jyotsna mayee panda

Tragedy

3.4  

jyotsna mayee panda

Tragedy

ବେଳାଭୂମିର ସ୍ମୃତି

ବେଳାଭୂମିର ସ୍ମୃତି

5 mins
156


ଆଜି ମୋ ହୃଦୟ ର ବେଳାଭୂମି ରେ ହଜି ଯାଏ ପୁଣି ତୋ ସ୍ମୃତି ର ବଳୟ ଭିତରେ ଦୁଃଖ ର ମେଞ୍ଚା ମେଞ୍ଚା ବହଳ ଅlସ୍ତରଣ ଭିତରେ

ସ୍ମୃତି ସବୁ କୁ ପୁଣି ଥରେ ଝୁରି ମରେ ସାଗର ବୁକୁର ଚୋରା ବାଲି ପରେ କିନ୍ତୁ ପାଏନା ସେ ସ୍ମୃତି ର ପାଦ ଚି଼ହ୍ନ ଯାହା କେବେ ଠୁ ଲିଭି ଯାଇଛି ଅତୀତ ର ଇତିହାସ ପୃଷ୍ଠାରେ ଲୀନ ହୋଇ ଯାଇଛି ବିସ୍ମୃତି ର କରାଳ ଗର୍ଭରେ ଆଜି ବି ଝୁରୁଛି ସେ ସ୍ମୃତି ର ବାଲିଘର କୁ ଯାହା ଦିନେ ତୋଳିଥିଲେ ତୁ ଆଉ ମୁଁ ସ୍ମୃତି ସେଇ ନିରୁତା ସଞ୍ଜ ରେ ଅନେକ ସପ୍ନ ନେଇ ତୋଳୁଥିଲା ବାକିଘର ସେ ବେଳାଭୂମି ପରେ ହଜିଯାଇଛି ସବୁ ସ୍ମୃତି ଆଜି ସେ ବିସ୍ମୃତି ଗର୍ଭ ରେ ଲିପିବଦ୍ଧ ହୋଇ ଯାଇଛି କେଉଁ ଇତିହାସ ପୃଷ୍ଠ। ।

     ସେଦିନ ସିବିଜ ରେ ଆୟୋଜିତ ହେଉଥିଲା ଏକ ବିରାଟ ସମାରୋହ l ଯାହା କୁ ଆୟୋଜିତ କରିଥିଲେ କୋଟିପତି ବିଲଡର ପ୍ରିୟାସୁ ମହାପାତ୍ର l ସେଦିନ ଏପଟମେଣ୍ଟ ବୁକିଂ କରିଥିବା ସବୁ ଲୋକ ନିମନ୍ତ୍ରିତ ହୋଇ ଆସିଥିଲେ ଏଠିକୁ l ସେଇ ଭିତରେ ଥିଲି ମୁଁ ସିପ୍ରା ମିଶ୍ର l ସ୍ଵାମୀ ଙ୍କ ସହିତ ଆସିଥିଲି ସେଦିନ ଖୁବ ଖୁସି ହୋଇ ସେଦିନ ନିଜର ସପ୍ନ ର ଘର କୁ ସବୁଦିନ ପାଇଁ ନିଜର କରିବା ପାଇଁ l ହେଲେ ମୁଁ କଣ ଜାଣିଥିଲି ସେ ବିଲଡର ଯେ ପ୍ରିୟାସୁ ବୋଲି l ସେଦିନ ସବୁ ସପ୍ନ ଯେମିତି ମିଳେଇ ଗଲା ସେ ସମୁଦ୍ର ଢେଉ ର ସାଥିରେ l ପୁଣି ଏକ ସ୍ମୃତି ର ମହଲ ଭାଙ୍ଗି ଗଲା ମୋ ଆଖି ସାମ୍ନା ରେ l ପୁଣି ସେ ଅତୀତ ର ସ୍ମୃତି ସବୁ ମୋତେ ବ୍ୟତି ବ୍ୟସ୍ତ କରିଦେଲା l ଦୀର୍ଘ କୋଡିଏ ବର୍ଷ ପରେ ଜୀବନ ର ଏକ ମୋଡ଼ ରେ ତୁମ ସହିତ ପୁଣି ଥରେ ଦେଖା ହେବ ବୋଲି ସପ୍ନ ରେ ସୁଦ୍ଧା ମୁଁ ଭାବି ନ ଥିଲି l ସ୍ଵାମୀ ଓ ପୁଅ ଖୁବ ମଜା ନେଉଥିଲେ ସେଦିନ l ମୋତେ ବାରମ୍ବାର ପୁଅ କହୁଥିଲା "ମା ତୁମେ ସେ middle class ମେଣ୍ଟ l ଲିଟି କେବେ ଛାଡିବ l ପାର୍ଟି କୁ ଏନଜଏ କର l ମୁଁ କିଛି କହିଲି ନି l ଏକ ଅଂଧୁରୁଆ ଜାଗା ରେ ବସିପଡ଼ିଲି l ସେଇ ଧିମା ଆଳୁଅ ରେ ବସି ନିଜ ଲୁହ କୁ ଲୁଚେଇବା ପାଇଁ ଗୋଟେ ପ୍ରକାରେ ସଫଳ ହେଲି l ସେଇ ଧିମା ଆଲୁଅରେ ପ୍ରିୟାସୁ ସହ କାନ୍ଧ ମିଳେଇ ନାଚୁଥିଲା ସ୍ମିତା l ଅଭିଜାତ୍ୟ ରେ ଫାଟି ପଡୁଥିଲା ତାର ଚେହେରା l ମନ ଟା ଖୁବ ଖରାପ ଲାଗିଲା l ରହି ପାରିଲିନି ସେଠି ଆଉ l ବାହାରକୁ ଚାଲିଆସିଲି l ସେଇ ବେଳାଭୂମି ପରେ ବସି ପଡିଲି l ଅନେକ ସ୍ମୃତି ଯେମିତି ମୋ ମନ କୁ ଆନ୍ଦୋଳିତ କରିଦେଉଥିଲା l

ପୁରୁଣା ସ୍ମୃତି ସବୁ ମୋ ଆଖି ସାମ୍ନା ରେ ଭାସି ଯାଉଥିଲା l ସମୟ ସୁଅ ରେ ସବୁକିଛି ଆଜି ବଦଳି ଯାଇଛି l କିନ୍ତୁ ନିଜକୁ ମୁଁ ବଦଳାଇ ପାରିଲି ନି l ମୋ ସଂସ୍କାର ମୋତେ ବାଧ୍ୟ୍ୟ କରିଥିଲା ଦୁରେଇ ଯିବାକୁ ପ୍ରିୟାଂଶୁ ଙ୍କ ଜୀବନ ରୁ l ଏବେ ବି ମୋର ଠିକ ମନେ ଅଛି l ସେ କଲେଜ ଜୀବନ ର ସ୍ମୃତି ସବୁ l ସେ ପ୍ରଥମ ଦିନ ର ଅନୁଭୂତି l ସେଇ ଚେହେରା ସେଇ ଚାହାଁଣି କିଛି ବି ବଦଳି ନି ତ l ସେଦିନ ଲାଇବ୍ରେରୀ ରୁ ଆସୁଥିବା ବେଳେ ହଠାତ ଧକ୍କା ହୁଏ ପ୍ରିୟାଂଶୁ ସହିତ l ବହି ସବୁ ସାଉଁଟି ଧରେଇ ଦେଲେ ମୋ ହାତରେ l କହିଲେ ସରି ଟିକେ ଅନ୍ୟ ମନସ୍କ ଥିଲି l ହସିଦେଲି ମୁଁ ଆଉ କିଛି କହିଲି ନି l ସ୍ମିତା ଥିଲା ମୋ ଘନିଷ୍ଠ ବନ୍ଧୁ l ତାକୁ ସବୁ କଥା କହିଲି l ସେ କହିଲା ଆଜି କlଳିକା ଛତରା ଟୋକା ଝିଅ ଦେଖିଲେ ଏମିତି ଧକ୍କା ଦିଅନ୍ତି ଆଉ ସରି କହି ସବୁ ଦୋଷ ରୁ ପାରି ହୋଇ ଯାଆନ୍ତି କିନ୍ତୁ ମୁଁ ତାଙ୍କ ବିଷୟରେ ସେମିତି କିଛି ଭାବୁ ନ ଥିଲି l ଏମିତି ଅନେକ ଦିନ ବିତିଗଲା l ପୁଣି ଥରେ ତାଙ୍କ ସହିତ କେଂଟିନ ରେ ଦେଖା ହେଲା l କଫି ଅଫର କଲେ l କାହିଁକି କେଜାଣେ ମୁଁ ମନା କରି ପାରିଲି ନି l ମୁଁ କେବେ କଫି ପିଏ ନି ହେଲେ ବି ସେଦିନ ପ୍ରଥମ କରି ପିଇଲି l ଏମିତି ଆମର ବନ୍ଧୁତ୍ୱ ବଢ଼ି ଚାଲିଲା l କିଛି ଦିନ ପରେ ସେଇ ବନ୍ଧୁତ୍ୱ ପ୍ରେମ ର ରୂପ ନେଲା l ସେ ଥିଲେ ଅଭିଜାତ୍ୟ ପୂର୍ଣ୍ଣ ପରିବାର ର ଆଉ ମୁଁ ମଧ୍ୟବିତ୍ତ ପରିବାର ର lତାଙ୍କ ଚାଲି ଚଳଣି ରେ ଅଭିଜାତ୍ୟ ଫୁଟି ଉଠୁଥିଲା l ମୁଁ ମୋ ପରିବାର ମୋ ବାବା ଙ୍କ ସମ୍ମାନ ବିଷୟରେ ସବୁବେଳେ ଭାବୁଥିଲି l ଏମିତି ପାଞ୍ଚ ବର୍ଷ ବିତିଗଲା l ମୁଁ ସେକ୍ରେଟାରୀଏଟ ରେ ଗୋଟେ ଭଲ ଚାକିରୀ ପାଇଲି l ସେ ବାପା ଙ୍କ ଅଚଳାଚଳ ସମ୍ପତି ର ମାଲିକ ସେଥିପାଇଁ ଚାକିରୀ କଲେ ନି ସେ l ସେଦିନ ମୋତେ ଏଇ ବେଳାଭୂମି କୁ ଆଣିଥିଲେ l

ସେ କହିଲେ '"ଜାଣ ସିପ୍ରା ଏ ସମୁଦ୍ର ପାଖରେ ଏକ ଘର କରିବା ଯେଉଁଠି ତୁମେ ଆଉ ମୁଁ ଥିବା ଏ ବେଳାଭୂମି ରେ ଅନେକ ଦୂର ଦୁହେଁ ଚାଲିଯିବା ଯେଉଁଠି ତୁମେ ମୋ ସପ୍ନ ର ନାୟିକା ହୋଇ ରହିଥିବ l ଏ ଚୋରାବାଲି ପରେ ସପ୍ନ ର ସୌଦ୍ଧ ଟେ ତୋଳିଦେବା l

ଏମିତି ସୁନ୍ଦର ସୁନ୍ଦର କଥା ଶୁଣି ମୋ ଆଖି ରେ ନିଦ ଆସିଯାଏ ଆଉ ଶୋଇ ପଡେ ତାଙ୍କରି କୋଳ ରେ କେତେ ସମୟ ମୁଁ ବି ଜାଣି ପାରେନି l ସେଦିନ ସେ ତାଙ୍କ ବାପା, ମା ସହିତ ମୋତେ ଭେଟ କରେଇ ଥିଲେ l ଖୁବ ଭଲ ଥିଲେ ସେମାନେ କିନ୍ତୁ ସେ ଅଭିଜାତ୍ୟ ଭରା ପରିବେଶ ମୋତେ ଯେମିତି ଅଣନିଶ୍ୱାସୀ କରି ଦେଉଥିଲା l ସେ ବାହାଘର ପାଇଁ ଆମ ଘର କୁ ପ୍ରସ୍ତାବ ନେଇ ଆସିଲେ ହେଲେ ଗୋଟେ ସର୍ତ୍ତ ଥିଲା ତାଙ୍କ ବାବା ମାମା ଙ୍କର l ବୋହୂ ଚାକିରୀ କରିବ ନି ବାହାଘରପରେ l

କିନ୍ତୁ ମୁଁ କେମିତି ବୁଝେଇବି ତାକୁ ଯେ ମୋ ପରିବାର ବୋଝ ମୋ ଉପରେ l ମୁଁ ଚାକିରୀ ଛାଡିଦେଲେ ଭାଇ ଆଉ ପଢି ପାରିବ ନାହିଁ l

ବାବା ଙ୍କ ଅବସର ନେବାକୁ ଆଉ ମାସେ ଅଛି l ସେ କେମିତି ଏତେ ଦାୟିତ୍ୱ ନେବେ l ଅବଶ୍ୟ ସେ ଏଇ ଦାୟିତ୍ୱ ବୁଝିବେ ବୋଲି ମୋତେ କଥା ଦେଇଥିଲେ l ହେଲେ ବାବା ଖୁବ ସ୍ୱାଭିମାନୀ ସେ କେବେହେଲେ ଅନ୍ୟ ର ଦାନ ରେ ବଂଚିବେ ନି l ଏ କଥା ମୁଁ ଠିକ ଜାଣିଥିଲି l ସେଥିପାଇଁ ସେଦିନ ବାଧ୍ୟ୍ୟ ହୋଇ ତାଙ୍କ ପ୍ରସ୍ତାବ କୁ ମୁଁ ମନା କରିଦେଲି

ସେଦିନ ସେ ପୁରାପୁରି ଭାଙ୍ଗି ପଡିଲେ l କହିଲେ ସିପ୍ରା କାହିଁକି ତୁମର ଏ ନିଷ୍ପତ୍ତି ମୋ ଉପରେ ତୁମର ଭରସା ନାହିଁ l ମୁଁ ତୁମ ର ସବୁ ଦାୟିତ୍ୱ ନେବି l ତୁମେ କାହିଁକି ମନା କରୁଛ l ବାବା ମାମା ଙ୍କ ଇଚ୍ଛା ତାଙ୍କ ବୋହୂ ଚାକିରୀ ନ କରୁ l ତାଙ୍କ ସେବା ଯତ୍ନ କରୁ ଆଉ ଏହା ମୁଁ ବି ଚାହେଁ l ସେମିତି କିଛି ଅଭାବ ନାହିଁ l କିନ୍ତୁ ମୁଁ ବି ରୋକ ଠୋକ ମନା କରିଦେଲି ଆଉ କହିଲି ମୁଁ ବି ମୋ ବାବା ଙ୍କ ସ୍ୱାଭିମାନ କୁ କେବେ ତଳେ ପକେଇ ନିଜ ସୁଖ କିଣି ପାରିବିନି l ମୋତେ ତୁମେ ଭୁଲିଯାଅ l ସେ ଭାଙ୍ଗି ପଡ଼ିଥିଲେ l ଅନେକ ନେହୁରା ହେଲେ ଶେଷରେ ମୋ ସହିତ ସବୁ ସମ୍ପର୍କ ତୁଟେଇ ଦେଲେ l ଏମିତି ଅନେକ ବର୍ଷ ବିତିଗଲା l ମୋ ବାହାଘର ବି ହୋଇଗଲା l ଦିନେ ସ୍ଵାମୀ ଙ୍କ ସହିତ ଏଇ ବେଳାଭୂମି ରେ ବୁଲୁଥିଲି l ହଠାତ ସ୍ମିତା ସହିତ ମୋର ଭେଟ ହେଲା l ଏତେ ଦିନ ପରେ ତାକୁ ଦେଖି ମୁଁ କୁଣ୍ଢେଇ ପକେଇଲି

ତା ମଥା ରେ ସିନ୍ଦୁର ଝଟକୁ ଥିଲା ଖୁବ ସୁନ୍ଦର ଲାଗୁଥିଲା ସେ l ମୋତେ ଟାଣି ଟାଣି ନେଇ କହିଲା ତୋପାଇଁ ଗୋଟେ ସରପ୍ରାଇସ ଦେଖିଲି ଗୋଟେ ସୁନ୍ଦର ବ୍ୟକ୍ତି ଠିଆ ହୋଇଛନ୍ତି ପଛ କରି l ମୋତେ ସେ ଟାଣି ନେଇ ଗଲା ତାଙ୍କରି ସାମ୍ନା କୁ l ମୁଁ ତାଙ୍କୁ ଦେଖି ସ୍ତବ୍ଧ ହୋଇଗଲି କାରଣ ସେ ଆଉ କେହି ନ ଥିଲେ ମୋର ଅତି ପ୍ରିୟ ପ୍ରିୟାସୁ ହିଁ ଥିଲେ l ସେ କହିଲା "ମୁଁ ବହୁତ ଭାଗ୍ୟ ବତୀ.

ପ୍ରିୟାସୁ ଭଳି ସ୍ଵାମୀ ତୋ ପାଇଁ ଆଜି ପାଇଛି କାରଣl ତୁ ମନା କରିନ ଥିଲେ ଆଜି ବୋଧହୁଏ ଏ ଜାଗା ରେ ନ ଥାନ୍ତି l ସେଦିନ ଖୁବ ଦୁଃଖ ଲାଗିଲା l ମୁଁ ନିଜକୁ ଦୋଷୀ ମନେକଲି l ହେଲେ ଆଜି ପୁଣି ହଠାତ ତାଙ୍କ ସହିତ ମୋର ଭେଟ ହେବ ମୁଁ ସପ୍ନ ରେ ସୁଦ୍ଧା ଭାବି ନ ଥିଲି lଏମିତି ଅନେକ କିଛି ଭାବି ବସିଲି l ପୁଅ ଆଉ ସ୍ଵାମୀ ମୋତେ ନ ପାଇ ରିଙ୍ଗ କଲେ l ମୋ ଭାବନା ରେ ପୂର୍ଣ୍ଣ ଛେଦ ପଡିଗଲା l ପୁଣି ନିଜକୁ ଟିକେ ପ୍ରକୃତିସ୍ଥ କରି ବାହାରି ପଡିଲି ନିଜ ଘର ଅଭିମୁଖେ l ଭାବିଲି ମଣିଷ ଯାହା ଚାହେଁ ବୋଧହୁଏ ଭଗବାନ ତାକୁ ଦିଅନ୍ତି ନି l କିଛି ଭାବିବା ଆଗରୁ ପହଂଚି ଗଲି ନିଜ ଘର ସାମ୍ନା ରେ l



Rate this content
Log in

Similar oriya story from Tragedy