STORYMIRROR

ABINAS SAHOO

Drama Others

3  

ABINAS SAHOO

Drama Others

ଅବୁଝା ମନ

ଅବୁଝା ମନ

3 mins
586

କାହାଣୀ ଆରମ୍ଭ ହୁଏ ଗ୍ରାମର ପଡିଆରୁ, ଯଉଠି ବସିଥିଲେ ତିନିଜଣ ସାଙ୍ଗ ଅଭି, ରାଜୀବ, ଆଉ ରାଧେ । ସେମାନଙ୍କ ଆଳାପରେ ଉଠିଲା ଏକ ସୁନ୍ଦରୀ ଯୁବତିର କଥା । ସେ ଯୁବତିକୁ ମନେ ମନେ ପସନ୍ଦ କରୁଥିଲା ରାଧେ, ସେ ଆମମାନଙ୍କୁ ଭି କହୁ ନଥାଏ । କଥାଟି ହେଉଛି +୩ ପରର କଥା ।


କାହାଣୀର ସୂତ୍ରଧାର ହୋଇ ଥିଲା ଠିକ ତିନି ବର୍ଷ ପୂର୍ବେ ମାନେ +୨ ପରେ । ତିନି ଜଣ ଗୋଟିଏ ମହା ବିଦ୍ୟାଳୟ ରେ ପଢୁଥିଲେ ।


ଅଭି ମାନେ ମୁଁ ଏବେ ଏକ ଦିଗ ହରା ପଥର ପଥିକ, ଯିଏ ଜାଣିନି ତାର ଲକ୍ଷ୍ୟ ସ୍ଥଳ କଉଠି, ତଥାପି ସେ ଚାଲି ଯାଉଛି ସେଇ ନିର୍ବାକ ହୋଇ ସେଇ ପଥରେ । ତାପରେ ରାଜୀବ ଯିଏ କି ବହୁତ ଭଲ ଆଉ ଗୁଣରେରେ ଭି ବହୁତ ଭଲ, କଥା ତାହାର ବହୁତ ମାର୍ଜିତ, ଆଉ ଯାହା କୁହେ ଭାବିଚିନ୍ତି କୁହେ ଆଉ କମ ବି କୁହେ । ସେ ଏବେ ଭାରତୀୟ ସେନାରେ କାର୍ଯ୍ୟରତ ।


ଏବେ ଆମ କାହାଣୀର ନାୟକ ରାଧେ, ଯିଏ କି ଏକ ବଡ ପରିବାର ଆଉ ମାଧ୍ୟମ ଚଳଣି ଘରେ ଜନ୍ମ । ଘରେ ତାର ତିନି ବଡ ଭାଇ ଆଉ ଜଣେ ବଡ ଭଉଣୀ ଆଉ ସେ ଘରର ଛୋଟ ।

ତାକୁ ଦେଖିଲେ ଲାଗେ ଯେମିତି ସୂର୍ଯ୍ୟର ଚମକ ଝଲସି ଉଠେ । ଦେଖିବାକୁ ଯେମିତି ସୁନ୍ଦର ପାଠ ପଢ଼ାରେ ବି ସେ ସେମିତି ଧୁରନ୍ଧର । ସେ ଛୋଟ ଛୋଟ କଥାରେ ସବୁବେଳେ ରାଗି ଯାଏ, କିନ୍ତୁ ଶାନ୍ତ ଥିଲା ବେଳେ ସବୁବେଳେ ବିପଦ ସମୟରେ ଛିଡା ହୁଏ ।


ରାଧେ ସବୁବେଳେ ସାଙ୍ଗମାନଙ୍କୁ ପ୍ରାଧାନ୍ୟ ଦିଏ, ତାର ସବୁଠାରୁ ଭଲ ସାଙ୍ଗ ହେଉଛି ଅଭି ମାନେ, ମୁଁ । ଛୋଟ ଛୋଟ କଥା ବି ସେ ମୋ ପାଖେ ପ୍ରକାଶ କରେ, ହେଲେ ତାର ସେ ଝିଅ ପ୍ରତି ଦୃବଳତା ଅଛି ବୋଲି ମୋ ପାଖେ କେବେ ବି ସ୍ୱୀକାର କରିନି ।

ସେ ଯେତେବେଳେ +୨ ରେ ପଢା ସରିଲା ସେତେବେଳେ ନୂଆ କରି ଆସିଥିଲା facebook, ଯାଉଥିରେ ରାଧେ ନିଜର ଏକ ପ୍ରୋଫାଇଲ ଖୋଲିଥିଲା ଆଉ ଅଭିକୁ ବି ସେ ବାଧ୍ୟ କରିଥିଲା କି facebook ରେ ପ୍ରୋଫାଇଲ ଖୋଲିବାକୁ । ସାଙ୍ଗ ର ଅନୁରୋଧ ରଖି ଅଭି ବି ଖୋଲିଲା facebook, କିନ୍ତୁ ଅଭି କୁ facebook ଚଳାଇ ଆସେ ନାଇଁ, ସେଥିପାଇଁ ରାଧେ ଅଭି ର facebook ଚଳାଏ ।


କିଛି ଦିନ ପରେ ଅଭି ର facebook ରୁ ରାଧେର ସାଙ୍ଗ ହୁଏ ବର୍ଷା । ବର୍ଷା ଦେଖିବାକୁ ବହୁତ ସୁନ୍ଦର ଥିଲା ଆଉ କଣ୍ଠରେ ତାର କୋକିଳ ଅଛି ଯେମିତି, ଓଠ ତାର ଗୋଲାପ ପାଖୁଡା ପରି ଅତି ସୁନ୍ଦର ।


ବର୍ଷା ସହ ଗଢି ଉଠିଥିଲା ଏକ ନୂଆ ବନ୍ଧୁତ୍ବ ରାଧେ ର, ରାଧେ ଅନେକ ଥର ପ୍ରେମ ନିବେଦନ ବି କରିଥିଲା ବର୍ଷାକୁ । ବର୍ଷା ସାଙ୍ଗ ଭାବି ମଜାକରେ ନେଇ ଯାଉଥିଲା ରାଧେର ନିବେଦନକୁ, କିନ୍ତୁ ରାଧେ ମନରେ ଖେଳି ଯାଏ ବର୍ଷାର ସେଇ ଛୋଟିଆ ହସଟି ।


ବର୍ଷା ବି ଅଜଣା ଥାଏ କି ସେ ଯାହା ସହ ବନ୍ଧୁତା କରିଛି ସେ ଅଭି ନୁହଁ ବରଂ ରାଧେ ବୋଲି । ଏମିତି ସମୟ ବିତି ଚାଲିଲା, ରାଧେର ବର୍ଷା ପ୍ରତି ଦୁର୍ବଳତା ବଢିଚାଲିଲା, ରାଧେ ଭୁଲି ଯାଇଥିଲା କି ବର୍ଷା ଅଭି ଭାବିକି କଥା ହୋଇ ଚାଲିଛି ।


କିଛିଦିନ ପରେ ଅଭି ଆସି ରାଧେ ଠାରୁ ନିଜର facebook ଆଇଡି ମାଗି ନେଇ ଯାଇଥିଲା ଆଉ ରାଧେ ବି ବର୍ଷା ସହ ସେମିତି କଥା ହୋଇ ପାରିଲା ନାଇଁ, ବର୍ଷା ବି ଅଭିର ମେସେଜକୁ ଅପେକ୍ଷା କରି ରହୁଥାଏ ହେଲେ ଅଭିର ମେସେଜ ତା ପାଖକୁ ଯାଉ ନଥାଏ ।


ବର୍ଷା ବହୁତ ଦିନ ଅପେକ୍ଷା କଲା ପରେ ସେ କଥାବାର୍ତା ଆରମ୍ଭ କଲା ଅଭି ସହ । ଅଭିକୁ ତ ଏସବୁ କିଛି ଜଣା ନଥିଲା, ସେ ବି କଥା ହେବାକୁ ଲାଗିଲା ପରନ୍ତୁ ରାଧେ ଅଭିକୁ କିଛି ଭି ଜଣାଇଲା ନାଇଁ, ସେ ପଟରେ ଭି ସେମିତି ଅବସ୍ଥା ହୋଇ ଥାଏ ରାଜୀବର ।


ତିନି ଜଣ ପରସ୍ପରକୁ କେହି କିଛି କହୁ ନ ଥାନ୍ତି, ନିଜ କାମରେ ସମସ୍ତେ ବ୍ୟସ୍ତ ଥାନ୍ତି, ଦିନେ ସମସ୍ତେ ସେହି ଗାଁ ପଡିଆରେ ବସିଥିଲା ବେଳେ ଅଭି ତା ମନ କଥା କହୁ କହୁ ସବୁ କହି ଦେଲା ।


ଅଭିର କଥା ଶୁଣି ରାଜୀବ ଆଉ ରାଧେ ଚୁପଚାପ ହୋଇ ବସିଲେ କାରଣ ହେଉଛି, ଏବେ ବର୍ଷା ଅଭିକୁ ପସନ୍ଦ କରୁଥିଲା । ସେମାନେ କିନ୍ତୁ ତାଙ୍କ ମନ କଥା ଅଭି କୁ କହି ପାରିଲେନି କାହିଁକି ନା ଅଭି ସେମାନଙ୍କର ସବୁଠୁ ପ୍ରିୟ ମିତ୍ର ଥିଲା ।


ଯେଉଁ କାହାଣୀର ରାଧେ ସୂତ୍ର ଧର ଥିଲା ସେ ହିଁ ନିଜ ଅବୁଝା ମନକୁ ବୁଝେଇ ନିଜ ବନ୍ଧୁତାକୁ ପ୍ରାଧାନ୍ୟ ଦେଇ ଆଗେଇ ଚାଲିଲେ ହେଲେ ପରସ୍ପରକୁ ନିଜ କଥା କହିଲେ ନାଇଁ ।


ଏହି ଅବୁଝା ମନ କେବେ କାହାକୁ ଆପଣା କରି ଦିଏ କିଏ ବା କାହାକୁ ବୁଝେଇ ପାରିବ । ରାଧେ ଆଉ ରାଜୀବ ନିଜ ବନ୍ଧୁତାକୁ ଗୁରୁତ୍ୱ ଦେଇ ମହାନ ହେଲେ, ହେଲେ ଅଭି ତାଙ୍କ ମନରେ କେବେ ବି କଷ୍ଟ ଦିଏ ନାଇଁ ।



Rate this content
Log in

Similar oriya story from Drama