STORYMIRROR

sudarsan mahapatra

Drama

3  

sudarsan mahapatra

Drama

ପାଦ ଚିହ୍ନ

ପାଦ ଚିହ୍ନ

1 min
186

ଟିକେ ଆଗରୁ ଘର ଚଟାଣରେ ଲାଗିଥିବା ଅସନା ପାଦର ଦାଗ ପୋଛା ପୋଛି କରିଦେଲା ପରେ ଆଉ ନାହିଁ। ସବୁ ଏବେ ସଫା, ପରିଷ୍କାର। ଲାଗୁଛି ଯେମିତି କେବେ ଏଠି କାହା ପାଦ ପଡ଼ି ନଥିଲା କିମ୍ବା ଦାଗ ବି ପଡ଼ିନଥିଲା।

  ବାସନ୍ତୀ ମନରେ କିନ୍ତୁ ସନ୍ଦେହର ଦାଗଟିଏ ପଡି ସାରିଥିଲା।

- " ମା' କାଲି ରାତିରେ, ଏତେ ବର୍ଷାରେ ଏଠିକି କିଏ ଆସିଥିଲା କି ?" ସନ୍ଦେହରେ ସେ ପଚାରି ବସିଲା ମାଲିକାଣୀଙ୍କୁ। କିଛି ଉତ୍ତର ନପାଇ ପୁଣି ପଚାରିଲା -" ବାବୁ କ'ଣ ଆସିଥିଲେ କି ?"


ଏତିକି ବେଳକୁ ବାସନ୍ତୀ ଉପରେ ଗର୍ଜି ଉଠିଲେ ମାଲିକାଣୀ। -"ତୁ ତୋ କାମରେ ମନ ଦେ। ବେଶୀ ବକର ବକର କରନା।ବୁଝିଲୁ ?"

    ବାସନ୍ତୀ ଏଥର ବୁଝିବାକୁ ଚେଷ୍ଟା କରୁଥିଲା କିଛି କଥା । ମାଲିକାଣୀ କେଉଁ ଆଡେ ଯିବେ ବୋଲି ଡକରା ପାଇ ଡ୍ରାଇଭର ଭାବେ ଏଠାରେ କାମ କରୁଥିବା ତା' ସ୍ବାମୀ କାଲି ରାତିରେ ଆସିଥିଲା। ତା'ରି ପାଦ ଏରୁଣ୍ଡି ଡେଇଁ ବାବୁଆଣୀଙ୍କ ଶୋଇବା ଘର ଚଟାଣରେ ପଡିନି ତ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama