pratap nayak

Drama Others

3  

pratap nayak

Drama Others

ବନ୍ଧୁତାର କଳା କବରୀ

ବନ୍ଧୁତାର କଳା କବରୀ

5 mins
6.9K


ପ୍ରତାପ ନାୟକ

୭୦୦୮୦୫୪୨୮୨

ମନାକରୁଛି ସିଏ ମାନିବନି......

ତୁମର ସେହି ଏକା ଜିଦ୍ ଦେଇଆସ ଦେଇଆସ, ଏବେ ଦେଖିଲତ... ଯାଣିଲତ ତା' ମାନସିକତା ।

ଅସନ୍ତୁଷ୍ଟ ଭାବ ପ୍ରକାଶ କରୁଥିଲେ ଅମନ ପତ୍ନୀ ତନୁଙ୍କ ଉପରେ.......

ତନୁଙ୍କର ନା ରାଗ ଅଛି ନା ଛଳ । ସେ କିନ୍ତୁ ସନ୍ତୁଷ୍ଟ ନୁହଁନ୍ତି ଅମନଙ୍କ କଥାରେ.......

ତମେ ନିଶ୍ଚୟ ତୁମ କଥାବାର୍ତ୍ତାରେ କି ବ୍ୟବହାରରେ ଅମେଳ ରଖିଥିବ,ସେଥିପାଇଁ ତପନ ବାବୁ ମନା କରିଦେଇଥିବେ.......

ସେ ଜଣେ ସ୍ୱାଭିମାନୀ ମଣିଷ । ମୁଁ ଦଶ ବର୍ଷହେଲା ତୁମ ହାତ ଧରିଲିଣି ତୁମକୁ ଯାଣିନି ନା ତୁମ ବନ୍ଧୁଙ୍କୁ ଯାଣିନି । ବରବର ହେଇ ରୋଷେଇ ଘରକୁ ଚାଲିଗଲେ ତନୁ ।

ପଛେ ପଛେ ଅମନ....

ତମେ ବୁଝିପାରିବନି ତନୁ ତା' ମନର ଆବେଗ ତା' ସ୍ୱାଭିମାନର କାରଣ । ଦେଣନେଣ ସମ୍ପର୍କ ଧୋଇ ନଦଉ ଆମ ବନ୍ଧୁତ୍ୱ ଏଇ ତାର ଇଚ୍ଛା ।

ପଇସା ସମ୍ପର୍କ ଯୋଡେ ସମ୍ପର୍କ ଛିଡାଏ ମଧ୍ୟ । ହଉପଛେ ଗରିବ ମର୍ମେ ମର୍ମେ ଏ କଥାକୁ ସେ ଅନୁଭବ କରିଛି । ସେଥିପାଇଁ ସେ ଏତେ ଗୁଡାଏ ଟଙ୍କା ମୋଠାରୁ ସେମିତି ଅଯାଚିତ ଭାବରେ ନବାପାଇଁ ମନା କରିଦେଲା । ଆଉ ମନାକରି କହିଲା କଣ ଯାଣିଛ । ପୁଅ ପଛେ ଭଲ ନହେଉ ମୁଁ ତୋ ଟଂକାରେ ଆମ ବନ୍ଧୁତ୍ୱକୁ ବିକ୍ରିକରିପାରିବିନି । ହଁ ଟଙ୍କା ଦବୁତ ମୋର ଏଇ ଶେଷ ସମ୍ବଳ ସ୍ଥାବର ପୈତୃକ ଖରଖଣ୍ଡିକ କିଣି ନେଇ ଟଂକା ଦେ ।

ମୁଁ ସେ ଘରଖଣ୍ଡିକ କିଣି ନେଲେ ତା ପରିବାର ରହିବେ କୋଉଠି ? ବୁଢା ବାପମାଆ ଗୋଟାଏ ରୋଗୀଣା ପୁଅ ସାଂଗରେ ଆହୁରି ଛୋଟ ଛୋଟ ଦୁଇଟି ଝିଅ ତା ସହିତ କମ୍ ବୟସ୍କ ପତ୍ନୀକି ନେଇ ସେ କୋଉଠି ମୁଣ୍ଡ ଗେଞ୍ଜିବ ।

ମୋର କିଛି ଶୁଣିବାର ନାହିଁ ତମେ ତାଙ୍କୁ ଯେମିତି ହେଉ ଟଙ୍କାଦବ .......ତାଙ୍କ ପୁଅକୁ ସିଏ ଭଲ କରିବେ ।

ଯିଣିଛନା ତପନବାବୁଙ୍କ ସ୍ତ୍ରୀ କହୁଥିଲେ ତାଙ୍କ ପୁଅର ମେରୁଦଣ୍ଡ ସଂକ୍ରମଣର ଇନିସିଆଲ ଷ୍ଟେଜ୍ । ଅପରେସନ କଲେ ସେ ନିଶ୍ଚୟ ଭଲ ହୋଇଯିବ । ହେଲେ ଡାକ୍ତର କହୁଛନ୍ତି ଅତି କମ୍ ରେ ଦୁଇଲଖ୍ୟ ଟଙ୍କା ଲାଗିବ । ଏତିକି କହି କାନ୍ଦି ପକେଇଲେ ସେ ।

ତୁମେ କଣ ଯାଣିପାରୁନା ସେ କୋଉ ଅବସ୍ଥାରେ ଅଛନ୍ତି । ଆମର ପରା ତାଙ୍କ ପୁଅ ସାଂଗର ପୁଅଟିଏ ଅଛି । ଆଜି ଯଦି ତାର କିଛି ହେଇଥାନ୍ତା । ତମେ କଣ ହାତ ଉପରେ ହାତ ରଖି ବସି ପାରିଥାନ୍ତ ।

ଅାଉ ବରଦାସ୍ତ କରିପାରିଲେନି ଅମନ ।

କଣ ଗୋଟେ କରିବା କହି ଯାଇ ବସିପଡିଲେ ଡ୍ରଇଂରୁମ ସୋଫା ଉପରେ । ମୋବାଇଲରେ କା ସହ କଥାହେଲେ ।

ଚା କପେ ଆଣିବାକୁ କହି ତନୁକୁ ଅତିତକୁ ମନେ ପକେଇ ଭାବନା ରାଜ୍ୟରେ ବୁଡି ଯାଉଥିଲେ ସେ ।

କାଲିପରି ଲାଗେ ସେ ଓ ତପନ ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିଲେ । ଖରାଛୁଟିରେ ଦିନେ ନଇରେ ସାଙ୍ଗହେଇ ଗାଧୋଉ ଗାଧୋଉ ନଈ ତୁଠ ପାଖରେ ଥିବା ଏକ ଗଣ୍ଡରେ ଗୋଡ ଖସିଯିବାରୁ ସେ ପହଁରା ଯାଣିନଥିବାରୁ ପାଣିରେ ବୁଡିଗଲେ । ଆସନ୍ନମୃତ୍ୟୁକୁ ବହୁତ ପାଖରେ ଦେଖିଥିଲେ ଅମନ ସେଦିନ । ତପନ ସେ ବୟସରେ କାଳ ବିଳମ୍ବ ନକରି ନିଜେ ପହଁରା ଯାଣିଥିବାରୁ ଗଣ୍ଡରୁ ଟାଣିଆଣି ଜୀବନ ବଞ୍ଚାଇଥିଲା ମୋର । ଗାଁ ସାହିରେ ତପନର ସେଦିନ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ତାରିଫ୍ କରିଥିଲେ ।

ତପନର ପାଠ ଭଲ ହୁଏନା, ମୁଁ ଶ୍ରେଣୀରେ ଭଲ ପାଠ ପଢୁଥିବାରୁ ସାମାନ୍ୟ ଗର୍ବୀଥିଲି । ତେଣୁ ତପନ ଭଳି ପିଲାମାନଙ୍କ ସାଂଗରେ ସାଂଗ ହେଉ ନଥିଲି । ଯଦିଓ ଆମର ଚଳାଚଳ ଅତ୍ୟନ୍ତ ଦୁର୍ବଳଥିଲା ତପନ ଠାରୁ । ମୋ ବିଧବା ମାଆଟିକୁ ନେଇ ଆମ ସଂସାର ଥିଲା । ମାଆ ଧାନକୁଟି ଯାହା ଆଣେ ସେହିଥିରେ ଆମ ଗୁଜୁରାଣ ମେଣ୍ଟୁଥିଲା । ସେତେବେଳେ ଆମଘରେ ବିଜୁଳି ଆଲୁଅ ନଥିଲା । ମା କିରୋସିନ ପାଇବ କୋଉଠୁ । ସଂଧ୍ୟା ପୂର୍ବରୁ ରାତି ଖାଇବା ଖାଇ ଶୋଉଥିଲୁ । ମୋର ପାଠପଢା କେବଳ ଦିନରେ ହିଁ ଥିଲା ।

ନଈପାଣିରୁ ଉଦ୍ଧାର କରି ମତେ ନୂଆ ଜୀବନ ଦେଇଥିବାରୁ କି କଣ ସେହିଦିନଠୁ ମତେ ତପନ କାହିଁ ଭାରି ଭଲ ଲାଗିଲା । ଆଗରୁ ସିନା ତା' ସହ ସାଙ୍ଗ ହେଉ ନଥିଲି । ସେବେଠୁ ତା ସହ ସାଂଗହେଇ ବିଦ୍ୟାଳୟ ଗଲି । ଓପରଓଳି ଗାଁ ଦାଣ୍ଡରେ ବୋଉଚୋରୀ ,ଖପରାକୁ ବଲ୍ ମାରି ବାସ୍କେଟବଲ ପୁଣି କିତି କିତି ଖେଳିିଲି । ସିଏବି ମତେ ମାନିନେଲା ତାର ଭଲ ବନ୍ଧୁବୋଲି । ଆମଘରେ ବିଜୁଳି ଆଲୁଅ ନଥିବାରୁ ମତେ ସନ୍ଧ୍ୟାରେ ଡାକିନେଲା ତା ଘରେ ପଢିବାକୁ । ମନଅଛି ମୁଁ ପଢୁଥିବା ବେଳେ,ସେ କେବଳ ଚାହୁଁଥିବ ବହିକି ଆଉ ମତେ । ମୁଁ ବି ଦିନାକାତେ ଚେଷ୍ଚାକଲି ସେ ବି ମୋ ଭଳି ପଢୁ କିନ୍ତୁ ହେଲାନି । ତାର ଜମାରୁ ପଢାରେ ମନନଥିଲା । ଖାଲି ଖେଳିବ ବୁଲିବ । ଆ ତା ବାଡିରୁ ବରକୋଳି ଆମ୍ବ ପିଜୁଳି ଆଆତ ନେଉଆ କଇଁଆ କରମଙ୍ଗା ଚୋରିକରି ନିଜେ ଖାଇବ ମତେ ଆଣିଦବ ।

ତପନ ବାପାଙ୍କର କିନ୍ତୁ ଚାଷବାସ ଥିଲା । ଆମଠୁ ଚଳାଚଳ ବହୁତ ଭଲଥିଲା । ବର୍ଷକ ବାରମାସରେ ତେର ପର୍ବରେ ସେ ମତେ ତା'ଭାଗରୁ ସବୁ ଦେଉଥିଲା । ରଜରେ ପୋଡପିଠା ଦେଇ ତାଙ୍କ ଚାଳଘର ଓରାରେ ଲାଗିଥିବା ଦୋଳିରେ ମତେ ବସେଇ ନିଜେ ଝୁଲେଇଛି । ପ୍ରଥମାଷ୍ଟମୀରେ ତାଙ୍କ ଘରେ ଏଣ୍ଡୁରି ସାଂଗରେ ମାଉଁସ ଖୋଇଛି । ଶାମ୍ବ ଦଶମୀରେ ଛୁଞ୍ଚିପତ୍ରଠାରୁ ବୁଢା ଚକୁଳି..... । ମତେ ଦିନେ ନଦେଖିଲେ ପାଗଳ ହେଇଯାଉଥିଲା । ଗାଁରେ କି ବିଦ୍ୟାଳୟରେ କିଏ ଯଦି ମୋ ସହ କଳିକଲା ତେବେ ତା ଜୀବନଗଲା ଯାଣ ତପନ ହାତରେ । ଏମିତି ଅନାବିଳ ବନ୍ଧୁ ସିଏ ମୋର । ମୁଁ ଯେତେବେଳେ କହେ ମତେ ତୁ ପାଣିରୁ ଛାଣି ନୂଆ ଜୀବନ ଦେଇଛୁ । ମନ କୁଣ୍ଢେମୋଟ ହେଇ ଯାଏ ତା'ର । କହେ ତୋ ଜୀବନଟା ଯଦି ମୋର ,ତେବେ ମୁଁ ବଂଚିଥିଲା ଯାଏ,ମୋ ସାଧ୍ୟମତେ ଯାହା ତତେ ଦଉଥିବି ଆଉ ତୁ ମନାନକରି ଖାଲି ନଉଥିବୁ । କେବେ ନାଇଁ କରିବୁନୁ କି ଦବାକୁ କିଛି ଚେଷ୍ଟା କରିବୁନି । ମୁଁ ତତେ ଦେଖିକି ଯୋଉ ଆନନ୍ଦ ପାଉଛି ତୁ ଯମା ଯାଣିପାରିବୁନି ଆଉ କଣ ଟିକେ ଦେଇଦେଲେ କି ଶାନ୍ତି । ସତେକି ମୁଁ ଜୀବନର ସବୁ ପାଇଯାଉଛି ।

ଏଇ ସେହି ତପନ । ଯିଏକି ମାଟ୍ରିକ ଫେଲ ପରେ ସେହି ଗାଁରେ ରହି ଯାଇଛି । ଚାଷବାସ କରୁଛି । ବୁଢାବାପା ମାଆ ତିନିପିଲା ପତ୍ନୀରେ ତାରି ଏ ମହରଗ ଯୁଗରେ ତେଲ ଥିଲେ ଲୁଣ ନାହିଁରେ ଏକ ଘୋର ଅଭାବୀ ସଂସାର ।

ମୁଁ ମାଟ୍ରିକ ପାସ ପରେ ସ୍କଲାରସିପ ପାଇ ପାଠପଢି ପାଖ ସହରରେ ଦାନ୍ତ ଡାକ୍ତର । ଯୁବ ବଦଳିଛି । ବଦଳିଛି ରୋଜଗାର କରିବାର ମାଧ୍ୟମ । କାଲି ଯିଏ ପାଉଥିଲା ଦୁଇଓଳି ଖାଦ୍ୟ ଆଜି ସେ ସେ ଓପାସ ଆଉ କାଲିର ଫକୀର ଯିଏ ସିଏ ଫନ୍ଦିଫିକର କରି ଆଜି ସିଏ କଣ ?.... ସମସ୍ତେ ଯାଣନ୍ତି ।

କଣ ସେ ଭାବି ଯାଉଛି । ତପନର ପୁଅ ସୁସ୍ଥ ହେଇ ବଂଚିବାର ଏକମାତ୍ର ମାଧ୍ୟମ ଅପରେସନ । ଯିଏ ଜୀବନସାରା ଦେଇ ଯାଣିଛି ସିଏ କଣ କେବେ କାହା ହାତଟେକାକୁ ଅନେଇ ରହିବ । ମୁଁ ଅଭାଗା ......ସ୍ୱାଭିମାନୀ ବନ୍ଧୁର ଦୁର୍ଦ୍ଦିନରେ କିଛି କରିପାରୁନି ବୋଲି ।

ଚିନ୍ତା କରୁଛି ବର୍ତ୍ତମାନ ସମୟରେ ସେ ହିଁ ଏକା ତପନକୁ ଏ ବିପଦରୁ ରଖ୍ୟା କରିପାରିବ ଆଉ ଉପାୟ ହେଲା ସେ ତପନର ଘରବାରୀ କିଣି ଦି ଲକ୍ଷଟଙ୍କା ଦବ ତା ପୁଅ ଭଲହେବ । ମୋବାଇଲରୁ ଫୋନ କରିବ ଏବେ ସେ କିନ୍ତୁ ତପନର ଫୋନ ରିଂ ହଉଛି ଦେଖି ଆସନ୍ନ ବିପଦ ମଣି ଡରିଡରି ରିସିଭ କଲା । ସେପଟରୁ ତପନ ବ୍ୟସ୍ତ ତଥା ଖୁସି ଯାହିର କରି କହୁଛି ଯାଣିଲୁନା ଅମି ଡାକ୍ତର ସାହୁବାବୁ ଫୋନ କରିଥିଲେ । ମେଡିକାଲର ହେଡଡାକ୍ତର ପଟ୍ଟନାୟକ ସାର୍ ମାଗଣାରେ ମୋ ପୁଅକୁ ଅପରେସନ କରିବେ । କାଲି ଯିବାକୁ କହୁଛନ୍ତି ମେଡିକାଲ । ତୁ କଣ କହୁଛୁ?

ଆନନ୍ଦରେ କାନ୍ଦି ପକେଇଲେ ଅମନ । ସ୍ୱଭିମାନୀ ମଣିଷର ପୁତ୍ରସ୍ନେହ । ଜୀବନସାରା ସତକର୍ମ କରିଥିବା ମଣିଷକୁ ଇଶ୍ୱରଙ୍କ ଶ୍ରେଷ୍ଟ ଉପହାର ।

ମୁଁ ନିଶ୍ଚୟ ଟାଇମ ପୂର୍ବରୁ ପହଁଚିବି ତପୁ । ଫୋନ କଟିଗଲା ।

ଖୁସିରେ ଡାକ ପକେଇଲେ ଅମନ

ତନୁ ତନୁ.....

ତନୁ ରୋଷେଇ ଘରୁ ଆସି ଦେଖିଲେ ସେ ଦେଇଥିବା ଚା କପ୍ ସେପରି ଥୁଆ ହୋଇଛି । କାନ୍ଦୁଛନ୍ତି ଅମନ । କିଛି ବୁଝିବା ପୂର୍ବରୁ ତନୁକୁ କୁଣ୍ଢେଇ ନାଚିଗଲେ ଅମନ । ମଥାରେ ଆଂକିଦେଲେ ଚୁମା ଉପରେ । କହିଲେ ରୋଷେଇ ସେଇଠି ଥାଉ । ଚାଲ ପିନ୍ଧ । ସେ ଦୁଇ ଲଖ୍ୟ ଟଙ୍କା ଗଡରେଜରୁ ଆଣ ,ନ୍ୟୁରୋଲୋଜି ପ୍ରଫେସର ଡକ୍ଟର ପଟ୍ଟନାୟକଙ୍କୁ ଦେଇ ଆସିବା । ସେ କାଲି ତପୁ ପୁଅକୁ ଅପରେସନ କରିବେ । ମୁଁ ଆଉ ସବୁ କଥା କାରରେ କହିବି । ଜଲଦି ବାହାର ।

ତନୁ ଠିକ୍ ଧରିନେଲା ଅମନ ଚା ଅର୍ଡର କରିବା ପୂର୍ବରୁ କାହା ସହ କଥାହଉଥିଲେ ମୋବାଇଲରେ । ପୁଣି ଅନ୍ୟମନସ୍କତାରେ ଚା କପ ବି ଓଠରେ ଲଗେଇ ନାହାଁନ୍ତି ଏ ଯାଏ ।

ବିବାହ ପୂର୍ବରୁ ଥିବା ସମ୍ପର୍କ ସବୁ ଗୋଟିଗୋଟି କରିକହିଛନ୍ତି ଅମନ ତାଙ୍କୁ ତପନବାବୁଙ୍କ ସମ୍ପର୍କରେ । ସ୍ୱାମୀଙ୍କ ପ୍ରତି ଥିବା ତାଙ୍କର ଦରଦ ଭଲପାଇବା ସ୍ନେହ ପ୍ରେମକୁ ପରଖିଛନ୍ତି ସେ । ଦେଇ ଦେଇ ଚାଲିଥିବା ସ୍ୱାଭିମାନୀ ମଣିଷ ଅନ୍ତରଂଗତାରେ କାଳେ କମ୍ ହେଇଯିବ ଅଭାବୀ ମନ କେତେବେଳେ ନେଇ ଆସି ନାହାଁନ୍ତି ସେ ଆଙ୍କ ପାଖକୁ । ଖାଲି ଦେଇ ଚାଲିଛନ୍ତି ଅନାବିଳ ବନ୍ଧୁତା ଆଉ ବନ୍ଧୁତା ।

ଆଜି ଦିଲଖ୍ୟଟଂକା ତା ତୁଳନାରେ କିଂଚିତ ମାତ୍ର ନୁହେଁ କି??ନିଜକୁ ପ୍ରଶ୍ନ କରୁଛନ୍ତି ସେ ।

ଝରକା ସେପଟେ ଅରୁଣ ନାଲି ବୁରୁଜ ବୁଣି ମା କୋଳକୁ ଯିବାକୁ ଉଦ୍ୟମରତ । ପକ୍ଷୀ ଉଡାଣ ପୂର୍ବକୁ ବସାଭିମୂଖୀ । ଚିକ୍ ଚିକ୍ ବର୍ଣ୍ଣାଳୀ ବୁଣି ଗୁଡେଇ ହବ କଳାଶାଢୀ । ଅନ୍ଧାରକୁ କରିବ ଆହୁରି ଅନ୍ଧାର । ଗଗନ ଲୁଚିବ ଲୁଚିବ ଧରଣୀ ବନ୍ଧୁତାର କଳା କବରୀରେ ଆସିବ ନୂଆ ସଫେଦ ଫରଦ ନେଇ ଆସନ୍ତା କାଲିରେ । ବନ୍ଧୁତାର କଳା କବରୀ ଶୁଭ୍ରତାର ଉନ୍ମାଦ ଆଣିବ ।

ଡ୍ରେସିଂ ଟେବୁଲ ଆଗରେ ଶାଢୀ କୁଞ୍ଚ ଅଣ୍ଟାରେ ଖୋସୁଥିଲେ ତନୁ । ଅମନ ତନଙ୍କୁର ଖୁଆ ଧରି ଭିଡିନେଲେ କାର ପାଖକୁ .....ଚାଲ ଗାଡି ଭିତରେ ଶାଢୀ କୁଞ୍ଚ ଠିକ୍ କରିନବ ।


Rate this content
Log in

Similar oriya story from Drama