ଅବିନାଶ ସାହୁ

Horror Thriller

4.8  

ଅବିନାଶ ସାହୁ

Horror Thriller

କାଳରାତ୍ରି

କାଳରାତ୍ରି

4 mins
525


ସେଦିନ ପ୍ରଜାପତି ମଣ୍ଡପରେ ଅଭୟ ଓ ମାନିନୀର ବିବାହ ହେବାର ଥାଏ | ବରର ସାଙ୍ଗମାନେ ମଣ୍ଡପରେ ପହଂଚି ବର ଏବଂ କନିଆର ଅପେକ୍ଷାରେ ଥାନ୍ତି । ପ୍ରଜାପତି ମଣ୍ଡପଟିର ଢାଞ୍ଚା ପୁରାତନ ରାଜା ମହାରାଜାର ମହଲ ପରିହୋଇଥାଏ | ମଣ୍ଡପ ଚକା ଚକ ଏବଂ ରଂଗ ବେରଙ୍ଗର ଫୁଲ ଏବଂ ଆଲୁଅ ରେ ସଜା ହୋଇଥାଏ | ମଣ୍ଡପ ଟି ଫିକା ଲାଗୁଥାଏ, ବର ଏବଂ କନିଆର ଅନୁପସ୍ଥିତି ପାଇଁ, ବିଭିନ୍ନ ପ୍ରକାର ଗୀତରେ ଅଭୟର ସାଙ୍ଗମାନେ ନୃତ୍ୟ କରୁଥାନ୍ତି | 

ପ୍ରାୟ ସନ୍ଧ୍ୟା ୯ଟା ହେବା ଉପରେ | ଅଭୟ ଏବଂ ମାନିନୀ ଏକାସାଙ୍ଗରେ ମଣ୍ଡପ ଭିତରକୁ ପ୍ରବେଶ କଲେ |ପ୍ରବେଶ କରିବା ମାତ୍ରେ ମଣ୍ଡପର ଛାତରୁ ପୁଷ୍ପ ବୃଷ୍ଟି ହେବାରେ ଲାଗିଲା | ଦୁହେଁ ବହୁତ ଖୁସି ହେଲେ |ଦୁହେଁ ଯାଇ ମଣ୍ଡପର ଷ୍ଟେଜ ଉପରେ ବସିଗଲେ |ଅଭୟର ସାଙ୍ଗମାନେ ନାରାୟଣ, ଦାମ, ଉଦୟ, ସିପ୍ରା, ମଞ୍ଜୁ, ଅନିଲ, ସମସ୍ତେ ଯାଇ ଷ୍ଟେଜ ରେ ପହଁଚିଲେ | ହସିମଜାକ ମଧ୍ୟ ଆରଂଭ ହୋଇଗଲା | ସବୁସାଙ୍ଗମାନେ ମିଶିକି ଅଭୟର ଗୋଟେ ଗୋଟେ ଗୋପନ କଥା ତାର ଖୋଲୁ ଥାନ୍ତି ମାନିନୀ ପାଖରେ ଏବଂ ସମସ୍ତେ ମଜା ନେଉ ନାହାନ୍ତି | 

ପ୍ରାୟ ସମୟ ୧0 ଟା ୩0 ମି. ହୋଇ ଯାଇଥାଏ |ସମସ୍ତେ ଏହି ମୁହୂର୍ତ୍ତକୁ ଆନନ୍ଦ ଏବଂ ଉଲ୍ଲାସରେ କଟାଉଥାନ୍ତି | ଅଭୟ ତା'ସାଙ୍ଗମାନଙ୍କୁ କହିଲା "ମୁଁ ଟିକେ ଆସୁଛି ରେ" କହି ଚାଲିଗଲା | କିଛି ସମୟ ପରେ ମଣ୍ଡପର ସବୁ ବତୀ ଦପଦପ ହେବାରେ ଲାଗିଲା ଏବଂ ଛାତରେ ଲାଗିଥିବା ଝୁମର ଟି ଆପେ ଆପେ ଖସିଗଲା ଏବଂ ଝୁମରର ତୀକ୍ଷ୍ଣ ପରି ଲୁହା ଓ କାଚ ରାମ ଓ ଲିଜା ଦେହରେ ଫୁଟି ଗଲା ଓ ସେମାନେ ଦୁହେଁ କିଛି ଭାବିବା ପୂର୍ବରୁ ମରିଗଲେ | ସେଠାରେ ଉପସ୍ଥିତ ଅନ୍ୟ ମାନେ ଅଧର୍ଯ୍ୟ ହୋଇ ଚିତ୍କାର କରିବାକୁ ଲାଗିଲେ ଓ ଏଣେ ତେଣେ ଦୌଡିବାକୁ ଲାଗିଲେ ସେମାନଙ୍କୁ ଏକାଠି କରିଲା ନାରାୟଣ, ପୋଲିସକୁ ଫୋନ କରିବାକୁ ଲାଗିଲା କିନ୍ତୁ ତାର ଫୋନ ଲାଗିଲା ନାହିଁ | 

ସେ ଦେଖିଲାକି ତାର ସାଙ୍ଗ ମାନିନୀ ଓ ଉଦୟ ସେଠାରେ ନାହିଁ | ନାରାୟଣ ସେମାନଙ୍କୁ ଖୋଜିବାକୁ ଗଲା ତାର ଅନ୍ୟ ସାଙ୍ଗ ମାନଙ୍କ ସହ | ଦୌଡ଼ା ଦୌଡି ଭିତରେ ମାନିନୀ ଉପରେ ମହଲାର ଏକ ସିନ୍ଧୁକ ପାଖରେ ଲୁଚିଯାଇଥିଲା | ସେ ଟିକେ ଆଶ୍ଚର୍ଯ୍ୟ ହେଲା | ତଥାପି କବାଟ ଖୋଲି ଯାଇଥିଲା ସେଇ ଘରକୁ ଏହି ସମୟରେ କରେଣ୍ଟ ପଳେଇଲା | ଏକଜୁଟ ହୋଇ ଥିବା ଲୋକମାନେ ମୋବିଲେର ଟର୍ଚ୍ଚ ଜଳାଇଲେ | ଠିକ ସେହି ସମୟ ରେ ତାଙ୍କ ଆଗରେ ଏକ ଧଳା ଶାଡୀ ପିନ୍ଧା ଓ ଚୁଟି ଖୋଲା କରି ଛିଡା ହୋଇଥିଲା ଏକ ଝିଅ | ସବୁ ଚମକି ପଡିଲେ ଓ ଚିତ୍କାର କଲେ | ସେ ସେଠାରୁ ଉଭାନ ହୋଇଗଲା | ସମସ୍ତେ ଏଣେ ତେଣେ ଦୌଡିବାକୁ ଲାଗିଲେ | ସମସ୍ତେ ଅଲଗା ଅଲଗା ହୋଇଗଲେ | ଜଣେ ବୃଦ୍ଧ ଟିଏ ଉପର ମହଲା କୁ ପଳେଇଗଲେ | ସେଇଠି ସେହି ଭୁତ ଟି ବୃଦ୍ଧର ଛାତି ଫାଡ଼ିଦେଲା | ଏମିତି ଲାରି ଭୂତଟି ସମସ୍ତ ଙ୍କୁ ମାରିଦେଲା | 

ନାରାୟଣ ଏବଂ ସେମାନଙ୍କର ସାଙ୍ଗମାନେ ଉଦୟ କୁ ଖୋଜିବାକୁ ଲାଗନ୍ତି | ଏହି ସମୟରେ ଭୂତଟି ଏକ ବିକଟାଳ ଚିତ୍କାର ସହ ମାଡିଆସିଲା ସେମାନଙ୍କ ଆଡକୁ ମାଡିଆସିଲା | ପବନ ର ବେଗରେ ସେମାନଙ୍କ ପାଖରେ ହୋଇ ସେ ଚାଲିଗଲା | ସମସ୍ତେ ଡରିଡରିକି ଥାନ୍ତି | ସେମାନେ ଅଭୟ କୁ ଡାକି ଡାକି ଆସି ପହଁଚିଲେ, ଯେଉଁଠି ସବୁ ଲୋକ ଥିଲେ | ସେମାନେ ଆସି ଦେଖିଲେ ସମସ୍ତଙ୍କ ରକ୍ତାକ୍ତ ଶରୀର | 

ପବନର ବେଗରେ ସହ ଆସି ଭୂତଟି ସିପ୍ରା ର ଗୋଟିଏ ଗୋଡ଼କୁ କାଟିନେଇଗଲା ଏବଂ ସେ ଚିତ୍କାର କରିବାକୁ ସହ ଭୂଇଁ ରେ ପଡିଗଲା | ନାରାୟଣ ଯାଇ ସିପ୍ରା କୁ ଧରିବାକୁ ଚେଷ୍ଟା କଲା କିନ୍ତୁ ଭୂତଟି ନାରାୟଣ କୁ ଠେଲିଦେଇ ସିପ୍ରାର ଛାତି ଉପରେ ବସିପଡିଲା ଓ ସିପ୍ରା ର ଛାତିକୁ ଫାଡି ରକ୍ତ ପାନ କରି ବିକଟାଳ ଚିତ୍କାର ସହ ଭୟଙ୍କର ମୁହଁକୁ ଦେଖାଇ ହସିବାକୁ ଲାଗିଲା | 

ତାର ଭୟଙ୍କର ରୂପ ଏବଂ ବିକଟାଳ ସ୍ୱର ଶୁଣି ସମସ୍ତେ ସେଠାରୁ ଦୌଡିବାକୁ ଲାଗିଲେ |କିନ୍ତୁ ଅନିଲ ସେମାନଙ୍କ ଠାରୁ ଅଲଗା ହୋଇ ମଣ୍ଡପର ମୁଖ୍ୟ ଦ୍ୱାରର କବାଟ ଖୋଲିବାକୁ ଦୌଡ଼ି ଚାଲିଲା | କବାଟ ଆଗରେ ଭୂତଟି ଛିଡା ହୋଇ ଗଲା ଏବଂ ତାର ହସ ବହୁତ ଭୟଙ୍କର ଥିଲା | ସେ ନାରାୟଣ ଆଉ ତା ସାଙ୍ଗମାନଙ୍କୁ ଅନାଇ ଅନିଲର ମୁଣ୍ଡକୁ ଅଲଗା କରିକି ମାରି ଦେଲା | ସେହି ମଣ୍ଡପର ଏକ କର୍ଣ୍ଣରେ ଛୋଟିଆ ମନ୍ଦିର ଟିଏ ଥାଏ | ସେମାନେ ମନ୍ଦିର ପାଖ ଦେଇ ଗଲା ବେଳେ ସେଇ ମନ୍ଦିରରେ ଆଶ୍ରୟ ନେଲେ | ସେମାନେ ସେଠାରେ ଏକ ଗଙ୍ଗା ଜଳ ପାତ୍ରଟିଏ ଦେଖିଲେ | ମଞ୍ଜୁ ସେଇ ପାତ୍ରଟିକୁ ଉଠାଇ, ଭୂତ ଉପରେ ଗଙ୍ଗାଜଳକୁ ଛିଞ୍ଚି ଦେଲା ଭୂତଟି ଉଭାନ ହୋଇ ଗଲା | ସେମାନେ ଏକ ଦୀର୍ଘ ନିଶ୍ୱାସ ଛାଡି ମାଡି ଚାଲିଲେ ମଣ୍ଡପର ମୁଖ୍ୟ ଦ୍ୱାର ଆଡକୁ |

    ସେମାନେ ମୁଖ୍ୟ ଦ୍ୱାର ପାଖାପାଖି ହୋଇ ଯାଇଥିଲେ, ଠିକ ସେଇ ସମୟରେ ମଞ୍ଜୁ ମୁଣ୍ଡ ଓପର ଦେଇ ପାରାଟି ଉଡ଼ିଗଲା ତାର ଫଡ ଫଡ ଶବ୍ଦରେ ମଞ୍ଜୁ ଚମକି ପଡିଲା ଏବଂ ତା ହାତରୁ ଗଙ୍ଗାଜଳ ପାତ୍ରଟି ଖସି ପଡିଲା | ସବୁ ଗଙ୍ଗାଜଳ ଢାଳି ହୋଇ ଗଲା | ପବନର ବେଗରେ ଭୂତଟି ଆସି ଅନ୍ୟମାନଙ୍କୁ ଠେଲି ଦେଇ, ମଞ୍ଜୁର ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ି ନେଇ କାନ୍ଥରେ ମୁଣ୍ଡଟିକୁ ପିଟି ଦେଇ ତାକୁ ମାରି ଦେଲା | ଏହା ଦେଖି ନାରାୟଣ, ଦାମ ଏବଂ ସୁଭଦ୍ରା ଦୌଡିବାକୁ ଲାଗିଲେ ସେଇ ମନ୍ଦିର ଆଡକୁ | ଦୋୖଡିକି ଗଲାବେଳେ ଭୂତଟି ଦାମକୁ ପଛରୁ ଧରି ପକାଇଲା, ସେ ଯେତେ ଦୌଡିବାକୁ ଚେଷ୍ଟା କଲେ ମଧ୍ୟ ସେ ଦୌଡ଼ି ପାରିଲା ନାହିଁ | ସେ ଦାମକୁ ମଝିରୁ ଫାଡି ଦୁଇ ଭାଗ କରି ଅଲଗା କରି ଦେଲା |

  ନାରାୟଣ ଏବଂ ସୁଭଦ୍ରା ମନ୍ଦିର ପାଖା ପାଖି ହୋଇ ଯାଇଥିଲେ, ଠିକ ଏହି ସମୟରେ ଭୂତଟି ସୁଭଦ୍ରାକୁ ଧରି ପକାଇଲା | ନାରାୟଣ ତରବର ହୋଇ କିଛି ଖୋଜୁଥାଏ | ଏବଂ ତା ହାତରେ ଲାଗିଲା ସିନ୍ଦୁର ବୋଳା ତ୍ରିଶୂଳଟିଏ ମିଳିଲା | ଭୂତଟି ସୁଭଦ୍ରାକୁ ଘୋଷାଡ଼ିକି ନେଉଥିବାର ଦେଖି ନାରାୟଣ ଦୌଡ଼ି ଗଲା ଭୂତ ପାଖକୁ | ସେ ଭୂତକୁ ନିଜ ସହ ସଂଘର୍ଷ କରିବାକୁ ବାଧ୍ୟ କରୁଥାଏ ଏବଂ ସୁଭଦ୍ରାକୁ ଛାଡିବାକୁ କହୁଥାଏ | ସେ ସୁଭଦ୍ରାକୁ ଠେଲି ଦେଲା ଏବଂ ନାରାୟଣକୁ ଧରିବାକୁ ଲାଗିଲା | ନାରାୟଣ ସେଇ ତ୍ରିଶୂଳଟିକୁ ଭୂତ ଛାତିରେ ଭୁସି ଦେବାକୁ ଯାଉଥିବା ସମୟରେ, ନାରାୟଣର ନିଦ ଭାଙ୍ଗିଗଲା | ନାରାୟଣ ଦେହରୁ ଗମ୍ ଗମ୍ ଝାଳ ବୋହି ଯାଉ ଥାଏ ଆଉ ତାକୁ ମଧ୍ୟ ଟିକେ ଟିକେ ଡର ଲାଗୁଥାଏ |ସେ ବିଛଣା ଛାଡି ଉଠି ଗଲା |


Rate this content
Log in

Similar oriya story from Horror