ଅବିନାଶ ସାହୁ

Inspirational

4.6  

ଅବିନାଶ ସାହୁ

Inspirational

ନିର୍ମଳ ଆକାଶ

ନିର୍ମଳ ଆକାଶ

1 min
258


ଜନ ଶୂନ୍ୟ ରାସ୍ତାରେ ଆଜି ବିତରଣ କରୁଛନ୍ତି ପଶୁ ଆଉ ପକ୍ଷୀ । ଆଜି ମଣିଷ ରହୁଛି ଘରେ ପଶୁ ପକ୍ଷୀ ବୁଲୁଛନ୍ତି ନିର୍ଭୟରେ । ପ୍ରଶ୍ନଟିଏ ଉଠେ ମନେ, କେତେଦିନ ରହିବ ତାଙ୍କର ସ୍ୱାଧୀନତା ? ମଣିଷ ନିଜ ସ୍ୱାର୍ଥ ପାଇଁ ସିନା ଆଜି ତାଙ୍କୁ ସ୍ୱାଧୀନତା ମିଳିଛି ।


ଆସନ୍ତା କାଲିର ଦୃଶ୍ୟ, ଯେଉଁ ସହରରେ ପ୍ରଜାପତି ଦେଖିବା ଏକ ସ୍ବପ୍ନ, ସେଇ ସହରରେ ଆଜି ପ୍ରଜାପତି ଗୁଚ୍ଛ । ଓଃ କି ସୁନ୍ଦର ଦୃଶ୍ୟ, ଯେମିତି ମନ ପ୍ରାଣ ଶାନ୍ତ ଲାଗେ ଆଉ କିଛି କ୍ଷଣ ମନ ଲାଖି ଯାଏ ସେଇ ଦୃଶ୍ୟରେ ।


ଯେଉଁ ସହରରେ ସକାଳର ଲାଲ ରଙ୍ଗର ସୂର୍ଯ୍ୟ ଦେଖା ଯାଏ ନାହିଁ, ଆଜି ସେହି ସହରରେ ଲାଲ ରଙ୍ଗର ସୂର୍ଯ୍ୟ ମନ ମନ୍ଦିରେ ନୂଆ ଆସର କିରଣ ଜଗାଇ ଦିଏ । ପୁଣି ସେଇ କଥାକୁ ଭାବିଲେ ମନରେ ପ୍ରଶ୍ନ ଟିଏ ଉଙ୍କି ମାରେ , କେତେ ଦିନ ଏହି ଲାଲ ସୂର୍ଯ୍ୟ ଦେଖା ଯିବ ?


ଯେଉଁଠି ଚଢେଇ ସୁ ମଧୁର ନାଦ ଶୁଣିବା ତ ସପ୍ତାଶ୍ଚାର୍ଯ୍ୟ ଠାରୁ କମ ନୁହେଁ, ଆଜି ସେଇଠି ସକାଳ ର ନିଦ ଭାଙ୍ଗେ ସେଇ ନାଦ ରେ । ସକାଳରୁ ସନ୍ଧ୍ୟା ଯାଏ ଶୁଣା ଯାଉଛି କୋଇଲି ର ମଧୁର କୁହୁ କୁହୁ । ଅନବରତ ଉଡି ବୁଲନ୍ତି ବିହଙ୍ଗ, ଆଉ ଶିଖାଇ ଯାଉଛନ୍ତି, କେତେଦିନ ବା ତାଙ୍କର ଏହି ସ୍ୱାଧୀନତା ?


ଆଜି ଗଙ୍ଗା ନିର୍ମଳ, ବାୟୁ ନିର୍ମଳ, ଆକାଶ ନିର୍ମଳ, ବନରାଜି ବି ନିର୍ମଳ । ମଣିଷ ଯିଏ ସବୁ ଯିବ ମାନଙ୍କ ଭିତରେ ଶ୍ରେଷ୍ଠ , ସେ ହିଁ ଲାଗିପଡ଼ିଛି ସବୁ ନିର୍ମଳ ପରିବେଶକୁ ପ୍ରଦୂଷଣ କରିବାରେ ।


ଆଜି ଗୋଟେ ପ୍ରଶ୍ନ ଉଙ୍କି ମାରେ କଣ କରୋନା, ଏକ ବ୍ୟାଧି କି, ନା ଏକ ଶିକ୍ଷା । ଯେଉଁଠି ଆମକୁ ଶିଖାଇ ଦେଲା ପ୍ରକୃତି ସତ୍ୟତା ।


ଆମ ପରିବେଶ ଆମ ଯିବ ଯାନ୍ତୁ ଆମ ପୃଥିବୀ କୁ ନିର୍ମଳ ରଖିବା ଆମର ଦାଇତ୍ୱ ଆଉ ଆମର କର୍ତଵ୍ୟ ।


Rate this content
Log in

Similar oriya story from Inspirational