ଅବିନାଶ ସାହୁ

Abstract

4.5  

ଅବିନାଶ ସାହୁ

Abstract

ମୁକ୍ତ ବିହଙ୍ଗ

ମୁକ୍ତ ବିହଙ୍ଗ

5 mins
315


ଯାଜପୁର ର ଏକ ଛୋଟ ଗ୍ରାମ ରଘୁନାଥପୁର ର ନିଖିଲ, ମଧ୍ୟମ ଘର ଚଳଣି ପରିବାର ରେ ଜନ୍ମ ଓ ସେ ଘରର କନିଷ୍ଠ ପୁତ୍ର | ଘରର ସମସ୍ତ ଆଶା ଓ ଭରଷା ନିଖିଲ ଓପରେ ଓ ସେ ଥିଲା ଘରର ପ୍ରିୟ | ସେ ଦେଖିବାକୁ ଯେତେ ସୁନ୍ଦର ଓ ତା 'ର ବ୍ୟବହାର ଆଚାର ଏବଂ କହିବା ଶୈଳୀ ଥିଲା ସେତିକି ସୁନ୍ଦର | ସେ ପଢ଼ା ଓ ଲେଖାରେ ମଧ୍ୟ ଥିଲା ଧୁରନ୍ଧର ଆଉ ଚାଲାକ | ଗୋଟେ କାରଣ ପାଇଁ ସେ ଗାଳି ଶୁଣୁଥିଲା , ସେ ସାଙ୍ଗମାନଙ୍କ ସହ ବହୁତ ସମୟ ବ୍ୟତୀତ କରୁଥିଲା ସେ ଘରଲୋକଙ୍କୁ ଯେତେ ସମ୍ମାନ କରେ ସେ ସେତିକି ଗାଁ ଲୋକଙ୍କୁ ବି ସମ୍ମାନ କରେ |


ଇଛା ନ ଥିବା ସତ୍ୱେ ଘର ଲୋକଙ୍କ ବାଧ୍ୟ ରେ ଏକ ପ୍ରବେଶିକା ପରୀକ୍ଷା ଦେଲା ଓ ଉତୀର୍ଣ୍ଣ ହୋଇ, ସେ ଚାଲିଲା ସ୍ମାର୍ଟ ସିଟି ଜନବହୁଳ ଅଞ୍ଚଳ ଭୁବନେଶ୍ୱର କୁ, ସେଠି ଥିବା ଏକ ସରକାରୀ ଶିକ୍ଷାନୁଷ୍ଠାନ ରେ ନିଜର ଶିକ୍ଷା ଆରମ୍ଭ କଲା | ସେ ସାଙ୍ଗମାନଙ୍କ ସହ ମିଶି ଏକ ଭଡା ଘରେ ରହିଲେ |


ସୂର୍ଯ୍ୟ ପ୍ରଥମ କିରଣ ଯେମିତି ତାକୁ ଅପେକ୍ଷା କରିଥିଲା ଏକ ନୂତନ ଆଉ ବଡ ପରିବର୍ତ୍ତନ କୁ | ସେ ବିଳମ୍ବ ସକାଳ ରେ ଉଠି ତରତର ହୋଇ ବାହାରିଲା ସାଙ୍ଗ ସହ ଅନୁଷ୍ଠାନ କୁ | ବିଳମ୍ବ ହେବାରୁ ଦୌଡି ଦୌଡି କ୍ଲାସ କୁ ଯାଉଥିଲା, ନିଜ କ୍ଲାସ କୁ ପଶିବା ପୂର୍ବରୁ ଝରକା ଫାଙ୍କ ଦେଇ କ୍ଲାସ ର ଶେଷ ଧାଡି ରେ ବସିଥିବା ଅତି ସୁନ୍ଦରୀ ତରୁଣୀ ଓପରେ , ନିଖିଲ ର ନଜର ଅଟକି ଯାଇଥିଲା | ସେ ସେହି ଝରକା ପାଖରେ ଟିକେ ଅଟକିଗଲା, ଯେମିତି ତାର ଏତେ ଦିନର କ୍ଲାନ୍ତ ଦୌଡ଼ ସମାପ୍ତ ହୋଇଗଲା କି ! ସେ ଝିଅର ହସ ଦେଖି, ନିଖିଲ ବି ଟିକେ ହସିଦେଲା ଆଉ କ୍ଲାସ କୁ ପ୍ରବେଶ କଲା | ସେ ଯାଇ ବସିଲା ଶେଷ ଧାଡ଼ିର ତିନିଟି ଧାଡି ପୂର୍ବରୁ ବସିଲା, କିନ୍ତୁ ତା 'ର ଆଖି ଯେମିତି ଅଦୃଶ୍ୟ ଶକ୍ତି ଦ୍ୱାରା ଟାଣି ହେଇଯାଉଥିଲା ଶେଷ ଧାଡ଼ିର ସେଇ ଝିଅ ଆଡକୁ | କିଛି ଦିନ ବିତିଗଲା ଏମିତି ଦେଖୁ ଦେଖୁ, ପରେ ସେ ଜାଣିବାକୁ ପାଇଲା ତା ନାଁ ଅନୁ ବୋଲି |


ଅନୁ କେନ୍ଦ୍ରାପଡ଼ା ର ଢ଼ିଙ୍କିଆ ଗାଁ ର ଏକ ଗରିବ ପରିବାର ରେ ଜନ୍ମ | ସେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର, ଯେମିତି ସ୍ୱୟଂ ଚନ୍ଦ୍ରମା ତଳକୁ ଆସିଯାଇଛି କି ! ସେ ବି ଘରର କନିଷ୍ଠା, କହିବାକୁ ଗଲେ ତା'ର ପରିବାରରେ ମା' ହିଁ ଥିଲା ଆଶା ଓ ଭରସା | ତା'ର ଜନ୍ମ ହେବାର କିଛି ଦିନ ପୂର୍ବରୁ ଘଞ୍ଚ ଅରଣ୍ୟ ପରି ଜନ ଗହଳି ରେ କୁଆଡେ ହଜି ଯାଇଥିଲେ ତା'ର ପିତା | ସେ ଜନ୍ମ ହେବା ପର ଠାରୁ କେବେ ନିଜ ପିତାଙ୍କୁ ଭେଟି ନାଇଁ, ନିଜ ମନ ମନ୍ଦିରରେ ତାଙ୍କର ପ୍ରତିମୂର୍ତ୍ତି ଆଙ୍କି ତାଙ୍କର ଫେରିବା ବାଟକୁ ଚାତକ ପରି ଅନାଇ ରହି ଥାଏ | ସେ ଅନେକ ଥର ଚିଠି ଲେଖି ଚାଲିଥାଏ ନିଜ ପିତାଙ୍କ ପାଖକୁ, ପରନ୍ତୁ ସଠିକ ଠିକଣା ନ ଦେବାରୁ ଚିଠିଟି ଫେରିଆସୁଥାଏ ତା ପାଖକୁ | ନିଜ ଆଖିରେ ଅନେକ ସ୍ବପ୍ନ ନେଇ ସେ ବାହାରି ଚାଲିଲା ଭୁବନେଶ୍ୱର କୁ ପଢିବାକୁ, ଗଲାବେଳେ ମା' କୁ ଶପଥ ଦେଇ ବାହାରିଲା, ସେ କେବେବି ଭୁଲ ପଥ ର ପଥିକ ହେବ ନାଇଁ ବୋଲି |


ଧିରେ ଧିରେ ତାଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଗଲା | ତାଙ୍କ କ୍ଲାସ ନିଖିଲ ଥିଲା ସବୁଠୁ କୌତିକିଆ ପିଲା, ସେ ମଜା ମଜା କଥା କହି ସମସ୍ତଙ୍କ ମନ କିଣି ନେଉଥିଲା, ଯିଏ ଯେତେ ଦୁଃଖ ରେ ଥିଲେ ବି ତା କଥା ଶୁଣି ମୁରୁକି ହସା ଟେ ମାରି ଦିଏ | ହେଲେ ଅନୁ ଥିଲା ଅତ୍ୟନ୍ତ ଗପୁରୀ, ଏତେ ଗପେ ଯେ ତା ସହ କଥା ହେଲାବେଳେ ସମୟ ଜ୍ଞାନ ଶୂନ ହେଇ ଯାଏ | ନିଖିଲ ଆଉ ଅନୁ ଭିତରେ ବନ୍ଧୁତା ମଜବୁତ ହେଇ ଚାଲିଲା | ସେ ଦୁହେଁ ପରସ୍ପର କୁ ପସନ୍ଦ କରିବାକୁ ଲାଗିଲେ |


ଥରେ ତାଙ୍କ ସ୍କୁଲ ରେ କିଛି କାମ ଚାଲିଥିଲା ବେଳେ ନିଖିଲ ର ସାଙ୍ଗ ଅନୁ କୁ କହିଲା, ତମେ ନିଖିଲ ର ଫୋନ ନଂ ନେଇଯାଅ, କିନ୍ତୁ ଅନୁ କହିଲା ମୋ ପାଖେ ନିଖିଲ ନଂ ଅଛି | ଏକଥା ଶୁଣି ନିଖିଲ କିଛି ସମୟ ନିର୍ବାକ ହୋଇ ଅନୁ ମୁଁହ କୁ ଚାହିଁ ଘରକୁ ଫେରିଆସିଲା | ଘରେ ବସି ବସି ଅନୁ କଥା ଭାବିଲା, ଅନୁ କଉଠୁ ତା ନଂ ପାଇଲା ? ଅନେକ ସମୟ ଭାବିଲା ପରେ ନିଖିଲ ବୁଝି ଗଲା କି, ସେ ଥରେ ଦୁଇ ଥର ଭୁଲ ନଂ ରେ କଲ କରି ତା ସହ କଥା ହୋଇଛି, ଯେବେ ସେ ଗାଁ ରେ ଥିଲା | ସେ ଯାଇ ଅନୁ କୁ କ୍ଷମା ମାଗିଲା, ଅନୁ ମୁରୁକି ହସା ମାରି କହିଲା , ଯାହା ହେଲା ଭଲ ହେଲା ଆଉ ସେ ପଳାଇଲା | ଏତିକି କଥା ଶୁଣି ନିଖିଲ ପିଣ୍ଡ ରେ ଯେମିତି ପ୍ରାଣ ପଶିଲା ଆଉ ସେ ବି ପଳାଇଲା |


ନିଖିଲ ଆଉ ଅନୁ ର ନିବିଡ଼ ହୋଇ ଚାଲିଥାଏ | ନିଖିଲ ଜାଣିପାରି ନଥିଲା, ସେ କେବେ ଅନୁ କୁ ମନେ ମନେ ପସନ୍ଦ କରି ସାରିଛି | ସେ ଅନୁ ର ମୁଁହ ରେ ଯେବେ ଛୋଟିଆ ସ୍ମିତହାସ୍ୟ ଟିଏ ଦେଖି ଦିଏ ସେ ବି କୁଲୁରୀ ଉଠେ | ଥରେ ଅନୁ ର ଦେହ ଖରାପ ହୋଇଥାଏ, କିନ୍ତୁ ନିଖିଲ ନିଜ ଦେହ ଖରାପ ଅଛି ବୋଲି କହି ଔଷଧ ଧରି ଚାଲିଆସିଥିଲା ଅନୁ ପାଇଁ, କି ସୁନ୍ଦର ପ୍ରେମ ର ଆଗମନ ଥିଲା | ଧିରେ ଧିରେ ଅନୁ ବି ନିଖିଲ କୁ ପସନ୍ଦ କରି ସରିଥାଏ |


ପରସ୍ପରକୁ ପସନ୍ଦ କରିବା ସତ୍ୱେ ଦୁଇ ଜଣଙ୍କ ଓ଼ଷ୍ଠ ଯେମିତି ଶିଥଳତା ପଡିଯାଇଛି, ହେଲେ ନିରବ ଆଖି ଦୁଇଟି ହେଲେ କହି ଦେଉଥାଏ ସବୁ | ପରସ୍ପରକୁ ସମ୍ମାନ ଜଣେଇ ପୂର୍ଵପରି ମିଶିଚାଲିଲେ, ବରଂ କେବେବି ପରସ୍ପର ପ୍ରତି ଥିବା ନିଜର ଆବେଗକୁ କେବେବି ପରିପ୍ରକାଶ କରିପାରନ୍ତି ନାଇଁ | ନିଜର ଆବେଗ ଓ ପରସ୍ପର ପ୍ରତି ଥିବା ଦୃର୍ବଳତାକୁ ପରିପ୍ରକାଶ କରିବାଟା ଯେମିତି ଦୁହିଁଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇ ପଡିଥିଲା |


ଏମିତି ଗଡ଼ାଣି ଉଠାଣି ପରିସ୍ଥିତି ଦେଇ ତାଙ୍କର ପଢା ଶେଷ ହେବା ଉପରେ | ହେଲେ ନିଜର ଆବେଗ ଓ ଦୃର୍ବଳତା କେବେ ହେଲେ ପରିପ୍ରକାଶ କରିପାରୁନଥିଲେ ଦୁହେଁ | ପରସ୍ପରଙ୍କ ଆଖିରେ ଝଲସି ଉଠି ପଡୁଥାଏ ପ୍ରେମର ଏକ ଝଲକ | ତାଙ୍କର ଅନ୍ତିମ ପରୀକ୍ଷା ଶେଷ ହୋଇଗଲା | ନିଖିଲ ଅନୁ କୁ ତା'ର ଗାଁ କୁ ଥିବା ଶେଷ ଗାଡି ରେ ବସେଇ ଦେଇଥିଲା | ଗାଡ଼ିରେ ବସିଲା ବେଳେ ଦୁଇଜଣଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିବା ସତ୍ୱେ, ସେମାନେ ନିଜର କୋହକୁ ଲୁଚାଇ ପରସ୍ପରକୁ ବିଦାୟ ଦେଲେ | କଥାରେ ଅଛି ପ୍ରେମ ଶବ୍ଦଟି ଏତେ ମଧୁର ଯେ କି, ଯିଏ ପ୍ରେମ ର ସମୁଦ୍ର ରେ ବୁଡ଼ ଲଗାଇଛି ସେ ହିଁ ସେ ମଧୁ ର ସ୍ୱାଦ ଚାକିଛି |


ପରସ୍ପର ଅଲଗା ହେଲା ପରେ ମଧ୍ୟ ଦୁଇଜଣଙ୍କର ମାଧ୍ୟମ ହେଲା ଫୋନ | ସେମାନେ ପରସ୍ପର ସହ ବହୁତ ସମୟ ଗପନ୍ତି, ଆଉ ତାଙ୍କ ସମ୍ପର୍କ ମଧୁର ଏବଂ ନିବିଡ ହେଇଚାଲିଛି | ତଥାପି ନିଜର ଆବେଗକୁ କେବେ ପ୍ରକାଶ କରିବେ ତାର ଅପେକ୍ଷା |


ନିଖିଲ ଏବେ ଚାକିରୀ ଖୋଜୁଛି, ଭଲ ଚାକିରୀ କଲା ପରେ ଯଦି ନିଖିଲ ର ଓ଼ଷ୍ଠ ରୁ ଯଦି ଅନୁ ପାଇଁ ପ୍ରେମ ନିବେଦନ ବାହାରେ ଆଉ ଅନୁ ତା'ର ନିବେଦନ କୁ ସ୍ୱାଗତ ଜଣାଏ ସେ ଦିନକୁ ଆପେକ୍ଷା | ଅପେକ୍ଷା ସେ ଦିନକୁ ଯେଉଁ ଦିନ ଅନୁ ନିଜ ଚିଠି ର ପ୍ରକୃତ ଠିକଣା ପାଇବାକୁ |


ଅପେକ୍ଷା ସେଦିନ କୁ, ମୁକ୍ତ ଆକାଶ ର ମୁକ୍ତ ବିହଙ୍ଗ ହୋଇ କେତେ ଉଡିବେ ଆଉ ନିଜ ବସା ଘରକୁ ଫେରିବେ |




Rate this content
Log in

Similar oriya story from Abstract