳା ଫୁଲର ମହକ

ମଉଳା ଫୁଲର ମହକ

5 mins
525


ମନ୍ଦିର ମାଳିନୀ, ଓଡିଶାର ରାଜଧାନୀ ଭୁବନେଶ୍ୱର ଏକ ଘରୋଇ ଔଷଧ ଶିଳ୍ପ ରେ କାର୍ଯ୍ୟରତ ଆଲୋକ । ନିଜର ୩ ଶେଷ କରି ରାସାୟନିକ ଓ ଔଷଧ ଶିଳ୍ପରେ କାର୍ଯ୍ୟରତ । ପିତା ଗଙ୍ଗାଧରଙ୍କର କଟକରେ ଏକ ଦୋକାନ ଅଛି ଏବଂ ମାତା ନିରାସୀ ଘରର ସମସ୍ତ ଭାର ନିଜ ମୁଣ୍ଡରେ ନେଇଛନ୍ତି । ଆଲୋକ ଏକ ମାତ୍ର ସନ୍ତାନ । ସ୍ଵଭାଵ ଶାନ୍ତ ଏବଂ କାମ କରିବାର ଇଚ୍ଛା ତାଙ୍କୁ ସମସ୍ତଙ୍କ ଠାରୁ ଅଲଗା କରେ ।

     

          ଶାନ୍ତସରଳ ଏବଂ କାର୍ଯ୍ୟରେ ନିଷ୍ଠା ଥିବାରୁ ତାଙ୍କର ବହୁତ ଜଲ୍ଦି ପ୍ରୋମସନ ବି ହୋଇଗଲା, ସେ ଏବେ ସେ ଶିଳ୍ପରେ ମ୍ୟାନେଜେର ଭାବରେ କାର୍ଯ୍ୟରତ । ଦେଖୁ ଦେଖୁ ୩ ବର୍ଷ ପୁରି ଗଲାଣି । କାର୍ଯ୍ୟ ଭାର ବଢିବା ସହ କର୍ତ୍ତବ୍ୟ ବି ବଢ଼ି ଚାଲିଛି । ପ୍ରାୟ ଅଧାରୁ ଅଧିକ ସମୟ ଅଫିସ କାର୍ଯ୍ୟରେ କଟି ଯାଏ ଆଉ ଯାହା ସମୟ ମିଳେ, ସେଇ ସମୟରେ ନିଜର କାମ ଥାଏ ଯାହା କରନ୍ତି ।


   ଆଲୋକ ଗାଁ କୁ ଯାଇଛନ୍ତି, ଘରେ ମା ବାପା ମିଶିକି ଆଲୋକ ଙ୍କ ପାଇଁ ଝିଅ ଦେଖି ସାରିଛନ୍ତି । ପରିବାର ବର୍ଗ, ଝିଅ ଦେଖି ଗଲେ ବରଗଡ ଯାହାକୁ ଓଡିଶାର ଭାତ ହାଣ୍ଡି ମଧ୍ୟ କୁହା ଯାଏ । ମାନିନୀ ଯିଏ କି ନିର୍ମଳା ଏବଂ ପଙ୍କଜଙ୍କର ଏକ ମାତ୍ର ସାନ ଝିଅ । ଅତି ଗେଲବସରରେ ବଢିଛି । ମାନିନୀ କୁ ଆଲୋକ ଏବଂ ଆଲୋକ କୁ ମାନିନୀ ପସନ୍ଦ ଆସି ଯାଇଛି । ସେମାନଙ୍କର ଘରେ ବି ସମସ୍ତେ ବିବାହ ପାଇଁ ବି ଇଚ୍ଛା ପ୍ରକାଶ କଲେ । ବିବାହ ତାରିଖ ବି ନିର୍ଧାରିତ ହୋଇଗଲା । ପରସ୍ପରକୁ ଜାଣିବା ପାଇଁ ସେମାନେ କଥା ହେବାକୁ ଲାଗିଲେ । କାମରୁ ଟିକେ ବିରାମ ମିଳିଲେ ଆଲୋକ କଥା ହେବାକୁ ଲାଗି ପଡନ୍ତି ।


    ଦୀର୍ଘ ଏକ ମାସ ବିତିଗଲା, ସେମାନେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ । ନୂଆ ସପନ ଏବଂ ନୂଆ ସାଥି ସହ, ଏକ ନୂତନ ଜୀବନ ଆରମ୍ଭ ହୋଇଗଲା । ବିବାହର ୧୫ ଦିନ ପରେ ଆଲୋକ ନିଜର କାର୍ଯ୍ୟ ସ୍ଥଳିକୁ ଫେରି ଯାଇଥିଲେ । ହେଲେ ନୂତନ ସାଥିର ଅନୁପସ୍ଥିତ ତାଙ୍କୁ ଅଧର୍ଯ୍ୟ କରୁଥାଏ । ସେ ଭୁବନେଶ୍ୱରର ଏକାମ୍ର ବିହାର ଠାରେ ଏକ ଘର ନେଲେ, ଆଉ ପ୍ରିୟ ମାନିନୀ ଙ୍କୁ ନିଜ ପାଖକୁ ନେଇ ଆସିଲେ । ଏକ ବର୍ଷ ବିବାହ ମଧ୍ୟରେ ସେମାନେ ଅନେକ ଜାଗା ମଧ୍ୟ ବୁଲି ସାରିଥିଲେ ଏବଂ ତାଙ୍କ ଭଲ ପାଇବା ମଧ୍ୟ ଘନିଷ୍ଠ ହୋଇ ସାରିଥିଲା ।


             ଆଲୋକ ଙ୍କର ଅଫିସ ରେ ମଧ୍ୟ କାର୍ଯ୍ୟ ଭାର ବଢିବାକୁ ଲାଗିଲା ଏବଂ ମାନିନୀଙ୍କ ପାଇଁ ବି ସମୟ କମିବାକୁ ଲାଗିଲା । ଏତେ ସମୟ ମାନିନୀ ଏକା ରହି କରିବେ ଯେ କଣ? ସେଥିପାଇଁ ସେ ଇନ୍ଷ୍ଟଗ୍ରାମରେ ରୀଲ ବନାଇବା ଆରମ୍ଭ କରିଦେଲେ । ରୀଲ ମାଧ୍ୟମରେ ତାଙ୍କର ଅନେକ ବନ୍ଧୁ ମଧ୍ୟ ହେଲେ । ସେ ଅନେକ ରୀଲ କରିବାକୁ ଲାଗିଲେ । ଏବଂ ତାଙ୍କୁ ଏବେ ଇନ୍ଷ୍ଟଗ୍ରାମ ବହୁତ ପସନ୍ଦ ଲାଗିବାକୁ ଲାଗିଲା ।


       ତାଙ୍କର ଇନ୍ଷ୍ଟଗ୍ରାମରେ ଅନେକ ବନ୍ଧୁ ହେଲେ, ସେଥି ମଧ୍ୟରୁ ସଞ୍ଜୟ ଜଣେ,କଳାହାଣ୍ଡିର ଭବାନୀପାଟଣା ରେ ରୁହନ୍ତି ଏବଂ ଫୋଟୋଗ୍ରାଫୟା କରନ୍ତି । ସେ ମାନିନୀ ଙ୍କର ବହୁତ ତାରିଫ କରନ୍ତି ଏବଂ ନୂଆ ଭିଡିଓ ବନାଇବା ପାଇଁ ପ୍ରେରଣା ମଧ୍ୟ ଦିଅନ୍ତି । ଦୁଇ ଜଣଙ୍କର ବନ୍ଧୁତା ଘନିଷ୍ଠ ହେବାକୁ ଲାଗିଲା । ଦୁହେଁ ବହୁତ ସମୟ ଧରି ମୋବଇଲରେ ଗପନ୍ତି । ତାଙ୍କର ବନ୍ଧୁତା କେବେ ପ୍ରେମରେ ପରିଣତ ହୋଇ ଗଲା ଦୁହେଁ ବି ଜାଣି ପାରିଲେନାହିଁ । ଆଲୋକ ଘରୁ ଯିବା ଠାରୁ ଆସିବା ଯାଏ ସେ ସଞ୍ଜୟ ସହ କଥା ହେଉ ଥାନ୍ତି । ଦିନେ ମାନିନୀ ସାହସ କରି ନିଜର ବିବାହ କଥା ସଞ୍ଜୟ କୁ କହି ଦେଲେ । ସଞ୍ଜୟ ହସି ହସି କହିଲା " ମାନିନୀ ମୋର ଭଲ ପାଇବା କେବଳ ତୁମ ସହ, ତୁମେ ବିବାହ କରିବା ସତ୍ୱେ ବି ତୁମେ ମୋର " । ସଞ୍ଜୟ ର ଏହି ପଦେ କଥା, ମାନିନୀ କୁ ସଞ୍ଜୟ ଆଡକୁ ଆହୁରି ଆକର୍ଷିତ କଲା । ଏବେ ଆଲୋକ ଙ୍କ ପ୍ରତି ମାନିନୀ ଙ୍କର ଭଲ ପାଇବା କମିବାରେ ଲାଗିଲା ।


       ଆଲୋକ ଦିନେ ଜଲ୍ଦି ଘରକୁ ଆସି ମାନିନୀ କୁ ଫିଲ୍ମ ଦେଖେଇବାକୁ ନିଜେ ନିଜେ ସ୍ଥିର କରି ଥିଲେ । ଘରର କବାଟ ଖୋଲି ଯେତେବେଳେ ନିଜ ବେଡ଼ ରୁମ କୁ ଗଲେ ସେ ଦେଖିବାକୁ ପାଇଲେ, ମାନିନୀ ଅଜଣା ପୁରୁଷ ସହ ଭିଡିଓ କଲ ରେ କଥା ହେଉଛି ଓ ପ୍ରେମର ଆସର ଖୋଲି ବସି ଯାଇଛନ୍ତି ଦୁହେଁ । ଆଲୋକ ଏହା ଦେଖି ନିଜ ପାଦ ତଳୁ ମାଟି ଖସିଲା ପରି ଲାଗିଲା ଆଉ ସେ ଖଟରେ ବସିପଡ଼ିଲା । ମାନିନୀ ଡ଼ରିକି କଲ କାଟି ଦେଲା ଆଉ ଆଲୋକ ଙ୍କୁ କଣ କହିବ ଜାଣି ପାରିଲା ନାଇଁ । ଆଲୋକ ରାଗ ତମ ତମ ହୋଇ ଘରୁ ବାହାରକୁ ପଳେଇଲା । ତାଙ୍କୁ ଏତେ ଆଘାତ ଲାଗିଲା ଯେ, ସେ ପ୍ରଥମ ଥର ମଦ୍ୟ ପାନ କଲେ । ଆଖିରୁ ଅଶ୍ରୁର ଧାର ଏବଂ ହାତରେ ମଦ ବୋତଲ ଧରି ଆଲୋକ ଘରକୁ ଫେରିଲେ । ଆଖିରୁ ବୋହି ଯାଉଛି ମାନିନୀ ପ୍ରତି ଥିବା ସମସ୍ତ ଭଲ ପାଇବାର ଅଶ୍ରୁ । ଆଲୋକ ଧର୍ଯ୍ୟ ଧରି ମାନିନୀ କୁ ପଚାରିଲେ, ମାନିନୀ ଡରି ଡରି ସବୁ ସତ କଥା ଆଲୋକ ଆଗରେ କହି ଦେଲେ । ଆଲୋକ ଏତେ ନିଶା ରେ ଥିଲା ଯେ, ସେ କେତେବେଳେ ଶୋଇଗଲା ସେ ବି ଜାଣିନାହାନ୍ତି । ଏମିତି ଦେଖୁ ଦେଖୁ ସାତ ଦିନ ବିତିଗଲା ଗଲା, ଆଲୋକ ଘରେ ରହିଲା ଏବଂ ଅଫିସ ଯିବା ବି ବନ୍ଦ କରି ଦେଇଥିଲା ।


    ସେ କଣ କରିବ କିଛି ବି ଜାଣି ପାରୁ ନ ଥାଏ । ମାନିନୀ ଏବେ ଆଲୋକର ଉପସ୍ଥିତରେ ମଧ୍ୟ ଲୁଚି ଲୁଚି କଥା ହେବାକୁ ଲାଗିଲା । ଆଲୋକଙ୍କୁ ରାଗ ଯେତିକି ଲାଗୁ ଥାଏ କଷ୍ଟ ତା ଠାରୁ ଦୁଇ ଗୁଣା ଲାଗୁଥାଏ । ଦିନେ ରାତିରେ ବସି କଣ କରିବ ଭାବି, ତାଙ୍କୁ ଉପାୟ ଆସିଲା, ଏବେ ମାନିନୀ ଙ୍କୁ ନେଇ ସଞ୍ଜୟ ପାଖରେ ଛାଡିବାକୁ ପଡିବ । ଆଲୋକ ଯେମିତି ନିଜ ଛାତି ଓପରେ ପଥର ଲଧି ଦେଲେ ।

  ସକାଳୁ ଜଲ୍ଦି ଉଠି ଓ ମାନିନୀ ଙ୍କୁ ଉଠାଇଲେ, ଦୁହେଁ ଲାଗିପଡିଲେ ପେକିଙ୍ଗ କରିବାକୁ । ରାତିରେ ବସ ଥାଏ ଭବାନୀପାଟଣା କୁ, ଦୁହେଁ ବସିଲେ ବସ ରେ । ଏକାଠି ବସିବା ସତ୍ୱେ ବି ପରସ୍ପର ସହ କୌଣସି କଥା ବାର୍ତ୍ତା ନ ଥାଏ । ସକାଳୁ ସକାଳୁ ବସ ଲାଗିଗଲା ଭବାନୀପାଟଣା ରେ ଜଣଙ୍କ ମୁହେଁ ହସର ଲହଡି ଖେଳୁଥାଏ ତ, ଅନ୍ୟ ଜଣଙ୍କ ଆଖିରୁ ଅଶ୍ରୁର ନଦୀ ବହୁ ଥାଏ । ଜଣେ ଖୁସିରେ ଫାଟି  ପଡୁଛି ତ, ଜଣେ ବେଦନାରେ ମର୍ମହୁତ ।


     ବସରୁ ଓଲ୍ଲାଇ ସଙ୍ଗେ ସଙ୍ଗେ ସଞ୍ଜୟ କୁ କଲ କଲେ ମାନିନୀ, ସଞ୍ଜୟ ଆସି ପହଞ୍ଚି ଗଲେ । ଆଲୋକ ଛାତିରେ କୋହକୁ ଚାପି ମାନିନୀ ଙ୍କୁ କହିଲେ " ଯାଅ ମାନିନୀ ତୁମର ଲକ୍ଷ୍ୟ ସ୍ଥଳ ଆସି ଯାଇଛି " । ନିଜ ସାମନ ଧରି ଚାଲିଲେ ମାନିନୀ ନିଜ ସଞ୍ଜୟ ଆଡକୁ । ସଞ୍ଜୟ ପାଖରେ ପହଞ୍ଚି ନିଜ ସାମନ ପକେଇ ଦେଇ ଦୌଡ଼ି ଆସିଲେ ଆଲୋକ ଆଡକୁ । ଦଉଡି ଆସି କୁଣ୍ଢାଇ ପକାଇଲେ ଆଲୋକ ଙ୍କୁ ଆଉ କହିଲେ Thanks You..... ଆଲୋକ । ସଞ୍ଜୟ ର ହାତ ଧରି ଆଲୋକ କୁ ଛାଡି ଦେଇ ପଳେଇଲେ । ଆଲୋକ ଚୁପ ଚାପ ପାଷାଣ ପରି ବସି ଥାନ୍ତି ବସ ଷ୍ଟାଣ୍ଡ ରେ । କିଛି ସମୟ ପରେ ନିଜର ଲୁହକୁ ପୋଛି ଭୁବନେଶ୍ୱର ଅଭିମୁଖେ ବାହାରି ପଡିଲେ ।


     ନିଜର ଦୈନିକ କାର୍ଯ୍ୟ ପରି କାର୍ଯ୍ୟ କରି ଚାଲିଲେ କିନ୍ତୁ ଅଫିସରୁ ଫେରିବା ସମୟରେ ମଦ୍ୟ ପାନ କରି ଫେରନ୍ତି । ମାନିନୀର ହସ ହସ ମୁଁହ କୁ ସେ କେବେ ବି ଭୁଲି ପାରୁ ନାହାନ୍ତି । ଏମିତି ଦେଖୁ ଦେଖୁ ୬ ମାସ ବିତିଗଲା । ହେଲେ ମାନିନୀ ସହ ବିଛେଦକୁ ବିଶ୍ଵାସ କରି ପାରୁ ନାହାନ୍ତି ଆଲୋକ । ଟିଭି ରେ ସମାଚାର ଦେଖୁ ଦେଖୁ, ସଞ୍ଜୟ କୁ ଧରି ନେଇଥିବା ସମାଚାର ଟୀ ଦେଖିବାକୁ ପାଇଲେ । ଏବଂ ସଞ୍ଜୟର ସତ୍ୟତା ମଧ୍ୟ ଜାଣିବାକୁ ପାଇଲେ, ସେ କେମିତି ସୋସିଆଲ ମେଡ଼ିଆ ଦ୍ୱାରା ଝିଅମାନଙ୍କୁ ନିଜ ପ୍ରେମ ଜାଲ ରେ ପକେଇ ସେମାନଙ୍କୁ ଅନ୍ୟ ରାଜ୍ୟ ରେ ବିକି ଦେଉଛି ।


   ଆଲୋକ ସଙ୍ଗେ ସଙ୍ଗେ ଭବାନୀପାଟଣା ବାହାରି ପଡିଲା । ଯାଇ ଭବାନୀପାଟଣା ପୋଲିସ ଷ୍ଟେସନ ରେ ପହଞ୍ଚି ଗଲେ । ସବୁକଥା ଯାଇ ପୋଲିସଙ୍କୁ କହିଲେ, ପୋଲିସ ଙ୍କର ବାରମ୍ବାର ପଚାର ରେ ମୁଁହ ଖୋଲିଲା ସଞ୍ଜୟ । ସେ କହିଲା ମାନିନୀ କୁ ହଇଦେ୍ରାବାଦ ରେ ବିକି ଦେଇଛି । ଆଲୋକ ହଇଦେ୍ରାବାଦ ଯାଇ ସେଠାକାର ପୋଲିସ ସାହାଯ୍ୟ ରେ ମାନିନୀକୁ ଉଦ୍ଧାର କରି ଘରକୁ ନେଇ ଆସିଲେ ।


    ନିଜର ଭୁଲ ପାଇଁ ଆଜିବି ଅନୁତପ୍ତ ମାନିନୀ । ଆଲୋକଙ୍କ ଆଖିରେ ଆଖି ମିଶାଇ ପାରୁ ନାହାନ୍ତି ମାନିନୀ ହେଲେ ଆଲୋକଙ୍କ ଭଲ ପାଇବା ଆଗ ଭଳି ପବିତ୍ର ଅଛି ମାନିନୀ ଙ୍କ ପାଇଁ ।

" ଭଲ ପାଇବା ଦୁଇଟି ହୃଦୟର ମିଳନ ଥାଏ,

ଯେତେ କଷ୍ଟ ଅସୁବିଧା ଥିଲେ ବି ପ୍ରେମ କେବେ ମରେନି ।"


Rate this content
Log in

Similar oriya story from Abstract