jyotsna mayee panda

Comedy

3.6  

jyotsna mayee panda

Comedy

ଆତ୍ମାର ଉର୍ଦ୍ଧରେ (ଭାଗ 4)

ଆତ୍ମାର ଉର୍ଦ୍ଧରେ (ଭାଗ 4)

3 mins
124


ଆଗରୁ ଜାଣି ଥିଲେ ସେଦିନ ରାତି ରେ ଅର୍ଚିସ୍ମାନ ଟ୍ରେନ ରେ ବସି ସବୁଦିନ ପାଇଁ ଗାଁ ଛାଡି ଚାଲି ଆସିଲା l ସେ ଆସି ପହଂଚି ଗଲା ହାୱାଡା ଷ୍ଟେସନ ରେ l ସବୁ ଚି଼ହ୍ନl ମୁହଁ ଆଜି ତା ପାଇଁ ଅଚିନ୍ହା ହୋଇ ଯାଇଛି l ବହୁତ ସମୟ ପ୍ଲାଟଫର୍ମ ରେ ବସି ରହିଲା l ପେଟ ଭୋକ ରେ ଜଳି ଯାଉଛି l ହେଲେ କଣ ଖାଇବା l ତା ପାଖରେ ତ ପଇସା ନାହିଁ l କେମିତି କାହା ପାଖରେ ହାତ ପଟେଇବ ନିଜ ସ୍ୱାଭିମାନ ମନା କରୁଛି l ଏମିତି ବସି ବସି ସନ୍ଧ୍ୟା ହୋଇଗଲା l ସେ ଦେଖିଲା ତା ପରି ଅନେକ ମଣିଷ ଟ୍ରେନ ରେ ବାବୁ ମାନଙ୍କୁ ହାତ ପତେଇ ମାଗୁଛନ୍ତି l

ସତରେ ତାକୁ ବି ଏ ବୃତ୍ତି ଆପଣେବାକୁ ପଡିବ?? ଏଥିପାଇଁ ତା ସ୍ୱାଭିମାନ କିନ୍ତୁ ବାଧା ଦେଉଥିଲା l ଏମିତି କିଏ ତ ତାକୁ କାମ ଦେବେ l ଏମିତି ବସି ଥିବା ଦେଖି ତା ଭଳି ଏକ ଦରଦୀ ମଣିଷ ପାଖକୁ ଆସିଲା l ହାତରେ ତାଳି ମାରି ତା ନୀରବତା ଭଙ୍ଗ କରି ଦେଲା l କହିଲା" ଏ ଚିକିନା ତୁ ନୟା ଆୟା ହେ କ୍ୟା କହଁl ସେ ଆୟା ହେ ? ତେରା ନାମ କ୍ୟା ?

କିଛି କହି ପାରିଲା ନି ଅର୍ଚିସ୍ମାନ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା l ସେ ପୁଣି ଲୁହ ପୋଛୁ ପୋଛୁ କହିଲେ ରୋ ମତ ମେ ତେରା ଦର୍ଡ ସମଝ ଶକ୍ତl ହୁଁ ସେ ହିନ୍ଦୀ ରେ କହି ଚାଲିଲା ମୋ ନା ରୁପା l ଆଜିକୁ ପଚିଶ ବର୍ଷ ତଳେ ତୋ ଭଳି ଏ ଷ୍ଟେସନ ରେ ମୁଁ ବି କାନ୍ଦୁ ଥିଲି l ମୁଁ ସୋଇଥିବା ବେଳେ ମୋ ଘର ଲୋକ ଏଠି ମୋତେ ଟ୍ରେନ ରୁ ଉତାରି ଦେଇଥିଲେ l ଯେତେବେଳେ ମୋ ନିଦ ଭାଂଗିଲା ଏଠି ମୋ ନିଜର କେହି ନ ଥିଲେ l ଭୋକ ରେ ଏ ଡଷ୍ଟ ବିନ ଥିଲା ମୋ ପାଇଁ ସବୁକିଛି l ଭୋକ ରେ ମୋତେ ଆଉ କିଛି ଦିଶୁନଥିଲା l ଅଇଁଠା ସବୁ ଖାଇ ଦେଉଥିଲି ଅତି ଖୁସି ରେ l ତା ପରେ କିଏ କିଛି ଦେଉ ଥିଲା ସେଥିରେ ବଞ୍ଚି ଯାଉଥିଲି l ମୁଁ ଘର କୁ ଯିବାକୁ ଚାହିଁଲି ନି l କରଣ ମୋତେ ମୋ ଘର ସବୁଦିନ ପାଇଁ ପର କରି ସାରିଛି l ସେଠି ମୋ ଜାଗା କାହିଁ l ତୁ ବ୍ୟସ୍ତ ହୁଅନି ଆଜି ତୋ ପାଖରେ ମୁଁ ଅଛି l ନେ ଏ ବିରିୟାନୀ ଖାଇ ପାଣି ଟିକେ ପିଇ ଦେ l ତୋତେ କେହି ଖାଇବା ପାଇଁ କହିବେନି କାରଣ ଯାହାର ନିଜ ଲୋକ ପର ହୁଅନ୍ତି ତା ପାଇଁ ସାରା ଦୁନିଆ ଟା ପର ହୋଇଯାଏ l ଏମିତି ଟ୍ରେନ ରେ ବୁଲି ବୁଲି ଯାହା ରୋଜଗାର କରେ ସେଥିଲେ ଦୁଃଖେ କଷ୍ଟେ ଚଳିଯାଏ l ତୋ ଭଳି ଆଉ ତିନି ଜଣ ମୋ ପାଖରେ ଅଛନ୍ତି l ସେଥିପାଇଁ ଚାଳ ଆଜି ତୁ ବି ମୋ ପରିବାର ର ସଦସ୍ୟ ହୋଇଯିବୁ ସବୁଦିନ ପାଇଁ l ଏ ରୁପା ନାନୀ ସମସ୍ତଙ୍କର l ତା ଜୀବନ ରେ ସଭିଏଁ ନିଜର l ଲୁହ ପୋଛି କିଛି ଆଶ୍ୱସ୍ତ ଅନୁଭବ କଲା l କିଛି ଖାଇବା ପରେ ପାଣି ଟିକେ ପିଇ ରୁପା ସାଙ୍ଗେ ଚାଲିଗଲା ତା ଝୁମ୍ପୁଡି କୁ l ଜରି ଢଙ୍କା ଝୁମ୍ପୁଡ଼ି ରେ କିଛି ଖାସ ଜିନିଷ ନ ଥିଲା l ରନ୍ଧା ବଢ଼ା ପାଇଁ କିଛି ଜିନିଷ, କେତେ ଖଣ୍ଡ ସପ ଆଉ କନ୍ଥl କିନ୍ତୁ ରୁପା ନାନୀ ର ମନ ଥିଲା ଖୁବ ପ୍ରଶସ୍ଥ ଯାହା ବେଳେ ବେକେ ଧନୀ ବ୍ୟକ୍ତି ପାଖରେ ବି ମିଳେନି l ଖୁବ ସ୍ନେହ କରୁଥିଲେ ରୁପା ନାନୀ ସଭିଙ୍କୁ l ସେଦିନ ସେ ନିଜ ହାତରେ ମୋତେ ସଜେଇ ଦେଲେ ନିଜ ପରି l ମୁଁ ଆଇନା ରେ ନିଜ ଚେହେରା ଦେଖି ବିଶ୍ୱାସ କରି ପାରିଲିନି ଖୁବ ଖୁସି ଲାଗିଲା ଏ ନୁଆଁ ଦୁନିଆ ମୋତେ l ବାକି ସାଙ୍ଗ ବି ମୋର ଖୁବ ଆଦର କଲେ l ମୁଁ କହିଲି ରୁପା ନାନୀ ଏ ମାଗିବା ଟା କେମିତି ମୋ ସ୍ୱାଭିମାନ କୁ ବାଧୁଛି ସେଥିପାଇଁ ମୋତେ କୋଉ ଜାଗା ରେ ଗୋଟେ କାମ ଠିକ କରିଦିଅ l ମୁଁ କିଛି ନ ହେଲେ ପଢି ପାରିବି ନିଜେ ନଜେ ହସିଲା ରୁପା ନାନୀ କହିଲା ସେତେ ସହଜ ରେ କେହି କାମ ଦେବେ ନି ରେ କେହି ଆମ କୁ ହେଲେ ମୋ ଚି଼ହ୍ନl ଲୋକ କେତେ ଅଛନ୍ତି ତୋ ପାଇଁ ଅନୁରୋଧ କରିବି କିଛି ଗୋଟେ ବ୍ୟବସ୍ଥା କରିବାକୁ l ତୁ ଚିନ୍ତା କର ନି ତୁ ନିଶ୍ଚେ ପଢ଼ିବୁ ଆଗକୁ ବାକି ରହିଲା ।


Rate this content
Log in

Similar oriya story from Comedy