jyotsna mayee panda

Tragedy

3  

jyotsna mayee panda

Tragedy

ଆତ୍ମାର ଉର୍ଦ୍ଧ୍ୱରେ (ଭାଗ 5)

ଆତ୍ମାର ଉର୍ଦ୍ଧ୍ୱରେ (ଭାଗ 5)

3 mins
189


ସକାଳୁ ସକାଳୁ ରୁପା ନାନୀ ବାହାରି ପଡିଲା ଅର୍ଚିସ୍ମାନକୁ ନେଇ l ସେଦିନ ସେ ତାକୁ ତାଙ୍କ ସଙ୍ଗଣ୍ଠନରେ ମିଶେଇବା ପାଇଁ ନେଇଗଲା l

ଅର୍ଚିସ୍ମାନ ଦେଖିଲା ସେଇଠି ତା ପରି ଅନେକ ମଣିଷ l ଏବେ ସେ ସାର୍ଟ ପେଣ୍ଟ ବଦଳରେ ସାଲାୱାର ପିନ୍ଧିଲା l ଟିକେ ଅଜବ ଲାଗିଲେ ବି କିଛି ଖରାପ ଲାଗୁନଥିଲା l କାରଣ କେହି ନ ଥିଲା ବେଳେ ସେ ମା ଶାଢ଼ୀ ପିନ୍ଧି ଖୁବ ଖୁସି ହୁଏ l ଆଇନାରେ ନିଜ ଚେହେରା ବାରମ୍ବାର ଦେଖେ l

ସେଦିନ ରୁପା ନାନୀ ବୟସଠୁ ଅଧିକା ହେବ ସେ ହେଲେ ସମସ୍ତଙ୍କ ଗୁରୁ l ସେଦିନ ଅର୍ଚିସ୍ମାନଙ୍କୁ କହିଲେ "ଏବେ ତୁମ ଜୀବନ ପୁରା ପରବର୍ତ୍ତନ ହୋଇଗଲା ଆଉ ତମେ ସେ ଅର୍ଚିସ୍ମାନ ହୋଇ ରହି ନ ତୁମର ପୁନର୍ଜନ୍ମ ହୋଇ ଯାଇଛି l ଆମେ ସମସ୍ତେ ଗୋଟେ ପରିବାର l

ତୁମେ ଆଜିଠୁ ଅର୍ଚ୍ଚନା ପ୍ରିୟଦର୍ଶିନୀ ହୋଇଗଲ l ତୁମ ସୁବିଧା ଅସୁବିଧା ସବୁ ଏଠି ଜଣେଇ ପାରିବ l ଆମେ ତାର ସମାଧାନର ବାଟ ଖୋଜିବାକୁ ଚେଷ୍ଟା କରିବୁ l "ତାଙ୍କ ସ୍ନେହ ପୂର୍ଣ୍ଣ କଥା ଶୁଣି ଖୁବ ଖୁସି ହୋଇଗଲା ଅର୍ଚିସ୍ମାନ l ଏମିତି ଲାଗିଲା ତାକୁ ଭଗବାନ ଗୋଟେ ଆଙ୍ଗୁଳି ଛାଡି ହୋଇଗଲେ ଆଉ ଗୋଟେ ଧରେଇ ଦିଅନ୍ତି l ପରିବାର ତାକୁ ଦୂର କରିଦେଲେ ହେଲେ ଆଜି ପୁଣି ଗୋଟେ ପରିବାରରେ ଯୋଡି ହୋଇଗଲା ନିଜେ l ସତରେ ସେ କରୁଣାମୟଙ୍କ ବିଚିତ୍ର ଲୀଳା l ସେଠୁ ପୁଣି ରୁପା ନାନୀର ଚିହ୍ନା ହୋଟେଲଟେ.... ସେଠିକି ଗଲା l

ସେଠି ମାଲିକ ସହିତ କଥା ହୋଇ ଗଲା କାମ ପାଇଁ l ମାଲିକ ୱେଟର ହିସାବରେ କାମ କରିବାକୁ କହିଲେ l ଖାଇବା ପିଇବା ସହିତ ତିନି ହଜାର ଟଙ୍କା ଦେବାକୁ କହିଲେ l ଏବେ ଖୁବ ଖୁସି ଲାଗିଲା l କାରଣ ରୁପା ନାନୀର ବି କମ୍ ରୋଜଗାର l ବାରରେ ନାଚେ.... କାହା ଆଗରେ ହାତ ପତାଏ, ନିଜ ଆଶୀର୍ବାଦ ବଦଳରେ ଯେ ଯାହା ଦିଏ ସେଥିରେ ଦୁଃଖେ ସୁଖେ ଚଳନ୍ତି ସମସ୍ତେ l ସେଥିପାଇଁ ତାଙ୍କ ଉପରେ କେତେ ଆଉ ବୋଝ ହେବ l କିଛି ରୋଜଗାର କରି ବରଂ ତାଙ୍କୁ ସାହାଯ୍ୟ କରିବ l ଏମିତି କଟିଗଲା ସେଦିନ l ରୁପା ନାନୀ ସତରେ ମୋ ପାଇଁ ଜଣେ ଦେବୀ.... ସେ ମାନବି ନୁହନ୍ତି l ଯେ ଘୃଣା କରୁ କି ଯାହା କହୁ ମାନବିତାର ଜୀବନ୍ତ ମୂର୍ତ୍ତି ଟିଏ ସେ l

ମୁଁ ସେଦିନ ହୋଟେଲ ଯିବା ପାଇଁ ରେଡି ହୋଇଗଲି l ଜୀବନର ନୂତନ ପଥରେ ପାଦ ଦେଇ ଖୁବ ଖୁସି ହେଲି ମୁଁ l ରୁପା ନାନୀ ମାଲିକଠୁ କିଛି ଆଡ଼ଭାନ୍ସ ନେଇ ମୋ ନାଁ ଲେଖି ଦେଲା ଏକ ସ୍କୁଲରେ l ଶିକ୍ଷକଙ୍କୁ ମୋ ସବୁ ଅସୁବିଧା କହି ମଝିରେ ମଝିରେ ସମୟ ଦେଖି ଟିକେ ପଢ଼େଇ ଦେବା ପାଇଁ ଅନୁରୋଧ କଲେ l କାରଣ ଦିନ ଵେଳା ହୋଟେଲରେ କାମ କରିବି l ସନ୍ଧ୍ୟାରେ କିଛି ସମୟ ପଢ଼ିବି l ସେ ନିଜେ ମୋ ଅଭିଭାବକ ହୋଇ ନାଁ ଲେଖିଦେଲେ l ସେଦିନରୁ ହୋଇଗଲି ମୁଁ ଅର୍ଚିତା l ଏମିତି ଅନେକ ଦିନ ବିତିଗଲା l ମୋ ବୟସ ବଢିବା ସହିତ ପ୍ରତ୍ୟେକ ଅଙ୍ଗ ସୌଷ୍ଠବରେ ପରିବର୍ତ୍ତନ ଦେଖାଦେଲା l ଏମିତି ମୁଁ ମାଟ୍ରିକ ପଢି ସାରିଦେଲି l ସେ ହୋଟେଲ ମାଲିକଙ୍କ ଦୟାରୁ l ହେଲେ ସେଠାରେ ଥିବା ଅନ୍ୟ କର୍ମଚାରୀ ମୋତେ ଅଶ୍ଳୀଳ ଦୃଷ୍ଟିରେ ଦେଖିବାକୁ ଲାଗିଲେ l ବେଳେ ବେଳେ ଖୁବ ଖରାପ ବ୍ୟବହାର କରନ୍ତି l କେମିତି କହିବି କାହାକୁ l କିଛି ବୁଝି ପାରିଲ ନି l ଦିନେ ବାହାରେ ବସି ମୋ ପଢ଼ା ବହି ନେଇ ପଢିବାକୁ ଚେଷ୍ଟା କରୁଥିଲି l ଏମିତି କେବେ କେବେ ଗ୍ରାହକ କମ ଆସିଲେ ହଟେଇ ପଛରେ ଥିବା ପାର୍କିଂ ଜାଗା ମୋ ପଢିବା ପାଇଁ ଉପଯୁକ୍ତ ମନେ କରେ l ସେଦିନ ହୋଟେଲର ଜଣେ ମିସ୍ତ୍ରୀ ଓ ଟୋକା ଖୁବ ହଇରାଣ କରୁଥିଲେ....

ଜଣେ ଭଦ୍ର ବ୍ୟକ୍ତି ତାହା ଦେଖି ମୋତେ କହିଲେ.... ମୋ ଘରେ ରହି କମ କରିବୁ??? ବଦଳରେ ତୋ ପଢ଼ା ଖର୍ଚ୍ଚ ଦେବି ତା ସହିତ ଖାଇବା ପିଇବା ସବୁ କିଛି l ତାଙ୍କ କଥାରେ ସହମତ ହେଲି କାରଣ ଏଠି ଆଉ ଭଲ ଲାଗୁନଥିଲା l ସମସ୍ତେ କେମିତି ଅଲଗା ନଜରରେ ଦେଖୁଥିଲେ l କମ ସେ କମ ଏ ଅଶ୍ଳୀଳ ଚାହାଣିରୁ ନିଜକୁ ମୁକ୍ତ କରିବି l ରୁପା ନାନୀକୁ ସବୁକିଛି ଯାଇ ସେଦିନ କହିଲି l ଖୁବ ଦୁଃଖ ହେଲେ ମୋ କଥା ଶୁଣି..... ସେ ନିଜେ ପୁଣି ସାହାଯ୍ୟ କଲେ.... ଭଦ୍ର ବ୍ୟକ୍ତି ଘରକୁ ଯିବା ପାଇଁ l କାରଣ ସେ ତାଙ୍କ ଫୋନ ନମ୍ବର ଓ ଆଡ୍ରେସ ଦେଇଥିଲେ ଆଗରୁ ମୋତେ..

ଆଗକୁ ଆହୁରି ବାକି 



Rate this content
Log in

Similar oriya story from Tragedy