STORYMIRROR

pratap nayak

Abstract

2  

pratap nayak

Abstract

ଖରାପ ସ୍ୱପ୍ନ

ଖରାପ ସ୍ୱପ୍ନ

1 min
547


   ଦେଖିଲି ସ୍ୱପ୍ନଟିଏ,ତୁମ ଭଲପାଇବାର ନାଟକ ଆଢୁଆଳରେ ଯେତେବେଳେ କୁମ୍ଭୀର ମୁହଁକୁ ମତେ ଠେଲିଦେଲ ଡଙ୍ଗାରୁ। ଯୋରରେ ଡାକିଲି ବୋଉ....ବଞ୍ଚା ମୋତେ...।ବାହାରିଲି ଅବଚେତନ ଇଲାକାରୁ ।ବୋଉକୋଳରେ ମୁଣ୍ଡ ଆଉ ବାପା ...ମୋର ପାଦଦୁଇଟିକୁ ଅତି ଯତନରେ ତାଙ୍କ ଜଙ୍ଘ ଉପରେ ରଖି ମୋର ଜତ୍ନ ନେଉଥିଲେ।ବହୁତ ଖରାପ ଲାଗିଲା ତୁମ କଥାଭାବି।ଯାଣିଛି ଗଳ୍ପ ବେଳେବେଳେ,ସତହୁଏ।


   ସତସତିକା ସ୍ୱପ୍ନ ମୋର ସତ ହେବା ପୂର୍ବରୁ ମୁଁ ନିଜକୁ ସେହି କୁନିପୁଅ ,ସେହି ଗେହ୍ଲା ପୁଅ କରିନିଏ ମୋର ଦେବତାତୁଲ୍ୟ ପିତାମାତାଙ୍କ ପାଖରେ । ହଜାଏ ମୋ ଭଲ ପାଇବା ଜାଣି ଜାଣି ,କାହିଁକିନା ମୁଁ ଛଡେଇନବାକୁ ଚାହେଁନା ସେମାନଙ୍କ ବତ୍ସଲ୍ୟପ୍ରେମ ମୋ ଦରୋଟି ହସରୁ।ଦୂରେଇ ନିଏ ତୁମଠୁ ,କାରଣ...କାରଣ ତମେ ମୋ ଦୁଃସ୍ୱପ୍ନ ହେବନି ଆଉ ମୁଁ ଅଦିନିଆଁ ଖରାପ ସ୍ୱପ୍ନ ଦେଖି ବିଳିବିଳେଇବିନି ବାପାମା କୋଳରେ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract