STORYMIRROR

sudarsan mahapatra

Classics

3  

sudarsan mahapatra

Classics

କଳାଦାଗ

କଳାଦାଗ

1 min
139

ଗାଲ ଚିବୁକ ଉପରେ କାଲି ଯେଉଁ ଲୁହର ଦାଗ ପଡିଥିଲା ଆଜି ନାହିଁ। ଲୁହ ସହିତ ଧୋଇ ଯାଇଛି ତା'ର ଅନେକ କିଛି ସ୍ବପ୍ନ। ବାକି ଯାହା ରହି ଯାଇଛି ,ତା'ର ଦାଗ ହିଁ ନାହିଁ କେହି ଦେଖିଲା ଭଳି...ମାପିଲା ଭଳି..ପୋଛିଲା ଭଳି...!


   କେବଳ ବିସ୍ପାରିତ ଆଖି ଦୁଇଟି ଭିତରେ ଦିଶୁଛି କାତରିତ ଦୃଷ୍ଟି। କାଲି ରାତିରେ ମଦ୍ୟପ ସ୍ବାମୀ ଏବଂ ଶାଶୁଙ୍କ ସାମ୍ନାରେ ବୋହିଯାଉଥିବା ଲୁହକୁ ପୋଛି କେତେ କାକୁତି ମିନତି ହୋଇଥିଲା ନୂଆ ବୋହୂଟି। ତା' ବାପାଙ୍କର ଆଉ ଯୌତୁକ ବାବଦକୁ ଟଙ୍କା ଦେଲାଭଳି କ୍ଷମତା ନାହିଁ ବୋଲି ଗୁହାରି ହୋଇଥିଲା କେତେ ! ତାକୁ ଆଉ ନିର୍ଯାତନା ନଦେବାକୁ ଦୟା ଭିକ୍ଷା କରିଥିଲା। 


   ପରଦିନ ସକାଳକୁ ବୋହୂଟିର ବେକ ଚାରିପଟେ ମୋଟା କଳା ରଙ୍ଗର ଚିହ୍ନ ଜକଜକ ହୋଇ ଦିଶୁଥିଲା। ଘର ଛାତରୁ ତଳକୁ ଓହଳି ପଡିଥିବା ବୋହୂଟିର ଦେହ ଆଉ ଭ୍ରୂକ୍ଷେପ କରୁନଥିଲା ମଶାଣିରେ ତା' ଦେହରେ ପଡିବାକୁ ଯାଉଥିବା ପୋଡାଜଳା ଦାଗକୁ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics