Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

ଅବିନାଶ ସାହୁ

Tragedy Inspirational

4.2  

ଅବିନାଶ ସାହୁ

Tragedy Inspirational

ମୁଁ କିନ୍ନର କହୁଛି

ମୁଁ କିନ୍ନର କହୁଛି

4 mins
254


ଗୌତମ ଓ ସୁକାନ୍ତି ଘରେ ଶୋକର ଛାୟା ଖେଳିଯାଇଥିଲା ଯେତେବେଳେ ତାଙ୍କ ଘରକୁ ନୂଆ ଅତିଥି ର ପାଦ ପଡିଥିଲା | ତାଙ୍କ ଘରେ ସବୁ ଚୁପଚାପ, କେହି କାହାକୁ କିଛିବି କହୁନାହାନ୍ତି, କାରଣ ଘରେ ଜନ୍ମ ନେଇଥିଲା ଜଣେ ନିଷ୍ପାପ କିନ୍ନର ଟେ | ସବୁ ଜାଣନ୍ତି ଶିଶୁ ଯାହାବି ହେଉନା କାଇଁ ମାଆ ବାପା ର ସେ ଗେଲ୍ହା | ତାର ବି ନାମ କରଣ ଧୁମଧାମ ରେ ପାଳନ କରା ଗଲା ଆଉ ତା ନା' ରଖାଗଲା ତ୍ରିଲୋଚନ |

   ଧିରେ ଧିରେ ତ୍ରିଲୋଚନ ବଡ ହେବାକୁ ଲାଗିଲା, ସେ ବଡ ହେବା ସହ ତାର ସ୍ଵଭାଵରେ ବି ପରିବର୍ତ୍ତନ ବି ଆରମ୍ଭ ହୋଇଗଲା | ସେ ଖେଳିଲା ବେଳେ ମା' ର ଚୁଡ଼ି ଆଉ ଶାଢ଼ୀ ବି ପିନ୍ଧି ଦିଏ | ଯେମିତି ତାର ବୟସ ବଢ଼ି ଚାଲିଥାଏ ସେହିପରି ତାର ସ୍ଵଭାଵରେ ପରିବର୍ତ୍ତନ ଘଟି ଚାଲିଥାଏ | 

 ଦେଖୁ ଦେଖୁ ତ୍ରିଲୋଚନ ୭ ବର୍ଷ ର ହୋଇଗଲା | ତା'ର ମା ରୋଷଇ ଘରେ କାମ କରୁଥିବା ବେଳେ ତ୍ରିଲୋଚନ ସେଠାକୁ ଯାଇ କହିଲା " ମା' ମୁଁ ତୁମ ପରି ହେବାକୁ ଚାହେଁ " ତା'ର ମା ସ୍ମିତ ହାସ୍ୟ ଦେଇ କହିଲେ, " ହଁ ହେଉନୁ ତତେ କିଏ ମନା କଲା କି, ହଉ ଯା ତୁ ସେ ଘରେ ପଢୁ ଥା ମୁଁ ରୋଷେଇ କରିକି ଡାକିବି ଖାଇବାକୁ " ମା କଥା ଶୁଣି ତ୍ରିଲୋଚନ ଦୌଡ଼ି ପଳେଇଲା | ତ୍ରିଲୋଚନ ର ଏମିତି କଥା ଶୁଣି ତାର ଆଖି ଛଳ ଛଳ ହୋଇ ଗଲା | 

 ତ୍ରିଲୋଚନକୁ ୭ ବର୍ଷ ହୋଇଥିବା ସତ୍ୱେ ବି ତାର ବାପା ମା ତାକୁ ସ୍କୁଲକୁ ଛାଡୁନଥିଲେ l କାଳେ ସବୁଲୋକ ସତ ଜାଣିଯିବେ, ଆଉ ତାର ସନ୍ତାନକୁ ଅପବାଦ ଦେବେ | ସୁକାନ୍ତି ଖାଇବା ସାରି ଶୋଇବାକୁ ଗଲେ, ମନର ଦୁଃଖକୁ ଗୌତମ ଆଗରେ ପ୍ରକାଶ କଲେ ଏବଂ କହିଲେ " ଶୁଣୁଛ ଆମ ଗେଲହୁ ଟା ଜିଦ୍ଦି ଧରିଲାଣି ସ୍କୁଲ ଯିବାକୁ, ତମେ ତ ଜନ ଆମ ଗେଲହୁ ସାଙ୍ଗର ସବୁପିଲା ସ୍କୁଲ ଗଲେଣି ଆମ ଗେଲହୁ ସବୁବେଳେ ମନ ଦୁଃଖ କରୁଛି ଯେ " ଗୌତମ ଧୀର ସ୍ୱରରେ କହିଲେ " ତମେ ତ ସବୁ ଜାଣ, କେମିତି କହିଲ ତାକୁ ଆମେ ସ୍କୁଲ ଛାଡ଼ିଦେବା "| ସଙ୍ଗେ ସଙ୍ଗେ ସୁକାନ୍ତି ନିଜ ମନକୁ ମାରି ଉତ୍ତର ଦେଲେ କହିଲେ, "ଚାଲ ଆମେ ତାକୁ ଝିଅ କରିକି ସ୍କୁଲ ପଠେଇ ଦେବା, ତାପରେ ଯାହା ହେବ ଦେଖାଯିବ " ଗୌତମ ହଁ ମାରିଲେ ଆଉ ସୋଇଗଲେ | 

 ରାତି ପାହି ସକାଳ ହେଲା, ଯେମିତି ସକାଳ ତ୍ରିଲୋଚନ ଜୀବନରେ ନୂତନ ରୂପ ନେଇ ଆସିଛି | ସୁକାନ୍ତି ତ୍ରିଲୋଚନକୁ ଗାଧେଇ ଦେଇ ଝିଅଙ୍କ ଡ୍ରେସ ପିନ୍ଧେଇଲେ, ତ୍ରିଲୋଚନ ପଚାରିଲା " ମା' ଆଜି କଣ ପାଇଁ ନୂଆ ଡ୍ରେସ", ତା ମା ହସିକି କହିଲା " ତୁ ପା କହୁଥିଲୁ ତୁ ମୋ ପରି ହେବୁ ବୋଲି " ତା ମା ଠାରୁ ଏମିତି ଶୁଣିକି ସେ ଖୁସି ହୋଇଗଲା | ସୁକାନ୍ତି ତାକୁ କହିଲେ ଆଜି ଠାରୁ ତତେ ତୋ ନାଁ ଯିଏ ପଚାରିବ, ତୁ ତୋ ନାଁ ତ୍ରିନେତ୍ରୀ ବୋଲି କହିବୁ | 

  ତାର ଗାଁ ପାଖ ସ୍କୁଲରେ ନାଁ ଲେଖା ହୋଇଗଲା | ତାର ପଢିବାର ଆଗ୍ରହ ଦେଖି ସ୍କୁଲ ର ସମସ୍ତ ଶିକ୍ଷକ ଆଉ ଶିକ୍ଷୟତ୍ରୀ ତାକୁ ପଢା ରେ ସାହାଯ୍ୟ କଲେ | ଏମିତି ଦେଖୁ ଦେଖୁ ତାର +୨ ବି ସରିଗଲା | ସେ +୩ ରେ ପଢିବାକୁ ଲାଗିଲା | ସେ ପଢା ରେ ଯେତେ ଭଲ ଥିଲା ଏବଂ ଦେଖିବାକୁ ସେତିକି ସୁନ୍ଦର ଥିଲା | ସେ ପଢିବା ସମୟରେ ତା'ର ବାରମ୍ବାର ବିବାହ ପ୍ରସ୍ତାବ ଆସିବାକୁ ଲାଗିଲା |ବହୁତ ଭଲ ବି ପ୍ରସ୍ତାବ ଆସିବାକୁ ଲାଗୁଥିଲା ବରଂ ତାଙ୍କ ଘର ଲୋକ ସବୁ ପ୍ରସ୍ତାବକୁ ମନା କରିଚାଲିଥାନ୍ତି | 

 କଥାରେ ଅଛି, ସତ କେବେ ଲୁଚି ରହେନା | ତ୍ରିନେତ୍ରୀର ସତ ବି ଗାଁ ସାରା ଡ଼ିବିଡ଼ିବି ହୋଇ ବୁଲି ଚାଲିଲା | ନିଜ ଗାଁ ଲୋକ ତାକୁ ନିନ୍ଦା କରିବାକୁ ଲାଗିଲେ | ସେ ଲାଜ ରେ ଘରୁ ବି ବାହାରି ପାରିଲା ନାଇଁ | ଏତେ ନିନ୍ଦା ଅପମାନ କିଏ ବା କେମିତି ସହିବ, ତାର ଯେମିତି ଚଞ୍ଚଳ ସମୁଦ୍ର ଶାନ୍ତ ହୋଇ ପଡିଛି |

 ସବୁ ଜାଣନ୍ତି ତୁଣ୍ଡ ବାଇଦ ସହସ୍ର କୋଷ l ଏହି କଥା ପବନ ପରି ମାଡି ଚାଲିଲା | କଥା ଯାଇ ପଡିଲା କିନ୍ନର ସମାଜ ପାଖରେ | କିନ୍ନର ମାନେ ଆସି ପହଞ୍ଚି ଗଲେ ତାଙ୍କ ଘର ପାଖରେ, ସେମାନେ ତ୍ରିନେତ୍ରୀକୁ ନେଇ ଯିବାକୁ ଜିଦ୍ଦି ଧରି ବସିଲେ ଆଉ ବୁଝାଇବାକୁ ବି ଲାଗିଲେ | ତ୍ରିନେତ୍ରୀ ସମେତ ତାଙ୍କ ଘରେ କାନ୍ଦର ବୋବାଳି ପଡି ଥାଏ | ତ୍ରିନେତ୍ରୀ ଇଛା ନଥିବା ସତ୍ୱେ ବି ତାକୁ ନେଇ ଗଲେ | ତାର ବାପା ମା ତାକୁ ଛାଡିବାକୁ ନାରାଜ ଥିଲେ |

 କିନ୍ନର ସମାଜରେ ଏକ ସୁନ୍ଦର କିନ୍ନରର ଆଗମନରେ ନାଚ ଗୀତ ଭୋଜି ର ଆୟୋଜନ ହେଲା | ସବୁ କିନ୍ନର ମାନେ ଖୁସିରେ ଝୁମୁଥାନ୍ତି, ହେଲେ ତ୍ରିନେତ୍ରୀର ନୟନରୁ ଅଶ୍ରୁର ଧାର ବୋହି ଚାଲିଛି | ସେ କେବେ ବି ନିଜର ପରିବାରକୁ ଛାଡି ଅଲଗା ରହିନୀ, ଏଇଟା ପୁଣି ଥିଲା ତା ପାଇଁ ନୂଆ ସମାଜ, କେମିତି ବା ସେଠି ରହିବ ଭାବି ଭାବି କିଛି ଦିନ ଚାଲିଗଲା | ତାର କିନ୍ନର ହେବାର ପ୍ରକ୍ରିୟା ଏବଂ ଟ୍ରେନିଂ ସବୁ ଶେଷ ପାହାଚରେ ପହଞ୍ଚି ଯାଇଥିଲା | ତାର ସମସ୍ତ ଟ୍ରେନିଂ ସରିଗଲା |

 ସେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଥିବାରୁ, ତାକୁ ଦେହ ବ୍ୟବସାୟରେ ଲାଗଇ ଦିଆ ଗଲା | ସେ ଏହି ଅନୈତିକ କାର୍ଯ୍ୟକୁ କରିବାକୁ ଲାଗିଲା | ତାର ଇଛା ନ ଥିବା ସତ୍ୱେ ତାକୁ ସେହି କାର୍ଯ୍ୟରେ ନିଓଜିତ କରି ରଖାଯାଉଥିଲା | ତାର ଏମିତି ବିଦ୍ରୋହକୁ କିନ୍ନର ମାନେ ସହି ପାରିଲେ ନାହିଁ | ଯେବେ ବିରୋଧ କଲା, ତାକୁ ମିଳିଲା ମାଡ ଆଉ ଗାଳି | ସେ ବସି ବସି ଉପାୟ ପାଞ୍ଚି ଚଳିଲା | ସେ ନିଷ୍ପତି ନେଲା କି ଏଥର ସେ ଏଠୁ ଲୁଚି ପଳାଇବ | 

  ଏମିତି ସୁଯୋଗ ତାକୁ ଥରେ ମିଳିଗଲା, ସେ ସେହି ନର୍କରୁ ଲୁଚିପଳେଇଲା ନିଜ ଘରକୁ | ଘରେ ସେ ଝାଳ ନାଳ ହୋଇ ପହଞ୍ଚି ଗଲା | ସେ ଯାଇ ଦେଖିଲା ତାର ଘରେ ଗୋଟେ ତାଲା ଝୁଲୁଛି | ସେ ଯେମିତି ତା ଘରେ ପହଞ୍ଚିଛି ସବୁ ଗାଁ ଲୋକ ରୁଣ୍ଡ ହୋଇ ତାକୁ ନିର୍ବାକ ଏବଂ ନିଶ୍ଚଳ ହୋଇ ଦେଖିବାକୁ ଲାଗିଲେ | 

 ସେ ଦୌଡ଼ି ଗଲା ନିଜ ଘର ପାଖ ମାଉସୀ ପାଖକୁ, ଆଉ ଯାଇ ପଚାରିଲା ତା ମା ବାପା କଥା, ମାଉସୀ କିଛି ସମୟ ନିରବ ରହି ନିଜ ଆଖି ଛଳ ଛଳ କରି କହିଲେ, " ତୁ ଯିବାର କିଛି ଦିନପରେ, ସେମାନେ ତତେ ଝୁରି ଝୁରି ରାସ୍ତାରେ ଆସୁଥିବାବେଳେ ଗୋଟେ ଟ୍ରକ ତୋ ବାପା ମା ଓପରେ ଚଢି ଗଲା | ବସ ଏତିକି ଶୁଣିବା ମାତ୍ରେ ତ୍ରିନେତ୍ରୀ ଆଖି ଛଳ ଛଳ କରି ଚାଲିବାକୁ ଲାଗିଲା, ଗାଁ ଲୋକ ଯିଏ ଯାହା କହିଲେ ବି ତାକୁ ଯେମିତି କିଛିବି ଶୁଭୁ ନ ଥିଲା | ସେ ପୁଣି ଫେରି ଗଲା ସେଇ ନର୍କକୁ |

 ପ୍ରଶ୍ନ ଟିଏ ଆପଣ ମାନଙ୍କ ପାଇଁ, ଏଠି କାହାର ଭୁଲ? ସେ କଣ କିନ୍ନର ହୋଇ ଜନ୍ମ ନେବା ଟା ଭୁଲ? କଣ ଆମ ସମାଜ ସେମାନଙ୍କୁ ସମ୍ମାନ ସହ ବଂଚିବାକୁ ଦେଇ ପାରିବ? କଣ ଆମେ ତାଙ୍କୁ ସେତିକି ଭଲ ପାଇବା ଦେଇ ପାରିବା? 


Rate this content
Log in

More oriya story from ଅବିନାଶ ସାହୁ

Similar oriya story from Tragedy