STORYMIRROR

Sunanda Mohanty

Action Others

4  

Sunanda Mohanty

Action Others

ବଙ୍କୁଲି ବାଡ଼ି

ବଙ୍କୁଲି ବାଡ଼ି

5 mins
10

ରାମ,ଶ୍ୟାମ ଓ ଦାମ ତିନିଜଣ ଖୁବ ଭଲ ସାଙ୍ଗ. ଉତ୍ତରତ୍ତୋର ବୟସରେ ମଧ୍ୟ ସେମାନଙ୍କ ମଧ୍ୟରେ ଖୁବ ବନ୍ଧୁତା ରହିଥିଲା. ଏ ବର୍ଷ ତିନିଜଣ ସ୍ଥିର କରିଥିଲେ ଯେମିତି ହେଲେ କାଶ୍ମୀର ଯିବେ ଓ ଲେକ ହାଉସରେ ରହି ମନଖୋଲା କଥାବାର୍ତ୍ତା ହେବା ସହ ଆନନ୍ଦ ନେବେ . ସବୁ ଆୟୋଜନ ହୋଇଗଲା. ତିନିହେଁ ଡ଼ାଲ ଲେକ ହାଉସରେ ରାତ୍ରୀ ଯାପନ କରୁଥିଲା ବେଳେ ତିନିଜଣଜାକ ଭାରି ଉଦାସ ଦେଖାଯାଉଥିଲେ. ରାମ ସାହସ କରି ପଚାରିଦେଇଥିଲା ସାଙ୍ଗ ଦୁହିଁଙ୍କର ଉଦାସୀନତାର କାରଣ ତ ଶ୍ୟାମ ଓ ଦାମ କହିଥିଲେ ଉଭୟ ନିଜ ନିଜ ବୁଢ଼ୀ ମାଆଙ୍କୁ ନେଇ ଚିନ୍ତିତ. ଶ୍ୟାମ କହିଥିଲା ବାପା ଚାଲିଯିବା ପୂର୍ବରୁ ସବୁ ସମ୍ପତି ଦୁଇଭାଗ କରିଦେଇଥିଲେ ଆମ ଦୁଇ ଭାଇଙ୍କ ଭିତରେ କିନ୍ତୁ ଆମେ ଦୁଇ ଭାଇ ବୁଢ଼ୀମାଆକୁ ଭାଗ କରି ମଧ୍ୟ ଶାନ୍ତିରେ ନାହୁଁ. ଯୋଉ ପନ୍ଦର ଦିନ ମୋ ବୁଢୀମା ଆମ ଘରେ ରହେ ମୋ ପିଲାଦୁହେଁ ଭାରି ଖୁସିରେ ତା ଠାରୁ ଗପ ଶୁଣନ୍ତି. ରାମାୟଣ ମହାଭାରତ ଚରିତ୍ର ସବୁଙ୍କ ସହ ମହାଭାରତ ଓ ରାମାୟଣ ଚରିତ୍ର ସବୁଙ୍କୁ ଚିହ୍ନନ୍ତି ଓ ଜାଣନ୍ତି ପୁଣି ଶିଖନ୍ତି କିନ୍ତୁ ମୋ ସ୍ତ୍ରୀ ବରୋଧ କରେ ପିଲାଦୁହେଁ ବିଗିଡି ଗଲେଣି କହି. ତା ଛଡା ମୋର ଘରକୁ ଫେରିବା ଡେରି ହେଲେ ସେ ଖୋଜୁଥାଏ ମୋ ଚଗଲା,ମୋ ବାୟା, ମୋ ଧନ ଏତେବେଳଯାଏଁ କାହିଁକି ଫେରିନି କହି ଗାୟତ୍ରୀ ମନ୍ତ୍ର ପଢି କୁଆଡେ ବଡ ରଡି କରି ହନୁମାନ ଚାଳିଶା ବୋଲି ମୋ ପୁଅ ପାଖେ ପାଖେ ରହିଥାଅ କହି ବ୍ୟସ୍ତ ବିବ୍ରତ କରୁଥାଏ ମୋ ପତ୍ନୀଙ୍କୁ. ପୁଣି ଆମ ଘରେ ଥାଇ ଆମ ମଙ୍ଗଳ କରିବା ଚିନ୍ତା କରିବା ସହ ବଡପୁଅ, ବଡ଼ବୋହୁ ଓ ତାଙ୍କ ଦୁଇ ପୁଅ ଝିଅଙ୍କ ଶୁଭ ମନାସିବାରେ ମୋ ପତ୍ନୀଙ୍କର ଅଭିଯୋଗ ଶୁଣି ଶୁଣି ମୁଁ କେବଳ ଚାହିଁଥାଏ, ଆର ପନ୍ଦର ଦିନ କେମିତି ଆସିବ? ଏଥର ଦାମ କହୁଥାଏ ଶ୍ୟାମ ସିନା ଦୁଇଭାଇ ବୋଲି ପନ୍ଦର ଦିନ କଷ୍ଟ ଭୋଗୁଛି ମୁଁ ଗୋଟିଏ ପୁଅ ହୋଇ ବର୍ଷ ବର୍ଷ କଷ୍ଟ ଭୋଗୁଥିବା ବେଳେ ମୋ ସ୍ତ୍ରୀ ମୋ ମାଆକୁ ଚିଡୁଥାଏ କଞ୍ଜୁସ ବୁଢ଼ୀ ପିଲା ଜନ୍ମ କରିବାରେ ଯେମିତି, ଆୟୁଷ ଧରି ରଖିବାରେ ସେମିତି କହି . ପୁଣି ମାଆ ମତେ ବାବୁରେ ଧନରେ କହି ଡାକିଲା ବେଳେ ମଧ୍ୟ ତାର ଅଭିଯୋଗ ମୁଁ ମାଆ ପଣତ ତଳେ ଦିନ ବିତାଇବା ଛାଡି କାହିଁକି ତାକୁ ହାତଧରି ବାହା ହେଉଥିଲି!ଏହିଭଳି ଭାବେ ଶ୍ୟାମ ଓ ଦାମ ନିଜ ନିଜର ଉଦାସୀନତାର କାରଣ ତାଙ୍କ ନିଜ ନିଜ ଜନ୍ମିତ ମାଆ କହୁଥିଲା ବେଳେ ରାମର ନିଜ ଉଦଆସୀନତାର କାରଣ ଯେ ତାର ମାଆ ଓ ବାପା ଆକାଶରେ ତାରା ହୋଇଯାଇଛି କହି ତା ପୁଅ ଝିଅଙ୍କୁ ଦେଖାଇଲା ବେଳେ ସେମାନେ ବୁଝନ୍ତିନି ବରଂ କୁହନ୍ତି ତାଙ୍କ ସାଙ୍ଗମାନଙ୍କ ବାପା ମାଆ ମାନେ ଯେପରି ତାଙ୍କ ଜେଜେମାଆ ଓ ଜେଜେବାପା ଉଭୟଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଇଛନ୍ତି ରାମ ମଧ୍ୟ ତାଙ୍କ ଜେଜେମା ଓ ଜେଜେଙ୍କୁ କୋଉଠି ଛାଡି ମିଛ କହୁଛନ୍ତି. ସ୍ତ୍ରୀ ମଧ୍ୟ ଶାଶୁ ନଥିବାରୁ ସେତେବେଳର ସରୁଚକୁଳି, ଚିତଉ, ଆରିଷା ଇତ୍ୟାଦି ପିଠା କରିବାର କୌଶଳ ଶିଖିନପାରିବା ସହ ସେତେବେଳର ଝୋଟି ଚିତା ଯଥା ଷୋଳକୋଟି ପଦ୍ମ, କୋଠିକଟା କିଏ ଶିଖେଇଦେବ କହି ବ୍ୟସ୍ତ ହୁଅନ୍ତି.ଶଶୁର ବଞ୍ଚିଥିଲେ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଶାଳୀନତା ଶିଖେଇବା ସହ ଦୁହେଁ ପାନବଟା, ବଟୁଆ, ବଙ୍କୁଲି ବାଡ଼ିର ମହତ୍ୱ ମଧ୍ୟ ଶିଖାଇଦିଅନ୍ତେ ପିଲାଙ୍କୁ ଅର୍ଥାତ ଆଗାମୀ ବଂଶଧରମାନଙ୍କୁ କହି ବ୍ୟସ୍ତ ହୋଇପଡନ୍ତି.

    ରାମ ଦେଖିଲେ ତାଙ୍କ ଦୁଶ୍ଚିନ୍ତା ଭିତରେ ଶ୍ୟାମ ଓ ଦାମ, ଉଭୟ ଲେକ ହାଉସରେ ଗଭୀର ନିଦ୍ରା ଗଲେଣି. ଠିକ ସେହି ସମୟରେ ଲେକ ହାଉସର ପାଖ କ୍ୟାବିନରେ କାହାର କ୍ଷୀଣ କ୍ରନ୍ଦନ ଧ୍ୱନି ଶୁଭୁଛି. ପ୍ରଥମେ ଡରି ଯାଇଥିଲେ ମଧ୍ୟ ରାମ ଯାଇ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେଲେ. କୌଣସି ଦମ୍ପତ୍ତି ତୀର୍ଥ ବୁଲାଇବାକୁ କହି ଏଠାରେ ମାଆଙ୍କୁ ଜାଣିଶୁଣି ଛାଡ଼ିଦେଇ ଯାଇଛନ୍ତି. ଏବେ ଲେକ ମାଲିକ କହୁଛନ୍ତି ତୁମ ପୁଅ ବୋହୁଙ୍କ ନମ୍ବର ଲାଗୁନି ତୁମେ ଶୀଘ୍ର ନିଜ ଯିବାର ବନ୍ଦୋବସ୍ତ କର. ରାମ ପହଁଞ୍ଚି ଗଲେ ବୁଢ଼ୀମାଆଙ୍କ ପାଖରେ କହିଲେ ତାଙ୍କର ଗୋଟେ ପୁଅ ସିନା ଚାଲିଯାଇଛି ହେଲେ ମୁଁ ପରା ଅଛି. ଆସ ମାଆ ଘରକୁ ଯିବା. ରାମ ଶ୍ୟାମ ଓ ଦାମ ବୁଢୀମାଙ୍କୁ ନେଇ ଫେରିଲା ପରେ ରାମ ଖୋଜିଥିଲେ ବାପାଙ୍କୁ, ଯାହାଙ୍କୁ କୌଣସି ବୃଦ୍ଧାଶ୍ରମରେ ପୁଅ ବୋହୂ ଛାଡି ସାରିଥିଲେ ଅନେକ ଆଗରୁ. କାରଣ ଗୁଡ଼ାଖୁ ଓ ପାନ ତଥା ଚା ଖାଇବା ଅଭ୍ୟାସ ତାଙ୍କର ପରିବେଶ ଉପରେ ତଥା ପିଲାଙ୍କ ଉପରେ ଖରାପ ପ୍ରଭାବ କାଳେ ପକାଉଥିଲା ବୋଲି ପୁଅ ବୋହୂ ଯଥେଷ୍ଟ ଆଗରୁ ବାପାଙ୍କର ବଦଭ୍ୟାସ ଆମ ପୁଅ ଝିଅଙ୍କ ଉପରେ ପଡିବ କହି ଛାଡିଦେଇଥିଲେ . ବୁଢାଙ୍କୁ ପାଇ ବୁଢ଼ୀମାଆ ଯୋଉ ଖୁସି ତାହା ଅବର୍ଣ୍ଣନୀୟ ଥିଲା.ରାମ ସହ ପିତା ମାତାଙ୍କୁ ଦେଖି ଘରେ ତାଙ୍କର ସମସ୍ତେ ଖୁବ ଖୁସି ଥିଲେ. ପିଲାଦୁହେଁ ପଚାରୁଥିଲେ ଏତେଦିନ ଯାଏଁ କୋଉଠି ଥିଲ ଜେଜେ ଜେଜେମା!

  ରାମଙ୍କ ପରିବାରରେ ଏବେ ଖୁସିର ଲହର. ଜେଜେମାଙ୍କ ଠାରୁ ମୁନା ମୁନି କେତେ କେତେ ଗପ ଶୁଣନ୍ତି. କେଵେ ଶ୍ରବଣ କୁମାରାଙ୍କ କଥା ତ କେଵେ ଆରୁଣୀ, ଉପମନ୍ୟୁଙ୍କ କଥା. ପୁଣି କେଵେ ରାମାୟଣ ମହାଭାରତ ଗପର ଚରିତ୍ର ଭିତରୁ ରାମଙ୍କ କଥା ଶୁଣାଇ ଜେଜେମା କହୁଥାନ୍ତି ଶୁଣିବ ରାମ ରସ.. ଖାଇବ ଆମ୍ବ ରସ. ମୁନା ମୁନି କୁହନ୍ତି ଆମ ବାପା ତ ରାମ ନା ଜେଜେମା ତାଙ୍କର କୋଉ ମାଆ ତୁମେ? ଜେଜେମା କହୁଥିଲେ ହଁ ପିଲାମାନେ ମୋ ପୁଅ ଏ ରାମ ତାଙ୍କର ଆଉ ଦୁଇ ଭାଇ ପରା ଶ୍ୟାମ ଓ ଦାମ ନାମ ପାଇ ତାଙ୍କ ପାଖେ ପାଖେ ଶତ୍ରୁଘ୍ନ ଓ ଭରତ ଅଛନ୍ତି. ଆଉ ମୁଁ କୈକେଇ ମାଆ ରାମଙ୍କର ତ ପିଲାଏ ପଚାରନ୍ତି ତୁମେ ତେବେ ଆମ ବାପାଙ୍କୁ କାହିଁକି ବଣକୁ ପଠେଇ ଥିଲ ତ ଜେଜେମା କହୁଥିଲେ ରାମଙ୍କ ଛଡା ଆଉ କେହି ରାବଣ ଭଳି ଅସୁରଙ୍କୁ ମାରି ପାରିନଥାନ୍ତେ. ତେବେ ଲଷ୍ମଣ କୁଆଡେ ଗଲେ ଜେଜେମା ପଚାରିଲା ବେଳକୁ ମୁନା ମୁନିଙ୍କ ବାପା ରାମ ଯାହାକୁ ଆଣି ଲଷ୍ମଣ ବୋଲି ପରିଚୟ ଦେଇଥିଲେ ସେ ଥିଲେ ଜେଜେ ଜେଜେମାନଙ୍କ ସତ ଜନ୍ମିତ ପୁଅ. ତାଙ୍କୁ ଦେଖି ଦୁହେଁ ପିତା ମାତା ଖୁବ କାନ୍ଦିଥିଲେ ତ ମୁନା ମୁନି କହୁଥିଲେ ତୁମେ ଆଉ କେଵେ ଜେଜେ ଓ ଜେଜେମାଙ୍କୁ ଛାଡି କୁଆଡେ ଯିବନି ତ ଲଷ୍ମଣ ଦାଦା? ସେ କହୁଥିଲେ ନା ନା ମୁଁ ତୁମ ସମସ୍ତଙ୍କୁ ନେଇଯିବାକୁ ଆସିଛି. ଆମେ ସମସ୍ତେ ଏକାଠି ରହିବା. ଶ୍ୟାମର ମାଆଙ୍କୁ କୌଶଲ୍ୟା ଓ ଦାମର ମାଆଙ୍କୁ ସୁମିତ୍ରା କହି ଏବେ ଲଷ୍ମଣ ସମସ୍ତଙ୍କୁ ଏକା ସାଥିରେ ତାଙ୍କ ବିରାଟ ବଙ୍ଗଳାରେ ରହିବାକୁ ଅନୁରୋଧ କରୁଥିଲେ ରାମଙ୍କ ଗୋଡ଼ ଧରି.।

     ରାମ କିନ୍ତୁ କହିଥିଲେ ଆମେ ସମସ୍ତେ ଏଇଠି ରହିବା ଆମ ଘରେ ଏକତ୍ରିତ ଭାବେ ମିଳିମିଶି. ଏ ଭିତରେ ଜେଜେ ଆଉ ଗୁଡ଼ାଖୁ ଘଷୁ ନଥିଲେ. ପାନ ମଧ୍ୟ ଖାଉନଥିଲେ କି ବାଙ୍କୁଲି ବାଡ଼ି ଧରୁନଥିଲେ. କିନ୍ତୁ ରାମ ପିତାଙ୍କୁ ବୁଝେଇ ଦେଇଥିଲେ କି ଗୁଡ଼ାଖୁ ବଦଳରେ ଲବଙ୍ଗ ଜାକି ସବୁଦିନ ଶୋଇବା ପୂର୍ବରୁ ଗରମ ଲୁଣ ପାଣି କୁଳୁକୁଳୁ କଲେ ଦାନ୍ତ ରୋଗ ରହିବ ନାହିଁ.ପାନ ହେଲା ସର୍ବପୁରାତନ ଜୀର୍ଣ୍ଣକାରକ ପତ୍ର. କିନ୍ତୁ ତା ସହିତ ଅନ୍ୟାନ୍ୟ ଜିନିଷ ଯଥା ଗୁଆ, ଗୁଣ୍ଡି, ଚୂନ, ଖଇର ମିଶିଗଲେ ତାହା ତମାଖୁ ପରି ଅହିତକର ହେଉଛି ତେଣୁ ପାନ ଖାଇବା କିନ୍ତୁ ଗୁଣ୍ଡି, ଖଇର ବ୍ୟବହାର ପରିବର୍ତ୍ତେ ଅଳ୍ପ ଚୂନ, ଗୁଆକୁ ଗୁଆଘିଅରେ ଭାଜି ତା ସହିତ ଲବଙ୍ଗ, ପାନମାଧୁରୀ, ଅଳେଇଚ, ଗୁଜୁରାତି, ଶୁଣ୍ଠି, ପିପ୍ପଳି ଇତ୍ୟାଦି ଦେଇ ଖାଇବା ଓ ଅତିଥି ଅଭ୍ୟାଗତ ଘରକୁ ଆସିଲେ ତାଙ୍କୁ ସେହି ତାମ୍ବୁଲ ଦେଇ ଚର୍ଚ୍ଚା କରିବା ପାଇଁ ଘରେ ଘରେ ପାନଡାଲାର ନିହାତି ଆବଶ୍ୟକ ରହିଛି. ସ୍ଥିର କରାଗଲା ଏ କ୍ଷଣସ୍ଥାୟୀ ଜୀବନରେ ସମସ୍ତେ ଆଜି ଏକାନ୍ନବର୍ତ୍ତୀ ପରିବାର ବଦଳରେ ଏକାକି ରହିବା ଦ୍ୱାରା ସ୍ୱାର୍ଥ ଓ ସର୍ତ୍ତରେ ବୁଡି ରହି ବିବେକ ବୁଦ୍ଧି ପରିହାର କରି ନିଜ ବାପା ଓ ମାଆଙ୍କ ବୃଦ୍ଧାବସ୍ଥାରେ ସହାୟକ ହେବାକୁ କୁଣ୍ଠିତ ହେଉଥିବା ବେଳେ ସେମାନେ ତିନିମାତାଙ୍କ ସହ ତିନିଭାଇ ଓ ତାଙ୍କ ପିଲାମାନଙ୍କୁ ନେଇ ପିତୃ ଆଦେଶ ପାଳନ କରି ରହିଲେ, ବାପ ଥିବା ତିନିଭାଇ ସଭାରେ କଣ କୋଉଠି ବି କେଵେ ହାରିବେ ନାହିଁ.ଏଣିକି ସେମାନେ ଏକାଠି ରହି ଯୌଥ ପରିବାର ସୃଷ୍ଟି କରି ରହୁଥିଲେ ଓ ଯିଏ ଯାହାର କର୍ତ୍ତବ୍ୟ କର୍ମ ତଥା ବ୍ୟବସାୟ ସୁନ୍ଦର ରୂପେ ପରିଚାଳନା କରିବାରେ ସେମାନଙ୍କ ସହଧର୍ମିଣୀମାନେ ସହାୟକ ହେଉଥିଲେ.।

       ଏଣିକି ଜେଜେବାପା ବୟସଭାରରେ ତାଙ୍କ ଅଣ୍ଟା ନଇଁ ପଡୁଥିବାରୁ ବଙ୍କୁଲି ବାଡ଼ି ସାହାଯ୍ୟରେ ବାଟ ଚାଲିବା ସହ ବାଡ଼ି ବଗିଚାରେ ଗଛ ଲଗେଇବା ବେଳେ ବଙ୍କୁଲିବାଡ଼ି ସାହାଯ୍ୟରେ ଅନାବଶ୍ୟକ ଲଟା ଓ ଗୁଳ୍ମ କାଢି ଫିଙ୍ଗିବା ଓ ଏଠା ଜିନିଷ ସେଠାକୁ ଓ ସେଠା ଜିନିଷ ଏଠାକୁ ଅକ୍ଳେଶରେ ଅଣା ନେବା କରି ପାରୁଥିଲେ. ଗାଈ ବଳଦଙ୍କୁ କୁଣ୍ଡା ତୋରାଣୀ ପିଆଇବାକୁ ଓ ନାତି ନାତୁଣୀମାନଙ୍କୁ ସ୍କୁଲ ଛଡା ଅଣା କରିବାକୁ ତିନି ଜେଜେମା ମଧ୍ୟ ବଙ୍କୁଲି ବାଡ଼ି ବ୍ୟବହାର କରୁ କରୁ ରାମ,ଲଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଭଳି ରାମ, ଶ୍ୟାମ, ଦାମ ଓ ବିଷ୍ଣୁ ନାମକ ଚାରିପୁଅ ନିଜ ନିଜ ସ୍ତ୍ରୀମାନଙ୍କ ସହ ଜେଜେ ଓ ଜେଜେମା ମାନଙ୍କର ଜୀବନ୍ତ ବଙ୍କୁଲି ବାଡ଼ି ବନି ଯାଇଥିଲେ. ନାତି ନାତୁଣୀ ମାନେ ମଧ୍ୟ ପରୋକ୍ଷରେ ଶିକ୍ଷା ପାଉଥିଲେ ତାଙ୍କ ବାପା ମାଆଙ୍କର ସେମାନେ ଦିନେ ବଙ୍କୁଲି ବାଡ଼ି ହୋଇ ବଟୁଆ ଓ ପାନଡ଼ାଲା ଇତ୍ୟାଦି ପାଖକୁ ବଢ଼େଇ ଦେବାରେ କେବଳ ସାହାଯ୍ୟ ନୁହେଁ ବରଂ ସହାୟକ ହେବେ.ସମସ୍ତେ ଛୁଟିରେ ଲେକ ହାଉସରେ କଟାଇବା ବେଳେ ଅନେକ ସ୍ମୃତି ରୋମନ୍ଥନ କରି ସମସ୍ୱରରେ କହୁଥିଲଲେ ଜୟ ଜଗନ୍ନାଥ କି ଜୟ.।



Rate this content
Log in

Similar oriya story from Action