ଅବିନାଶ ସାହୁ

Tragedy

4.7  

ଅବିନାଶ ସାହୁ

Tragedy

ଏଇ ତ ଜୀବନ

ଏଇ ତ ଜୀବନ

4 mins
721


ରମେଶ ଗୋଟେ ଛୋଟ ଦୋକାନରେ କାମ କରେ, ସେହି ଦୋକାନରୁ ଯାହା ପାଏ ନିଜର ଗୁଜୁରାଣ ମେଣ୍ଟାଏ | ସେମିତି ତା ଜୀବନ ସୁରୁଖୁରୁରେ ଚାଲିଥାଏ | ରମେଶ ଏକାକୀ କେତେ ଜୀବନ କାଟିବ, ସେ ମନେ ମନେ ସ୍ଥିର କଲା ବିବାହ କରିବାକୁ | ସେ ସାବିତ୍ରୀ କୁ ବିବାହ କରି ନିଜ କୁଡ଼ିଆ କୁ ଆଣିଲା |


ସାବିତ୍ରୀ ଥିଲା ଘରର ଏକ ମାତ୍ର କନ୍ୟା | ଛୋଟ ବେଳରୁ ହିଁ ସେ ଦୁଃଖ କଷ୍ଟ ଦେଇ ବଢ଼ି ଆସିଥାଏ | ତଥାପି ଟିକେ ଦୁଃଖ ଦେଖିଲେ ସେ କାନ୍ଦି ପକାଏ | ସେ ନିଜ ଆଖିରେ ଅନେକ ଛୋଟ ବଡ଼ ସ୍ବପ୍ନ ନେଇ ଚାଲି ଆସିଥାଏ ରମେଶ ର କୁଡ଼ିଆ କୁ | ଘରର ପରିବାର କହିବାକୁ ଗଲେ ଦୁଇଜଣ, ରମେଶ ଆଉ ସାବିତ୍ରୀ | ରାତି ପହିଲା ସକାଳ ହେଲା, ଦୁହିଁଙ୍କ ଜୀବନରେ ନୂଆ ସୂର୍ଯ୍ୟ ଉଦୟ ହେଲା |


ଦୁହେଁ ପରସ୍ପରକୁ ଭରସା ଦେଇ ଏକ ସୁନ୍ଦର ଘର ତିଆରି କରିବେ ବୋଲି ବଚନ ବଦ୍ଧ ହେଲେ | ରମେଶ ଚାଲିଲା ନିଜ କାମକୁ, ସାବିତ୍ରୀ ଅସଜଡ଼ା ଘରକୁ ସଜାଡ଼ିବାକୁ ଲାଗିଲା, ସଜେଇ ସାରି ଗାଧୁଆ ପାଧୁଆ କଲା | ତା ପରେ ରୋଷେଇ ସରିଲା ବେଳକୁ ରମେଶ ପହଂଚି ଗଲା | ଦୁହେଁ ମିଶିକି ଖାଇଲେ | ଏମିତି ତାଙ୍କ ଜୀବନର ଗାଡି ଚାଲୁଥାଏ | ବିବାହ ର ଅନେକ ମାସ ବିତିଯାଇଥିଲେ ମଧ୍ୟ ସେମାନେ କୁଆଡେ ବୁଲି ଯାଇ ନ ଥିଲେ | ରମେଶ ବି କିଛି ପଇସା ସଂଚୟ କରିଥାଏ | ସେମାନେ ମନ ବଳେଇଲେ ବୁଲି ଯିବାକୁ | ସକାଳର ପ୍ରଥମ ଗାଡି ଧରି ଚାଲିଲେ ମନୁଆ ଠାକୁର ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ | ସେଠି ଦର୍ଶନ କରିସାରି ପୁଣି ଫେରି ଆସିଲେ ଘରକୁ |


ତା ପର ଦିନ ସାବିତ୍ରୀ ରମେଶ କୁ କହିଲା " ଶୁଣୁଛ ଆମ ଘରକୁ ଆଉ ଜଣେ ଆସୁଛି ", ରମେଶ କିଛି ନ ବୁଝି ପାରି ତରତର ହୋଇ ଯାଉଥିଲା ଦୋକାନ କୁ, ସେ ଘର ବନ୍ଧ ଡେଇଁବା ପୂର୍ବରୁ ଜାଣି ଗଲା କି ସେ ନୂଆ ଅତିଥି କିଏ ବୋଲି | ସେ ସେଠି ଅଟକି ଯାଇ ସ୍ମିତହାଶ୍ୟ ଦେଇ ସାବିତ୍ରୀ ପାଖକୁ ଚାଲି ଆସିଥିଲା | ରମେଶ ଦୌଡ଼ି ଗଲା ନିଜ ଘର ସାମ୍ନାରେ ଥିବା ମିଠା ଦୋକାନ କୁ | ଖୁସିରେ ବିଭୋର ହୋଇ ମିଠା ନେଇ ରାସ୍ତା ପାର ହେଉଥିବା ସମୟରେ ଗୋଟେ ଟ୍ରକ ତାକୁ ଚକଟି ଦେଲା, ସାବିତ୍ରୀ ଏହା ଦେଖି ମୁର୍ଚ୍ଛା ହୋଇ ଗଲା |


ସେ ମା' ହେବାକୁ ଯାଉଥିଲା, ନିଜର ସନ୍ତାନ କଥା ଭାବି ଚାଲିଲା ଏକାକୀ ଏହି ସ୍ୱାର୍ଥପର ଦୁନିଆରେ | ଟିକେ ସୁବିଧା ମିଳିଲେ ଯେଉଁଲୋକମନେ ସାହାଯ୍ୟ କରୁଥିବେ ସେଇମାନେ ତାର ଚିର ହରଣ କରିବେ | ସେ ନିଜ ମନ କୁ ବୁଝେଇ ଦେଲା ଏକାକୀ ହିଁ ଲଢ଼ିବ | ସେ ଦୋକାନ ଦୋକାନ ବୁଲି ଝାଡୁ କଲା ପର ଘରେ ଯାଇ ବାସନ ମାଜିଲା | ନିଜ ପେଟ ରେ ଥିବା ସନ୍ତାନ ପାଇଁ ଖାଇବାକୁ ଦେଲା ଆଉ କିଛି ସଂଚୟ କଲା |


ତାର ଗର୍ଭ ରୁ ଜନ୍ମ ନେଲା ପୁଅ, ତା ମୁଁହ ଦେଖି ନିଜ ଭିତରେ ଦୁଃଖ କଷ୍ଟକୁ ଭୁଲି ମନେ ମନେ ବହୁତ ଖୁସିରେ ହେଲା | ତା'ର ନ ଧ୍ରୁବ ଦେଲା | ଏମିତି ଚାଲୁଥାଏ ତାଙ୍କ ଜୀବନ | ଧ୍ରୁବ ବଡ ହେଲା ଆଉ ସ୍କୁଲ ଗଲା | ସେ ପଢା ଲେଖାରେ ବହୁତ ଭଲ ଆଉ ପରିଶ୍ରମ ବି କରୁଥାଏ | କାରଣ ସେ ଜାଣି ପାରୁଥିଲା ତା ମା' ତା ପାଇଁ କେତେ କଷ୍ଟ କରୁଛି ବୋଲି | ତାର ପଢା ପ୍ରତି ଆଗ୍ରହ ଦେଖି ସ୍କୁଲରେ ତାକୁ ସବୁ ସୁବିଧା ସୁଯୋଗ ମିଳି ଯାଉଥାଏ |


ଧ୍ରୁବର ପଢା ସରୁ ସରୁ ତାକୁ ଏକ କମ୍ପାନୀରୁ ସୁଯୋଗ ମିଳିଲା କାମ କରିବାକୁ | ସେ ତାର ଖୁସି ତା ମା' ସହ ବାଣ୍ଟି ତାକୁ ନିଜ ହାତରେ ମିଠା ଖୁଆଇ ଚାଲିଲା ସହର କୁ କାମ କରିବାକୁ | କିଛି ଦିନ ଭିତରେ ତାକୁ ଘର ମିଳିଗଲା, ସେ ଯାଇ ତା ମା' କୁ ନେଇ ଆସିଲା ତା ପାଖକୁ | ସାବିତ୍ରୀ ଖୁସି ଥିଲା କି ତାର ଦୁଃଖ କଷ୍ଟ ସବୁ ଚାଲି ଗଲା | ଧ୍ରୁବ ନିଜ କମ୍ପାନୀ ରେ କାମ କରୁଥିବା ସୋନାଲି କୁ ଭଲ ପାଉଥିଲା | ସେ ତା ମା' କୁ କହିଲା ମା' ତାର ଖୁସି ହୋଇ ସେମାନଙ୍କ ବାହାଘର କରେଇ ଦେଲା | କିଛି ଦିନ ଏମିତି ଚାଲିଗଲା, ଧ୍ରୁବର ପୁଅଟେ ହେଲା | ନାତିଆ ଟୋକା ସହ ଖେଳି ଆଉ ତା ମୁଁହ ଦେଖି ସାରା ଜୀବନ କାଟିଦେବ ବୋଲି ଭାବିଲା |


ଧ୍ରୁବ ସୋନାଲି ର ଝଗଡା ସବୁବେଳେ ତା ମା କୁ ନେଇ ହୋଉଥାଏ | ସାବିତ୍ରୀ ସବୁ ଶୁଣି ଚୁପ ରହୁଥିଲା ଆଉ ଅନ୍ଧାର ଘରେ ବହୁତ କାନ୍ଦୁଥିଲା ଆଉ ସେ ରମେଶ କୁ ମନେ ପକାଉଥିଲା | ସବୁବେଳେ ଝଗଡା ତା ମା କୁ ନେଇ, ସାବିତ୍ରୀ ଆଉ ସହି ପାରିଲାନି ସେ ଘର ଛାଡି ଦେଲା କାହାକୁ କିଛି ନ କହି | ତା ବୋହୁ କହିଲା " ଠିକ ହେଇଛି ବୁଢ଼ୀ ପଳେଇଛି " |

ଧ୍ରୁବ କେବେବି ଚେଷ୍ଟା କଲାନି ତାର ମା' କୁଆଡେ ଗଲା ଆଉ କେମିତି ଥିବ ବୋଲି |


ସେ ଯାଇ ଏକ ଗଛ ତଳେ ସାହାରା ନେଲା | ସେ ତ ବୁଢୀ ହେଇ ଯାଇଥିଲା, କୁଟୁରୁ ମୁଟୁରୁ ଯାହା ପାଉଥିଲା ସେୟା କରୁଥିଲା, ଆଉ କିଛି ପଇସା ବି ମିଳି ଯାଉଥିଲା | ତା ପେଟ ପୁରି ଯାଉଥିଲା | ସେ ଅତ୍ୟନ୍ତ ବୁଢୀ ହୋଇଯାଇଥାଏ | କିଛି ବି କରି ପାରୁ ନ ଥାଏ, ଯିଏ ଯାହା ଦିଏ ଖାଇ ନ ହେଲେ ଓପାସ ରେ ରହୁ ଥାଏ | ତାର ଆଖିର ଲୁହ ଅନବରତ ବୋହି ଚାଲୁ ଥାଏ | ଆଉ ତା ଆଖି ଅପେକ୍ଷା କରି ରହି ଥାଏ କେବେ ତା ଧ୍ରୁବ ଆସିବ ତାକୁ ନେବ | ସେ ଜାଣି ଥାଏ ତା ଧ୍ରୁବ ଆଉ ଆସିବନି ତାକୁ ନେବାକୁ, ମା' ମନ ନା ତଥାପି ଚାହିଁ ରହିଥାଏ ତାର ବାଟ କୁ |


ଯୋଉ ମା ଏତେ ଦୁଃଖ କଷ୍ଟ ସହି ତାକୁ ଏତେ ବଡ କଲା ଯୋଗ୍ୟ କଲା ସେଇ ମା ପାଇଁ ତା ଘରେ ଜାଗା ନାଇଁ | ତା କଥା ଭାବି ଭାବି ତା ଆଖିର ଲୁହ ବି ସରିଗଲା, ହେଲେ ତା ଧ୍ରୁବ କେବେବି ଆସିଲା ନାହିଁ | ତାକୁ ଠିକସେ ଦେଖା କି ଶୁଣା ବି ଯାଉ ନ ଥିଲା | ଖାଲି କାନ୍ଦୁଥିଲା | କାନ୍ଦି କାନ୍ଦି ସେ ଆରପାରିକୁ ଚାଲି ଗଲା ହେଲେ ଧ୍ରୁବ ଆସିଲା ନାଇଁ |


ସବୁ ମା ବାପା ଙ୍କ ଇଚ୍ଛା ଥାଏ କି, ମଲା ପରେ ତାର ପୁଅ ତା ମୁଁହରେ ନିଆଁ ଦେଉ | ସେତିକି ବି ତା ଭାଗ୍ୟ ରେ ନ ଥିଲା | ତା ପରେ ମୁନସିପାଲଟି ଗାଡି ଆସିଲା ଶବ କୁ ନେଇ ଗଲା | ତାର ଅନ୍ତିମ ଯାତ୍ରା ରେ ବି ଏକା ଥିଲା | ସେ ଜଳି ଯାଇ ମାଟିରେ ମିଶିଗଲା |



Rate this content
Log in

Similar oriya story from Tragedy