ବିଶ୍ୱାସ ରେ ଶ୍ରୀରାଧା
ବିଶ୍ୱାସ ରେ ଶ୍ରୀରାଧା
ପୌରାଣିକ ତଥା ଆଧ୍ୟାତ୍ମିକ କଥା ଶୁଣିବାକୁ ଭଲ ଲାଗେ କିନ୍ତୁ ବ୍ୟସ୍ତ ବହୁଳ ଜୀବନରେ ପଡ଼ିବାକୁ ସମୟ ମିଳେନି l ସେମିତି ଏକ କଥା ଏକ ପ୍ରଵଚିକାଙ୍କ ଠୁ ଶୁଣିଥିଲେ ତାହା ଆଜି ନିଜ ଭାଷାରେ ରୁପ ଦେବାକୁ ପ୍ରୟାସ କରୁଛି l ଜୀନବରେ ବେଳେ ବେଳେ ସ୍ମୃତିର ମହତ୍ୱ ବହୁତ କିଛି ହୋଇଥାଏ l ଯାହା ମାଧ୍ୟମରେ ସାରା ଜୀବନ ମଣିଷ ବିତେଇ ଦେବାରେ
ସହାୟକ ହୋଇ ଥାଏ l ଏମିତି ଏକ ପ୍ରେମ କାହାଣୀ ଥିଲା ସେ ଶ୍ରୀ ରାଧାଙ୍କ l ଯେ କୃଷ୍ଣଙ୍କ ସ୍ମୃତିରେ ସାରା ଜୀବନ ବିତେଇ ଦେଇଥିଲେ l କୃଷ୍ଣଙ୍କ ବାଲ୍ୟ ବନ୍ଧୁ ସୁଦାମା ହେଲେ ଆଉ ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ ଉଦ୍ଧବ l
ସେ ଖୁବ ଜ୍ଞାନୀ ଥିଲେ l ତାଙ୍କ ଗୁରୁ ଥିଲେ ବୃହସ୍ପତି l ସେ ସଂସାରରେ ଜ୍ଞାନକୁ ସବୁଠୁ ଶ୍ରେୟ ମଣୁଥିଲେ l ଦିନେ କୃଷ୍ଣ ମଥୁରା ନଗରୀର ସୁରମ୍ୟ ଅଟ୍ଟାଳିକାର ଝରକାରୁ ସନ୍ଧ୍ୟା ଦୃଶ୍ୟକୁ ଅବଲୋକନ କରୁଥିଲେ l ଠିକ ଏତିକି ବେଳେ ଗୋପାଳ ମାନେ ନିଜ ଗାଇ ଗୋଠକୁ ନେଇ ଘର ବାହୁଡୁ ଥିଲେ l ଏ ଦୃଶ୍ୟ ଦେଖି କୃଷ୍ଣ ନିଜକୁ ଭୁଲିଗଲେ ଓ ଜୋରରେ ଚିତ୍କାର କଲେ... "ଏ ସୁଦାମା, ସୁବଳ, ମଧୁ ମଙ୍ଗଳ ଟିକେ ରହ ମୁଁ ଆସୁଛି l ତେଣେ ମା ଯଶୋଦା ବ୍ୟସ୍ତ ହେବେଣି" l ଏ କଥା ଶୁଣି ଉଦ୍ଧବ ଧାଇଁ ଆସିଲେ ଓ କୃଷ୍ଣଙ୍କୁ ନିଜ ବାହୁ ବନ୍ଧନରେ ବାନ୍ଧି ଦେଲେ l କହିଲେ ଏହା ବୃନ୍ଦାବନ ନୁହେଁ ମିତ୍ର ଏ ମଥୁରା ନଗରୀ l ଏହା ଶୁଣିବା ପରେ କୃଷ୍ଣ ନିଜକୁ ସଂଯତ କଲେ ଓ ନିଜ ଅଶ୍ରୁକୁ ବହିବାରେ ବାରଣ କଲେ l ଉଦ୍ଧବଙ୍କୁ କହିଲେ ଏ ଯାଏ ମୁଁ ନନ୍ଦ ବାବା, ଯଶୋଦା ମା, ଶ୍ରୀ ରାଧା, ଓ ଗୋପୀ ମାନଙ୍କ ପ୍ରେମରେ ବନ୍ଧା l ସେମାନଙ୍କ ବି ବୋଧେ ମୋ ପରି ଅବସ୍ଥା ହୋଇଥିବ l ଦୟାକରି ମିତ୍ର ତୁମେ ସେମାନଙ୍କୁ ମୋତେ ଭୁଲି ଜ୍ଞାନ ମାର୍ଗରେ ପରିଚାଳିତ କରି ସ୍ୱର୍ଗ ପ୍ରାପ୍ତି କରି ପାରିବ l ଉଦ୍ଧବ ଏ ଥର ରାଜିହେଲେ l କିନ୍ତୁ ମିତ୍ର ସେମାନେ ଜ୍ଞାନୀ ନୁହନ୍ତି l ସର ଲବାଣୀ ବିକି ଜୀବିକା ନିର୍ବାହ କରି ଜାଣନ୍ତି l ସେମାନେ କଣ ଏ ଜ୍ଞାନ ମାର୍ଗ ବୁଝିପାରିବେ l ଉଦ୍ଧବଙ୍କ ଏତାଦୃଶ କଥା ଶୁଣି କୃଷ୍ଣ ହସିଲେ ଓ କହିଲେ "ଜାଣିଛ ମିତ୍ର ଜ୍ଞାନ ଉର୍ଦ୍ଧରେ ପ୍ରେମ ଆଉ ସେମାନେ କୃଷ୍ଣ ପ୍ରେମରେ ନିଜର ସବୁକିଛି ସମର୍ପଣ କରି ସାରିଛନ୍ତି ସେଥିପାଇଁ ତୁମକୁ ଅସୁବିଧା ହେବନି l ଆର ଦିନ ଉଦ୍ଧବ ବୃନ୍ଦାବନ ଅଭିମୁଖେ ବାହାରିଲେ l କୃଷ୍ଣ ନିଜକୁଣ୍ଡଳ, ପିତାମ୍ବରି, ମୁକୁଟ ପିନ୍ଧାଇ ଦେଲେ l ଏହା ଉଦ୍ଧବ ପିନ୍ଧିବାକୁ ମନା କରିବାରୁ ଶ୍ରୀ କୃଷ୍ଣ କହିଲେ "ତୁମେ ଜାଣି ନ ସେ ବ୍ରଜ ବାସୀଙ୍କୁ କୃଷ୍ଣ ବିନା କାହାକୁ ଆଡ ଆଖିରେ ଦେଖିବେ ନି l ତେଣୁ ମୋ ବସ୍ତ୍ର, ମୁକୁଟ,କୁଣ୍ଡଳ ତୁମକୁ ସହାୟକ ହେବ l ଉଦ୍ଧବ କୃଷ୍ଣଙ୍କ କଥା ରଖି ସବୁ ଗ୍ରହଣ କଲେ ଓ ବୃନ୍ଦାବନକୁ ଗମନ କଲେ l ଯେତେବେଳେ ବୃନ୍ଦାବନରେ ପହଂଚି ନନ୍ଦ ରାଜାଙ୍କ ଠିକଣା ପଚାରିଲେ ଗୋଟେ ଗୋପାଙ୍ଗନାଙ୍କୁ ସେ କହିଲେl ସେ କହିଲା "ନିଶ୍ଚୟ ଆପଣ ମଥୁରାରୁ ଆସିଛନ୍ତି l କୃଷ୍ଣଙ୍କୁ ତ ନେଲେ ଏଵେ କାହିଁକି ଆସିଛନ୍ତି?? ଯାହା ଠିକଣା ପଚାରିଲେ ସେ ଏ ଛୋଟ ଝରଣା ବୋହୁଛି ଏହାର ଯଉଠି ଶେଷ ତାଙ୍କ ଘର ଠିକଣା ସେଇଟା l ଏହା ସାଧାରଣ ଜଳ ନୁହଁ ସେ ନନ୍ଦ ଯଶୋଦାଙ୍କ ଅଶ୍ରୁ l " ଉଦ୍ଧବ ସେଇୟା କଲେ ଓ ନନ୍ଦ ରାଜା ଘରେ ପହଁଚି ଗଲେ l ଦେହ ର ମାଂସ ଶୁଖିଲା ଦିଶୁଛି, ଆଖି କୋରଡ଼ରେ ପସି ଯାଇଥିବା ବୃଦ୍ଧ ଆସି କହିଲେ ଆସନ୍ତୁ ମୁଁ ସେ ନନ୍ଦ ରାଜା l କିଛି ଖାଇବାକୁ ମଗାଉଛି କାରଣ କୃଷ୍ଣ ଗଲା ପରେ ଆମ ରୋଷେଇଶାଳ ବନ୍ଦ ପଡିଛି l ଏଇ କଥୋପ କଥନ ଶୁଣି ଯଶୋଦା ପାଗଳୀଙ୍କ ଭଳି କୃଷ୍ଣଙ୍କ ବସ୍ତ୍ର ମୁକୁଟ ଦେଖି ଧାଇଁ ଆସିଲେ ହେଲେ ନନ୍ଦ ରାଜା ଅଟକାଇ ଦେଇ କହିଲେ.. ଯଶୋଦା ସେ କୃଷ୍ଣ ନୁହଁ ସେ କୃଷ୍ଣର ମିତ୍ର l ଯଶୋଦା କାନ୍ଦି କହିଲେ ସେ ଟିକେ କାନ୍ଦିଲେ ମୁଁ ମୋ ସବୁ କାମ ଛାଡି ତାକୁ କୋଳକୁ ନେଉଥିଲି ହେଲେ ମୋର ଏତେ କାନ୍ଦିବା ତାକୁ ଦିଶୁନି ଯେ ମିତ୍ରକୁ ପଠେଇଛି ?
ଏମିତି ପରିସ୍ଥିତି ଉଦ୍ଧବଙ୍କୁ ବି ବିହ୍ଵଳିତ କରିଦେଲା l ସେଠାରୁ ସେ ରାଧାଙ୍କ ପାଖରେ ପହଁଚି ଗଲେ l ଦେଖିଲେ ଶ୍ରୀ ରାଧାଙ୍କ ଗୌର ବର୍ଣ୍ଣ କଳା ପଡିଯାଇଛି l କିଛି ଶୁଖିଲା ଗୋଲାପ ପାଖୁଡାକୁ ନେଇ କୃଷ୍ଣ ପ୍ରେମରେ ନିଜକୁ ସମର୍ପଣ କରି ସାରିଛନ୍ତି l ସେ ଉଦ୍ଧବଙ୍କ ବେସ ଭୂଷଣ ଦେଖି ଦୌଡ଼ି ଆସିଲେ ଶ୍ରୀ କୃଷ୍ଣ ଭାବି l ହେଲେ ଯେତେବେଳେ ଦେଖିଲେ ଯେ ସେ କୃଷ୍ଣ ନୁହନ୍ତି କିଛି ପାଦ ଘୁଞ୍ଚି ଗଲେ l ଉଦ୍ଧବ କହିଲେ ମୁଁ କୃଷ୍ଣଙ୍କ ମିତ୍ର ତାଙ୍କ ଆଦେଶରେ ଆସିଛି l ରାଧା କହିଲେ ସେ କୁଞ୍ଜରେ ଦେଇଥିବା ଗୋଲାପର ସ୍ମୃତିରେ ବଞ୍ଚୁଛି l ଏ ଗୋଲାପ ର ପ୍ରତ୍ୟେକ ପାଖୁଡାରେ ମୁଁ କୃଷ୍ଣଙ୍କୁ ଦେଖୁଛି l ଏମିତି ସମସ୍ତଙ୍କୁ ଉଦ୍ଧବ ଗୋଟେ ଜାଗାରେ ଡାକି କୃଷ୍ଣଙ୍କ ଉଦ୍ଦେଶ୍ୟ କହିଲେ l ସେ କହିଲେ "ତୁମେ ଯାହାକୁ କୃଷ୍ଣ ଭାବୁଛ ସେ ସ୍ୱୟଂ ନାରାୟଣ.. ସେ କାହା ପୁତ୍ର, କାହା ସଖା, କାହା ପ୍ରେମିକ ନୁହନ୍ତି l ସେଥିପାଇଁ ତାଙ୍କୁ ସମସ୍ତେ ଭୁଲି ଜ୍ଞାନ ମାର୍ଗରେ ପରିଚାଳିତ ହୁଅ l ନନ୍ଦ ରାଜା କହିଲେ ଏ ଜ୍ଞାନ ମାର୍ଗରେ ଗଲେ ଆମର କି ଲାଭ?? ଉଦ୍ଧବ କହିଲେ "ସ୍ୱର୍ଗ ପ୍ରାପ୍ତି ଓ ମକ୍ଷ୍ୟ ପ୍ରାପ୍ତି ହେବ " ଏହା ଶୁଣି ରାଧା କହିଲେ ମହାଭାଗ ଆପଣ କହିଲେ ମଣିଷ ପାଖରେ କେତେ ଟା ମନ ଥାଏ?? ଉଦ୍ଧବ ଉତ୍ତରରେ କହିଲେ "ଗୋଟିଏ "l ରାଧା ଉତ୍ତରରେ ହସିଲେ ଓ କହିଲେ ବୃନ୍ଦାବନରେ ସେ ମନ କାହାରି ପାଖରେ ନାଇଁ ସେଥିପାଇଁ ଆପଣଙ୍କ ଜ୍ଞାନ କେମିତି କିଏ ଗ୍ରହଣ କରିବ?? ବରଂ ଆମେ ସମସ୍ତେ ସାତ ଜନ୍ମ ପାଇଁ ନର୍କ ଗତି ହେବୁ କିନ୍ତୁ କୃଷ୍ଣ ପ୍ରେମ ରୁ ବିରତି ହେବା ଅସମ୍ଭବ l ସତରେ ସେଦିନ ଜ୍ଞାନୀ ଉଦ୍ଧବ ବି ହାରିଯାଇଥିଲେ ସେ ବ୍ରଜବାସୀଙ୍କ ପାଖରେ l ସେ କୃଷ୍ଣଙ୍କ ପାଖକୁ ଲେଉଟି ଆସିଲେ ଓ କହିଲେ ସେମାନଙ୍କ ପ୍ରେମ ପାଖରେ ମୋର ଜ୍ଞାନ କିଛି ନୁହଁ ମିତ୍ର ସେମାନେ ଜ୍ଞାନୀ ନୁହନ୍ତି ସେମାନେ ପ୍ରକୃତରେ ମହା ଜ୍ଞାନୀ l କୃଷ୍ଣ ହସିଲେ ଓ କହିଲେ "ମିତ୍ର ଏଵେ ବୁଝିଲ ତ ଜ୍ଞାନ ଠୁ ବି ପ୍ରେମ ବଡ଼ " ପ୍ରକୁତରେ ତୁମ ଜ୍ଞାନ ର ଅହଂକାର ପାଇଁ ମୁଁ ତୁମକୁ ପଠେଇ ଥିଲି ବୃନ୍ଦାବନକୁ l l
( ବି ଦ୍ର : ସମ୍ପର୍କ ରହୁ କି ନ ରହୁ ବିଶ୍ୱାସ ରହିଥିବା ଦରକାର କାହିଁକି ନା ଯେଉଁଠି ବିଶ୍ୱାସ ଥାଏ ସେଠି ସମ୍ପର୍କ ଆପେ ଆପେ ବାନ୍ଧି ହୋଇ ଯାଏ )
