jyotsna mayee panda

Tragedy

4  

jyotsna mayee panda

Tragedy

ଆତ୍ମାର ଉର୍ଦ୍ଧ୍ଵରେ

ଆତ୍ମାର ଉର୍ଦ୍ଧ୍ଵରେ

3 mins
370


ଆଗରୁ ଜାଣିଥିଲେ ମହାପାତ୍ର ବାବୁ ତାଙ୍କ ପୁଅ ନାମ କରଣ କଲେ ଅର୍ଚିସ୍ମାନ ଭାବେ l ଦିନ କୁ ଦିନ ବଡ଼ ହେବାକୁ ଲାଗିଲା ଅର୍ଚିସ୍ମାନ l ବାପା ମା ଙ୍କୁ ଖୁବ ସ୍ନେହ ଓ ଭକ୍ତି କରେ ସେ l ବଡ଼ ଭାଇ କୁ ଖୁବ ସମ୍ମାନ କରୁଥିଲା l ଖୁବ ଖୁସି ରେ ଵିତି ଯାଉଥିଲା ଦିନ ଗୁଡାକ l ସ୍କୁଲ ରେ ତା ନାମ ଲେଖା ହେଲା l ଭାଇ ସହିତ ସେ ସ୍କୁଲ ଗଲା l ଖୁବ ଭଲ ପଢେ ସେ l ସ୍କୁଲ ର ସମସ୍ତେ ତାକୁ ଖୁବ ଭଲ ପାଆନ୍ତି l ଏମିତି ପଞ୍ଚମ ପାସ କଲା l କିନ୍ତୁ ଏବେ ସେ ନିଜକୁ କେମିତି ଅଲଗା ଅନୁଭବ କରୁଥିଲା l ଘରେ ଲୁଚି ଲୁଚି ମା ର ନେଲପୋଲିସ ଲଗାଉଥିଲା l ଦର୍ପଣ ସାମ୍ନା ରେ ଘଣ୍ଟା ଘଣ୍ଟା ଧରି ନିଜ ଚେହେରା ଦେଖୁ ଥିଲା ll ଧୀରେ ଧୀରେ ତା ଚଳିବା କଥା ହେବା ଶୈଳୀ ବି ପରିବର୍ତ୍ତନ ହେବାକୁ କାଗିଲା l ମା ଏ ସବୁ ଦେଖି ଖୁବ ଦୁଃଖିତ ହେଉଥିଲେ l ଏ ସବୁ ନ କରିବା ପାଇଁ ତାକୁ ତାଗିତ କରୁଥିଲେ l ହେଲେ ତା ଭିତରୁ କିଛି ଅଜଣା ଶକ୍ତି ଯେମିତି ଏ ସବୁ କରିବା ପାଇଁ ବାଧ୍ୟ କରି ଦେଉଥିଲା l ସେଥିପାଇଁ ଆଉ କେହି ତା ସହିତ ସାଙ୍ଗ ହେଲେ ନି କି କଥା ହେଲେ ନି l ତାକୁ ଦେଖି ହସି ବାକୁ ଲାଗିଲେ l ଯେମିତି ସେ ମଣିଷ ଛୁଆ ନୁହଁ ଅନ୍ୟ କୋଉ ଗ୍ରହ ରୁ ଆସିଛି l ବଡ଼ ଭାଇ କୁ ସେଦିନ ତା ସାଙ୍ଗ ମାନେ ଖୁବ ଚିଡ଼େଇଲେ l କହିଲେ ଓ ଛକା ର ଭାଇ ତୁ ବି ସେମିତି ଚାଲି ଟିକେ ଦେଖା ନା ଖୁବ ମଜା ଲାଗିବ l ଝିଅ ଙ୍କ ଭଳି ଟିକେ ଅଣ୍ଟl କୁ ହଲେଇ ତୋ ଭାଇ ତ ଖୁବ ସୁନ୍ଦର ଚାଲୁଛି ସେଇ ଗଜଗମନୀ ଚାଲି ଟିକେ ଚାଳ ଖୁବ ଅପମାନିତ ହୋଇ ସେଦିନ ଅଂଶୁମାନ ଘର କୁ ଆସିଲା l ବାପା ଆଗରେ ସବୁ କଥା କହିଲା l ଆଗରୁ ସ୍କୁଲ ରୁ ଶିକ୍ଷକ ବି କହୁଥିଲେ ଅର୍ଚିସ୍ମାନ ର ହାବ ଭାବ ପରିବର୍ତ୍ତନ କଥା l ହେଲେ ବାପା ତାକୁ ତାଗିତ କଲା ପରେ ଭାବିଲେ ସେ ସୁଧୁରି ଯିବ l ବଡ଼ ଭାଇ ସେଦିନ କହିଲା ଆଉ ତା ସାଥିରେ ସେ ପଢି ଯିବନି l ସେ ଯୋଉ ସ୍କୁଲ ରେ ପଢୁଛି ଆଉ ସେଠି ପଡିବ ନି l ଏ କଥା ଶୁଣି ଖୁବ ଦୁଃଖିତ ହେଲା ଅର୍ଚିସ୍ମାନ l ବାପା ଙ୍କୁ ବହୁତ ବୁଝେଇଲା କି ହର୍ମୋନ ପାଇଁ ତାର ଏ ସବୁ ପରିବର୍ତ୍ତନ ହେଉଛି ହେଲେ ବାବା ବୁଝିବାକୁ ନାରାଜ l ସେଦିନ ବହୁତ ପିଟିଲେ ତାକୁ l ଖାଇବାକୁ ଦେଲେ ନି l ଘର ବାହାରେ ରାତି ରେ ରହିବାକୁ କହିଲେ l ମା ହୃଦୟ କିନ୍ତୁ କ୍ଷମା ର ସାଗର l ସେ କେମିତି ବା ରହି ପାରିବେ l ସେଥିପାଇଁ ସେ ବାପା ପୁଅ ଙ୍କ ଅଜାଣତ ରେ ଖାଇବା ନେଇ ଖୁଆଇ ଦେଲେ ଅର୍ଚିସ୍ମାନ କୁ l ଆଖିରେ ଧାର ଧାର ଲୁହ ବୋହୁ ଥିଲା କୋହ ରେ ହୃଦୟ ଫାଟି ପଡୁଥିଲା l ମା କୁ କହିଲା ଏମିତି କେତେ ଦିନ ତୁ ମୋତେ ଲୁଚେଇ ଖାଇବାକୁ ଦେବୁ l ବାବା ମୋତେ ଆଉ ଘରେ ପୁରେଇ ଦେବେ ନି l ମୁଁ କାଳେ ତାଙ୍କ ସମ୍ମାନ ନଷ୍ଟ କରି ଦେଉଛି l ମୋ ପାଇଁ ସେ ମୁଣ୍ଡ ଟେକି ସମାଜ ରେ ଚାଲି ପାରୁ ନାହାନ୍ତି l ଭାଇ ମୋ ପାଇଁ ସ୍କୁଲ ଯିବା ବନ୍ଦ କରିବ କହୁଛି l ମୁଁ ଏତେ ଅପମାନ ଦେଇ କେମିତି ରହିବି ଏ ଘରେ ତୁ କହିଲୁ ମା l ଆଜି ଏ ଘର ମୋ ପାଇଁ ପର ହୋଇଗଲା l କେବେ ଆଉ ଭାବିବୁ ନି ଏ ଅଯୋଗ୍ୟ ପୁଅ ବିଷୟରେ l ମୋ ଭାଗ୍ୟ ଯୁଆଡେ ନେବ ମୁଁ ସେଆଡେ଼ ଯିବି l ଯେତେଦିନ ପାରିବି ସଙ୍ଘର୍ଷ କରି ବଞ୍ଚିବି l ନ ହେଲେ ସେଇ ମୃତ୍ୟୁ କୁ ଆପଣେଇ ନେବି l ମା ର ହୃଦୟ ଯେମିତି ଫାଟି ପଡୁଥିଲା ତା କଥା ଶୁଣି l ହେଲେ ସେ ବା କରିବେ କଣ?ସେ ବି ଵିଵସ ହୋଇଗଲେ ସ୍ୱାମୀଙ୍କ ନିଷ୍ପତ୍ତିରେ l ସ୍ୱାମୀ ସେଦିନ କହିଲେ ତାକୁ ଯଦି ଏତେ ଦୟା ପୁଅ ପ୍ରତି ସେ ତାକୁ ନେଇ ଅନ୍ୟ କୋଉଠିକୁ ଚାଲି ଯାଆନ୍ତୁ l ରାତିରେ ଖୁବ ସ୍ନେହରେ ଖୁଆଇ ଦେଲେ ପୁଅକୁ l ଆଉଁସି ଦେଲେ ଚେହେରାକୁ କହିଲେ ଗେଲ କରି ଚୁମା ଟେ ଦେଲେ କପାଳରେ ଦୁଃଖରେ କହି ଉଠିଲେ "ହେ ପ୍ରଭୁ ମୋ ପୁଅ କି ଦୋଷ କରିଥିଲା ଯେ ତାକୁ ଏତେ ବଡ଼ ଶାସ୍ତି ଦେଲ l ମୁଁ ତ ଝିଅ ଟେ ମାଗିଥିଲି ତାହା ଦେଲନି ପୁଣି କାହିଁକି ତାର ଏ ଅର୍ଦ୍ଧ ନାରୀଶ୍ୱର ରୁପ l ତୁମେ ବି ଦିନେ ଅର୍ଦ୍ଧ ନାରୀଶ୍ୱର ହୋଇଥିଲ କାଇଁ ସେତେବେଳେ ତୁମ କୁ ତ କେହି ଘୃଣା କରି ନ ଥିଲେ l ହେଲେ ଆଜି ମୋ ପୁଅ ର କି ଦୋଷ ପ୍ରଭୁ ସାରା ସମାଜ ତାର ଏ ରୂପ କୁ ନେଇ ଘୃଣା କରେ l ଦୁନିଆ ରେ ବଂଚିବା ର ଯଦି ତାର ଅଧିକାର ନାହିଁ କାହିଁକି ଜନ୍ମ ଦେଲ ତାକୁ ମୋ କୋଳରେ l ଏମିତି କହି ମା ସମ୍ପୂର୍ଣ ରୂପେ ଭାଙ୍ଗି ପଡିଲେ ସେଦିନ l

ଆଗକୁ ଆହୁରି ବାକି ...


Rate this content
Log in

Similar oriya story from Tragedy