jyotsna mayee panda

Tragedy

3.6  

jyotsna mayee panda

Tragedy

ଆତ୍ମାର ଉର୍ଦ୍ଧ୍ୱରେ (ଭାଗ -1)

ଆତ୍ମାର ଉର୍ଦ୍ଧ୍ୱରେ (ଭାଗ -1)

3 mins
197


(ଏହା ଏକ ଭିନ୍ନ ଧାରାବାହିକ ............. ସମାଜର ଏକ ଅବହେଳିତ ଚରିତ୍ରକୁ ନେଇ... ତା ଜୀବନର ପ୍ରତ୍ୟେକ ଅନୁଭୁତି, ଦୁଃଖ, ସୁଖକୁ ନେଇ ଏକ ଭିନ୍ନ ରୂପ ନିଜ କଲମରେ ଦେବାକୁ ଚାହିଁଛି l ଆଶା ନିଶ୍ଚୟ ଭଲ ଲାଗିବ ଆପଣ ମାନଙ୍କୁ l ଗୋଟେ ସତ୍ୟ ଘଟଣା ଉପରେ ଆଧାରିତ କିଛି କଳ୍ପନାର ରଙ୍ଗ ଦେଇ ନିଜ ଭାବନାର ଏକ ଭିନ୍ନ ଚିତ୍ର ଅଙ୍କିବା ଏକ ପ୍ରୟାସ ମାତ୍ର l ଆଶା ପାଠକଙ୍କ ହୃଦୟକୁ ଛୁଇଁବ lକାରଣ ପାଠକ ହେଉଛନ୍ତି ଗୋଟେ ଲେଖକର ଭଗବାନ ତାଙ୍କ ମତାମତ ହିଁ ଲେଖନୀକୁ ସୁଦୃଢ କରେ ସେଥିପାଇଁ ଯଦି କିଛି ଭୁଲ ହେଇଛି ମତାମତ ନିଶ୍ଚେ ଦେବେ 🙏)

ଜୀବନ ବେଳେ ବେଳେ ଏମିତି ଅଭିଶପ୍ତ ହୋଇଯାଏ ଯେ ଜୀଇଁବା ସ୍ମୃହା କମିଯାଏ l ସେ ସୃଷ୍ଟି କର୍ତ୍ତାଙ୍କ ଉପରେ ଖୁବ ଅଭିମାନ ଆସେ l ଜନ୍ମ ତ ଦେଲ ଏମିତି ଅଭିଶପ୍ତ ଜୀବନ ଦେଇ କି ଲାଭ ପାଇଲ l ମଣିଷ ଭିତରେ ଗଣା ହୋଇ ନ ପାରିଲେ ସତରେ କେତେ ଦୁଃଖ ସେ ଜୀବନ ମରି ମରି ଜିଇଁବା ଖାଲି ସାର ହୁଏ l ସୁବଳ ମହାପାତ୍ର ଜଣେ ନିମ୍ନ ମଧ୍ୟ ବିତ୍ତ ପରିବାରର l ଗୋଟେ ଛୋଟିଆ ଚାକିରୀ କରି ପରିବାର ପ୍ରତି ପୋଷଣ କରନ୍ତି ସେ l ସ୍ୱାମୀ ସ୍ତ୍ରୀକୁ ଛାଡିଦେଲେ ଘରେ ଗୋଟିଏ ବୋଲି ପୁଅ ଅଂଶୁମlନ l ଏବେ ଆଉ ଗୋଟେ ସନ୍ତାନର ଅପେକ୍ଷାରେ ମହାପାତ୍ର ଦମ୍ପତ୍ତି l ମହାପାତ୍ର ବାବୁଙ୍କ ସ୍ତ୍ରୀ ଖୁବ ମେଳାପୀ l ବଡ଼ ପୁଅକୁ ପାଞ୍ଚ ବର୍ଷ ହେବ l ଏବେ ସ୍କୁଲ ଯାଉଛି l ଛୋଟିଆ ସଂସାରରେ ଖୁବ ଖୁସିରେ ଥାନ୍ତି ମହାପାତ୍ର ବାବୁଙ୍କ ସହ ଧର୍ମିଣୀ ସୁଷମା ଦେବୀ l

ପୁଅକୁ ଖୁବ ଭଲ ପାଆନ୍ତି l ସବୁବେଳେ ପ୍ରଭୁଙ୍କୁ ଗୋଟେ ସୁନ୍ଦରୀ ଝିଅ ହିଁ ମାଗନ୍ତି l ଯେ ତାଙ୍କ ପୁଅର ଶୂନ୍ୟ ହାତରେ ରାଖୀ ଡୋର ଟିଏ ବାନ୍ଧି ଦେବ ସ୍ନେହରେ l ତାଙ୍କ ପାଇଁ ସାଙ୍ଗ ଟେ ମିଳିଯିବ ହେଲେ ସବୁ ସେ କୃପା ମୟଙ୍କ ହାତରେ ଛାଡି ଦିଅନ୍ତି l ସମସ୍ତ ସୃଷ୍ଟିର ସର୍ଜନା ତାଙ୍କରି ହାତରେ l ସବୁ ସେଇ ଲୀଳାମୟଙ୍କ ଇଚ୍ଛା l ଏମିତି ଅନେକ ଦିନ ବିତିଗଲା l ଦିନେ ତାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଗଲା l ମହାପାତ୍ର ବାବୁ ଘରେ ନ ଥିଲେ l ଟୁରରେ ବାହାରକୁ ଯାଇଥିଲେ l ସୁଷମା ଦେବୀଙ୍କୁ ଖୁବ କଷ୍ଟ ହେଲା l ନିଜେ ଭଡାରେ ରହୁଥିବା ଘର ମାଲିକ ଖୁବ ଭଲ ସେ ମହାପାତ୍ର ବାବୁଙ୍କୁ ଆଉ ଅପେକ୍ଷା କଲେନି l ନିଜେ ସ୍ୱାମୀ ସ୍ତ୍ରୀ ଏକ ଗାଡି ଭଡା କରି ନେଇଗଲେ ହସ୍ପିଟାଲକୁ l କିଛି ସମୟ ପରେ ଡାକ୍ତର ସିଜରିଙ୍ଗ କରି ଗୋଟେ ପୁଅକୁ ଆଣିନେ ବାହାରକୁ l ମହାପାତ୍ର ବାବୁ ସେତେବେଳେ ହସ୍ପିଟାଲକୁ ଆସିଯାଇ ଥିଲେ ସେ ଖୁବ ଖୁସି ହୋଇ ଆଉ ଗୋଟେ ପୁଅ ହେବା ଖୁସିରେ ସମସ୍ତଙ୍କୁ ମିଠା ବାଣ୍ଟିଲେ l ହେଲେ ସୁଷମା ଟିକେ ମନ ଦୁଃଖ କଲେ l ସେ ଝିଅଟେ ଜନ୍ମ ହେଉ ବୋଲି ଇଚ୍ଛା କରୁଥିଲେ l ଯାହାପାଇଁ ସେ ସୁନ୍ଦର ସୁନ୍ଦର ଫ୍ରକ ସୁନ୍ଦର ସୁନ୍ଦର ଜିନିଷ ଆଣି ପରି ଭଳି ସଜେଇ ଥାନ୍ତେ l ତା ପାଦ ପାଉଜିରେ ତାଙ୍କ ଘର ଅଗଣା ଝଙ୍କୃତ ହୋଇ ଉଠୁଥାନ୍ତା l ସ୍ୱାମୀଙ୍କୁ ସେଥିପାଇଁ ସେ କହିଲେ "ଏତେ ଦିଅଁ ଦେବତା ପୂଜା କଲି ହେଲେ କେହି ଶୁଣିଲେ ନି ମୋ ଡାକ ପୁଣି ମୋ କୋଳରେ ପୁଅଟେ ପୁଣି ଦେଲେ l ଝିଅ ନ ଥିଲେ କଣ ଘରଟା ସୁନ୍ଦର ଦିଶେ l ମୋ ପୁଅଙ୍କ ହାତରେ ଆଉ କେହି ରାଖୀ ବାନ୍ଧିବା ପାଇଁ ଆସିଲେ ନି l "ତାଙ୍କ ଅଭିମାନ ଭରା କଥା ଶୁଣି ମହାପାତ୍ର ବାବୁ କହିଲେ "ଭଗବାନ ଯାହା ବି ଦେଲେ ସେଥିରେ ଆମେ ଖୁସି ହେବା କଥା l ବୋଧହୁଏ ଆମ ଭାଗ୍ୟରେ ସେ କନ୍ୟା ରତ୍ନ ନାହିଁ l ମୁଁ ବି ଭାବୁଥିଲି ଝିଅ ହେଲେ ତାକୁ କନ୍ୟା ଦାନ କରିବାର ସୋଭାଗ୍ୟ ପ୍ରାପ୍ତି ହେବ l ହେଲେ ଭଗବାନଙ୍କ ଇଚ୍ଛା କିଛି ଅଲଗା ଥିଲା l କିଛି ଦିନ ପରେ ସ୍ତ୍ରୀ ଆଉ ପୁଅ ଘରକୁ ଆସିଲେ l ବଡ଼ ପୁଅ ଅଂଶୁମାନ ଖୁବ ଖୁସି ହୋଇଗଲା କାରଣ ତାର ଖେଳିବା ପାଇଁ ଏକ ସାଙ୍ଗ ଆସିଗଲା l ତା ପଛରେ ଛିଡା ହେବା ପାଇଁ ତାର ସାନ ଭାଇ ଆସିଗଲା l ଆଉ କେହି ସାଙ୍ଗ ନ ହେଲେ ବି ଦୁହେଁ ଖେଳି ପାରିବେ l ଦୁହେଁ ଏକା ସାଥିରେ ରହିପାରିବେ l ସେଥିପାଇଁ ତାର ଖୁସି କହିଲେ ନ ସାରେ l ଏମିତି ଅନେକ ଦିନ ବିତିଗଲା ପୁଅ ଟିକେ ବଡ଼ ହେଲାଣି l ଏବେ ସାତ ମାସର ହୋଇଗଲା l ତା ପାଇଁ କେତେ ପୂଜା ଵିଧି କରନ୍ତି ସୁଷମା ଦେବୀ l ଦେଖିବାକୁ ଖୁବ ସୁନ୍ଦର ଦିନକୁ ଦିନ ଶଶୀକଲା ପରି ବଢିବାକୁ ଲାଗିଲା l ସେଦିନ ଘରେ ନନା ଆସିବାର ଥିଲା କାରଣ ସେଦିନ ଥିଲା ନାମକରଣ ଓ ଅନ୍ନ ପ୍ରସନ୍ନ l

ଖୁବ ଖୁସି ଥିଲେ ମହାପାତ୍ର ପରିବାର l ସତ୍ୟନାରାୟଣ ପୂଜା ସରିଗଲା ପରେ ନାଁ ଦିଆଗଲା ଅର୍ଚିସମାନ l ସମସ୍ତେ ହରିବୋଲ ହୁଳହୁଳି ଦେଲେ l ନନା ତା ଜାତକ ତିଆରି କରିଦେଲେ l କହିଲେ ଭବିଷ୍ୟତରେ ନିଜ ବାପା ମା ଗର୍ବ କରିବେ ଏ ସନ୍ତାନ ପାଇଁ l ଖୁବ ଖୁସି ହୋଇଗଲେ ସମସ୍ତେ.....

ଆଗକୁ ଆହୁରି ବାକି...



Rate this content
Log in

Similar oriya story from Tragedy