jyotsna mayee panda

Tragedy

4  

jyotsna mayee panda

Tragedy

ଆତ୍ମାର ଉର୍ଦ୍ଧ୍ୱରେ (ଭାଗ 3)

ଆତ୍ମାର ଉର୍ଦ୍ଧ୍ୱରେ (ଭାଗ 3)

3 mins
236


ରାତିରେ ମା ଅର୍ଚିସ୍ମାନକୁ ଖାଇବାକୁ ଦେଇ ସପ ଟେ ପାରି ଦେଲେ ଦାଣ୍ଡ ପିଣ୍ଢlରେ ଶୋଇବା ପାଇଁ l ମା ର ମନ କେମିତି ବୁଝିବ l କହିଲେ ସକାଳ ହେଲେ ବାପା କୁ ବୁଝା ସୁଝା କରି ଘର ରେ ରହିବା ପାଇଁ ଅନୁମତି ମାଗିବେ l ହେଲେ ରାତି ସାରା ଅର୍ଚିସ୍ମାନ ଙ୍କୁ ଆଉ ନିଦ ହେଲାଣି l ଅତୀତ ର ସବୁ ସ୍ମୃତି ଆଜି ତାକୁ ଆନ ମନା କରି ଦେଉଛି l ଯେଉଁ ବାପା ଖାଅବା ସମୟ ରେ ସେ ଆଇଁସ ଖାଏ ବୋଲି ନିଜ ଭାଗ ବି ଥାଳି ରେ ଥୋଇ ଦେଉଥିଲେ ସେ ପୁଣି ଆଜି ତାକୁ ଛାଡି କେମିତି ଏକା ଖାଇ ପାରିଲେ ? ଯେଉଁ ଭାଇ ନିଜେ ନ ଖାଇ ପ୍ରଥମେ ତାକୁ ଖୁଆଏ ସେ ଆଜି ଏତେ ଘୃଣା କରି ପାରିଲା କିପରି ? ଯେଉଁ ସାଇ ପଡିସା ଙ୍କ ପ୍ରତ୍ୟେକ କଥା ସେ ମାନୁଥିଲା ଆଜି ତା ବିରୁଦ୍ଧରେ ଯାଇ କେମିତି ଏତେ କଥା ବାପା କୁ କହିଗଲେ l ନିଜେ ସମାଜ ରେ ରହିବାପାଇଁ ଚାହୁଁଛନ୍ତି ତ ପୁଅ କୁ ବିଦା କରନ୍ତୁ ବୋଲି l ଏମିତି ତାର କଣ ହୋଇଗଲା ଯାହାପାଇଁ ଆଜି ସମସ୍ତେ ତାକୁ ଏତେ ଘୃଣା କରୁଛନ୍ତି l ସବୁ କଥା ଭାବିଲା ପରେ ତାକୁ ଆଉ ନିଦ ହେଲାନି l ରାତ୍ରି ର ବହଳ ଅନ୍ଧାର ଭିତରେ ଯେମିତି ତା ସତ୍ପl ଧୀରେ ଧୀରେ ହଜି ଯାଉଥିଲା l ଏତେ ଅପମାନ ପରେ ସେ ଆଉ କାହା ପାଇଁ ବଂଚିବ l ଯେଉଁ ପରିବାର ତାକୁ ସୁରକ୍ଷା ଦେବା କଥା ଆଜି ସେ ସମସ୍ତେ ମୁହଁ ମୋଡି ଦେଲେ ଆଉ ଅନ୍ୟ ପାଖରୁ କଣ ବା ଆଶା କରିବ l ଏମିତି ଅନେକ କଥା ଭାବି ଭାବି ମା ପାଇଁ ଛୋଟିଆ ଚିଠି ଟେ ଲେଖି ଗୁଡେଇ ଦେଲା ସପରେ ତା ଚିଠି କିଛି ଏମିତି ଥିଲା ।

ସ୍ନେହ ର ମା

ମୋତେ କେବେ ଖରାପ ଭାବିବୁନି ତୋତେ କିଛି ନ କହି ଆଜି ସବୁଦିନ ପାଇଁ ଘର ଛାଡି ଚାଲି ଯାଉଛି ବୋଲି l ତୁ ତ ଦୁନିଆ ରେ ମୋ ପାଇଁ ଏକ ମାତ୍ର ମଣିଷ ଯେ ସବୁ ପରିସ୍ଥିତି ରେ ମୋତେ ନିସ୍ଵାର୍ଥପର ଭାବେ ଭଲ ପାଇ ଆସିଛୁ l ମୁଁ ଜାଣିଛି ତୁ ମୋ ପାଇଁ ମନ ଦୁଃଖ କରିବୁ l ବାପା ଭାଇ ଙ୍କୁ ଲୁଚି ଲୁଚି ମୋ ପାଇଁ କାନ୍ଦିବୁ ହେଲେ ତୋତେ ମୋ ରାଣ ତୁ କେବେ ଲୁହ ଗଡେଇବୁ ନି l ତୋ ଆଉ ଗୋଟେ ପୁଅ ଅଛି ବାପା ଅଛନ୍ତି ତାଙ୍କ ମୁହଁ ଦେଖି ମୋତେ ଭୁଲି ଯିବୁ l ଭାବିବୁ ତୋର ଆଉ କେହି ପୁଅ ନ ଥିଲେ l ମୁଁ ତୋ ଜୀବନରେ ଏକ ଦୁଃସପ୍ନ ଭଳି ଆସିଥିଲି କିଛି ଦିନ ର ସମ୍ପର୍କ ନେଇ l ଯେମିତି ଆସିଥିଲି ସେମିତି ଚାଲି ଯାଉଛି l ବୋଧ ହୁଏ ଭାଗ୍ୟରେ ଆଉ କେବେ ତୋ ଦର୍ଶନ ହେବ ନି ସେଥିପାଇଁ ତୋ ପାଦ ର ମୁଠାଏ ଧୂଳି ଆଜି ମୋ ସହିତ ନେଇ ଯାଉଛି l ସେ ମୋ ପାଇଁ ତୋ ଆଶ୍ରିବାଦ ହେବ ମା l ଆଉ ଅଧିକ କଣ କହିବି l ମୋ ପାଇଁ ତୁ ବହୁତ କଷ୍ଟ ସହିଲୁଣି ଆଉ ତୋ କଷ୍ଟ ଦେଖି ପାରିବି ନି ସେଥିପାଇଁ ଆଜି ମୁଁ ଏ ଗାଁ ଏଘର ଛାଡି ଚାଲି ଯାଉଛି ଅନେକ ଦୂର l ଯେଉଁଠି ମୋତେ ଖୋଜିଲେ ବି ଆଉ କେହି ପାଇ ପାରିବେ ନି l ରହୁଛି ଇତି

                                 ତୋର ଅଭାଗା ପୁଅ

ସେଦିନ ଅନେକ କିଛି ଭାବି ଆଗକୁ ବଢିଲା ଅର୍ଚିସ୍ମାନ l ଗାଁ ଅନତି ଦୂର ରେ ଲମ୍ବା ରେଳ ଧାରଣା l ଭାବିଲା ସବୁଦିନ ପାଇଁ ସୋଇଯିବ ଏ ଧାରଣା ଉପରେ l ପୁଣି ଭାବିଲା ମା ତା ମୃତ୍ୟୁ କଥା ଜାଣିଲେ ଆଉ ବଞ୍ଚି ପାରିବ ତ ? ସେ ପାଗଳୀ ହୋଇଯିବ ସେଥିପାଇଁ ସେ ସେମିତି କଲା ନି l ଅପେକ୍ଷା କଲା ଟ୍ରେନ ର ଆସିବା ସମୟ କୁ l ଛୋଟିଆ ଷ୍ଟେସନ ସେଥିପାଇଁ ପ୍ରାୟ ଅନ୍ଧାରୁଆ ରହେ l କାଳେ କିଏ ଚିନ୍ହି ଦେବ ଭାବି ସେ ଏକ ଅନ୍ଧାରୁଆ ଜାଗା ରେ ବସି ରହିଲା l ଏମିତି ଅନେକ ଭାବନା ମନ କୁ ତାର ଆନ୍ଦୋଳିତ କରି ଦେଉ ଥାଏ l କେମିତି ଜୀବନ ଧରି ବଂଚିବ l ଆଜି ଯାଏ ସେ ବାପା ମା କୋଳ ଛାଡ଼ିନି l ତାଙ୍କ ହାତର ପରସ ରେ ଜୀବନ ଵିତି ଯାଉଥିଲା l ସମୟ ଆଜି କେଉଁଠି ଆଣି ତାକୁ ଛିଡା କରେଇ ଦେଲା l ଏହା ଭାଗ୍ୟ ର ବିଡମ୍ବନା ନୁହଁ ତ ଆଉ କଣ ? ଆଜି ସାରା ପୃଥିବୀ ଟା ଯେମିତି ତା ପାଇଁ ସ୍ୱାର୍ଥପର ହୋଇ ଯାଇଛି l ଏମିତି ଅନେକ ଭାବନା ରେ ତା ନିଦ ବି ଉଡ଼ିଗଲା l ସିନ୍ଦୁରି ଫାଟିବାକୁ ଆଉ ଅଳ୍ପ ସମୟ ବାକି ଥିଲା l ବିହଙ୍ଗ ଦଳ ସକାଳ ହେବା ର ସନ୍ଦେଶ ଦେଲେନି l ନିଜ ନୀଡ ଛାଡି ଅନ୍ୟ ଆଡକୁ ଖାଦ୍ୟ ପାଇଁ ଉଡି ଯାଉଛନ୍ତି ସୁଉଚ୍ଛ ଆକାଶ ବକ୍ଷରେ ହେଲେ ଏ ଆକାଶ ତାଙ୍କର କେତେ ଆପଣାର l ସବୁବେଳେ ଆପଣେଇ ନେଉଛି ତାଙ୍କୁ ହେଲେ ସେ ଆଜି ସବୁ ଦିନ ପାଇଁ ନୀଡ ହରା ହୋଇ ଯାଉଛି ଏକା ହୋଇ l ଠିକ ଏତିକି ବେଳେ ଏକା ଟ୍ରେନ ଅଟକି ଗଲା l ଧୀରେ ଧୀରେ ପାଦ ଦେଇ ଚାଲିଗଲା ଏକ ବଗି କୁ କିଛି ସମୟ ପରେ ଟ୍ରେନ ଟି ଚାଲିଲା ତାରି ଗନ୍ତବ୍ୟ ପଥରେ ଆଜି କେମିତି ତାକୁ ସବୁ ଛାଡି ଯାଉଛନ୍ତି ବନ, ପାହାଡ଼, ନଈ, ଝରଣା ସବୁ ବହୁତ ଦୂର ହୋଇ ଯାଉଛନ୍ତି ତା ପାଖରୁ ଆଗକୁ ଆହୁରି ବାକି ।



Rate this content
Log in

Similar oriya story from Tragedy