Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

puspanjali das

Classics Inspirational


4.2  

puspanjali das

Classics Inspirational


ବଞ୍ଚିତ!

ବଞ୍ଚିତ!

4 mins 305 4 mins 305


     ଖାତା ଓ କଲମ ଧରି, ଅସମ୍ପୂର୍ଣ୍ଣ କବିତା ଟି ପୂର୍ଣ୍ଣ କରିବାକୁ ଯାଇ, ଫୁଲ ଡ୍ରଇଂରୁମ ର ବଡ଼ ଟେବୁଲ ଟି ପାଖରେ ପଡିଥିବା କାଠ ଚେୟାର ଟି ଉପରେ ନିଜର ଅବଶ ଶରୀରକୁ ଏକପ୍ରକାର ଲମ୍ବାଇ ଦେଇଥିଲା! ଚେୟାର ଉପରକୁ ଆଉଜିପଡି ଆଖିଦୁଇଟି ବନ୍ଦ କରି କିଛି ଯେମିତି ମନେପକାଇବାକୁ ଚେଷ୍ଟା କରୁଥିଲା! ହଠାତ୍ ଝଣ୍ ଝାଣ୍ ଶବ୍ଦରେ ଆଖି ତା'ର ଖୋଲି ଯାଇଥିଲା! ପଡିଶା ଘର ର ପୋଷା ବିଲେଇ ଛୁଆ ଟି ଟେବୁଲ କଡ ରେ ଥିବା ଛୋଟ ଷ୍ଟୁଲ ଟି ଉପରେ ଥୁଆ ହୋଇଥିବା ବଡ଼ ଝିଅ ର ବ୍ୟାଡମିଣ୍ଟନ୍ ଚମ୍ପିୟାନ ଟ୍ରଫି ଟିକୁ ଗଡାଇଦେଇ ଚାଲି ଯାଇଥିଲା।ଫୁଲ ଧଡ୍ କରି ଉଠିଯାଇ ଟ୍ରଫି ଟିକୁ ଉଠାଇ ରଖି ଦେଇଥିଲା,ହେଲେ ପଡିଯାଇଥିବାରୁ ସାମାନ୍ୟ ଧୂଳି ଲାଗିଯାଇଥିବାର ଦେଖି ନିଜ ଲୁଗାକାନି ରେ ଭଲକରି ପୋଛିଦେଇ ରଖିଦେବାକୁ ବସିଥିଲା।ସେଥିରେ ଲାଗିଥିବା ଧୂଳିତକ ସିନା ପୋଛି ହୋଇ ଯାଇଥିଲା,ହେଲେ ସେଥିରେ ପଡିଯାଇଥିବା ଆଞ୍ଚୁଡା ଦାଗ ଟି କିନ୍ତୁ ରହିଯାଇଥିଲା!ସତରେ ସବୁ ଦାଗ କଣ ଏତେ ଶୀଘ୍ର ଲିଭିଯାଏ!ପୁରା ନୂଆ ଟ୍ରଫି ଟିରେ ଲାଗିଥିବା ଦାଗ କୁ ଲୁଗା କାନି ରେ ଘଷି ଘଷି ଛଡ଼ାଇବାର ପ୍ରୟାସ କରୁ କରୁ ଭାବନା ର ଖିଅ ଟା ତା'ର ବହୁ ବର୍ଷ ତଳକୁ କାହିଁକି କେଜାଣି ଲମ୍ବି ଯାଇଥିଲା....

         ଦୀର୍ଘ ପଚାଶ ବର୍ଷ ତଳର ଘଟଣା ଟି ସତେ ଯେମିତି ଆଖି ଆଗରେ ନାଚି ଯାଉଥିଲା! ସ୍କୁଲ ପଡିଆ ର ବ୍ୟାଡମିଣ୍ଟନ୍ କୋର୍ଟ ଭିତରେ ଫ୍ରକ ଖଣ୍ଡେ ପିନ୍ଧି,ସେଦିନ ଝାଳନାଳ ହୋଇ ଫୁଲ ଦୌଡୁଥିଲା.. ଟଙ୍ଗା ହୋଇଥିବା ନେଟ ର ଆରପଟ ରେ ଥିବା ସିନିଅର ଝିଅ ଟି କୁ ପୁରା ନିଲ୍ ଗେମ ରେ ହରାଇ,ସତେ ଯେମିତି ଗଡ ଜିଣିଲା ଭଳି ଲାଗୁଥିଲା ତାକୁ।ଦେଖୁଥିବା ସାଙ୍ଗ ସାଥୀ ଙ୍କ ଉତ୍ସାହଭରା କଥା ଗୁଡ଼ିକ ଶୁଣିବା କୁ ସେଦିନ ଭାରି ଭଲ ଲାଗୁଥିଲା।ଖେଳଦିଦି ଙ୍କ ର ହସ ହସ ମୁହଁ ଟି ଏତେ ସାହସ ତାକୁ ଦେଇଥିଲା ଯେ ନିଜକୁ ମନେ ମନେ ଚାମ୍ପିଆନ ଭାବିନେଇଥିଲା । ହେଲେ, ଫାଇନାଲ କୁ ମନୋନୀତ ହୋଇ ମଧ୍ୟ ,ଶେଷରେ ନିଜ ସହପାଠୀ ପାଖରୁ ଅଳ୍ପ ପଏଣ୍ଟ ରେ ହାରିଯାଇ ,ରନରସପ୍ ଟି ପାଇବାକୁ କେବଳ ଯୋଗ୍ୟ ବିବେଚିତ ହୋଇଥିଲା।ଅବଶ୍ୟ ମନଦୁଃଖକୁ ମନ ରେ ରଖି,ଛୋଟିଆ କପ୍ ଟି ଧରି ଘରକୁ ଫେରି ଲା ବେଳେ,ଷ୍ଟେଜ ଉପରକୁ ଯାଇ ଚିଫ ଗେଷ୍ଟ ଙ୍କ ଠାରୁ ପ୍ରାଇଜ ଆଣିବାର ଖୁସି ଟା କିନ୍ତୁ ମୁହଁରେ ଲାଖି ରହିଥିଲା।ପ୍ରତିବର୍ଷ କିଛି ନା କିଛି ଖେଳ ରେ ପ୍ରାଇଜ ପାଇବା ର ଧାରା ଟି ବଜାଏ ରଖିପାରିଥିବା ରୁ ଚମ୍ପିଅନ ଟ୍ରଫି ଟି ହରାଇବା ର ଦୁଃଖ ଟି ତା'ମୁହଁ ଟିକୁ ସତେ ଯେମିତି ଛୁଇଁ ପାରିନଥିଲା।

         ଫୁଲ ର ସେଦିନର ଖୁସି ଟା ଟିକିଏ ଫିକା ପଡିଯାଇ ଥିଲା,ଯେତେବେଳେ ସେ ତା'ସାନଭାଇ ଯିଏ ତା'ସ୍କୁଲ ରେ ତା'ଠାରୁ ତିନୋଟି ଉପର କ୍ଲାସ ରେ ପଢୁଥିଲେ,ତା'ବଡ଼ ଭାଇଙ୍କ ଆଗରେ କହୁଥିବା ର ଶୁଣିପାରିଥିଲା ଯେ-"ଭାଇ,ଆମ ଫୁଲ ଟା ଏତେ ଭଲ ଖେଳିପାରିବ ବୋଲି ମୁଁ ଜମା ଭାବି ପାରିନଥିଲି।ଯଦି ଘରେ ସିଏ ଟିକିଏ ଭଲ ସଟଲ୍ ରେ ଖେଳ ଅଭ୍ୟାସ କରିଥାନ୍ତା,ତା'ହେଲେ ତାକୁ କେହି ହରାଇ ପାରି ନ ଥାନ୍ତେ!ଆଜି ତା'ଖେଳ ଦେଖି ମତେ ଆଶ୍ଚର୍ଯ୍ୟ ଲାଗିଲା!ଆମେ ଦୁଇ ଭାଇଙ୍କ ଖେଳିସାରିଥିବା ପୁରୁଣା ଛିଣ୍ଡା ସଟଲ୍ ରେ ସିଏ କେତେବେଳେ କେମିତି ଟିକେ ଖେଳି ଦେଉଥିଲା, ଆମେ ବି ତା'ଖେଳ କୁ କେହି ଗୁରୁତ୍ୱ ଦେଉନଥିଲୁ!ତାକୁ ଟିକେ ଗାଇଡ଼ କରି ଅଭ୍ୟାସ କରାଇଥାନ୍ତେ ଯଦି,ଆଜି ସେ ସ୍କୁଲ ରେ ଚାମ୍ପିଆନ ନିଶ୍ଚୟ ହୋଇଥାନ୍ତା ।

     ଫୁଲ ର ମନ ଭିତରେ ଲୁଚି ରହିଥିବା ଦୁଃଖ ଟା ଯେମିତି ତା'ଶରୀର କୁ ଅବଶ କରିଦେଇଥିଲା,ତଳେ ଲଥ୍ କରିି କାନ୍ଥ କୁ ଆଉଜି କି ବସି ପଡିଥିଲା!ପିଲାଳିଆମି ବୁଦ୍ଧି ରେ ସିଏ ବି ଥରୁଟିଏ ଭାବି ନ ଥିଲା ଯେ ତା'ଭାଇ ମାନେ ଭଲ ନୂଆ ସଟଲ୍ ରେ ଖେଳିଲା ବେଳେ,ତାକୁ ସେମାନଙ୍କର ପୁରୁଣା ଛିଣ୍ଡା ସଟଲ୍ ରେ ଖେଳିବା କୁ ପଡୁଥିଲା!ପୁଅ ଝିଅ ର ଭେଦ ଭାବ ଟା ଯେମିତି ତାକୁ କିଛି ଅସଙ୍ଗତ ଲାଗୁନ ଥିଲା, ହୁଏତ ସେଥିପାଇଁ ସେ କେବେ ମୁହଁ ଖୋଲି ଅଭିଯୋଗ କରି ନ ଥିଲା କି ମନ ଦୁଃଖ ବି ତା'ର ହୋଇନଥିଲା। ନିଜ ସାଙ୍ଗ ମାନଙ୍କ ସାଙ୍ଗରେ ବୋହୁଚୋରି, ସ୍କିପିଙ୍ଗ, ପୁଚି ଖେଳି ଖେଳି ଯେମିତି ଝିଅ ଟିଏ ର ସ୍ୱୀକୃତିକୁ ଆପଣେଇ ନେଇଥିଲା। ବଡ଼ ଦୁଇ ଭାଇ ଙ୍କ ର ଦାମୀ ରାକେଟ କୁ ଛୁଇଁବାକୁ ବି ସାହସ କରୁ ନଥିଲା।ତା'ପାଇଁ ଆସିଥିବା ଶସ୍ତା ରାକେଟ ଟି ବଙ୍କା ହୋଇଗଲେ ମଧ୍ୟ ତାକୁ ହାତରେ ସିଧା କରି କରି ସେଇଥିରେ ଯାହା ଖେଳି ଦେଉଥିଲା। ମନ ଭିତରେ ଯେମିତି ଘର କରି ଦେଇଥିଲା ଯେ, ସେଇଟା ଝିଅ ମାନଙ୍କ ର ଖେକ ନୁହେଁ!ହେଲେ ଖେଳିବାର ଇଚ୍ଛା ଟିକୁ ମନ ଭିତରେ ଚାପି ରଖି ଯେମିତି ଛଟପଟ ହୋଇ ଯାଉଥିଲା ।

   ବୋଉ...ବୋଉ..ଡାକି ଡାକି ଘର ଭିତରକୁ ପସି ଆସିଥିଲା ସନଝିଅ,ଆଉ ଫୁଲ ର ଭାବନା ର ଖିଅ ଟା ଯେମିତି ସେଇଠି ଛିଣ୍ଡି ଯାଇଥିଲା।ହାତରେ ଧରିଥିବା ବଡ଼ ଝିଅ ଟିର ଟ୍ରଫି ଟିକୁ ଅତି ଯତ୍ନ ରେ ଷ୍ଟୁଲ ଟି ଉପରେ ରଖି ଦେଉ ଦେଉ ମନ ଭିତରକୁ ପୁଣି ପଶି ଆସିଥିଲା ଅଳ୍ପ କିଛି ବର୍ଷ ତଳ ର ଘଟଣା ଟି,ଯୋଉଦିନ ପ୍ରଥମ କରି ବଡ଼ ଝିଅ ତା'କମ୍ପାନୀ ରେ ବ୍ୟାଡମିଣ୍ଟନ୍ ଖେଳି ସିଙ୍ଗିଲସ ଓ ଡ଼ବଲସ୍,ଉଭୟ ରେ ଚମ୍ପିୟାନ ଟ୍ରଫି ଆଣି ତା'ହାତରେ ଧରାଇ ଦେଇଥିଲା।ସେଦିନ ଫୁଲ ନିଜକୁ ଯେମିତି ତା'ଝିଅ ଜାଗା ରେ ଦେଖି ପାରିଥିଲା! ଅଷ୍ଟମ ଶ୍ରେଣୀ ର ହାରିଯାଇଥିବା ଫୁଲ ସତେ ଯେମିତି ହାତରେ ଚମ୍ପିୟାନ ଟ୍ରଫି ଧରି ଠିଆ ହୋଇ ଯାଇଥିଲା!ଖୁସି ରେ ବଡ଼ ଝିଅ ତାକୁ କୁଣ୍ଢାଇ ପକାଇ ଗେଲ ପରେ ଗେଲ କରି ଚାଲିଥିଲା, ଆଉ କହି ଚାଲିଥିଲା-ବୋଉ,ତୋରି ପ୍ରେରଣା ରେ ମୁଁ ଆଜି ମୁଁ ଏ ଟ୍ରଫି ପାଇ ପାରିଛି ଲୋ,ଦେଖିବୁ ସବୁ ବର୍ଷ ଏମିତି ଟ୍ରଫି ଆଣିକି ତୋ ହାତରେ ଧରାଇ ଦେବି ।

     ସମୟ ଗଡି ଚାଲିବା ସାଙ୍ଗରେ, ଚାରି ବର୍ଷ କାଳ , ପ୍ରତିବର୍ଷ ସେଇ ଟ୍ରଫି ଦୁଇଟି ଯେମିତି ତା'ରି ପାଇଁ ରହିଯାଇଥିଲା, ଶେଷରେ ନିଜ କମ୍ପାନୀକୁ ରେପ୍ରେଜେଣ୍ଟ କରି ଦେଶର ଅନ୍ୟ ବଡ଼ ବଡ଼ କମ୍ପାନୀ ସାଙ୍ଗରେ ଖେଳି ମଧ୍ୟ ନିଜର ସେଇ ଟ୍ରଫି ଦୁଇଟି ର ହକଦାର ହୋଇପାରି ଅଜସ୍ର ପ୍ରଶଂସା ର ଅଧିକାରୀ ହୋଇଯାଇଥିଲା । ଖବର କାଗଜରେ ଟ୍ରଫି ସାଙ୍ଗରେ ଝିଅର ଫୋଟୋକୁ ଦେଖି ଫୁଲ ଭିତରେ ଜମାଟ ବନ୍ଧା ହୋଇଥିବା ଅପ୍ରାପ୍ତି ସବୁ ଯେମିତି ତା'ଆନନ୍ଦାଶୃ ରେ ଧୋଇ ହୋଇ ଯାଇଥିଲା।

           


     


Rate this content
Log in

More oriya story from puspanjali das

Similar oriya story from Classics