Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Kulamani Sarangi

Classics

2  

Kulamani Sarangi

Classics

ବ୍ରହ୍ମାଦ୍ରି ବିହାରୀ ନୀଳମାଧବ-୧

ବ୍ରହ୍ମାଦ୍ରି ବିହାରୀ ନୀଳମାଧବ-୧

5 mins
3.2K



ବ୍ରହ୍ମାଦ୍ରି ବିହାରୀ ନୀଳମାଧବ(୧)

=================================

ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ଖଣ୍ଡପଡା ଗଡ ଠାରୁ ବାର କିଲୋମିଟର ଦୂରରେ ଅବସ୍ଥିତ ନୀଳମାଧବ କ୍ଷେତ୍ର କଣ୍ଟିଲୋ।


ଉତ୍ତରରେ ଉତ୍କଳଗଙ୍ଗା ମହାନଦୀ,ଦକ୍ଷିଣ ପଶ୍ଚିମରେ କୁମାରୀକା(କୁଆଁରୀଆ) ଏବଂ ପୂର୍ବରେ କୁସୁମୀ ନଦୀ ଦ୍ୱାରା ବେଷ୍ଟିତ ଦ୍ୱୀପ ସଦୃଶ ଏକ ଭୂଖଣ୍ଡ ଭିତରେ 'କାଳିଆ ପଲ୍ଲୀ' ନାମରେ ଶବର ଅଧ୍ୟୁଷିତ ଗାଁ'ଟିଏ ବିଦ୍ୟମାନ।ଏହା କୌଣସି ସାମାନ୍ୟ ଗ୍ରାମ ନୁହେଁ ।ଓଡିଶାର ଜଗନ୍ନାଥ ସଂସ୍କୃତି ସହିତ ଓତପ୍ରୋତ ଭାବରେ ଜଡିତ ଏହି ଗ୍ରାମର ଇତିହାସ ।ଏହି ଶବର ପଲ୍ଲୀ/ କାଳିଆ ପଲ୍ଲୀର ଅଧିବାସୀ ମାନେ ନିଜକୁ ଶବରରାଜ ବିଶ୍ୱାବସୁଙ୍କର ବଂଶଧର ବୋଲି ପରିଚୟ ଦିଅନ୍ତି ।ଆଜି ଜଗତ୍ପତି ଜଗନ୍ନାଥଙ୍କର ସେବାୟତ 'ଦଇତାପତି'ମାନଙ୍କର ପୂର୍ବ ପୁରୁଷ ଏହି ଶବର ଦ୍ୱୀପରୁ ଆସିଥିଲେ।


ବିଶ୍ୱାବସୁ 'ବ୍ରହ୍ମାଦ୍ରି ବିହାରୀ' ନୀଳ ମାଧବଙ୍କର ପରମ ଭକ୍ତ ଥିଲେ। 'ନୀଳାଦ୍ରି ମହୋଦୟ' ଏବଂ ସ୍କନ୍ଦ ପୁରାଣରୁ ଜଣାଯାଏ ଯେ ପରମ-ବୈଷ୍ଣବ ମାଳବ ରାଜା ଇନ୍ଦ୍ରଦ୍ଯୁମ୍ନ ଜଗନ୍ନାଥଙ୍କୁ ପ୍ରତ୍ୟକ୍ଷ ଦର୍ଶନପାଇଁ ଇଚ୍ଛାପ୍ରକାଶ କରିବାରୁ, ଦେବର୍ଷି ନାରଦ ଏବଂ ଆଶୁତୋଷ ମହେଶ୍ଵର,ପ୍ରଭୁ ଉତ୍କଳ ଭୂଖଣ୍ଡରେ ପ୍ରାପ୍ତ ହେବେ ବୋଲି କହିଥିଲେ ଏବଂ ପ୍ରାପ୍ତି ପରେ ପ୍ରଭୁଙ୍କୁ ନୀଳାଦ୍ରିରେ ପ୍ରତିଷ୍ଠିତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। 


କିନ୍ତୁ ପ୍ରଭୁ କଣ ଏତେ ସହଜରେ ମିଳନ୍ତି ? ଭାରତ ଯୁଦ୍ଧରେ ପରମ ଭକ୍ତ ଏବଂ ସଖା ଅର୍ଜୁନ ମଧ୍ୟ ତାଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରି ପାରିନଥିଲେ।ସେଥିପାଇଁ ପ୍ରଭୁ ଅର୍ଜୁନଙ୍କୁ ଦିବ୍ୟଦୃଷ୍ଟି ଦାନକରି ବିଶ୍ୱରୂପ ଦର୍ଶନ କରାଇଥିଲେ।"କଷ୍ଟ ନକଲେ କୃଷ୍ଣ ମିଳନ୍ତି ନାହିଁ ।" ଇନ୍ଦ୍ରଦ୍ଯୁମ୍ନ ବହୁତ ଖୋଜିଲେ,କିନ୍ତୁ ସନ୍ଧାନ ପାଇଲେ ନାହିଁ ।ମୈନାକ (ମଣିନାଗ)ପର୍ବତର ଉତ୍ତରରେ ତଥା ଚିତ୍ରୋତ୍ପଳା ନଦୀର ଦକ୍ଷିଣରେ ବଣପାହାଡ ଘେରା ପର୍ବତ କନ୍ଦରରେ, ପ୍ରଭୁ ନୀଳମାଧବ ରୂପରେ ପୂଜାପାଉଛନ୍ତି ବୋଲି ସ୍ୱପ୍ନାଦେଶ ପାଇ ରାଜା ଇନ୍ଦ୍ରଦ୍ଯୁମ୍ନ, ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣ ଯୁବକଙ୍କୁ ସନ୍ଧାନ ନିମନ୍ତେ ପଠାଇଲେ।


ପ୍ରଭୁଙ୍କୁ ଖୋଜି ଖୋଜି ବିଦ୍ୟାପତି ,ଶବର ରାଜ ବିଶ୍ୱାବସୁଙ୍କର ରାଜ୍ୟରେ ପହଞ୍ଚିଲେ। ସେଠାରେ ଶବର ରାଜାଙ୍କ ସୁନ୍ଦରୀ କନ୍ୟା ଲଳିତାଙ୍କ ପ୍ରେମରେ ପଡିଗଲେ ବିଦ୍ୟାପତି।ଅଲିଅଳି କନ୍ୟାର ଅନୁରୋଧ ଏଡାଇ ନପାରି, ଅନିଚ୍ଛା ସତ୍ୱେ, ବିଶ୍ଵାବସୁ ଲଳିତାଙ୍କ ସହିତ ବିଦ୍ୟାପତିଙ୍କର ବିବାହ କରାଇଦେଲେ।ଶବର ପଲ୍ଳୀରେ ମହା ଆନନ୍ଦରେ ପ୍ରିୟତମା ସହିତ ବିଦ୍ୟାପତି କାଳ ଯାପନ କଲେ।ଇତି ମଧ୍ୟରେ ସେ ଜାଣିପାରିଥିଲେ ଯେ ପ୍ରଭୁ ନୀଳମାଧବ ବିଦ୍ୟାପତିଙ୍କର ଆରାଧ୍ୟ ଦେବତା।ବ୍ରହ୍ମାଦ୍ରିର ବ୍ୟାଘ୍ରଗୁମ୍ଫା ଭିତରେ ଶବର ହାତରୁ ଫଳମୂଳ ଖାଇ ପ୍ରଭୁ ଲୋକ ଲୋଚନର ଅନ୍ତରାଳରେ ରହିଛନ୍ତି ।ପ୍ରଭୁଙ୍କୁ ଦର୍ଶନ କରିବା ତ ଦୂରର କଥା,ବିଶ୍ଵାବସୁଙ୍କର ବିନା ଅନୁମତିରେ କେହି ସେ ପୂଜାସ୍ଥଳ ନିକଟକୁ ଯାଇ ପାରୁନଥିଲେ।


ନୀଳମାଧବଙ୍କୁ ଦର୍ଶନ କରିବାପାଇଁ ବିଦ୍ୟାପତିଙ୍କର ମନ ଉଦ୍ଗ୍ରିବ ହୋଇ ଉଠିଲା।ଥରେମାତ୍ର ପ୍ରଭୁଙ୍କ ଦର୍ଶନ କରାଇ ଦେବାପାଇଁ ସେ ଲଳିତାଙ୍କୁ ଅନୁରୋଧ କଲେ। ।ସ୍ୱାମୀଙ୍କର ଏଭଳି ଅନୁରୋଧରେ ଲଳିତାଙ୍କର ମନ ବିଗଳିତ ହୋଇ ଉଠିଲା।ସ୍ୱାମୀଙ୍କର ଅନୁରୋଧକୁ ସେ ପିତାଙ୍କୁ ଜଣାଇଲେ।ବିଶ୍ୱାବସୁ ପ୍ରଥମେ ଅନିଚ୍ଛୁକ ଥିଲେ,କିନ୍ତୁ କନ୍ୟା ଓ ଜାମାତାଙ୍କର ସବିନୟ ଅନୁରୋଧ ଏଡାଇ ନପାରି ,ଜାମାତାଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ,ଥରେମାତ୍ର ବ୍ୟାଘ୍ର-ଗୁମ୍ଫା ଦର୍ଶନ କରାଇବା ପାଇଁ ସମ୍ମତି ଦେଲେ।


ବିଦ୍ୟାପତି ଏ ସର୍ତ୍ତରେ ରାଜି ହେଲେ।କିନ୍ତୁ ସେ ଧୂର୍ତ୍ତ ଥିଲେ।ଯିବା ସମୟରେ କାନିରେ ବାନ୍ଧି କିଛି ସୋରିଷ ନେଇ ଯାଇଥିଲେ। ଅନ୍ଧପୁଟୁଳି ବନ୍ଧା ହୋଇଥିଲେ ମଧ୍ୟ, ବାଟରେ ସୋରିଷ ବୁଣି ବୁଣି ଯାଉଥିଲେ।


ବ୍ୟାଘ୍ରଗୁମ୍ଫା ଭିତରେ ନୀଳମାଧବଙ୍କ ଦର୍ଶନ ପାଇ ବ୍ରାହ୍ମଣଙ୍କର ଚକ୍ଷୁ ପବିତ୍ର ହୋଇଗଲା।ଅନ୍ଧ-ପୁଟୁଳି ବାନ୍ଧି ବିଶ୍ଵାବସୁ ତାଙ୍କୁ ବ୍ୟାଘ୍ର ଗୁମ୍ଫାରୁ ଫେରାଇ ଆଣିଲେ।


ଏହାପରେ ବିଦ୍ୟାପତି ଇନ୍ଦ୍ରଦ୍ଯୁମ୍ନଙ୍କ ପାଖକୁ ଯାଇ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।ବର୍ଷାଦିନ ଆଗମନରେ ସୋରିଷ ମଂଜି ଗୁଡିକ ଗଛରେ ପରିଣତ ହେଲା ଏବଂ ସମୟକ୍ରମେ ଫୁଲ ଧରିଲା।ବିଦ୍ୟାପତି ଏବଂ ଇନ୍ଦ୍ରଦ୍ଯୁମ୍ନ ସେହି ହଳଦିଆ ଫୁଲକୁ ଅନୁସରଣ କରି ବ୍ୟାଘ୍ର ଗୁମ୍ଫାରେ ପହଞ୍ଚିଲେ।


କିନ୍ତୁ ବିଦ୍ୟାପତିଙ୍କର ଏଭଳି ଚଞ୍ଚକତାରେ ଅସନ୍ତୁଷ୍ଟହୋଇ ପ୍ରଭୁ ଉଭେଇ ଯାଇଥିଲେ।ଶୂନ୍ୟ ହସ୍ତରେ ଫେରିଆସିଲେ ଇନ୍ଦ୍ରଦ୍ଯୁମ୍ନ ।ଇନ୍ଦ୍ରଦ୍ଯୁମ୍ନ କିପରି ବାଙ୍କୀମୁହାଣରେ, ଦାରୁ ଭାସିବା କଥା ସ୍ୱପ୍ନରେ ଅବଗତ ହୋଇଥିଲେ,ତାହା ଭିନ୍ନ କଥା।


ବର୍ତ୍ତମାନ ସମୟରେ କଣ୍ଟିଲୋ ନୀଳମାଧବ ପୀଠରେ ଯେଉଁ ବିଗ୍ରହ ପୂଜା ପାଉଛନ୍ତି, ସେ ବିଶ୍ଵାବସୁଙ୍କ ଦ୍ୱାରା ପୂଜିତ ବିଗ୍ରହ ବୋଲି ବିଶ୍ଵାସ କରାଯାଏ।ଡକ୍ଟର ବେଣୀମାଧବ ପାଢୀଙ୍କର 'ଦାରୁ ଦେବତା'ଗ୍ରନ୍ଥରୁ ଜଣାଯାଏ ଯେ ଇନ୍ଦ୍ରଦ୍ଯୁମ୍ନଙ୍କ ନିର୍ଦ୍ଦେଶରେ ବିଦ୍ୟାପତି ଯେଉଁ ନୀଳମାଧବ ବିଗ୍ରହର ସନ୍ଧାନ ପାଇଥିଲେ,ସେ ଅନ୍ୟ କେହି ନୁହନ୍ତି, ସେ'ହିଁ ଆଜିର ବ୍ରହ୍ମାଦ୍ରିରେ ବିରାଜିତ ପ୍ରଭୁ ନୀଳମାଧବ ।


ଜଗନ୍ନାଥ ସଂସ୍କୃତି ସହିତ ଜଡିତ ଏହି ନୀଳମାଧବ ସଂସ୍କୃତିର ଚେର ଦ୍ୱାପର ଯୁଗ ସହିତ ଲାଗିଛି।ଯେତେବେଳେ ମହାଭାରତ ଯୁଦ୍ଧ ଶେଷହେଲା,ଶ୍ରୀକୃଷ୍ଣ, ପାଣ୍ଡବ ମାନଙ୍କ ସହିତ ଗାନ୍ଧାରୀଙ୍କ ପାଖରେ ପହଞ୍ଚିଲେ,ପୁତ୍ରଶୋକ ଜର୍ଜରିତା ମାତାଙ୍କୁ ଶାନ୍ତ୍ବନା ଦେବାପାଇଁ ।ଦୁଃଖରେ ମ୍ରିୟମାଣ ଗାନ୍ଧାରୀ କହିଥିଲେ "ହେ ଚକ୍ରୀ ! ତୁମେ ଚାହିଁଥିଲେ ଏହି ଭୟଙ୍କର ଯୁଦ୍ଧକୁ ଏଡାଇ ପାରିଥାନ୍ତ।କିନ୍ତୁ ତୁମର ଚକ୍ରାନ୍ତ ଯୋଗୁଁ ଭାଇ ଭାଇ ଭିତରେ ସଂଘର୍ଷ ହୋଇ ଏତେବଡ କୁରୁବଂଶ ଧ୍ୱଂସ ପାଇଗଲା।ମୁଁ ତୁମକୁ ଅଭିଶାପ ଦେଉଛି,ତୁମର ଯଦୁବଂଶ, ଏହିପରି ଭ୍ରାତୃ-କନ୍ଦଳର ଶୀକାର ହୋଇ ଧ୍ୱଂସ ପାଇଯିବ।"


ଶ୍ରୀକୃଷ୍ଣ ମଥା ଅବନତ କରି କହିଥିଲେ "ଧର୍ମ ସଂସ୍ଥାପନା ପାଇଁ ଦୁଷ୍ଟମାନଙ୍କୁ ଦଳନ କରିବା ମୋର ଉଦ୍ଦେଶ୍ୟ ।ଯଦୁବଂଶୀମାନେ ଯେବେ ସେପରି ଅଧର୍ମ ପଥଗାମୀ ହେବେ ତା'ହେଲେ ସେମାନଙ୍କର ଧ୍ୱଂସର ପଥ ମୁଁ ନିଜେ ପରିଷ୍କାର କରିବି।"


ଗାନ୍ଧାରୀଙ୍କ ଅଭିଶାପ ଯଦୁବଂଶ ଉପରେ ପଡିଥିଲା।ଅହଂକାର ଏବଂ ଔଧତ୍ୟ ସେମାନଙ୍କୁ ଗ୍ରାସ କରିଥିଲା।ଏକଦା ସପ୍ତଋଷି ମାନେ ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକା ଆସିଥାନ୍ତି।ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ନିଜ ଉଦରରେ ଏକ ଲୌହ ମୁଦ୍ଗରକୁ ବସ୍ତ୍ରରେ ଘୋଡାଇ ନାରୀ ବେଶରେ ,ଅନ୍ୟ ଭାଇମାନଙ୍କ ସହିତ ଆସି ଋଷିମାନଙ୍କୁ ପରିହାସ କରି ପଚାରିଲେ "କହନ୍ତୁ ତ ମୁନିଗଣ,ଗର୍ଭବତୀ ହୋଇଥିବା ଏହି ନାରୀ ଉଦରରୁ ପୁତ୍ର ଜନ୍ମହେବ ନାଁ କନ୍ୟା।" ଏଭଳି ପରିହାସ ଋଷିମାନଙ୍କପାଇଁ ଘୋର ଅପମାନ ଜନକ ଥିଲା।ଋଷିମାନଙ୍କ ଭିତରୁ ଜଣେ କ୍ରୋଧ ଜର୍ଜରିତ ହୋଇ ଉତ୍ତର ଦେଲେ...ଯାହାକୁ ତୁମେ ଉଦରରେ ଘୋଡାଇ ରଖିଛ,ସେ ତୁମ୍ଭର ବଂଶନାଶର କାରଣ ହେବ।


ଯଦୁବଂଶୀ ରାଜପୁତ୍ରମାନେ ନିଜର ଭୁଲ୍ ବୁଝିପାରିଲେ;କିନ୍ତୁ ସେତେବେଳକୁ ଲେଡିଗୁଡ କହୁଣୀକୁ ବୋହିଯାଇଥିଲା।ମହାରାଜା ଉଗ୍ରସେନ ,ଲୌହ ମୁଦ୍ଗରଟିକୁ ସମୁଦ୍ର ତଟରେ ପଥରରେ ଘଷି ଘଷି ନଷ୍ଟ କରିଦେବାପାଇଁ ଆଦେଶ ଦଲେ।ତାହାହିଁ କରାଗଲା।କିନ୍ତୁ ଶେଷକୁ ତୀର ଆକାରର ଖଣ୍ଡିଏ ଲୁହା ରହିଗଲା।ଏତେ ଛୋଟ ଲୁହାଖଣ୍ଡ କଣ କାହାର କରିପାରିବ ଭାବି ତାକୁ ଯାଦବମାନେ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ।ଜାରା ନାମକ ଏକ ଶବର ସେ ତୀକ୍ଷ୍ଣ ଲୁହାଖଣ୍ଡକୁ ସମୁଦ୍ର କୂଳରୁ ପାଇ ତାକୁ ନିଜ ଧନୁପାଇଁ ଗୋଟିଏ ତୀରରେ ପରିଣତ କରିଦେଲା।


ଏଣେ ଘଷାଯାଇଥିବା ମୁଦ୍ଗରର ଲୌହଗୁଣ୍ଡ ସମୁଦ୍ର ପାଣିରେ ମିଶି ପ୍ରଭାସ ସ୍ଥଳରେ ଏକ ବିରାଟ ଏରକା(ଲମ୍ବ ଘାସ) ଜଙ୍ଗଲ ସୃଷ୍ଟି କଲା।ମଦମତ୍ତ ଯାଦବପୁତ୍ରମାନେ ଦିନେ ସେହି ଜଙ୍ଗଲରେ ବୁଲୁବୁଲୁ ଭୀଷଣ ଯୁକ୍ତି ତର୍କରେ ମଜ୍ଜିଗଲେ।ଏକ ପକ୍ଷରେ କୃତବର୍ମା ଏବଂ ଅନ୍ୟପକ୍ଷରେ ସାତ୍ୟକି ।ମହାଭାରତ ଯୁଦ୍ଧରେ କୃତବର୍ମା କୌରବ ପକ୍ଷରେ ନାରାୟଣୀ ସେନାର ଅଧ୍ୟକ୍ଷ ହୋଇ ଯୁଦ୍ଧ କରୁଥିଲେ ଏବଂ ଅପର ପକ୍ଷରେ ସାତ୍ୟକି ପାଣ୍ଡବ ପକ୍ଷରେ ଥିଲେ।ନିଜ ନିଜ ପକ୍ଷକୁ ସମର୍ଥନ କରି,ମଦ୍ୟପାନ କରି ଦୁଇଦଳ ଭୀଷଣ କଳହରେ ମାତିଗଲେ ଏବଂ ନିଜନିଜ ଭିତରେ ,ସେହି ଘାସ ଜଙ୍ଗଲରେ ହଣାକଟା ହୋଇ ପ୍ରାଣତ୍ୟାଗ କଲେ।ଯଦୁବଂଶ ଧ୍ୱଂସ ପାଇଗଲା।ଆଗରୁ ବଳରାମ ତୀର୍ଥଯାତ୍ରାରେ ଚାଲିଯାଇଥିଲେ।ଶେଷକୁ ରହିଲେ ନିଜେ କେଶବ ଏବଂ ସାରଥି ଦାରୁକ।


ମହା ମନସ୍ତାପରେ ଶିଆଳୀ ଲତା ଭିତରେ ବିଶ୍ରାମ କରୁଥିଲେ କେଶବ।ରକ୍ତବର୍ଣ୍ଣ ପାଦ ଦୁଇଟି ଲତାବାହାରକୁ ଥିଲା।ଦେଖା ଯାଉଥିଲା ମୃଗର ଦୁଇଟି କାନ ସଦୃଶ।ଜାରା ଶବର ସେହି ବାଟରେ ଯାଉଥିଲା।ଲତା ଭିତରେ ମୃଗ ଥିବା ଭ୍ରମରେ,ସେହି ତୀରରେ ଆଘାତ କଲା ଜାରା,ଯାହା ସେ ପ୍ରସ୍ତୁତ କରିଥିଲା ସାଗରକୂଳରୁ ପାଇଥିବା କ୍ଷୁଦ୍ର ଲୌହଖଣ୍ଡରୁ।ଯେତେବେଳେ ନିଜର ଭୁଲ୍ ଜାଣିପାରିଲା ଜାରା,ପ୍ରଭୁଙ୍କର ପାଦଧରି କ୍ଷମାଭିକ୍ଷା କଲା।ସେତେବେଳକୁ ସବୁ ପ୍ରାୟ ଶେଷ।ଶ୍ରୀକୃଷ୍ଣଙ୍କ ପ୍ରାଣ କଣ୍ଠାଗ୍ରତ।


ଝର ଝର ଲୁହ ଝରି ଯାଉଛି ଜାରାର ଆଖିରୁ ।ଶାନ୍ତ୍ୱନା ଦେଇ କେଶବ କହିଲେ "ତୁମର କିଛି ଭୁଲ୍ ନାହିଁ ଜାରା;ସଂସାରର ଗତି ଏହିପରି।ମର୍ତ୍ତ୍ୟମଣ୍ଡଳେ ଦେହବହି,ଦେବତା ହେଲେ ବି ମରଇ।ତୁମେ ତ୍ରେତୟା ଯୁଗରେ ବାଳି ରୂପରେ ଜନ୍ମ ନେଇଥିଲ। ତୁମକୁ ମୁଁ ଅନ୍ୟାୟରେ ବଧ କରିଥିଲି।ଏ ଯୁଗରେ ତୁମେ ତାର ପ୍ରତିଶୋଧ ନେଇଛ।ତୁମେ ମୋର ପରମ ଭକ୍ତ। କଳି ଯୁଗରେ ବିଶ୍ୱାବସୁ ରୂପରେ ବ୍ରହ୍ମାଦ୍ରିରେ ତୁମେ ମୋତେ ପୂଜା କରିବ।"ଏହାପରେ ପ୍ରଭୁ ଶେଷ ନିଶ୍ୱାସ ତ୍ୟାଗକଲେ।

ଏହି ସମୟରେ ଅର୍ଜୁନ ଆସି ପହଞ୍ଚିବାପରେ ଜାରା ଶବର ପ୍ରଭୁଙ୍କର ମରଶରୀରକୁ ଅଗ୍ନି ସଂଯୋଗ କଲେ।କିନ୍ତୁ ପ୍ରଭୁଙ୍କ ଦେହରେ ଥିବା ବ୍ରହ୍ମ ଅଂଶକୁ ଅଗ୍ନି ଦହନ କରି ପାରିଲେ ନାହିଁ ।ଅନ୍ୟ ଭସ୍ମାବଶେଷ ସହିତ ଅର୍ଜୁନ ତାହା ସାଗରରେ ବିସର୍ଜନ କରିଦେଇଥିଲେ।କଳି ଯୁଗରେ ରାଜା ଇନ୍ଦ୍ରଦ୍ଯୁମ୍ନ, ସ୍ୱପ୍ନାଦେଶ ଅନୁସାରେ ସେହି ବ୍ରହ୍ମଙ୍କୁ ଦାରୁ ରୂପରେ ବାଙ୍କୀ ମୁହାଣରୁ ପାଇ ମୂର୍ତ୍ତି ଗଠନ ପାଇଁ ଆଦେଶ ଦେଇଥିଲେ ।ତେଣୁ ନୀଳାଦ୍ରି-ବିହାରୀ ତ୍ରିମୂର୍ତ୍ତିଙ୍କ ମଧ୍ୟରେ (ଜଗନ୍ନାଥ ବଳଭଦ୍ର ସୁଭଦ୍ରା) ବ୍ରହ୍ମ ବିଦ୍ୟମାନ।ତିନି ମୂର୍ତ୍ତି ଭିତରେ ତ୍ରିଶକ୍ତିର ସମାହାର (ପ୍ରଣବ,ପାଳନ,ପ୍ରଳୟ)ହୋଇଅଛି। ନବ କଳେବର ସମୟରେ ଏହି ବ୍ରହ୍ମଙ୍କୁ ପୁରାତନ ମୂର୍ତ୍ତି ମାନଙ୍କର ନାଭୀରୁ ବାହାର କରି ନୂତନ ମୂର୍ତ୍ତି ମାନଙ୍କର ନାଭୀ ମଣ୍ଡଳରେ ସ୍ଥାପିତ କରାଯାଏ।


ମହାପ୍ରୟାଣ ସମୟରେ ଶ୍ରୀକୃଷ୍ଣ ଜାରା ଶବରକୁ ଆଦେଶ ଦେଇଥିଲେ, ତୀରମୁନରେ(ଯେଉଁ ତୀରରେ ସେ ପ୍ରଭୁଙ୍କର ମହାପ୍ରୟାଣ ଘଟାଇଥିଲା)ମୁଗୁନି ପଥରରେ ନୀଳମାଧବଙ୍କ ମୂର୍ତ୍ତି ଖୋଦେଇ କରି ବ୍ରହ୍ମାଦ୍ରିରେ ପୂଜା କରିବାପାଇଁ । ବିଶ୍ବାସ ଯେ ଆଜି ବ୍ରହ୍ମାଦ୍ରିରେ ପୂଜା ପାଉଛନ୍ତି ସେହି ନୀଳମାଧବ।


Rate this content
Log in