Maheswar sahoo

Drama Tragedy

3  

Maheswar sahoo

Drama Tragedy

ବଞ୍ଚିବାକୁ ହେବ

ବଞ୍ଚିବାକୁ ହେବ

5 mins
121



ସ୍ୱମୟର ତାଳରେ ମଣିଷ ନିଜର ଅଭିନୟ କରି ଚାଲିଥାଏ । ଏହି ଦୁନିଆ ରଙ୍ଗ ମଞ୍ଚରେ ପ୍ରତ୍ୟକ ମଣିଷ ଗୋଟିଏ ଗୋଟିଏ ଅଭିନେତା ମାତ୍ର । ନିଜର କର୍ମ ଓ କର୍ତ୍ତବ୍ୟପରାୟଣତା ହେଉଛି ଗୋଟିଏ ଗୋଟିଏ ଚରିତ୍ର ମାତ୍ର । ସୁରେଶ ବେହୁରା ଜଣେ କୃଷକ । ରାତି ପାହିଲେ ନିଜର ବଳଦ ଓ ଲଙ୍ଗଳ ସଜ ଧରି ବିଲକୁ ଯାଇଥାଏ । ସାଥିରେ ନେଇଥାଏ ଖୁଦ ଭଜାର ଛତୁଆ ସହିତ ଗୋଟିଏ ଥଣ୍ଡା ପାଣି କଳସ । ବିଲରେ ହଳ କାମ କରିଚାଲେ ବଳଦମାନଙ୍କ ସହ ବଳଦ ହୋଇ, ବାସ ସୂର୍ଯ୍ୟ ଯେତେବେଳେ ମୁଣ୍ଡ ଉପରକୁ ଆସିଯାଆନ୍ତି ବଳଦ ଫିଟେଇ ଦିଏ ଚରିବା ଘାସ ପାଇଁ ଓ ଛତୁଆରେ ପାଣି ଗୋଳେଇ ଧକ ଧକ କରି ପିଇ ଦେଇ, ବିଲ ପାଖ ହୁଡ଼ାରେ ଟିକେ ଗଡିଯାଏ ଗାମୁଛା ଫାରିଦେଇ । କିଛି ସମୟ ଏ' କଢ଼ ସେ' କଢ଼ ହୋଇ ପୁଣି ଲାଗିଯାଏ ବଳଦ ଜୋଖି ହଳରେ । ବେଳ ବୁଡିବା ସମୟ ହେଲେ ବହୁତ ଭୋକ ଲାଗେ, ନିଜ ବଲଦକୁ ଧରି ଘରକୁ ଫେରେ ।


    ସୁରେଶ ବେହୁରାଙ୍କର ଦୁଇ ପୁଅ । ପାଠ ଭଲ ପଢିଲେ ନାହିଁ ତେଣୁ ସୁରେଶ ବେହୁରା ତାଙ୍କୁ ବିଲ କାମ ଶିଖେଇଲେ । ବଡ଼ ପୁଅ ବିଜୁ ବହୁତ ପରିଶ୍ରମୀ ପିଲା । ବାପାଙ୍କର ଦୁଃଖ ବୁଝି ପାରେ ଓ କୁହେ ବାପା ତମେ ଏବେ ବିଶ୍ରାମ ନିଅ । ବହୁତ ଖଟିଣି କରି ଆମକୁ ବଡ଼ କରିଛ । ହେଲେ ସୁରେଶ ବେହୁରା କୁହନ୍ତି ନାହିଁରେ ବସି ଖାଇଲେ ନଈ ବାଲି ସରେ । ଏଇ ମାଟି ମୋର ମାଆ ଭଳି ! ଏଇ ମାଟିରେ ହଳ ଲଙ୍ଗଳ ଚଳେଇ ମୁଁ ମୋ ସଂସାର ବନେଇଛି । ମୋ ପରିଶ୍ରମରୁ ତମେ ମୋର ରାମ ଲକ୍ଷ୍ମଣ ଭଳି ଦୁଇ ପୁଅ ରୋଜଗାରିଆ ହେଲ । ସାନ ପୁଅ ରାଜୁ ଟିକେ ରାଗ ସ୍ୱଭାବର । ଟିକେ ଟିକେ କଥାରେ ମହାଭାରତ କରିଥାଏ । ଆଗରୁ ବାପାଙ୍କୁ ଭୟ କରୁଥିଲା ହେଲେ ଏବେ ବାପାଙ୍କ ମୁହଁରେ ଜବାବ ଦେଉଛି । କିଛି କଥା କହିଲେ ଓଲଟା ଜବାବ ଦେଉଛି । କିଛି ସାଙ୍ଗଙ୍କ ସହିତ ମିଶି ମଦ ପିଇବା ଆରମ୍ଭ କଲାଣି ।

   ସୁରେଶ ବେହୁରାଙ୍କର ବୟସ ଧୀରେ ଧୀରେ ବଢି ଚାଲିଛି । ବୟସ ବଢ଼ିବା ସହିତ କାମ କରିବାର ଶକ୍ତି ମଧ୍ୟ କମିବାରେ ଲାଗିଲାଣି ।

    ପତ୍ନୀ ସୁଲୋଚନା ସୁରେଶ ବେହୁରଙ୍କୁ କହିଲେ ହାଇହୋ ବଡ଼ ପୁଅ ବିଜୁର ବାହାଘର କରି ଦେଲେ କେମିତି ହୁଅନ୍ତା ? ପୁଅ ବଡ଼ ହେଲାଣି ତା ପାଇଁ ଏବେ ଝିଅ ପ୍ରସ୍ତାବ ଦେଖ । 

ସୁରେଶ ବେହୁରା କହିଲେ ହଁ ଯେ ପୁଅକୁ ପଚାରିଲେ କେମିତି ହୁଅନ୍ତା ।

 

   ସୁରେଶ ବାବୁ ତାଙ୍କ ପୁଅକୁ ପଚାରିଲେ ବାହାଘର ପାଇଁ ଓ ପୁଅ କହିଲା ବାପା ତମେ ଯାହା କରିବ ମୋର ରାଜି । ବିଜୁ କଥାରେ ସୁରେଶ ବାବୁ ଖୁସି ହୋଇ ଗୋଟେ ଝିଅ ସନ୍ଧାନରେ ରହିଲେ । 

   ସୁରେଶ ବେହୁରା ବିଜୁ ଓ ରାଜୁଙ୍କୁ ନିଜେ ନ ଖାଇ ଦିଅନ୍ତି । କେତେବେଳେ କୌଣସି ଜିନିଷର ଅଭାବ ରଖି ନ ଥିଲେ ତାର । ଯେତେବେଳେ ଯାହା ଇଛା କରନ୍ତି ସୁରେଶ ବାବୁ ଯୋଗାଇ ଦିଅନ୍ତି ।

ସୁରେଶ ବାବୁ ବିଜୁର ବିବାହ କରାଇଦେଲେ ପାଖ ଗାଆଁରୁ । ବହୁହୋଇ ସୁରେଶ ବାବୁଙ୍କ ଘରେ ପାଦ ଦେଇଥିଲା ସବିତା । ସବିତା ପାଠ କମ ପଢିଥିଲେ ବି ବହୁତ ସ୍ୱାଭିମାନି ଓ ଶାନ୍ତ ସରଳ ପ୍ରକୃତିର ଝିଅ । ସବିତାକୁ ବହୁ ରୂପେ ପାଇ ସୁରେଶ ବାବୁ ବହୁତ ଖୁସିଥିଲେ । 

    ବିଜୁ ବିବାହ ପରେ ଘର ପରିବେଶ ଭିନ୍ନରୁପ ଧାରଣ କରିଥିଲା । ଘରେ ସମସ୍ତେ ସବିତାର ହାତ ରନ୍ଧା ଖାଉଥିଲେ । ରାଜୁ ମଧ୍ୟ ବଡ଼ ହୋଇ ଯାଇଥିଲା । ରାଜୁ ବିବାହ ବୟସର ହୋଇ ଯାଇଥିଲା ତେଣୁ ରାଜୁ ଘରେ କାହାରିକୁ ନ ଜଣେଇ ବିବାହ କରିଥିଲା କବିତାକୁ । କବିତାକୁ ବିବାହ କରି ଘରକୁ ଆଣିଲା ପରେ ସୁରେଶ ବେହୁରା(ସୁରେଶ ବାବୁ) ବହୁତ ନାରାଜ ହୋଇଥିଲେ । ସୁରେଶ ବେହୁରାଙ୍କର ଦୁଇ ଜଣିଆ ପରିବାର ଧୀରେ ଧୀରେ ବଢ଼ିବାରେ ଲାଗିଲା । ପରିବାରରେ ସଦସ୍ୟ ବଢିବା ସହିତ ନାତି ଓ ନାତୁଣୀ ମଧ୍ୟ ବଢ଼ିବାରେ ଲାଗିଲେ । 


    ସୁରେଶ ବେହୁରା ବୃଦ୍ଧ ଅବସ୍ଥାରେ ଉପନୀତ ହେଲେ । ଆଉ କାମ ଦୁଃଖ ଭଲ କରିପାରିନଥିଲେ । ବିଲ ଓ ବାଡ଼ି କାମରେ ଯୋଗ ଦେବାକୁ ଅକ୍ଷମ ଥିଲେ । ସାନ ପୁଅ ରାଜୁ ଓ ବଡ଼ ପୁଅ ବିଜୁ ଦୁଇ ଜଣ ବହୁତ ବାଦ ବୁଦା ଲାଗୁଛନ୍ତି । କୌଣସି କାମ କରିବାକୁ ହେଲେ ରାଜୁ ଟାଳିଦିଏ ବିଜୁ ଉପରେ । କୁହେ ଭାଇ କରିଦେବ । ଏମିତି ଘର ପରିସ୍ଥିତି ବିଗିଡିବାରେ ଲାଗିଲା । ସୁରେଶ ବେହୁରା ପରିବାରର ଅଶାନ୍ତି ଓ ସବୁବେଳେ ଝଗଡ଼ା ପାଇଁ ନିଜକୁ ସମ୍ପୂର୍ଣ ଆସକ୍ତି ଅନୁଭବ କରୁଥିଲେ । ବୁଦ୍ଧ ବୟସରେ ପୁଅ ସାହାହେବ ବୋଲି କେତେ ଆଶା ଓ ଭରସା ରଖିଥିଲେ ହେଲେ ଆଜିର ଅବସ୍ଥା ଏପରି ହୋଇ ଯାଇଛି ଯେ ଘରେ ତେଲ ଲୁଣ ପାଇଁ ପଇସା ନାହିଁ । ଦୁଇ ପୁଅ ନିଜ ସ୍ତ୍ରୀ କଥାରେ ପଡି ଗୋଟେ ଟଙ୍କା ଘରକୁ ଦେଉ ନାହାନ୍ତି । ସବୁବେଳେ କଳି ଝଗଡ଼ା ଓ ମାରା ମାରି ହେଉଛନ୍ତି ଦୁଇ ଭାଇ । ସମୟ ସ୍ରୋତର କୁଟା ଖଣ୍ଡେକୁ ସହ ଭଳି ବୃଦ୍ଧ ଓ ବୃଦ୍ଧା ଦୁଇଜଣ ବଡ଼ ହୀନସ୍ତା ହେଉଛନ୍ତି ।

   ସୁରେଶ ବେହୁରା ବଡ଼ପୁଅ ବିଜୁକୁ ଡାକି କହିଲେ " ବାପାରେ ଘରେ ତ ତେଲ ଲୁଣ ଚଳିବା ପାଇଁ କିଛି କର ! "

ବିଜୁ କହିଲା," ବାପା, ରାଜୁତ ଗୋଟେ ଟଙ୍କା ଦେଉ ନାହିଁ । ମୁଁ କେଉଁଠୁ ଦେବି ବାପା ।"

  ବିଜୁ ଏତକ କହି ଚାଲିଗଲା । ବିଜୁ ଗଲା ପରେ, ସୁରେଶ ବାବୁ ରାଜୁକୁ ଡାକି କହିଲେ ହେଲେ ରାଜୁ କହିଲା ଘର ନ ଚଳିଲେ ମୁଁ କଣ କରିବି ?

   ସୁରେଶ ବେହୁରାଙ୍କ ହୃଦୟରେ ବଡ଼ ଆଘାତ ମିଳିଲା । ପୁଅ ମାନେ ତାକୁ ଅସହାୟ କରିଦେଲେ । ତାଙ୍କ ପାଖରେ କେବଳ ଗୋଟିଏ ସମ୍ପଦ ବାକି ରହିଥିଲା । ସେଇ ସମ୍ପଦଟି ହେଲା ନିଜେ ମେହେନତ କରି କିଣିଥିବା ଜମି ପାଞ୍ଚ ମାଣ । ଜମି ପାଞ୍ଚ ମାଣ ଛାଡି ଆଉ କୌଣସି ବସ୍ତୁକୁ ଛୁଇଁବା ତାଙ୍କ ପାଇଁ ଅକର୍ତ୍ତବ୍ୟ ଥିଲା କହିଲେ ଚଳେ । 


    ସୁରେଶ ବାବୁ ନିଜେ ବଞ୍ଚିବା ପାଇଁ ଜମି ବିକିବାକୁ ଆରମ୍ଭ କଲେ । ଘର ଚଳେଇବା ପାଇଁ କେବଳ ଗୋଟିଏ ରାସ୍ତା ହେଲା ଜମି ବିକିବା । ନହେଲ ବହୁ ଓ ଛୁଆ ପିଲା ଗୁଡାକ ହୀନସ୍ତା ହେବେ । ଦୁଇ ମାଣ ପୁଅ ଦୁଇଜଣ ପାଇଁ ରଖି ସୁରେଶ ବାବୁ ନିଜର ସମସ୍ତ ଜମି ବିକିଦେଲେ । ଜମି ବିକ୍ରି ପଇସା ଆଣି ବ୍ୟାଙ୍କରେ ରଖି ଭଲ ଖାଇବା ପିଇବାର ବ୍ୟବସ୍ଥା କରାଇଲେ ଘର ପାଇଁ । ଘରେ ଏବେ ସମସ୍ତଙ୍କର ଖାଇବା ପିଇବାର ଅଭାବ ନାହିଁ । ଖୁସିରେ ଚାଲିଲା ପରିବାର । 


    ସୁଲୋଚନାଙ୍କର ଏକ ଅଜଣା ରୋଗ ଆଜି ପହଁଚିଲା । ସେଇ ରୋଗ ବିକଟାଳ ରୂପ ଧାରଣ କଲା ଯାହା ଦ୍ୱାରା ସୁରେଶ ବାବୁ ରଖିଥିବା ନିଜର ସମସ୍ତ ଧନ ବ୍ୟୟ କରିଦେଲେ ହେଲେ ରୋଗ ଭଲ ହେଲା ନାହିଁ ଓ ଶେଷରେ ସୁଲୋଚନାଙ୍କର ମୃତ୍ୟୁ ହୋଇଗଲା । ଏବେ ସୁରେଶ ବାବୁ ଏକୁଟିଆ ହୋଇଗଲେ । ହେଲେ ଦୁଇପୁଅ ବସି ଖାଇ ଏତେ ଅଳସୁଆ ହୋଇ ଯାଇଥିଲେ ଯେ ଆଉ ବିଲ ବାଡ଼ି ଓ କାମ ଧନ୍ଦା ଉପରେ ଧ୍ୟାନ ଦେଉ ନଥିଲେ । 


   ପୁଣି ଥରେ ପରିବାରରେ ଅଭାବ ଦେଖାଯାଇଥିଲା । ସୁରେଶ ବାବୁ ପୁଣି ଥରେ ବିଜୁକୁ ଓ ରାଜୁକୁ ଡାକି କହିଲେ ତମେ ଦୁହେଁ କାମ ଧନ୍ଦା କିଛି କର, ବସି ଖାଇଲେ ନଇଁ ବାଲି ସରେ । ହେଲେ ବାପା ଆମେ କଣ କାମ କରିବୁ ଯେ । ବିଲ ଯାହା ଥିଲା, ବିକିଦେଲ ଆଉ କଣ ଅଛି ଆମ ପାଇଁ । ସେଇ ଦୁଇ ମାଣ ଜମି କେବଳ । 

   " ତମେ ଦୁଇଜଣ କିଛି କାମ ଧନ୍ଦା ନ କଲେ ସେଇ ଦୁଇମାଣ ଜମି ମଧ୍ୟ ବିକ୍ରି ହେଇଯିବ । ଶେଷରେ ଛୁଆ ପିଲାଙ୍କୁ ପୋଷି ପାରିବ ନାହିଁ ତମେ ଦୁଇଜଣ ।"


    ସୁରେଶ ବାବୁଙ୍କ କଥାକୁ କେହି ଧ୍ୟାନ ନଦେଇ ଓଲଟା ବିରକ୍ତି ହୋଇ ଚାଲିଗଲେ ବିଜୁ ଓ ରାଜୁ । ଏବେ ସୁରେଶ ବାବୁ ବାଧ୍ୟ ହୋଇ ନିଜର ଦୁଇ ମାଣିଆ ବିଲକୁ ବିକ୍ରି କରିବାର ସିଦ୍ଧାନ୍ତ ନେଲେ । ବହୁତ ଚଢା ଦରରେ ବିକ୍ରି ହୋଇ ଯାଇଥିଲା ଜମି ଓ ଜମି ବିକ୍ରି ପଇସାକୁ କିଛି ବିଜୁକୁ ଓ କିଛି ରାଜୁକୁ ଦେଇ ବଳକା ନିଜ ପାଇଁ ଖର୍ଚ୍ଚ କଲେ । ଏବେ ପୁଣି ଥରେ ଘର ସୁରୁଖୁରୁରେ ଚାଲିଲା । ବୟସ ବଢ଼ିବା ସହିତ ସୁରେଶ ବାବୁ ରୁଗ୍ଣ ହୋଇ ଯାଇଥିଲେ । ଏମିତି କିଛି ଦିନ ବିଛଣାରେ ପଡି ଶେଷନିଶ୍ୱାସ ତ୍ୟାଗ କଲେ । ସୁରେଶ ବାବୁଙ୍କର ଦଶାହ କର୍ମ ସରିଗଲା । ଏବେ ଆଉ କିଛି ନ ଥିଲା ସୁରେଶ ବାବୁଙ୍କ ପରିବାର ପାଇଁ କେବଳ ନିଜ ଭିଟା ମାଟି ଛଡା । 


   ସୁରେଶ ବାବୁ ଦେଇଥିବା ପଇସାକୁ ରାଜୁ ନିଜ ସାଙ୍ଗ ମାନଙ୍କ ସହିତ ମଦ ଓ ଜୁଆ ଖେଳରେ ଖର୍ଚ୍ଚ କରିଦେଲା । ହେଲେ ବିଜୁ ଟିକେ ପରିଶ୍ରମୀ ଥିଲା । ପାଇଥିବା ପଇସାରେ ଏକ ଛୋଟିଆ ଦୋକାନ କଲା ଓ ସେଇ ଦୋକାନକୁ ଧ୍ୟାନଦେଇ ବେପାର ବଢ଼େଇବାରେ ଲାଗିଲା । ଆଜି ବିଜୁ ବେପାର ଓ କାରବାରରେ ଅମାପ ଟଙ୍କା ରୋଜଗାର କରୁଛି ଓ ଘର ସୁରୁଖୁରୁରେ ଚାଲୁଛି ହେଲେ ରାଜୁ ଏକ ବଡ଼ ମଦ୍ୟପରେ ପରିଗଣିତ ହୋଇ ଯାଇଛି । ନିଜ ପକେଟ ଖର୍ଚ୍ଚ ପାଇଁ ମଧ୍ୟ ଗୋଟେ ଟଙ୍କା ରାଜୁ ପକେଟରେ ନାହିଁ । ଭାଇକୁ ତ ମାଗିବାର ଉପାୟ ନାହିଁ କାରଣ ବାପା ଦୁଇ ଭାଇଙ୍କୁ ସମାନ ଭାଗରେ ପଇସା ଦେଇଥିଲେ । 


   ରାଜୁ ନିଜ ପିଲା ପିଲିଙ୍କ ବଞ୍ଚିବା ପାଇଁ କିଛି ରୋଜଗାର କରିବା ଲକ୍ଷ୍ୟରେ ଭାଇ ଦୋକାନରେ କାମ କରୁଛି ଓ ଭାଇ ଦେଉଥିବା ବେତନରେ ନିଜର ପରିବାର ଭରଣ ପୋଷଣ କରୁଛି । ବିଜୁ ଏବେ ବହୁତ ଧନୀ ଓ ମାନୀରେ ବିବେଚିତ ହୋଇ ନିଜକୁ ଗୌରବାନ୍ୱିତ କରିଛି ତେଣୁ ବଞ୍ଚିବାକୁ ହେବର ଶେଷ ପଥ ପରିଶ୍ରମ ।



Rate this content
Log in

Similar oriya story from Drama