STORYMIRROR

sudarsan mahapatra

Classics

3  

sudarsan mahapatra

Classics

ବିସ୍ମରଣ : ଦୁଇଟି ଅଣୁଗଳ୍ପ

ବିସ୍ମରଣ : ଦୁଇଟି ଅଣୁଗଳ୍ପ

2 mins
163


   ତିନି ଦିନ ପରେ ଟୁରରୁ ଘରକୁ ଫେରିଲି। ବୋଉ କେମିତି ଅଲଗା ଅଲଗା ଦିଶୁଥିଲା। କ'ଣ ପାଇଁ ମନଦୁଃଖ ବୋଲି ବୋଉକୁ ପଚାରିଲି ତ ,କେବଳ ମୁରୁକି ହସି " କାଇଁ କିଛି ନାହିଁ" କହି ମୋତେ ଭୁଲାଇବାକୁ ଚେଷ୍ଟା କଲା। ବୋଉ ପାଟିରେ ପାନ ନାହିଁ ବୋଲି ଜାଣିପାରିଲି। ବୋଉ ପାଟିରେ ପାନ ନଥିଲେ ସେ ରାଗିଛି କିମ୍ବା ମନଦୁଃଖ କରିଛି ବୋଲି ପିଲାବେଳୁ ଆମେ ଭାଇ ଭଉଣୀ ମାନେ ଜାଣୁ। ପାନପତ୍ର ନାହିଁ ବୋଲି ତା ପାନ ଚାଙ୍ଗୁଡି ଯାଇ ଦେଖିଲି। ମନେ ପଡିଲା ରୀନା ତା ଭାଇ ବାହାଘରକୁ ଯିବା ଦିନ ମୋତେ ବୋଉ ପାଇଁ ପାନପତ୍ର ଆଣିବାକୁ କହିଥିଲା।


-" ମୁଁ ଜାଣେ ପରା ତୁମର ଭୁଲା ମନ। ସେଇଥିପାଇଁ ତ ବୋଉ ତୁମ ପାଖରେ ନରହି ତୁମ ଭାଇ ଭାଉଜ ଙ୍କ ପାଖରେ ରହନ୍ତି।

ସେମାନେ ବୋଉଙ୍କ କଥା ଠିକ୍ ବୁଝନ୍ତି।ବୋଉଙ୍କ ପାନ ସରଞ୍ଜାମ ସବୁ ଗୋଛେଇ ରଖନ୍ତି।ବୋଉଙ୍କ ' ପାଗଳା' ଡାକକୁ ତୁମେ ସାର୍ଥକ କରିଛ..।" ମୋ ଠାରୁ ସବୁ କଥା ଶୁଣି ହସି ହସି ଟିପ୍ପଣୀ ଦେଲେ ପତ୍ନୀ।

   ମନେ ପଡିଲା ମୋର ବାପାଙ୍କ କଥା। ନିଜେ କେବେ ପାନ ନଖାଇଲେ ବି ବୋଉର ପାନ ଡବାକୁ ସଜେଇ ରଖିବାରେ ହେଳା କରନ୍ତି ନାହିଁ ବାପା। ବିଭିନ୍ନ ପ୍ରକାରର ମସଲା ଡବା ସହ ପାନପତ୍ର ଭରା ଥାଏ ପାନ ଡାଲାରେ । 

   ଟିକିଏ ପରେ ବୋଉ ପାଟିରେ ପାନ ଖିଲ ଖଣ୍ଡେ ଜାଗା ନେଲା ତ, ମା ମଙ୍ଗଳାଙ୍କ ହସ ହସ ମୁହଁ ନେଇ ବୋଉ ମୋର ଦିଶୁଥିଲା ଅପରୂପା...!!!


                 (୨)

   -"ଶାଗ ଆଣିବାକୁ ଭୁଲିଗଲ କି" ବିକ୍ରମ ଘରକୁ ଆସୁ ଆସୁ ପଚାରିଦେଲା ମିତା ।


-" ଏବେ ପଚାରି ଦେଉଛ। ଆଗରୁ ଫୋନ୍ କରି ମନେ ପକେଇ ଦେଲନି? ମଣିଷ କେତେ କୁଆଡୁ ମନେ ରଖିବ ! ଏମିତି ତ ଏବେ ବ୍ୟାଙ୍କ୍ ରେ ଦୁନିଆ ଟେନସନ୍।" ରୁକ୍ଷ ସ୍ବରରେ କହିଲେ ବିକ୍ରମ।


-" ଆରେ ନଆଣିଛ ତ ନ ଆଣିଛ। ଘରେ ଯାହା ଅଛି ମୁଁ ଚଳେଇ ଦେବି। ତୁମେ ବ୍ୟସ୍ତ ହୁଅ ନାହିଁ।" ଅଳ୍ପ ହସି କହିଲା ସିପ୍ରା। 

   ହେଲେ ବ୍ୟାଙ୍କ ବାହାରିବା ଆଗରୁ ତମତମ୍ ହୋଇ ବିକ୍ରମ ଆଉଥରେ ବାହାରିଗଲେ ମାର୍କେଟ। ଫେରିଲେ ଶାଗ ତିନି ବିଡା ନେଇ। ଡେରି ହୋଇଯିବ ଜାଣି ସିପ୍ରା ପ୍ରସ୍ତୁତ ଥିଲା। ଯଥାଶୀଘ୍ର ବିକ୍ରମ କୁ ପରଶିଦେଲା ବ୍ରେକଫାଷ୍ଟ।

     ମଧ୍ୟାହ୍ନ ବିରତି ବେଳକୁ ଆସି ଖାଇ ବସିବା ବେଳକୁ ଶାଗ ଆଇଟମ ନାହିଁ ବୋଲି ଦେଖିଲେ ବିକ୍ରମ। କାରଣ ଜାଣିବା ଉଦ୍ଦେଶ୍ୟରେ ଏମିତି ପଚାରି ଦେଲେ ସିପ୍ରା କୁ।

-" କଥା କ'ଣ କି, ଘରେ ରସୁଣ ନଥିଲା। ମୁଁ ତୁମକୁ ଆଜି ଭୁଲି ଯାଇଥିଲି କହିବାକୁ। କାଲି ସକାଳକୁ ଆଉଥରେ ମନେ ପକେଇ ଦେବି।" ମୁହଁ ଶୁଖେଇ କହିଲା ସିପ୍ରା।

  ରସୁଣ ନାହିଁ ବୋଲି ଦୁଇ ଦିନ ହେଲା ସିପ୍ରା କହି ଆସିଲାଣି ବୋଲି ଖାଇବା ଭିତରେ ବିକ୍ରମଙ୍କର ମନେ ପଡିଲା।

-" ସରି ସିପ୍ରା, ରସୁଣ କଥା ମୁଁ ଏକଦମ୍ ଭୁଲି ଯାଇଛି। କାଲି ଆଉ ଥରେ ପ୍ଲିଜ ମୋତେ ମନେ ପକେଇଦବ ହେଲା।" ଖାଇସାରି ଉଠିଲା ବେଳକୁ ହସି ହସି କହିଲେ ବିକ୍ରମ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics