STORYMIRROR

suchismita Panda

Drama Fantasy Others

4  

suchismita Panda

Drama Fantasy Others

ବର୍ଷା ଫେରିଛି

ବର୍ଷା ଫେରିଛି

4 mins
262

      ଖଇଫୁଟା ତାତିରେ ଚନ୍ଦନ ଦେହ ଥରିଉଠୁଥାଏ । ସାରା ରାତି ଶୋଇନପାରି ଛଟପଟ ହୋଇ ସକାଳୁ ଆଉ ଶକ୍ତି ନଥାଏ ଅଫିସ ଯିବାକୁ । ଛୁଟି ନେଇ ଘରେ ଆରାମ କରୁଥାନ୍ତି । ମୁହଁକୁ ସବୁ ସୁଆଦିଆ ଖାଦ୍ୟ ମଧ୍ୟ ବେସୁଆଦିଆ ଲାଗୁଥାଏ ବୋଲି ସବୁ ଖାଇବା ଦେଖି ନାକଟେକୁଥାନ୍ତି । ତଥାପି ରୋଜା ଜୋର ଜବରଦସ୍ତି କରି ପରଟା ସହ ଆଳୁଭଜା ଖୁଆଇ ଔଷଧ ଦେଇଥାଏ । ଔଷଧର ପ୍ରଭାବରେ ଚନ୍ଦନ ଶୋଇପଡିଥାନ୍ତି ଏବଂ ରୋଜା ଲାଗିଥାଏ ଘରକାମରେ ।

      ଘଣ୍ଟାଏ ବିତିଛି କି ନାଇଁ ଶୋଇବା ରୁମରୁ ତରତର ହୋଇ ଅଧା ପିନ୍ଧା ଅବସ୍ଥାରେ ଚନ୍ଦନ ବାହାରୁଥିଲେ ବାହାରକୁ । ରୋଜା ଜାଣିବାକୁ ଚେଷ୍ଟା କଲାରୁ କେବଳ କହିଲେ ଯେ "ବର୍ଷା ଫୋନ୍ କରିଥିଲା। ସେ ଫେରିଛି।" ଆଉ ଅଧିକ କିଛି ଜାଣିବା କିମ୍ବା ଜଣାଇବାର ସମୟ ନଥାଏ କାହା ପାଖରେ । ଚନ୍ଦନ ଚାଲିଗଲେ ସେମିତି ରୋଗାକ୍ରାନ୍ତ ଅବସ୍ଥାରେ ।

     ବର୍ଷା ଚନ୍ଦନର ପ୍ରଥମ ପତ୍ନୀ ତଥା ପ୍ରେମିକା । ଯାହା ସହ ତାଙ୍କ ବିବାହ ହୋଇଥିଲା ଦଶ ବର୍ଷ ତଳେ ଖୁବ ଧୂମଧାମରେ । ହେଲେ ସବୁ ଯୋଡି ତ ଠାକୁର ବନେଇ ନଥାନ୍ତି, କିଛି ଯୋଡି ମଣିଷ ନିଜ ଇଚ୍ଛା ତିଆରି କରେ । ସେମିତି ହିଁ ସ୍ବଇଚ୍ଛାରେ ଗଠିତ ଯୋଡି ଚନ୍ଦନ ଏବଂ ବର୍ଷାର ଥିଲା । ତେଣୁ ବୋଧେ ଦୀର୍ଘାୟୁ ହୋଇନପାରି ମାତ୍ର ତିନି ବର୍ଷ ପରେ ସାନ୍ତୁନୁକୁ ଗୋଟେ ବର୍ଷ ପୂର୍ତ୍ତି ହୋଇଥାଏ ଏବଂ ସେ ଛାଡି ଚାଲିଗଲେ ଅନ୍ୟ ଏକ ପୁରୁଷ ସହ । ଏଭଳି ସ୍ଥିତିରେ ମାନସିକ, ଶାରୀରିକ ଭାବେ ଦୁର୍ବଳ ହୋଇପଡିଥିଲେ ଚନ୍ଦନ । କୁନି ପୁଅର ଦୁଃଖ ତାଙ୍କୁ ଲାଗୁଥିଲା ଅସହ୍ୟ । ସେ ଭାଙ୍ଗି ପଡିଥାନ୍ତି । ସେଭଳି ରୂପେ ତାଙ୍କ ଅବସ୍ଥା ଦେଖିନପାରି ତାଙ୍କ ବିଧବା ମାଆର ଅନୁରୋଧ ରକ୍ଷାକରି ସେ କଲେ ପୁନଃ ବିବାହ । ରୋଜା ହେଲେ ତାଙ୍କ ଦ୍ୱିତୀୟ ପତ୍ନୀ  ।

     ବିବାହ ପରଠୁ ଚନ୍ଦନ ଏବଂ ରୋଜା ମଧ୍ୟରେ କେବଳ ବନ୍ଧୁତ୍ବକୁ ଛାଡିଦେଲେ ଆଉ କିଛି ନଥାଏ । ରୋଜା ମଧ୍ୟ ନିଜ ସଂସାର ସାନ୍ତୁନୁର ସ୍ନେହ ମମତା ଭିତରେ ଯୋଖି ରଖିଥାଏ । ଏଭଳି ସ୍ଥିତିରେ ଫେରି ଆସିଛି ବର୍ଷା । ଯେଉଁ ବର୍ଷା ପ୍ରତି ପାଞ୍ଚ ବର୍ଷ ପରେ ମଧ୍ୟ ମନରେ ଆସିନି ଇର୍ଷା ସେ ଆଜି ଲେଉଟି ଆସିଛି । ଏସବୁ ଚିନ୍ତା କଲାବେଳକୁ ମନ ଭିତରଟା କାନ୍ଦି ଉଠୁଥାଏ ରୋଜାର । ସବୁଠୁ ବେଶୀ ଦୁଃଖ ଥାଏ କାଳେ ବର୍ଷା ସାନ୍ତୁନୁକୁ ଛଡାଇନେବ । ରୋଜିର କୋଳକୁ ଶୂନ୍ୟ କରିଦେବ । ବର୍ଷା ପ୍ରତି ଯେତେ ଭଲ ଭଲ ଚିନ୍ତା କରିବାକୁ ଚାହିଁଲେ ସୁଦ୍ଧା ମନରେ କିଛି ଆସୁନଥାଏ । କେବଳ ଚନ୍ଦନ ଫେରିବା ବାଟକୁ ହିଁ ଚାହିଁ ରହିଥାଏ ସବୁ ଉତ୍ତର ପାଇବା ପାଇଁ ।

         *********************

   ରାତି ପ୍ରାୟ ନଅଟା ହୋଇଆସିଥାଏ । ଚନ୍ଦନ କୌଣସି ଫୋନ ନଥାଏ କି କିଛି ଖବର ନଥାଏ । ଏପଟେ ରୋଜାର ଚିନ୍ତା ବଢିଯାଏ ବହୁତ । ମନ ଭିତରଟା ରୁନ୍ଧି ହୋଇଉଠୁଥାଏ । କାହାକୁ କଣ କହିବାକୁ ହେବ କିଛି ଜାଣିପାରୁନଥାଏ । ସାନ୍ତୁନୁକୁ ଖାଇବାକୁ ଦେଇ ସେ ସେମିତି ଅଖିଆ ପେଟରେ ଚାହିଁ ରହିଥାଏ । ଜହ୍ନ ଆଲୋକରେ ସବୁଦିଗ ଉଜ୍ବଳିତ ହେଇପଡିଥାଏ । ରୋଜା ସବୁ ଲାଇଟ ବନ୍ଦ କରି ଦ୍ବାର ପାଖେ ଜହ୍ନ ଆଲୋକରେ ବସିଥାନ୍ତି ଏକା । ରାତି ବଭି ଏଗାର ହେବାକୁ ଯାଉଥାଏ ଫେରି ଆସନ୍ତି ଚନ୍ଦନ ଏକା ।

      ଚନ୍ଦନକୁ ଏକା ଦେଖି ମନ ଭିତର କିଛି ଖୁସି ହୁଏ ହେଲେ ଭୟ ଦୂରେଇ ନଥାଏ । ଯଦି ବର୍ଷା ଫେରିନି ତ ଗଲେ କୁଆଡେ ! କାହିଁକି ଫୋନ୍ କରିଥିଲେ ସେ ! ଏମିତି କେତେ ପ୍ରକାରର ପ୍ରଶ୍ନ । ସେପଟେ ଚନ୍ଦନ ଚୁପ୍ ଚାପ୍ ଗମ୍ଭୀର । ରୋଜା କିଛି ପଚାରିବାକୁ ସାହାସ ନପାଇ ଚୁପ୍ ଚାପ୍ ଥାଏ । 

    ଚନ୍ଦନ ଜହ୍ନ ଆଲୋକରେ ବସିଗଲେ । ରୋଜା ମଧ୍ୟ ତାଙ୍କ ସହ ବସିଲେ । ଚୁପ୍ ଚୁପ୍ କିଛି ସମୟ ବିତିଯିବା ପରେ ଚନ୍ଦନ ଆରମ୍ଭ କରି କହିଲେ ବର୍ଷା ଫୋନ୍ କରି ଡାକିଥିଲା ପାର୍କକୁ । ସେଠିରେ ପହଞ୍ଚିବା ପରେ ସେ ମୋତେ ସାନ୍ତୁନୁକୁ ମାଗେ । ଏତକ ଶୁଣି ରୋଜା କାନ୍ଦି ପଡେ । ସେ ଆଉ ଆଗକୁ ନଶୁଣି ସିଧା କହି ବସେ ସେ ଦେଇପାରିବ ନାହିଁ । ସାନ୍ତୁନୁ ତା ପୁଅ । ତା କୋଳରେ ସେ ବଢିଛି, ଖେଳିଛି । ସେ ଫେରେଇ ପାରିବ ନାହିଁ ।

     ଛଟପଟ ହୋଇ କାନ୍ଦି ଚାଲୁଥାଏ ରୋଜା । ସେଭଳି ଭାବେ ଚନ୍ଦନ କେବେ ଦେଖି ନଥିଲେ ତାକୁ । ଚନ୍ଦନ ମନା କଲେ ମଧ୍ୟ ସେ କାନ୍ଦୁଥାଏ । ଚନ୍ଦନ ପୁଣି କହେ ଆମେ ଯଦି ତାକୁ ନଦେବା ତ ସେଥିପାଇଁ ଆମକୁ ଦେବାକୁ ହେବ ଆଠ ଲକ୍ଷ ଜୋରିମାନା । ଆମ ପାଖେ ଦୁଇଟି ରାସ୍ତା । ସାନ୍ତୁନୁକୁ ରଖିବା ଏବଂ ଟଙ୍କା ଦେବା ନଚେତ୍ ସାନ୍ତୁନୁକୁ ଦେଇ ଆମେ ଆମ ଟଙ୍କା ରଖିବା । 

     ରୋଜା କିଛି ନକହି ଘର ଭିତରକୁ ଯାଇ ପୁଣି ଫେରେ ହାତରେ ସବୁ ଗହଣା ଧରି । ବାହାଘରେ ଯାହା ପାଇଥିଲା ଏବଂ ତା ପରେ ପରେ ଯେତେ ସବୁ ସେ ନିଜେ କିଣି ଥିଲା ସବୁତକ ଦେଇ କହେ ଚନ୍ଦନକୁ ସବୁ ନେଇଯାଅ ହେଲେ ମୋ ପୁଅକୁ ମୁଁ ଦେବିନି । ଏମିତିକି ପୁଅ ପାଇଁ ନିଜ ଘର ବାଡି ମଧ୍ୟ ସେ ବିକ୍ରି ପାଇଁ ହଁ ଭରିଦିଏ ଖୁସିରେ ଖୁସିରେ ।  

    ଚନ୍ଦନ ରୋଜାକୁ ବୁଝେଇ କହନ୍ତି ଏତେ ସବୁ ଅଳଂକାରର କିଛି ଆବଶ୍ୟକତା ନାହିଁ । ସେ ନିଜେ ଜଣେ ବନ୍ଧୁଠୁ ଧାର କରିଛନ୍ତି । ଆଉ କିଛି ତାଙ୍କ ପାଖେ ଅଛି । ଯଦି ଲାଗେ ମାଗି ନେବେ ମଧ୍ୟ । ରୋଜା ଖୁସି ହୋଇଯାଇ କୁଣ୍ଢେଇ ପକାଇଲେ ।କିଛି ସମୟ ପରେ ଚେତା ଫେରି ଛାଡିଦେଇ ଚାଲିଯାଉଥିଲେ ଭିତରୁ । ଚନ୍ଦନ ରୋଜାର ସରଳତା, ନିର୍ମଳ ପ୍ରେମ ଦେଖି ନିଜେ ମଧ୍ୟ ପଡି ଗଲେ ପ୍ରେମରେ । ଜହ୍ନର ଆଲୋକରେ ରୋଜାକୁ କୋଳେଇ ଧରି ନିଜ ପ୍ରେମର କଲେ ବ୍ୟାଖ୍ୟା । ଏକାକାର ହୋଇଗଲେ ଦୁହେଁ । ଲେଉଟି ଆସିଥିବା ବର୍ଷା ମିଳନର ଋତୁକୁ ଧରିଆସିଥିଲେ ବୋଧେ । ତାଙ୍କ ପାଇଁ ହିଁ ଚନ୍ଦନ ଏବଂ ରୋଜାର ଦାମ୍ପତ୍ୟ ଜୀବନ ଜହ୍ନର ଆଲୋକ ପାଇ ଚିକମିକ ହୋଇଉଠେ । ସେପଟେ ବର୍ଷା ଯେଉଁ ପର ପୁରୁଷର ହାତ ଧରେ ଯାଇଥିଲା ଦିନେ ଚନ୍ଦନକୁ ଛାଡି ସେଇ ପୁରୁଷ ସମୟ ଦେଖି ଛାଡିଦେଲା ବର୍ଷାକୁ । ନିଜ ଗୋଡେ ନିଜ ପାଇଁ ଗାତ ଖୋଳିଥିବା ବର୍ଷା ଏକା ଏକା ଝୁରୁଥାଏ କେବଳ ଜୀବନ, ସ୍ବପ୍ନ, ସ୍ମୃତି ଓ ପ୍ରେମକୁ । 


Rate this content
Log in

Similar oriya story from Drama