jyotsna mayee panda

Tragedy

3  

jyotsna mayee panda

Tragedy

ମଉଳା ଆଶା

ମଉଳା ଆଶା

4 mins
157


ଆଶା ମଣିଷ ଜୀବନରେ ନିରୁତା ସଞ୍ଜର ସଳିତା ପରି l ଦୀକ ଦୀକ ହୋଇ ଜଳୁଥାଏ...........ସେ କେତେବେଳେ ପୁଣି ଅମା ଅନ୍ଧକାରେ ଲିଭିଯାଏlସବୁ ଆଶା କେବେ ପୁରାଣ ହୁଏ ନି l କିଛି ଆଶା ପରିସ୍ଥିତିର ଚାପରେ ଅଣନିଃଶ୍ୱାସୀ ହୋଇ ଚାପି ହୋଇ ଯାଏ ସେଇ ଲୁହ ଆଉ କୋହର ସ୍ପର୍ଶରେ ମଉଳି ଯାଏ ସବୁଦିନ ପାଇଁ l ମଣିଷ ଜୀବନ ହିଁ ଆଶା ଉପରେ ପର୍ଯ୍ୟବେଶିତ l ଆଶା ବିନା ମଣିଷ ବଂଚିବା ସମ୍ଭବ ପର ନୁହଁ l ଛୋଟ ବଡ଼ କିଛି ନା କିଛି ଆଶା ରହିଥlଏ ସବୁ ମଣିଷର l ସବୁ ଆଶା ପୁରାଣ ନ ହେଲେ ବି ମଣିଷ କେବେ ଆଶାକୁ ନିଜ ଜୀବନ ପରିଧି ଭିତରୁ ଦୁରେଇ ଦେଇ ନ ଥାଏ l

ଅତୀତର କେଇଟା ସ୍ମୃତି ନିଲିକୁ ବ୍ୟତିବ୍ୟସ୍ତ କରି ପକାଏ l ସେ ସ୍ମୃତିର ଦହନରେ ବେଳେ ବେଳେ ଅଣନିଃଶ୍ୱାସୀ ହୋଇ ଯାଏ l କିନ୍ତୁ କାହିଁକି ସେ କରାଳ ଅତୀତର ଦୁଃସପ୍ନ ଆଜି ତାକୁ ଏମିତି ବ୍ୟସ୍ତ ବିବ୍ରତ କରୁଛି ସେ ବି ଜାଣି ପାରୁନି l ସେ ଘଟଣାକୁ ସେ ଏକ ଦୁଃସ୍ୱପ୍ନ ଭାବି ଭୁଲିବାକୁ ଚାହୁଁଛି ହେଲେ ଅତୀତଟା କେମିତି ତାକୁ ସବୁ ମୁହୂର୍ତ୍ତରେ ସେ ଘଟଣାକୁ ପୁଣି ଥରେ ମନେ ପକାଇ ଦେଉ l ସେ ଅବଚେତନରେ ମନର ଅଦେଖା ଇଲାକାରେ କୋହ ହୋଇ ଜମାଟ ବାନ୍ଧିଛି l ବେଳେ ବେଳେ ସମସ୍ତଙ୍କ ଅଣଦେଖାରେ ଫଟା ବାଦଳର ବର୍ଷା ହୋଇ ବୋହି ଆସୁଛି ନୟନ କୋଣରେ l କେତେବେଳେ ସେ ନିଜକୁ ନିଜେ ଅପରାଧୀର ଭାବନା ନେଇ ବଞ୍ଚୁଛି ତ କେତେବେଳେ ସେ ଯାହା କରିଛି ତାହା ଠିକ ଥିଲା ଭାବୁଛି l ସୁଦୂର କୋରାପୁଟର ତିଲିଆ ଗାଁରେ ନିଲିର ଘର l ଦୂର ଯlଉଁଲି ପାହାଡ଼ର ସୁନ୍ଦର ସବୁଜିମା ଭିତରେ ତା ଗାଁ l ସତୁରୀରୁ ଅଶି ପରିବାର ନେଇ ତା ଗାଁ l

ସବୁ ଯୁଆଙ୍ଗ ଆଉ ସାନ୍ତାଳୀ ସମ୍ପ୍ରଦାୟର ଲୋକ ରୁହନ୍ତି ଏଇ ଗାଁରେ l ଶିକ୍ଷା ଠାରୁ ଖୁବ ଦୂରରେ ଏମାନେ l ଖୁବ ସରଳ ବିଶ୍ୱାସୀ ଏ ସମ୍ପ୍ରଦାୟର ଲୋକ l ନିଲି ସେ ଗାଁର ଗୋଟେ ଝିଅ ଯେ ବଣ ଜଙ୍ଗଲ, ନଈ, ନାଳ ସବୁ ପାରି ହୋଇ ପଢିବାକୁ ଯାଉଥିଲା ସହରକୁ l ବହୁ କଷ୍ଟରେ ସେ ବିଏ ପାସ କଲା ଗାଁର ପ୍ରଥମ ଶିକ୍ଷିତା ଝିଅ ହିସାବରେ l ସେଥିପାଇଁ ଗାଁର ସବୁ ଲୋକ ତାକୁ ନେଇ ଗର୍ବ କରନ୍ତି l

ସେ ଦିନେ ବଡ଼ ସlହେବାଣୀ ହୋଇ ଏଇ ଗାଁ ପାଇଁ ସବୁ ପ୍ରକାର ସୁବିଧା କରିବ ଏହା ଥିଲା ସମସ୍ତ ଗ୍ରାମ ବାସୀଙ୍କ ଆଶା l

ସେଦିନ ସଞ୍ଜ ଆଜିବି ତାର ମନେ ଅଛି l ନିର୍ବାଚନ ପ୍ରଚାରରେ ଆସିଥିଲେ MLA ସାହେବ l ଖୁବ କମ ବୟସରୁ ସେ ନିର୍ବାଚନ ଲଢ଼ି ଜିତି ଯାଇଥିଲେ l ସେ ପ୍ରଥମ ଦେଖାରୁ ନିଲିକୁ ଖୁବ ଭଲ ପାଇ ବସିଲେ l ନିରୀହ ନିଲି ବି ସହରୀ ବାବୁଙ୍କ ପ୍ରେମକୁ ସହଜରେ ଗ୍ରହଣ କରିନେଲା l ନିଲିକୁ ସେ ଖୁବ ପାଠ ପଢ଼େଇ ବଡ଼ ଅଫିସର କରିବାର ପ୍ରତିଶ୍ରୁତି ସେ ତା ବାପାକୁ ଦେଲେ l ପରେ ନିଜେ ସେ ତାକୁ ବାହା ହେବାର ପ୍ରତିଶ୍ରୁତି ଦେଲେ l ସେଥିପାଇଁ ନିଲିକୁ ତା ବାପା ତାଙ୍କ ସହିତ ପଠେଇ ଦେଲା ସହରକୁ l ହେଲେ ସହର ଆଦିବା ପରେ ନିଲି ବାବୁଙ୍କ ଏକ ଭିନ୍ନ ରୂପ ଦେଖିବାକୁ ପାଇଲା l ତାକୁ ନିଜ ଘରେ ନ ରଖି ଗୋଟେ ଫାର୍ମ ହାଉସରେ ରଖିଲେ l ତା ଅନିଚ୍ଛା ସତ୍ୱେ ତାର ସବୁକିଛି ଲୁଟି ନେଲେ l ଏମିତି ଅନେକ ଦିନ ବିତିଗଲା l ବାବୁଙ୍କ ଅସଲ ରୂପ ନିଲିକୁ ଆଉ ଅଜଣା ନ ଥିଲା l ସେ ବାବୁଙ୍କ ଭୋଗ୍ୟ ବସ୍ତୁ ପାଲଟି ଗଲା ଏହାରି ଭିତରେ l ତାର ବଡ଼ ହେବାର ସବୁ ଆଶା ସବୁ ସପ୍ନ ମାଟିରେ ମିଶିଗଲା l ଆଉ କେଉଁ ମୁହଁ ନେଇ ସେ ଗାଁକୁ ଯିବ l ସମସ୍ତଙ୍କୁ କଣ କହିବ???? ସେ ଦୁଃଖରେ ଭାଙ୍ଗି ପଡିଲା l

ସେଦିନ ସଞ୍ଜରେ ବାବୁ ଆହୁରି ଦୁଇ ଚାରିଜଣ ନେତା ମନ୍ତ୍ରୀ ଧରି ଆସିଲେ ସେଇ ଫାର୍ମ ହାଉସକୁ l ମଧ୍ୟ ରାତ୍ରିରେ ତା କବାଟ ବାଡେ଼ଇଲେ l କହିଲେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ.... ସେ ଚାହିଁଲେ ସେ ବଡ ଚାକିରୀଟେ ଦେଇ ପାରିବେ l ହେଲେ ନିଲି ଏ ସବୁ ଶୁଣି କବାଟ ଖୋଲିଲାନି l ସେମାନେ ସମସ୍ତେ ମିଶି କବାଟ ଭାଙ୍ଗି ପଶି ଆସିଲେ l

ନିଲି ପ୍ରାଣ ପଣେ ଚେଷ୍ଟା କଲା ଖସି ଯିବାକୁ l ହେଲେ ସେମାନେ ଶାଗୁଣା ପରି ଝାମ୍ପି ପଡିଲେ l କିଛି ଉପାୟ ନ ପାଇଁ ଗୋଟେ ଭଙ୍ଗା କାଚ ବୋତଲରେ ଆକ୍ରମଣ କରି ସମସ୍ତଙ୍କୁ ମାରି ପକେଇଲା l ଶେଷରେ ସେ ସେଠୁ ଲୁଚି ପଳେଇଗଲା ଅନ୍ୟ ସହରକୁ l ତାକୁ ସେଇ ଫାର୍ମ ହାଉସରେ କେହି ଦେଖି ନ ଥିଲେ ସେଥିପାଇଁ କିଏ ଏ ମର୍ଡ଼ର କରିଛି କେହି ଜାଣି ପାରିଲେନି l ଏମିତି ଅନେକ ବର୍ଷ ଇତିମଧ୍ୟ୍ୟରେ ଵିତି ଯାଇଛି l ନିଲି ଏବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ହୋଇ ସାରିଛି l ଗାଁକୁ ସେ ପକ୍କା ରାସ୍ତା କରିଦେଇଛି l ସବୁ ଛୁଆଙ୍କ ପଢିବା ପାଇଁ ସ୍କୁଲ ଖୋଲି ଦେଇଛି l ଗାଁର ସୁନା ଝିଅ ହୋଇ ଗାଁର ସମସ୍ତଙ୍କ ହୃଦୟକୁ ଜିଣି ନେଇଛି l ହେଲେ ସେ ବୀଭତ୍ସ ଅତୀତର ରହସ୍ୟକୁ କାହା ଆଗରେ କେବେ କହିନି ସେ l

ବାହାଘର ପାଇଁ ବାପା ଅନେକ ଥର ଅନୁରୋଧ କଲେ କିନ୍ତୁ ସେ ବାହାହେବା ପାଇଁ ମନା କରିଦେଲା l ସେ କହିଲା ସହରୀ ବାବୁଙ୍କୁ ମୁଁ ଭଲ ପାଇଥିଲି l ସେ ତ ରହିଲେ ନି ଆଉ କାହାକୁ ମୁଁ କେମିତି ଭାବି ପାରିବି l ସେ ଅବିଶ୍ୱାସର ଇତିହାସ କିନ୍ତୁ ଆଜି ବି ତା ମନକୁ ଆନ୍ଦୋଳିତ କରୁଛି l ଆଜି ବି ସେ କ୍ଷମା କରି ପାରୁନି ସେ ସହରୀ ବାବୁଙ୍କୁ l ସେ ତାଙ୍କ ଅବିଶ୍ୱାସର ଉପଯୁକ୍ତ ଶାସ୍ତି ଦେଇଛି ବୋଲି ନିଜେ ଭାବୁଛି l ହେଲେ ବେଳେ ବେଳେ ସେ ନିଜକୁ ଅପରାଧୀ ବୋଲି ଘୃଣା ମଧ୍ୟ କରୁଛି l ଏମିତି ଅନେକ ବର୍ଷ ବିତିଗଲା ପରେ ଦିନେ ସେ ସବୁ ରହସ୍ୟକୁ ପୋଲିସକୁ ଜଣେଇ ନିଜେ ନିଜକୁ ଆତ୍ମସମର୍ପଣ କରିଛି l ପୋଲିସ ଏତେଲୋକଙ୍କୁ ହତ୍ୟା କରିଥିବାରୁ ଆଜୀବନ କାରାଦଣ୍ଡରେ ତାକୁ ଦଣ୍ଡିତ କରିଛି l ହେଲେ ଆଜି ସେ ଆତ୍ମତୃପ୍ତିର ହସଟେ ହସି ପାରୁଛି l ସେ ସାରା ଦୁନିଆକୁ କହୁଛି ସେ କିଛି ଭୁଲ କରିନି l ଆଇନ ଆଖିରେ ସେ ହୁଏ ତ ଦୋଷୀ ହୋଇ ଯାଇଛି ହେଲେ ସେ ଯାହା କରିଛି ଠିକ କରିଛି l ସେଥିପାଇଁ ସାଧାରଣ ଜନତା ବି ତାର ଦାଣ୍ଡକୁ କମ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି l ସେ ନିଜ ସୁରକ୍ଷା ପାଇଁ ମାରିଛି ସେ ରାକ୍ଷସମାନଙ୍କୁ l

ସେଥିପାଇଁ ତା ଦଣ୍ଡ କୋହଳ କରିବାକୁ ବିଭିନ୍ନ ମହଲରୁ ଆବେଦନ ଆସୁଛି l ଏମିତି କିଛି ଦିନ ପରେ ସେ ମୁକ୍ତ ହୋଇ ନିଜ ସହର ନିଜ ଗାଁ ପାଇଁ ଅନେକ କିଛି କରିଛି l ଆଜି ଜୀବନର ଅପରାହ୍ନରେ ସେ ସବୁ ସ୍ମୃତିକୁ ପୁଣି ଥରେ ମନେ ପକାଉଛି...... ଜୀବନରେ ଛୋଟ ଆଶାଟେ ପାଇଁ ତାକୁ କେତେ ଦୁଃଖ ସହିବାକୁ ନ ପଡିଛି.... ହେଲେ ସବୁ ପରିସ୍ଥିତିରେ ନିଜକୁ ସାଲିସ କରି ସେ ଆଜି ବି ବଞ୍ଚିଛି ସେ ଆଶାକୁ ପାଥେୟ କରି l 



Rate this content
Log in

Similar oriya story from Tragedy