The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

pratap nayak

Abstract

1.0  

pratap nayak

Abstract

କରୋନା ଆଉ ହୋଲି

କରୋନା ଆଉ ହୋଲି

5 mins
127


କରୋନା ଭୁତାଣୁ ଆସିଛି ରଂଗରେ ଚିନ୍ରୁ। ହୋଲିରେ ରଂଗ ନହେବାକୁ କଡା ତାଗିଦ୍ ମାଆର। ଦେଶର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବି ଏ ବର୍ଷ ହୋଲି ଖେଳୁ ନାହାଁନ୍ତି ମହାମାରୀ କରୋନାର ପ୍ରତିଷେଧକ ନିମିତ୍ତ। ଖବରକାଗଜ ,ଟିଭି ଚ୍ୟାନେଲ,ମୋବାଇଲର ୱେବ ଚ୍ୟାନେଲ ଏପରିକି ବନ୍ଧୁମାନଙ୍କ ଦ୍ୱାରା ଫେସବୁକ୍ ହ୍ୱାଟ୍ସଅପ୍ ଇନଷ୍ଟାଗ୍ରାମ ଟୁଇଟର୍ ଆଦିରେ ଅତିରିକ୍ତ ସଚେତନତା ମାକୁ ଯେମିତି ବ୍ୟତିବ୍ୟସ୍ତ କରିଦେଇଛି ତା ପରିବାର ସ୍ୱାସ୍ଥ୍ୟ ସମ୍ବନ୍ଧରେ।


       ଘରଦ୍ୱାରକୁ ଦିନକୁ ବାରବାର ପୋଛୁଚି। ଖଟ ,ପଢା ଟେବୁଲ୍,କପ୍ ବୋର୍ଡ,ରୋଷେଇ ଘର,ଡ୍ରଇଂରୁମ,ସବୁ ଘରରଚଟାଣ କେହି ବାଦ ପଡୁନି ମା ନଜରରୁ। କଡା ତାଗିଦ୍ ହେଉ ପଛେ ଆଜି ହୋଲି ପଡୁ ବରଂ ଫିକା। ଦିପୁ ଆଜି ରଂଗ ଖେଳିବାକୁ ଯିବନି ମାନେ ଯିବନି। ଟିଭିରେ କାର୍ଟୁନ ନଦେଖେଇ ମୋବାଇଲରେ ଗେମ୍ ନଖେଳେଇ ଦେଉଥିବା ମା ପାଠ ପଢାକୁ ତାଗିଦ୍ କରୁଥିବା ମା ଆଜି ସକାଳୁ ଦିପୁକୁ ଉଠେଇ ଦାନ୍ତ ଘସେଇ ତା ମନପସନ୍ଦର ଇପିନଡୁଲ୍ସ ଜଳଖିଆଦେଇ ତା ହାତରେ ଟିଭି ରିମୋଟ ଆଉ ଆନ୍ଡ୍ରୋଏଡ୍ ମୋବାଇଲ ଧରେଇ ଦେଇଛି। ଘରୁ ନବାହାରିବାକୁ କଡା ତାଗିଦ୍ । ଭିତର ପଟରୁ ଘରର ସଦର ଦରଜା ବନ୍ଦ। ସାଇପଡିଶାରେ ପିଲାମାନେ ଦିପୁର ସାଂଗ ରଂଜନ ମନ ସୁରେଶ ଲୀନା କାଦମ୍ବିନି ସମସ୍ତେ କବାଟ ବାଡେଇ ବାଡେଇ ଗଲେଣି। ମାର ପାଟି ଭିତର ପଟରୁ ଶୁଣି ଯିଏ ଯୁଆଡେ ଛୁ।


   ଦିନ ଆସି ବାରଟା ହେଲାଣି। ସବୁଦିନ ପରି ବାପା ବଢିଭୋଓରୁ ମଟର ସାଇକେଲ ନେଇ ଯାଇଛନ୍ତି କାମକୁ। ମା ମନା କରିଥିଲା ଯିବାକୁ ଆଜି । ହୋଲି ତେଣୁ ଆଜି କାମ ହବନି ବୋଲି ବାପାଙ୍କୁ କହୁଥିଲା,ସବୁ ଘାଲେଇ ବିଛଣାରୁ ଶୁଣିଛି ଦିପୁ। ଆହୁରିବି ଶୁଣିଛି ବୋଉ ପିଠିରେ ଦୁମ୍ ଦୁମ୍ ତାଳ ପଡିଲା ପରି ଦୁଇଚାରି ବିଧା ତା ସହିତ ଚଉଦ ପୁରୁଷକୁ ଉଦ୍ଧାର କରିବା ଗାଳି। ମାର ସକ ସକ କାନ୍ଦ ମଝିରେ ମଝିରେ ଖୁଁ ଖୁଁ କାସ ସେ ସବୁକୁ ବି ଶୁଣିଛି ଦିପୁ। ହେଲେ ସେ ଜମା ୮ ବର୍ଷର ପିଲା ସେଥିରୁ ସେ କଣ ବୁଝିବଯେ.....

 

     ମା କିନ୍ତୁ ମା ,ସବୁ ପରେବି ଯନ୍ତ୍ରଚାଳିତ ପରି ଘରର ସବୁ କାମ କରୁଛି । ଦିପୁର ....ବାପାର .....ଦିଦିର । ଆରେ ହଁ ତ ଦିଦି ଘରେ ନାହିଁ । ରେସିଡେନ୍ସିଆଲ କଲେଜରେ ପଢୁଛି। ହୋଲିରେ ଆସିବନି ବୋଲି କହୁଥିଲା। ସାଂଗମାନଙ୍କ ସହ କୋଉଠି ବଣ ଭୋଜି କରିବ ହୋଲି ଖେଳିବ ମସ୍ତ ହେବ। ମା ତାକୁ ବି ବାରଣ କରିଛି ରଂଗ ନଖେଳିବାକୁ ହେଲେ ସିଏ କଣ ଶୁଣିବ। ମା କହେ ବାପ ଯେମିତି ଝିଅ ବି ସେମିତି କିନ୍ତୁ ମୋ ପୁଅ ଦିପୁ କୋଟିକରେ ଗୋଟିଏ ସୁନା ପୁଅ ମାର,କାନିରେ ମୁହଁ ପୋଛି ଦିଏ ମା ବୋକ ଦିଏ ଗେଲ କରେ କୁଣ୍ଢେଇ ଧରି କଣ କଣ ସବୁ କହିଯାଏ ଗୁଣୁଗୁଣୁ ହୋଇ, ବେଳେବେଳେ ସକେଇକି କାନ୍ଦେ ଦିପୁ ବୁଝି ପାରେନା।


        ଗାଁ ଦାଣ୍ଡରୁ କୋଳାହଳ ଶୁଣି ମା କବାଟ ଖୋଲେ କିଏ କହେ ଦିପୁ ବାପା ମଟର ସାଇକେଲ ଧକ୍କା କରିଛି ମଦ ପିଇ। ମୁଣ୍ଡ ଫାଟିଛି ଗୋଡହାତ ଭାଂଗିଛି ଛାତି ବି ମାଡ ହୋଇଛି। ମଦ ନିଶାରେ ବାଉଳି ଚାଉଳି ହେଉଛି। ଛକରେ ଦିପୁକୁ ଖୋଜୁଛି ତା ମାକୁ ଖୋଜୁଛି। ମା ଧାଇଁଲା ଛକକୁ ତା ପଛେ,ପଛେ ଦିପୁ। ଗାଁସାରା ରୁଣ୍ଡ । ଦିପୁଦେଖିଲା ନାଲି ନେଳି ରଂଗରେ ତା ବାପା ଗାଧେଇଛି। ଭଂଗା ମଟରସାଇକେଲ ପଡିଛି କିଛି ଦୂରରେ। ଦେହ ମୁଣ୍ଡରୁ ରକ୍ତ ବାହାରି ତା ବାପା ଦେହରେ ବୋଳା ହୋଲିର ରଂଗକୁ ଆହୁରି ରଂଗିନ କରୁଛି। ବାପା ପାଣିପାଣି ହେଉଛନ୍ତି। କେହି ପାଣିଟୋପାଏ ଦେଉନାହାଁନ୍ତି ତା ବାପାକୁ । ଦେଖଣାହାରୀମସମସ୍ତେ ଧକ୍କା ନିଉଜ ମୋବାଇଲରେ ଅପଡେଟ୍ କରିବାକୁ ବ୍ୟସ୍ତ କିଏ କେତେ ଆଗେ ଲାଇକ କମେଣ୍ଟ ପାଇବ। ବୋଉ ଛକପାଖ ନଳକୁଅରୁ ପାଣି ମୁନ୍ଦାଏ ଆଣି ବାପାକୁ ପେଇ ଦେଲା । ମାଆଲୋ,ବାପାଲୋ ହେଉ ଥିବା ବାପା ବୋଉକୁ ଦେଖି ଆହୁରି ପାଟିକରି କାନ୍ଦିଲେ। ତା ସାଂଗରେ ବୋଉ ବି ......।


    କେହି ଯଣେ ୧୦୭ଆମ୍ବୁଲାନ୍ସ କୁ ଫୋନ କରିଥିଲା । ସେଥିରେ ମା ଦିପୁ ଆଉ ଗାଁର ମଦନା ଦାଦା ବସି ଦିପୁ ବାପାକୁ ପାଖ ସହର ମେଡିକାଲକୁ ନେଇଗଲେ । ମୁଣ୍ଡରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଦିପୁ ବାପା ଗାଡିରେ ବେହୋସ। ଡାକ୍ତର ସାଂଗେସାଂଗେ ତାଙ୍କୁ କାଜୁ ଆଲିଟିକୁ ନେଇଗଲେ। ମାର ଖୁଁ ଖୁଁ କାସ ସାଂଗକୁ ଲୁହ ସିଂବାଣି ଦେଖି ଆଉ ଯଣେ ଡାକ୍ତର ମା ର କରୋନା ହୋଇଛି ସଂନ୍ଦେହ କରି କରୋନା ଓ୍ୱାର୍ଡକୁ ଯୋରଯଗରଦସ୍ତ ନେଇଗଲେ । ସାଂଗେସଂଗେ କୋଉଠି ଥିଲେ ସାମ୍ବାଦିକ ମେଡିକାଲରେ ପହଁଚି କରୋନା ରୋଗି ଚିହ୍ନଟ ବ୍ରେକିଂ ନିଉଜ କଲେ ସବୁ ଚ୍ୟାନେଲରେ। ସେହି ମେଡିକାଲର ଓ ୱେଟିଂହଲରେ ନିଜ ବାପା ବୁହାହେଇ କାଜୁଆଲିଟି ଯିବାର ଦୃଶ୍ୟ ,ଚନ୍ଦ୍ରକୁ ଯିବା ପରି ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ପୋଷାକ ପିନ୍ଧା ଲୋକମାନେ ମାକୁ ଯେପରି କରୋନା ୱାର୍ଡକୁ ଠେଲି ଠେଲି ନେଉଥିବାର ଦୃ୍ଶ୍ୟ ଆଉ ଦିପୁର ସେହି ୱେଟିଂ ହଲରେ ଗୋଟିଏ କୋଣକୁ ଚିଆରରେ ବସିଥିବା ଦୃଶ୍ୟ ଟିଭି ପରଦାରେ ବାରମ୍ବାର ଦେଖୋଉଥିଲା। ନିଜ ଫଟୋ ଟିଭିରେ ଦେଖି ସେ ଯେତିକି ଖୁସି ହେଉନଥିଲା ବାପାମା ଅବସ୍ଥା ଭାବି ମନେମନେ ବହୁତ କାନ୍ଦୁଥିଲା ପଦାକୁ କେବଳ ତା ଲୁହ ଦେଖାଯାଉଥିଲା ଚୁପଚାପ। ଇନଫେକ୍ସନ ହେବ ବୋଲି କରୋନା ରୋଗୀ ପୁଅ ହେତୁ କେହି ତା ନିକଟକୁ ଆସୁନଥିଲେ। 


    ଟିଭିରେ ଦିଦିକି ଦେଖି ଦିପୁର ଆଶ୍ଚର୍ଯ୍ୟର ସୀମା ରହିଲାନି । ତା ମୁହଁ ଅଧା ବନ୍ଦ ହେଇଥିଲା । ସେ କଣ ସବୁ କହୁଥିଲା ଦିପୁ କିଛି ବୁଝିପାରିଲାନି । ଦିପୁ ଦୌଡି ଯାଇ ମଦନା ଦାଦାକୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦି ଟିଭିରେ ତା ଦିଦିକି ହାତ ଠାରିଲା।


     ମଦନା ଆଖିରେ ବି ଲୁହ ରହିଲାନି। ବାପା ମଦ ପିଇ ଧକ୍କା ହେଇ ପଡିଛି କାଜୁଆଲିଟିରେ। ମା କରୋନା ୱାର୍ଡରେ। ଭଉଣୀ ଅଳ୍ପକେ ରକ୍ଷା ପାଇଯାଇଛି ତା ମଦୁଆ ସାଂଗମାନଙ୍କ ପାଶବିକ ଅତ୍ୟାଚାରରୁ । ଆହତ ହେଇ ଟ୍ରିଟମେଣ୍ଟ ହେଉଛି ସେହି ମେଡି କାଲରେ।


   ଦିପୁ ଖାଲି କାନ୍ଦୁଛି ଯେ କାନ୍ଦୁଛି । ନା ଭୋକ ନା ଶୋଷ । ସନ୍ଧ୍ୟା ହେଲାଣି। ଦିପୁବାପାଙ୍କର ହାତଗୋଡ ଭାଂଗିନି କି ମୁଣ୍ଡ ସ୍କାନରୁ ଯଣା ପଡିଲା ସେମିତି କିଛି ଗୁରୁତର ଆଘାତ ମୁଣ୍ଡରେ ଲଗିନି ଖାଲି ପଛପଟ ମୁଣ୍ଡ ଫାଟି ଆନେକ ରକ୍ତ ସ୍ରାବ ହେତୁ ଦୁର୍ବଳ ହୋଇ ଯାଇଛି। ମାର ରକ୍ତ ପରିକ୍ଷାରେ ନେଗେଚିଭ୍ ବାହାରିଛି କରୋନା । ଦିଦିର କପଡା ଫାଟିବା ବ୍ୟତିତ ହାତଗୋଡରେ ସାମାନ୍ୟ ରାମ୍ପୁଡାଦାଗ ବ୍ୟତିତ ଆଉ କିଛି ବିଶେଷ ଅଘଟଣ ଘଟିନି।


      ପରିବାର ଏକାଠି ହେଲେଣି । ସମସ୍ତେ କାନ୍ଦୁଛନ୍ତି ଦିପୁକୁ ଧରି। ଡାକ୍ତର ପୋଲିସ ଔପଚାରିକ କାମ ସାରି ଚାଲି ଗଲେଣି। ସମସ୍ତେ ଗାଁ ବସକୁ ଅପେକ୍ଷା କରିଛନ୍ତି ସନ୍ଧ୍ୟା ୬ଟାରେ ମେଡିକାଲ ବାଟ ଦେଇ ଆସିବ।


   ନଜର ପଡିଲା ମାର ଦିପୁର ଗାଲକୁ.... ଗୋଟାପଟେ ଗେରୁଆ ରଂଗର ହାତ ଚିହ୍ନତ ଆର ଗାଲରେ ଗାଢନୀଳ ରଂଗର ହାତ ଚିହ୍ନ।


    ଆଲୋ ମୋ ପୁଅ ଗାଲରେ କିଏ,ରଂଗ ମାରିଲାଲୋ କହି ନେଇଗଲା ଧୋଇବାକୁ.....ମେଡିକାଲ ପାଖ ଟ୍ୟାପକୁ । ହର୍ଣ ମାରିଲା ବସ୍ । ହୋଲି ଥିବାରୁ ଭାଗ୍ୟକୁ ସିଟ୍ ଖାଲି। ଦିଦି ଚୁପଚାପ ବସିଛି ବସର ଝରକାକୁ ମୁହଁ ଦେଇ ବାପା ବି ତାପାଖରେ ମା କୋଳରେ ଦିପୁ ତିନିଜଣିଆ ସିଟରେ। ନା ଦିଦି ନା ବାପା କିଏ ବି ମା ମୁହଁକୁ ଚାହିଁ ପାରୁନାହାଁନ୍ତି । ମନେମନେ ଯା ନିଜକୁ ନିଜେ ପସ୍ତେଇ ହେଉଛନ୍ତ।


    ମା ମନ ପୁଣି ଭାରିଜାର ମନ କେତେ ସମୟ ଦୁରେଇ ରହିପାରିବ ପରିବାରଠୁ।


   କରୋନା ଭାଇରସ ଆସୁଛି ହାତ ମିଳେଇଲେ.....ଆସୁଛି ଥଣ୍ଡାରେ କାସରେ ଜ୍ୱରରେ ପୁଣି ହୋଲିର ରଂଗରେ .....ଆସୁନି କାହିଁ ମଦରେ ଆସୁନି ଜୋରରେ ଗାଡିଚଲାରେ ଆସୁନି ପୁଅଝିଅ ମେଲଣରେ ଆସୁନି ଅମାନିଆଁ ମନରେ ଅସାମାଜିକଙ୍କ ମେଳରେ।


   ବସରୁ ଓହ୍ଲେଇଲେ ସମସ୍ତେ। ସେହି ଛକରେ ମାର ଗୋଡ ଧରିପକେଇ କଇଁ କଇଁ କାନ୍ଦିବାକୁ ଲାଗିଲା ଦିଦି ,ବାପା ବି ମା ହାତ ଧରି କାନ୍ଦି ପକେଇଲେ । ବୋଉ କାଖରୁ ଦିପୁକୁ ଓହ୍ଲେଇ ସେବି କାନ୍ଦୁଥିଲା ସେମାନଙ୍କ ସହିତ। ତାଙ୍କ କାନ୍ଦ ଦେଖି ଦିପୁ ବି ।


    ମଦନାଦାଦା ଦୁରରେ ଠିଆ ହୋଇ କହୁଥିଲେ । ହାତ ଧରାଧରିରେ କରୋନା ଭୁତାଣୁ ଆସେ ପୁଣି ଲୁହ ସିଂଗାଣିରେ ବି କରୋନା। କାନ୍ଦ ଭିତରୁ ଧାରେ ହସ ବିଜୁଳି ପରିକା ମା ମୁହଁରେ ଖେଳିଗଲା। ସେହି ହସ ଧାରକ ପହଁଚିଗଲା ବାପା ଆଉ ଦିଦିର ମୁହଁରେ । ଦିପୁ ବି କେମିତି ବାଦ ପଡନ୍ତା ସେଥିରୁ । ମା ଯାକି ଧରିଲା ଦିଦିକି ,ବାପା ବି କୋଳେଇ ନେଲେ ଦିପୁକୁ ।


     ଅଶାନ୍ତ ଝଡ ପରର ନିରବତା ରଜନୀଗନ୍ଧାର ବାସ ବୁଣୁଥିଲା।। ଆମ୍ବ ବଉଳର ବାସ୍ନା ମହକୋଉଥିଲା ଚଉଦିଗ ମାର ଚାରିପାଖରେ ବାପା ଦିଦି ଦିପୁ ଋପରେ। ଘର ଆଉଜା କବାଟକୁ ମା ପେଲି ପଶିଯାଉଥିବା ବେଳେ ବାପା କୋଳରେ ଥାଇ ଦିପୁ କହିଲା ମତେ ଟିଭି ରିମୋଟ ଆଉ ଗେମ୍ ଖେଳିବାକୁ ଦବୁନା ମା ହସୁଥିଲେ ସମସ୍ତେ ମା ସାଥିରେ।



Rate this content
Log in

More oriya story from pratap nayak

Similar oriya story from Abstract